Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତରେ ପରିବର୍ଦ୍ଧିତ ୫ଜି ବ୍ୟବହାରକୁ ଆଗେଇନେବାକୁ ଜିଓ ପ୍ଲାଟଫର୍ମ୍ସ ପକ୍ଷରୁ ଏନ୍‌ଏକ୍ସପି ଓ ସ୍ପାଇରେଂଟ୍ ସହ ସହଭାଗିତା
ଆଜିର ଖବର

ଭାରତରେ ପରିବର୍ଦ୍ଧିତ ୫ଜି ବ୍ୟବହାରକୁ ଆଗେଇନେବାକୁ ଜିଓ ପ୍ଲାଟଫର୍ମ୍ସ ପକ୍ଷରୁ ଏନ୍‌ଏକ୍ସପି ଓ ସ୍ପାଇରେଂଟ୍ ସହ ସହଭାଗିତା

July 1, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଦେଶରେ ପରିବର୍ଦ୍ଧିତ ୫ଜି ବ୍ୟବହାର ପାଇଁ ଜିଓ ପ୍ଲାଟଫର୍ମ୍ସ ପ୍ରୟାସ ଆରମ୍ଭ କରିଛି। ସେଥିପାଇଁ କମ୍ପାନୀ ତ୍ୱରିତ ୫ଜି ବ୍ୟବହାରିକ ପରୀକ୍ଷଣ ପାଇଁ ଏନଏକ୍ସପି ସେମିକଣ୍ଡକ୍ଟରସ୍ ଏବଂ ସ୍ପାଇରେଂଟ୍‌ କମ୍ୟୁନିକେସନ୍ ସହିତ ସହଭାଗିତା କରଛି।

ଏନଏକ୍ସପିର ‘ଲେୟରସ୍କେପ’ ଶ୍ରେଣୀର ମଲ୍‌ଟିକୋର ପ୍ରସେସରଗୁଡିକ ସହିତ ୫ଜି ଏନଆର (ନିୟୁ ରେଡିଓ) ଓ-ଆର୍‌ଏଏନ୍ କ୍ଷୁଦ୍ର ସେଲ୍ ସମାଧାନ କାର୍ଯ୍ୟକାରୀ କରିବାକୁ ଏହି ସହଭାଗିତା ହୋଇଛି। ବିଭିନ୍ନ ଯୋଗାଣକାରୀଙ୍କ ନିକଟରୁ ଉତ୍ପାଦସମୂହ ଓ ସଫ୍ଟଓୟାର ସମେତ ଆନ୍ତଃପରିଚାଳନା ଏବଂ ରେଡିଓ ଆକ୍ସେସ ନେଟୱର୍କ ଉପାଦାନଗୁଡିକର ମାନକ ନିର୍ଦ୍ଧାରଣକୁ ଶିଳ୍ପ ଭାଷାରେ ଓପନ୍ ଆରଏଏନ୍ ଅଥବା ଓପନ୍ ରେଡିଓ ଆକ୍ସେସ ନେଟୱର୍କ ବିନ୍ୟାସ ବୋଲି କୁହାଯାଉଛି। ଏନଏକ୍ସପି ପକ୍ଷରୁ କୁହାଯାଇଛି, ଏହି ମିଳିତ ସମାଧାନ ବ୍ୟବସ୍ଥା ନୂତନ ଆରଏଏନ୍ ନେଟୱର୍କ କୁ ସମର୍ଥ କରିବ, ଯାହା ଉଚ୍ଚ ପ୍ରଦର୍ଶନ ପ୍ରଦାନ କରିବ ଏବଂ ବ୍ରଡବ୍ୟାଣ୍ଡ୍ ଓ ଶିଳ୍ପ ୪.୦ ତଥା ଆଇଓଟି (ଇଂଟରନେଟ ଅଫ ଥିଙ୍ଗ୍‌ସ)ର ସୁଯୋଗ ନେବା ନିମନ୍ତେ ବହୁବିଧ ବର୍ଗରେ ୫ଜି ବ୍ୟବହାରକୁ ସମର୍ଥ କରାଇବ। ସେଥିମଧ୍ୟରେ ରହିଛି ଟେଲି ମେଡିସିନ, ଟେଲି-ଶିକ୍ଷା, ଏଆଇ, ଡ୍ରୋନ୍‌ଭିତିକ କୃଷିକାର୍ଯ୍ୟ ନିରୀକ୍ଷଣ ଏବଂ ଆହୁରି ଅନେକ କିଛି।

