
ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ଡୋମିନିକାରୁ ଗିରଫ ହୋଇଛି। ମେହୁଲକୁ ସିଧା ଭାରତକୁ ହସ୍ତାନ୍ତର କରାଯାଉ ବୋଲି ଆଣ୍ଟିଗୁଆ ଏବଂ ବାରବୁଡାର ପ୍ରଧାନମନ୍ତ୍ରୀ ଗେଷ୍ଟନ ବ୍ରାଉନେ ନିର୍ଦ୍ଦେଶ ଦେଇଛନ୍ତି। ହୀରା ବ୍ୟବସାୟୀ ଚୋକସି ୨୦୧୭ରେ ଆଣ୍ଟିଗୁଆର ନାଗରିକତା ଗ୍ରହଣ କରିଥିଲା। ଏବଂ ସେ ୨୦୧୮ରୁ ଆଣ୍ଟିଗୁଆ ଏବଂ ବାରବୁଡାରେ ରହି ଆସୁଥିଲା।
ଉଲ୍ଲେଖ ଯୋଗ୍ୟ ଯେ, ଚୋକସି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩ ହଜାର ୫୦୦ କୋଟି ଟଙ୍କାର ଲୋନ ନେଇ ବିଦେଶ ଚାଲିଯାଇଥିଲା।