ଆଜିଠାରୁ ବଢିଲା ଅମୁଲ ଖିର ଦର, କରୋନା ବେଳେ ମଧ୍ୟବିତ୍ତ ପରିବାରକୁ ମାଡ

Published: Jul 1, 2021, 8:57 am IST

ନୂଆଦିଲ୍ଲୀ, ଆଜିଠାରୁ ବଢିଲା ଅମୁଲ ଖିର ଦର। ପୂର୍ବରୁ କଂପାନୀ ଘୋଷଣା କରିଥିଲା ଯେ, ଜୁଲାଇ 1 ତାରିଖରୁ ସାରା ଦେଶରେ ଅମୁଲ ଖିରର ମୂଲ୍ୟ ବୃଦ୍ଧି କରାଯିବ। ସେହି ଅନୁସାରେ ଆଜିଠାରୁ ଅମୁଲରର ସମସ୍ତ ପ୍ରକାରର ଖିରରେ 2 ଟଙ୍କା ମୂଲ୍ୟ ବୃଦ୍ଧି ଘଟିଛି। ଭାରତୀୟ ଦୁଗ୍ଧ ସମବାୟ ସମିତି ଅମୁଲ କ୍ଷୀରର ଏହି ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି।

ଅମୁଲର ବିଭିନ୍ନ ବ୍ରାଣ୍ଡ ଯଥା ଅମୁଲ ଗୋଲ୍ଡ, ଅମୁଲ ଶକ୍ତି, ଅମୁଲ ତାଜା, ଅମୁଲ ଟି, ସ୍ପେସିଆଲ, ଅମୁଲ ସ୍ଲିମ ଏବଂ ଟ୍ରିମର ମୂଲ୍ୟ ଲିଟର ପିଛା 2 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଫଳରେ ଅମୁଲ ଗୋଲ୍ଡ ମୂଲ୍ୟ ବର୍ତ୍ତମାନ ବଜାରରେ ପ୍ରାୟ 58 ଟଙ୍କା ରହିବ। ଦୀର୍ଘ ଦେଢ ବର୍ଷ ପରେ ଅମୁଲର ଏହି ମୂଲ୍ୟ ବୃଦ୍ଧି ଘଟିଛି।

ଅର୍ଥନୈତିକ ସମୀକ୍ଷକଙ୍କ ହିସାବରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ଯୋଗୁଁ ବର୍ତ୍ତମାନ ବିଭିନ୍ନ ଦରକାରୀ ଜିନିଷର ମୂଲ୍ୟ ବୃଦ୍ଧି ଘଟିବାରେ ଲାଗିଛି। ସେହି ହିସାବରେ ଅମୁଲ କ୍ଷୀରର ମୂଲ୍ୟ ଲିଟର ପିଛା 2 ଟଙ୍କା ବୃଦ୍ଧି ଘଟିଛି। ବର୍ତ୍ତମାନ କରୋନା ପରିସ୍ଥିତିରେ ଏହି ମୂଲ୍ୟବୃଦ୍ଧି ମଧ୍ୟବିତ୍ତ ଲୋକଙ୍କ ପାଇଁ ନିଶ୍ଚିତ ଭାବେ କଷ୍ଟଦାୟକ ହେବ।

Related posts