Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»୮ଟି ବଡ ସହରକୁ ଛାଡି ଅନ୍ୟଗୁଡିକର ସ୍ବାସ୍ଥ୍ୟ ସେବା ବିକାଶ ପାଇଁ ୫୦ ହଜାର କୋଟି ଟଙ୍କାର ପ୍ୟାକେଜ
ଜାତୀୟ ଖବର

୮ଟି ବଡ ସହରକୁ ଛାଡି ଅନ୍ୟଗୁଡିକର ସ୍ବାସ୍ଥ୍ୟ ସେବା ବିକାଶ ପାଇଁ ୫୦ ହଜାର କୋଟି ଟଙ୍କାର ପ୍ୟାକେଜ

June 29, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
୮ଟି ବଡ ସହରକୁ ଛାଡି ଅନ୍ୟଗୁଡିକର ସ୍ବାସ୍ଥ୍ୟ ସେବା ବିକାଶ ପାଇଁ ୫୦ ହଜାର କୋଟି ଟଙ୍କାର ପ୍ୟାକେଜ

ନୂଆଦିଲ୍ଲୀ, ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରୋନା ମୁକାବିଲା ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ସେଥିରେ ବ୍ୟବସାୟିକ କ୍ଷେତ୍ରକୁ ୧.୧ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଋଣ ପ୍ରଦାନ ହେବ । ସେଥି ମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ୫୦,୦୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି।

ସ୍ୱାସ୍ଥ୍ୟ କ୍ଷେତ୍ରରେ ଯେଉଁସବୁ ବିଭାଗକୁ ଏହି ଅର୍ଥର ପ୍ରବାହ ଘଟିବ ସେଥିରେ ପଛୁଆ କ୍ଷେତ୍ରର ମେଡ଼ିକାଲ ସଂସାଧନକୁ ବିଶେଷ ଭାବେ ଲକ୍ଷ୍ୟ ରଖାଯାଇଛି । ୮ଟି ମେଟ୍ରୋପୋଲିଟାନ୍‍ ନଗରୀକୁ ଛାଡ଼ି ଅନ୍ୟାନ୍ୟ ସହରର ସ୍ୱାସ୍ଥ୍ୟ ଏବଂ ମେଡ଼ିକାଲ ସଂସାଧନ ସଂପ୍ରସାରଣ ନିମନ୍ତେ ଏହି ଅର୍ଥ ପ୍ରଦାନ ଦ୍ୱାରା ଗ୍ୟାରେଣ୍ଟି ପ୍ରଦାନ କରାଯିବ । ତେବେ ଏହି ଗ୍ୟାରେଣ୍ଟି କଭର  ସଂପ୍ରସାରଣର ୫୦% ପୂରଣ କରିବ ଏବଂ ନୂତନ ପ୍ରକଳ୍ପ କ୍ଷେତ୍ରରେ ତାହା ୭୫% ପର୍ଯ୍ୟନ୍ତ ଯୋଗାଇ ଦିଆଯିବ ।

ଆକାଂକ୍ଷା ଜିଲ୍ଲାମାନଙ୍କ କ୍ଷେତ୍ରରେ ଏହି ଗ୍ୟାରେଣ୍ଟି କଭର୍‍ ୭୫% ପର୍ଯ୍ୟନ୍ତ ଉପଲବ୍ଧ ହେବ। ଯାହାକି ଉଭୟ ନୂତନ ତଥା ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ପ୍ରଯୁଜ୍ୟ ହେବ । ଏହି ଯୋଜନାରେ ସର୍ବାଧିକ ଋଣ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଗ୍ରହଣୀୟ ହେବ ଏବଂ ଏଥିପାଇଁ ୩ ବର୍ଷର ଗ୍ୟାରେଣ୍ଟି ଅବଧି ରହିବ ।

ବ୍ୟାଙ୍କମାନେ ଏଥି ସକାଶେ ସର୍ବାଧିକ ୭.୯୫% ସୁଧ ଦାବି କରିପାରିବେ । ଅନ୍ୟାନ୍ୟ କ୍ଷେତ୍ରମାନଙ୍କ ସକାଶେ ଏହି ଋଣ ବାର୍ଷିକ ୮.୨୫ ହାରରେ ଉପଲବ୍‍ଧ ହେବ । ତେଣୁ ଏହି ଯୋଜନା ମାଧ୍ୟମରେ ଉପଲବ୍ଧ ଋଣ ସାଧାରଣ ସୁଧ ତୁଳନାରେ ଅଧିକ ଶସ୍ତା ହେବ ଏବଂ ଏହାର  ୧୦-୧୧% ଉପରେ କୌଣସି ଗ୍ୟାରେଣ୍ଟି ରହିବନାହିଁ ।

ଅର୍ଥମନ୍ତ୍ରୀ ଆର୍ଥିକ ପ୍ୟାକେଜ କରୋନା ପ୍ୟାକେଜ ନିର୍ମଳା ସୀତାରମଣ
Share. Facebook Twitter LinkedIn Email WhatsApp Copy Link

Related Posts

ହଠାତ୍ ବଢିଲା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ: ଲିଟର ପିଛା ୧୧ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି

April 1, 2026

କେନ୍ସ ସେମିକଣ୍ଡକ୍ଟର ପ୍ଲାଣ୍ଟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

April 1, 2026

ପଶ୍ଚିମ ଏସିଆ ପରିସ୍ଥିତି: ପ୍ରମୁଖ କ୍ଷେତ୍ର ସମ୍ପର୍କିତ ଅପଡେଟ୍

April 1, 2026

ଆଜି ଏପ୍ରିଲ ୧ ତାରିଖ ବୁଧବାର ଦିନ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଅସୁବିଧା, କରନ୍ତୁ ପ୍ରତିକାର

April 1, 2026
Latest News

ହଠାତ୍ ବଢିଲା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ: ଲିଟର ପିଛା ୧୧ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି

April 1, 2026

ଆସନ୍ତା ରବିବାର ଦିନ ଜୀ ସାର୍ଥକରେ ମେଗା ୱାର୍ଲ୍ଡ ପ୍ରିମିୟର ‘ଲାଗେ ପ୍ରେମ ନଜର’ 

April 1, 2026

ଯାଜପୁର ପୋଲିସ୍ ପକ୍ଷରୁ ସରକାରୀ ଚାଟବୋଟ୍ “ଇ-ମିତ୍ର” ଲୋକାର୍ପିତ

April 1, 2026

ଆସନ୍ତା ୩ ଯାଏଁ ରାଜ୍ୟରେ କାଳବୈଶାଖୀର ସମ୍ଭାବନା 

April 1, 2026

“ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ସମସ୍ତଙ୍କୁ ଗଭୀର ବ୍ୟଥିତ କରିଛି”: ପୃଥ୍ବୀରାଜ ହରିଚନ୍ଦନ

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.