Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜୁନ୍‌ରେ ଏମ୍‌ବିପିଏସ୍ ଡାଉନଲୋଡ ସ୍ପିଡ୍ ସହିତ ୪ଜି ସ୍ପିଡ୍ ଚାର୍ଟ ଶୀର୍ଷରେ ରିଲାଏନ୍ସ ଜିଓ: ଟ୍ରାଇ ତଥ୍ୟ
ଜାତୀୟ ଖବର

ଜୁନ୍‌ରେ ଏମ୍‌ବିପିଏସ୍ ଡାଉନଲୋଡ ସ୍ପିଡ୍ ସହିତ ୪ଜି ସ୍ପିଡ୍ ଚାର୍ଟ ଶୀର୍ଷରେ ରିଲାଏନ୍ସ ଜିଓ: ଟ୍ରାଇ ତଥ୍ୟ

July 9, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜିଓଫୋନ୍ ବ୍ୟବହାରକାରୀଙ୍କୁ ପ୍ରତି ମାସରେ ବିନା ମୂଲ୍ୟରେ ମିଳିବ ୩୦୦ ମିନିଟ୍‌ର ଆଉଟ୍‌ଗୋଇଙ୍ଗ୍ ଭଏସ୍ କଲ୍

ନୂଆଦିଲ୍ଲୀ / ଭୁବନେଶ୍ୱର: ଭାରତୀୟ ଟେଲିକମ୍ ବଜାରରେ ନିଜର ଆଧିପତ୍ୟ ବଜାୟ ରଖି ରିଲାଏନ୍ସ ଜିଓ ପୁଣିଥରେ ୪ଜି ସ୍ପିଡ ତାଲିକାରେ ଶୀର୍ଷ ସ୍ଥାନରେ ରହିିଛି ଏବଂ ୨୦୨୧ ଜୁନ୍ ମାସରେ ସେକେଣ୍ଡ ପ୍ରତି ୨୧.୯ ମେଗାବିଟ୍ (ଏମ୍‌ବିପିଏସ୍‌) ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ସହିତ ସର୍ବାଗ୍ରେ ରହିଥିବା ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ତଥ୍ୟରେ କୁହାଯାଇଛି ।

ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓର ୪ଜି ନେଟୱର୍କ ସ୍ପିଡ ପୂର୍ବ ମାସ ତୁଳନାରେ ସାମାନ୍ୟ ବୃଦ୍ଧିପାଇଛି, ତେବେ ଜୁନ୍ ମାସରେ ଜିଓର ହାରାହାରି ୪ଜି ଡାଉନଲୋଡ ସ୍ପିଡ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭୋଡାଫୋନ ଆଇଡିଆ ତୁଳନାରେ ତିନିଗୁଣରୁ ଅଧିକ ରହିଥିଲା । ଏହି ମାସରେ ଭୋଡାଫୋନ ଆଇଡିଆ ହାରାହାରି ଡାଉନଲୋଡ ସ୍ପିଡ୍ ୬.୫ ଏମବିପିଏସ୍ ରହିଥିବା ବେଳେ ଭାରତୀ ଏୟାରଟେଲର ଉକ୍ତ ମାସରେ ହାରାହାରି ୪ଜି ଡାଉନଲୋଡ ସ୍ପିଡ୍ ୫ ଏମ୍‌ବିପିଏସ୍ ରହିଥିବା ଏହି ତଥ୍ୟରୁ ଜଣାପଡିଛି । ତେବେ ହାରାହାରି ୪ଜି ଅପ୍‌ଲୋଡ ସ୍ପିଡରେ ଭୋଡାଫୋନ ଆଇଡିଆର ଜୁନ୍ ମାସରେ ସର୍ବାଧିକ ୬.୨ ଏମ୍‌ବିପିଏସ୍ ଥିବାବେଳେ ତାହା ପଛକୁ ରିଲାଏନ୍ସ ଜିଓର ହାରାହାରି ଅପ୍‌ଲୋଡ ସ୍ପିଡ ୪.୮ ଏମ୍‌ବିପିଏସ୍ ଏବଂ ଏୟାରଟେଲର ୩.୯ ଏମ୍‌ବିପିଏସ୍ ରହିଥିଲା ।

ଉଲ୍ଲେଖଯୋଗ୍ୟ ଯେ ଡାଉନଲୋଡ ସ୍ପିଡ ଗ୍ରାହକଙ୍କୁ ଇଂଟରନେଟରୁ ବ୍ରାଉଜ୍ କରି ବିଭିନ୍ନ ବିଷୟବସ୍ତୁ ଦେଖିବାରେ ସହାୟତା କରିଥାଏ ଏବଂ ଅପ୍‌ଲୋଡ ସ୍ପିଡ ସେମାନଙ୍କୁ ସେମାନଙ୍କ ସଂଯୋଗରେ ଥିବା ବ୍ୟକ୍ତିଙ୍କ ନିକଟକୁ ଫଟୋଚିତ୍ର ଅଥବା ଭିଡିଓ ପଠାଇବା ଅଥବା ସେମାନଙ୍କ ସହିତ ସହଭାଗିତା କରିବାରେ ସହାୟକ ହୋଇଥାଏ । ହାରାହାରି ସ୍ପିଡ୍ ଟ୍ରାଇ ପକ୍ଷରୁ ସମଗ୍ର ଦେଶରେ ମାଇଁସ୍ପିଡ୍ ଆପ୍ଲିକେସନ ସହାୟତାରେ ବାସ୍ତବ ସମୟ ଭିତିରେ ସଂଗ୍ରହ କରାଯାଉଥିବା ତଥ୍ୟ ଆଧାରରେ ଗଣନା କରାଯାଇଥାଏ ।

