Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଜେଡି କହିଲା ବିଜେପି ସାଂସଦ ଅପରାଜିତାଙ୍କ ପାଇଁ ଏସଡିଜି ହେଉଛି ‘ସବୁ ଡାହା ଗପ’
ଜାତୀୟ ଖବର

ବିଜେଡି କହିଲା ବିଜେପି ସାଂସଦ ଅପରାଜିତାଙ୍କ ପାଇଁ ଏସଡିଜି ହେଉଛି ‘ସବୁ ଡାହା ଗପ’

June 5, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେଡି କହିଲା ବିଜେପି ସାଂସଦ ଅପରାଜିତାଙ୍କ ପାଇଁ ଏସଡିଜି ହେଉଛି ‘ସବୁ ଡାହା ଗପ’

ଭୁବନେଶ୍ୱର, ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ ନୀତି ଆୟୋଗଙ୍କ ଏସ୍‌ଡିଜି ରିପୋର୍ଟରେ ଓଡ଼ିଶାର ମୂଲ୍ୟାୟନକୁ ନେଇ ମତ ରଖିଥିଲେ। ତାଙ୍କ ମତରୁ ସ୍ପଷ୍ଟ ବାରିହେଲା ଯେ ଏହା ତାଙ୍କର ଏକ ପ୍ରକାରର ପ୍ରଳାପ। ବିଜେପି ନେତ୍ରୀଙ୍କ ପାଇଁ ଏହି ଏସ୍‌ଡିଜ ହେଉଛି ‘ସବୁ ଡାହା ଗପ’।ଏପରି ଅଭିଯୋଗ କରିଛି ବିଜେଡି।

ଏହି ରିପୋର୍ଟକୁ ନେଇ ରାଜନୀତିକରଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜେଡି ସାଂସଦ ଓ ଦଳର ରାଷ୍ଟ୍ରୀୟ ମୁଖପାତ୍ର ଡ. ଅମର ପଟ୍ଟନାୟକ । ଡ. ପଟ୍ଟନାୟକ କହିଛନ୍ତି ଯେ କୋଭିଡ ଟିକା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରୁ ନଜର ହଟେଇବାକୁ ଅପଚେଷ୍ଟା କରିଥିଲେ ବି ଏଥିରେ ସେ ଗୁରୁତର ଭାବରେ ଅସଫଳ ହୋଇଛନ୍ତି ।

ଆଜି ଯେତେବେଳେ ଭାରତବର୍ଷର ଛାତ୍ରଛାତ୍ରୀମାନେ କୋଭାକ୍‌ସିନ ଟିକା ନେଲାପରେ ମଧ୍ୟ ଅନ୍ୟ ରାଷ୍ଟ୍ରମାନେ ଏହି ଟିକାକୁ ଅଗ୍ରାହ୍ୟ କରୁଛନ୍ତି ଓ ଭାରତୀୟ ଛାତ୍ରଛାତ୍ରୀଙ୍କର ବିଦେଶରେ ଥିବା ବିଶ୍ୱବିଦ୍ୟାଳୟମାନଙ୍କରେ ଯୋଗ ଦେବାରେ ଅସୁବିଧା ଉପୁଜୁଛି, ସେତେବେଳେ ଏହି ପ୍ରକାରର ପ୍ରସଙ୍ଗ ଏବଂ ଦ୍ରୁତ ଟୀକାକରଣ ଉପରେ ଜୋର ଦେବା ବଦଳରେ ଏକ ରିପୋର୍ଟକୁ ନେଇ ବିଜେପି ରାଜନୀତି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ଏସଡିଜି ରିପୋର୍ଟ ଅନୁଯାଇ ଓଡିଶା ଦୁଇ ବର୍ଷ ମଧ୍ୟରେ ୨୨ତମ ସ୍ଥାନରୁ ଉତ୍ତୀର୍ଣ୍ଣ ହୋଇ ଭାରତ ବର୍ଷରେ ୧୯ତମ ସ୍ଥାନରେ ପହଞ୍ଚିଛି । ରିପୋର୍ଟରେ କେନ୍ଦ୍ର ସରକାରଙ୍କ ଯୋଜନାକୁ ଆଖି ବୁଜି ଅଧିକ ନମ୍ବର ଦିଆଯାଇଥିବା ବେଳେ, ଓଡ଼ିଶାର ମିଶନ ଶକ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ମମତା ଯୋଜନା ଭଳି ଅତି ସଫଳ ଓ ଜନପ୍ରିୟ ଯୋଜନାକୁ ମୂଲ୍ୟାୟନରେ ସମ୍ପୂର୍ଣ ଅଣଦେଖା କରାଯାଇଛି ।