ଜିଓ ପ୍ଲାଟଫର୍ମ ଏହାର ନୂତନ ୫ଜି ଏନ୍‌ଆର ସମାଧାନରେ ଉଚ୍ଚ ପ୍ରଦର୍ଶନକାରୀ ଏବଂ ନମନୀୟ ଏନଏକ୍ସପିର ଲେୟରସ୍କେପ୍ ପ୍ରସେସରକୁ ସମ୍ମିଶ୍ରିତ କରିଛି। ଏହି ସହଭାଗିତାରେ ହୋଇଥିବା ପରୀକ୍ଷଣରେ ଶୀର୍ଷ ଡାଟା ସ୍ପିଡ୍ ୧ଜିବିପିଏସ୍‌ରୁ ଅଧିକ ହେବା ସହିତ ୩.୫ ଗିଗାହର୍ଜ ସ୍ପେକ୍ଟ୍ରମରେ ୧୦୦ ମେଗାହର୍ଜ ଚାନେଲ ବ୍ୟାଣ୍ଡ୍‌ୱିଡ୍‌ଥରେ ସଫଳତାର ସହିତ ପରୀକ୍ଷା କରାଯାଇଛି। ଏହା ବହୁବିଧ କ୍ଷେତ୍ର ପାଇଁ ଉନ୍ନତ ପ୍ରଦର୍ଶନର ପଥ ପରିଷ୍କାର କରିବ, ଯାହା ମଧ୍ୟରେ ସ୍ମାର୍ଟ ସହରସମୂହ, ସ୍ମାର୍ଟ ବାସଗୃହ, ସ୍ୱାସ୍ଥ୍ୟ ଓ ଶିକ୍ଷା ଆଦି କ୍ଷେତ୍ରରେ ନବୀନତମ ଆପ୍ଲିକେସନ ବ୍ୟବହାରକୁ ସମର୍ଥ କରାଇବ। ସବୁଠାରୁ ଉଲ୍ଲେଖଯୋଗ୍ୟ ହେଉଛି ଏହା ସମସ୍ତ ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ଡାଟା ଡାଉନଲୋଡ କ୍ଷେତ୍ରରେ ବର୍ଦ୍ଧିତ ଅନୁଭୂତି ଆଣିଦେବ। ଜିଓ ପ୍ଲାଟଫର୍ମ୍ସର ୫ଜି ଏନ୍‌ଆର୍ ରେଡିଓ ସମାଧାନଗୁଡିକ ପରବର୍ତୀ ପିଢିର ଆରଏଏନ୍ ନେଟୱର୍କଗୁଡିକ ପାଇଁ ସଂପୂର୍ଣ୍ଣ ଉପଯୋଗୀ ସମାଧାନ ହେବାସହିତ ପରିବର୍ଦ୍ଧିତ ଭାବରେ ଘର ଭିତରେ ଓ ବାହାରେ ଉତ୍ତମ ପ୍ରଦର୍ଶନ କରିବା ସହିତ ୫ଜିର ବିବିଧ କ୍ଷେତ୍ରରେ ବ୍ୟବହାରକୁ ସମର୍ଥ କରାଉଛି। ସରଳ ଭାଷାରେ କହିଲେ, ୫ଜି ପ୍ରଯୁକ୍ତି ଓ ସେବା ଗ୍ରାହକଙ୍କୁ ଅଧିକ ଡାଟା ହାର, ଯୋଗାଯୋଗରେ କମ୍ ବିଳମ୍ବ ଏବଂ ସଂଯୁକ୍ତ ହୋଇଥିବା ୫ଜି ସମର୍ଥ ସ୍ମାର୍ଟଫୋନ, ଏଂଟରପ୍ରାଇଜ୍ ଲାପଟପ୍‌, ଆଇଓଟି ସମାଧାନ ପର୍ଯ୍ୟନ୍ତ ବିବିଧ ଉପକରଣ କ୍ଷେତ୍ରରେ ବର୍ଦ୍ଧିତ ଡିଜିଟାଲ ଅନୁଭୂତି ପ୍ରଦାନ କରିବ।

