ଜୁନ୍‌ରେ ଏମ୍‌ବିପିଏସ୍ ଡାଉନଲୋଡ ସ୍ପିଡ୍ ସହିତ ୪ଜି ସ୍ପିଡ୍ ଚାର୍ଟ ଶୀର୍ଷରେ ରିଲାଏନ୍ସ ଜିଓ: ଟ୍ରାଇ ତଥ୍ୟ

Published: Jul 9, 2021, 11:42 pm IST
ଜିଓଫୋନ୍ ବ୍ୟବହାରକାରୀଙ୍କୁ ପ୍ରତି ମାସରେ ବିନା ମୂଲ୍ୟରେ ମିଳିବ ୩୦୦ ମିନିଟ୍‌ର ଆଉଟ୍‌ଗୋଇଙ୍ଗ୍ ଭଏସ୍ କଲ୍

ନୂଆଦିଲ୍ଲୀ / ଭୁବନେଶ୍ୱର: ଭାରତୀୟ ଟେଲିକମ୍ ବଜାରରେ ନିଜର ଆଧିପତ୍ୟ ବଜାୟ ରଖି ରିଲାଏନ୍ସ ଜିଓ ପୁଣିଥରେ ୪ଜି ସ୍ପିଡ ତାଲିକାରେ ଶୀର୍ଷ ସ୍ଥାନରେ ରହିିଛି ଏବଂ ୨୦୨୧ ଜୁନ୍ ମାସରେ ସେକେଣ୍ଡ ପ୍ରତି ୨୧.୯ ମେଗାବିଟ୍ (ଏମ୍‌ବିପିଏସ୍‌) ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ସହିତ ସର୍ବାଗ୍ରେ ରହିଥିବା ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ତଥ୍ୟରେ କୁହାଯାଇଛି ।

ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓର ୪ଜି ନେଟୱର୍କ ସ୍ପିଡ ପୂର୍ବ ମାସ ତୁଳନାରେ ସାମାନ୍ୟ ବୃଦ୍ଧିପାଇଛି, ତେବେ ଜୁନ୍ ମାସରେ ଜିଓର ହାରାହାରି ୪ଜି ଡାଉନଲୋଡ ସ୍ପିଡ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭୋଡାଫୋନ ଆଇଡିଆ ତୁଳନାରେ ତିନିଗୁଣରୁ ଅଧିକ ରହିଥିଲା । ଏହି ମାସରେ ଭୋଡାଫୋନ ଆଇଡିଆ ହାରାହାରି ଡାଉନଲୋଡ ସ୍ପିଡ୍ ୬.୫ ଏମବିପିଏସ୍ ରହିଥିବା ବେଳେ ଭାରତୀ ଏୟାରଟେଲର ଉକ୍ତ ମାସରେ ହାରାହାରି ୪ଜି ଡାଉନଲୋଡ ସ୍ପିଡ୍ ୫ ଏମ୍‌ବିପିଏସ୍ ରହିଥିବା ଏହି ତଥ୍ୟରୁ ଜଣାପଡିଛି । ତେବେ ହାରାହାରି ୪ଜି ଅପ୍‌ଲୋଡ ସ୍ପିଡରେ ଭୋଡାଫୋନ ଆଇଡିଆର ଜୁନ୍ ମାସରେ ସର୍ବାଧିକ ୬.୨ ଏମ୍‌ବିପିଏସ୍ ଥିବାବେଳେ ତାହା ପଛକୁ ରିଲାଏନ୍ସ ଜିଓର ହାରାହାରି ଅପ୍‌ଲୋଡ ସ୍ପିଡ ୪.୮ ଏମ୍‌ବିପିଏସ୍ ଏବଂ ଏୟାରଟେଲର ୩.୯ ଏମ୍‌ବିପିଏସ୍ ରହିଥିଲା ।