ଶିଳ୍ପାୟନ କ୍ଷେତ୍ରରେ ଓଡିଶାକୁ ୨୦୧୯ରେ ୯୨ ପ୍ରତିଶତ ନମ୍ବର ଦିଆଯାଇଥିବାବେଳେ ଏ ବର୍ଷ ୦(ଶୂନ) ଦିଆହୋଇଛି । ୨୦୨୦ରେ ସମଗ୍ର ଦେଶରେ ଶିଳ୍ପାୟନ କ୍ଷେତ୍ରରେ ପୁଞ୍ଜି ବିନିଯୋଗରେ ଓଡିଶା ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲାବେଳେ ୨୦୨୦ରେ କାହିଁକି ୦(ଶୂନ) ମାର୍କ ଦିଆଗଲା ବୋଲି ଡ.ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।

ଓଡ଼ିଶାରେ ବ୍ୟାଙ୍କ ସେବା ଏବେ ବି ଗ୍ରାମାଞ୍ଚଳରେ ପହଞ୍ଚିପାରି ନାହିଁ । କିନ୍ତୁ ଏହି ରିପୋର୍ଟରେ ଓଡ଼ିଶାରେ ବ୍ୟାଙ୍କ ସେବାକୁ ୯୯ ପ୍ରତିଶତ ନମ୍ବର ଦିଆଯାଇଛି। ଏହି ପ୍ରସଙ୍ଗରେ ବି ବିଜେପି ନେତ୍ରୀ ଆଜି ତାଙ୍କର ସାମ୍ବାଦିକ ସମ୍ବିଳନୀରେ ମୁହଁ ଖୋଲିନାହାନ୍ତି ବୋଲି ଅମର କହିଛନ୍ତି।

ରେଳବାଇ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ହୋଇଥିଲା ବେଳେ ଏହି ରିପୋର୍ଟରେ ତାହାର ଉଲ୍ଲେଖ ନାହିଁ । ସ୍ୱାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାର ୬ଟି ଜିଲ୍ଲାରେ ରେଳ ସେବା ପହଞ୍ଚି ପାରିନାହିଁ । ହେଲେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ରିପୋର୍ଟରେ ସ୍ଥାନ ଦିଆଯାଇନାହିଁ ।

ଓଡ଼ିଶାରେ ମୋବାଇଲ ଓ ଇଣ୍ଟରନେଟ୍‍ ସେବା ଦୁର୍ଗମଞ୍ଚଅଞ୍ଚଳମାନଙ୍କରେ ଏବେ ବି ଅପହଞ୍ଚ। କିନ୍ତୁ ଏହି ରିପୋର୍ଟରେ ୨୦୧୯ରେ ଇଣ୍ଟରନେଟ୍‍ ସଂଯୋଗକୁ ୧୨୩ ପ୍ରତିଶତ ନମ୍ବର ଦିଆଯାଇ ଥିବାବେଳେ ୨୦୨୦ରେ ଅତି ଆକସ୍ମିକ ଭାବରେ ୪୪ ପ୍ରତିଶତକୁ ଖସାଇ ଦିଆଯାଇଛି ।

ଏହି ପ୍ରକାର ଭାବରେ ଏସ୍‌ଡିଜି ରିପୋର୍ଟକୁ ନେଇ ଆଜି ସାସଂଦ ଅପରାଜିତା ଷଡ଼ଙ୍ଗୀ ଯାହାସବୁ ଦର୍ଶାଇଛନ୍ତି ତାହା ‘ସବୁ ଡାହା ଗପ’ ଗପିଛନ୍ତି ବୋଲି ବିଜେଡିର ରାଷ୍ଟ୍ରୀୟ ପ୍ରବକ୍ତା ଅମର ପଟ୍ଟନାୟକ କହିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ ଗଢ଼ିବା ଲକ୍ଷ୍ୟ: ବିସ୍ତୃତ ଆଲୋଚନା କଲେ ଆଇନ ମନ୍ତ୍ରୀ

July 31, 2026

ଗଲୱାନ ସଂଘର୍ଷ ପରେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବେ ସି ଜିନପିଙ୍ଗ

July 31, 2026

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁଙ୍କୁ ହତ୍ୟା ଷଡଯନ୍ତ୍ର!: ଜୈଶ ଆତଙ୍କବାଦୀ ଗିରଫ

July 31, 2026

Odisha CM Meets Amit Shah: ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

July 31, 2026
Latest News

ଚିଲିକାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ ଗଢ଼ିବା ଲକ୍ଷ୍ୟ: ବିସ୍ତୃତ ଆଲୋଚନା କଲେ ଆଇନ ମନ୍ତ୍ରୀ

July 31, 2026

ଗଲୱାନ ସଂଘର୍ଷ ପରେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବେ ସି ଜିନପିଙ୍ଗ

July 31, 2026

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁଙ୍କୁ ହତ୍ୟା ଷଡଯନ୍ତ୍ର!: ଜୈଶ ଆତଙ୍କବାଦୀ ଗିରଫ

July 31, 2026

Odisha CM Meets Amit Shah: ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

July 31, 2026

ରେଳ ଯାତ୍ରୀଙ୍କ ପାଇଁ ସହଜ ହେବ ଯାତ୍ରା: ଗୋଟିଏ ଆପ୍ ରେ ପାଇବେ ସବୁ ପ୍ରକାର ସୁବିଧା

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.