ସେହିଭଳି ସ୍ପାଇରେଂଟ୍‌ କମ୍ୟୁନିକେସନ୍ ସହ ୫ଜି ନେଟ୍‌ୱର୍କ ପରୀକ୍ଷଣ ପାଇଁ ସହଭାଗିତା ଜରିଆରେ ଜିଓ ପ୍ଲାଟଫର୍ମ୍ସ ଦ୍ୱାରା ବିକଶିତ ୫ଜି ସମାଧାନ, ଜ୍ଞାନକୌଶଳ ଓ ଉପକରଣର ବାସ୍ତବ କ୍ଷେତ୍ରରେ ବ୍ୟବହାରିକ ପରୀକ୍ଷଣ ସହଜ ଓ ଶୀଘ୍ର ହେବା ସହିତ ୫ଜି ଏକକ କୋର୍ ନେଟ୍‌ୱର୍କ ଉପରେ ସମସ୍ତ ପ୍ରକାରର ପରୀକ୍ଷଣ କରାଯାଇପାରିବ।

Share. Facebook Twitter LinkedIn Email WhatsApp Copy Link

Related Posts

Odisha CM Meets Amit Shah: ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

July 31, 2026

ରେଳ ଯାତ୍ରୀଙ୍କ ପାଇଁ ସହଜ ହେବ ଯାତ୍ରା: ଗୋଟିଏ ଆପ୍ ରେ ପାଇବେ ସବୁ ପ୍ରକାର ସୁବିଧା

July 31, 2026

SCO ଶିଖର ସମ୍ମିଳନୀ ପାଇଁ ପାକିସ୍ତାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି?: ଇସଲାମାବାଦ କରୁଛି ପ୍ରସ୍ତୁତି!

July 31, 2026

CJP ପ୍ରତିବାଦ ସମୟରେ ହିଂସା ମାମଲା: ଦୁଃଖ ବଖାଣିଲେ ଆହତ ପୋଲିସ ଅଧିକାରୀଙ୍କ ପରିବାର

July 31, 2026
Latest News

Odisha CM Meets Amit Shah: ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

July 31, 2026

ରେଳ ଯାତ୍ରୀଙ୍କ ପାଇଁ ସହଜ ହେବ ଯାତ୍ରା: ଗୋଟିଏ ଆପ୍ ରେ ପାଇବେ ସବୁ ପ୍ରକାର ସୁବିଧା

July 31, 2026

SCO ଶିଖର ସମ୍ମିଳନୀ ପାଇଁ ପାକିସ୍ତାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି?: ଇସଲାମାବାଦ କରୁଛି ପ୍ରସ୍ତୁତି!

July 31, 2026

CJP ପ୍ରତିବାଦ ସମୟରେ ହିଂସା ମାମଲା: ଦୁଃଖ ବଖାଣିଲେ ଆହତ ପୋଲିସ ଅଧିକାରୀଙ୍କ ପରିବାର

July 31, 2026

CWG 2026: ଆଜି ସେମିଫାଇନାଲରେ ଖେଳିବେ ୧୦ ଭାରତୀୟ ବକ୍ସର, ଜାଣନ୍ତୁ କାର୍ଯ୍ୟସୂଚୀ

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.