ଟ୍ରାଇ ପକ୍ଷରୁ ମାଇଁସ୍ପିଡ ପୋର୍ଟାଲରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଓଡ଼ିଶାରେ ମଧ୍ୟ ଜିଓ ହାରାହାରି ୪ଜି ଡାଉନଲୋଡ୍ ସ୍ପିଡ ୩୩ ଏମ୍‌ବିପିଏସ୍ ସହିତ ଏହାର ନେତୃତ୍ୱ ସ୍ଥାନ ବଜାୟ ରଖିଛି ଏବଂ ଏହା ପଛକୁ ଭୋଡାଫୋନ ଆଇଡିଆ ହାରାହାରି ୫.୭ ଏମ୍‌ବିପିଏସ୍ ଡାଉନଲୋଡ ସ୍ପିଡ, ଏୟାରଟେଲ ହାରାହାରି ୪.୫ ଏମ୍‌ବିପିଏସ୍ ୪ଜି ଡାଉନଲୋଡ ସ୍ପିଡ୍ ହାସଲ କରିଥିବା ଜଣାପଡିଛି । ଅନୁରୂପ ଭାବରେ ରାଜ୍ୟରେ ଭୋଡାଫୋନ ଆଇଡିଆର ୭.୯ ଏମ୍‌ବିପିଏସ୍ ହାରାହାରି ୪ଜି ଅପ୍‌ଲୋଡ ସ୍ପିଡ ରହିଥିବାବେଳେ ତାହା ପଛକୁ ଜିଓର ୫.୪ ଏମ୍‌ବିପିଏସ୍ ହାରାହାରି ଅପ୍‌ଲୋଡ ସ୍ପିଡ ଏବଂ ଏୟାରଟେଲର ୩.୨ ଏମ୍‌ବିପିଏସ୍ ହାରାହାରି ୪ଜି ଅପ୍‌ଲୋଡ ସ୍ପିଡ ରହିଥିଲା ।

ଏଠାରେ ସୂଚନାଯୋଗ୍ୟ ଯେ, ରିଲାଏନ୍ସ ଜିଓ ନିକଟରେ ସମଗ୍ର ଓଡ଼ିଶାରେ ୨୦ ମେଗାହର୍ଜ ଅତିରିକ୍ତ ୪ଜି ସ୍ପେକ୍ଟ୍ରମ ନିୟୋଜିତ କରିଛି, ଯଦ୍ଦ୍ୱାରା ଏହାର ମୋବିଲିଟି ନେଟୱର୍କ ଅଧିକ ସୁଦୃଢ ହେବା ସହିତ ସମଗ୍ର ରାଜ୍ୟରେ ବର୍ଦ୍ଧିତ ସ୍ପିଡ ଏବଂ ନେଟୱର୍କ କଭରେଜ ସହିତ ଗ୍ରାହକ ଅନୁଭୂତିକୁ ଉଲ୍ଲେଖନୀୟ ଭାବରେ ସମୃଦ୍ଧ କରିଛି ।

jio ril ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୨ ରେ ସାତୋଟି ରାଶିର ଲୋକଙ୍କ ପାଇଁ ରହିଛି ବିପଦ

September 12, 2026

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026

ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ: ହିଜ୍‌ବୁଲାର ୨ କିମି ସୁଡ଼ଙ୍ଗ ଧୂଳିସାତ୍‌

September 11, 2026

ଡିଜିଟାଲ୍ ଯୁଗରେ ନୂଆ ରୂପରେ ରାଜସ୍ୱ ପର୍ଷଦ, ୱେବସାଇଟ୍ ଓ ତ୍ରୈମାସିକ ଜର୍ଣ୍ଣାଲର ଶୁଭାରମ୍ଭ

September 11, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୨ ରେ ସାତୋଟି ରାଶିର ଲୋକଙ୍କ ପାଇଁ ରହିଛି ବିପଦ

September 12, 2026

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026

ଏସ୍‌ବିଆଇ-ଓଡ଼ିଶା ପୁଲିସ ଏମ୍‌ଓୟୁ: ଯବାନଙ୍କୁ ମିଳିବ ୫୦ ଲକ୍ଷର ଦୁର୍ଘଟଣା ବୀମା ଓ ବିଭିନ୍ନ ଅତିରିକ୍ତ ସୁବିଧା

September 11, 2026

ଭିଜିଲାନ୍ସ ଜାଲରେ ପୋଲିସ ବାବୁ: ଲାଞ୍ଚ ନେବା ବେଳେ ବନ୍ଧା ହେଲେ ଏଏସଆଇ

September 11, 2026

ଆର୍‌ଆଣ୍ଡ୍‌ବିରେ ଆର୍ଥିକ ଅନିୟମିତତା ଅଭିଯୋଗ: ସରକାରଙ୍କ କଡ଼ା ଆକ୍ସନ, ଯନ୍ତ୍ରୀ ଅପସାରିତ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.