ଉଲ୍ଲେଖଯୋଗ୍ୟ ଯେ ଡାଉନଲୋଡ ସ୍ପିଡ ଗ୍ରାହକଙ୍କୁ ଇଂଟରନେଟରୁ ବ୍ରାଉଜ୍ କରି ବିଭିନ୍ନ ବିଷୟବସ୍ତୁ ଦେଖିବାରେ ସହାୟତା କରିଥାଏ ଏବଂ ଅପ୍‌ଲୋଡ ସ୍ପିଡ ସେମାନଙ୍କୁ ସେମାନଙ୍କ ସଂଯୋଗରେ ଥିବା ବ୍ୟକ୍ତିଙ୍କ ନିକଟକୁ ଫଟୋଚିତ୍ର ଅଥବା ଭିଡିଓ ପଠାଇବା ଅଥବା ସେମାନଙ୍କ ସହିତ ସହଭାଗିତା କରିବାରେ ସହାୟକ ହୋଇଥାଏ । ହାରାହାରି ସ୍ପିଡ୍ ଟ୍ରାଇ ପକ୍ଷରୁ ସମଗ୍ର ଦେଶରେ ମାଇଁସ୍ପିଡ୍ ଆପ୍ଲିକେସନ ସହାୟତାରେ ବାସ୍ତବ ସମୟ ଭିତିରେ ସଂଗ୍ରହ କରାଯାଉଥିବା ତଥ୍ୟ ଆଧାରରେ ଗଣନା କରାଯାଇଥାଏ ।

ଟ୍ରାଇ ପକ୍ଷରୁ ମାଇଁସ୍ପିଡ ପୋର୍ଟାଲରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଓଡ଼ିଶାରେ ମଧ୍ୟ ଜିଓ ହାରାହାରି ୪ଜି ଡାଉନଲୋଡ୍ ସ୍ପିଡ ୩୩ ଏମ୍‌ବିପିଏସ୍ ସହିତ ଏହାର ନେତୃତ୍ୱ ସ୍ଥାନ ବଜାୟ ରଖିଛି ଏବଂ ଏହା ପଛକୁ ଭୋଡାଫୋନ ଆଇଡିଆ ହାରାହାରି ୫.୭ ଏମ୍‌ବିପିଏସ୍ ଡାଉନଲୋଡ ସ୍ପିଡ, ଏୟାରଟେଲ ହାରାହାରି ୪.୫ ଏମ୍‌ବିପିଏସ୍ ୪ଜି ଡାଉନଲୋଡ ସ୍ପିଡ୍ ହାସଲ କରିଥିବା ଜଣାପଡିଛି । ଅନୁରୂପ ଭାବରେ ରାଜ୍ୟରେ ଭୋଡାଫୋନ ଆଇଡିଆର ୭.୯ ଏମ୍‌ବିପିଏସ୍ ହାରାହାରି ୪ଜି ଅପ୍‌ଲୋଡ ସ୍ପିଡ ରହିଥିବାବେଳେ ତାହା ପଛକୁ ଜିଓର ୫.୪ ଏମ୍‌ବିପିଏସ୍ ହାରାହାରି ଅପ୍‌ଲୋଡ ସ୍ପିଡ ଏବଂ ଏୟାରଟେଲର ୩.୨ ଏମ୍‌ବିପିଏସ୍ ହାରାହାରି ୪ଜି ଅପ୍‌ଲୋଡ ସ୍ପିଡ ରହିଥିଲା ।

ଏଠାରେ ସୂଚନାଯୋଗ୍ୟ ଯେ, ରିଲାଏନ୍ସ ଜିଓ ନିକଟରେ ସମଗ୍ର ଓଡ଼ିଶାରେ ୨୦ ମେଗାହର୍ଜ ଅତିରିକ୍ତ ୪ଜି ସ୍ପେକ୍ଟ୍ରମ ନିୟୋଜିତ କରିଛି, ଯଦ୍ଦ୍ୱାରା ଏହାର ମୋବିଲିଟି ନେଟୱର୍କ ଅଧିକ ସୁଦୃଢ ହେବା ସହିତ ସମଗ୍ର ରାଜ୍ୟରେ ବର୍ଦ୍ଧିତ ସ୍ପିଡ ଏବଂ ନେଟୱର୍କ କଭରେଜ ସହିତ ଗ୍ରାହକ ଅନୁଭୂତିକୁ ଉଲ୍ଲେଖନୀୟ ଭାବରେ ସମୃଦ୍ଧ କରିଛି ।

Related posts