Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଗତସିଂହପୁର ଜିଲ୍ଲାରେ ପ୍ରାଥମିକ ବୁଣାକାର ସହଯୋଗ ସମିତିକୁ ଆର୍ଥିକ ପ୍ରୋତ୍ସାହନ
ଆଜିର ଖବର

ଜଗତସିଂହପୁର ଜିଲ୍ଲାରେ ପ୍ରାଥମିକ ବୁଣାକାର ସହଯୋଗ ସମିତିକୁ ଆର୍ଥିକ ପ୍ରୋତ୍ସାହନ

July 10, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି
ଜଗତସିଂହପୁର: ବିଶ୍ୱ ମହାମାରୀ କୋଭିଡ୍ ସଂକ୍ରମଣ ସମୟରେ ଜଗତସିଂହପୁର ଜିଲ୍ଲାର ପ୍ରାଥମିକ ବୁଣାକାର ସହଯୋଗ ସମିତି ମାନଙ୍କୁ ରାଜ୍ୟ ସ୍ତରୀୟ ମାର୍କେଟିଂ ସଂଗଠନ ମାନଙ୍କ ସହିତ ବୟନଶିଳ୍ପ ଉତ୍ପାଦ ସାମଗ୍ରୀ କିଣାବିକା ନିମନ୍ତେ ସଂଯୋଗୀକରଣ କରାଯାଇଛି।

୨୦୨୦-୨୧ ଆର୍ଥିକ ବର୍ଷରେ ବଡବାଗ ପ୍ରାଥମିକ ବୁଣାକାର ସହଯୋଗ ସମିତି (ପି.ଏଚ୍.ସି.ଏସ୍)କୁ ବୟନିକା ଅନୁଷ୍ଠାନ ମାଧ୍ୟମରେ ୩୨.୨୫ ଲକ୍ଷ ଓ ୨୦୨୧-୨୨ ବର୍ଷ ପାଇଁ ୫.୫୭ ଲକ୍ଷ ଟଙ୍କା ଏବଂ ଉତ୍କଳିକା ଅନୁଷ୍ଠାନ ମାଧ୍ୟମରେ ୨୦୨୦-୨୧ ବର୍ଷରେ ୪.୫୧ଲକ୍ଷ ଏବଂ ୨୦୨୧-୨୨ ବର୍ଷ ପାଇଁ ୨.୧୪ଲକ୍ଷ ମାର୍କେଟିଂ ନିମନ୍ତେ ସଂଯୋଗ କରାଯାଇଛି।

ସେହିପରି ୨୦୨୦-୨୧ ବର୍ଷରେ ବୟନିକା ସହିତ ଶ୍ରୀ ଶ୍ରୀ ପାର୍ବତୀ (ପି.ଏଚ୍.ସି.ଏସ୍) ୦.୬୭ଲକ୍ଷ , ବାସୁଦେବ ଶ୍ରୀ ସାରଳା (ପି.ଏଚ୍.ସି.ଏସ୍)୮.୫୦ ଲକ୍ଷ, ଜଗନ୍ନାଥପୁର (ପି.ଏଚ୍.ସି.ଏସ୍) ୭ଲକ୍ଷ, ଓଡିଶୋ (ପି.ଏଚ୍.ସି.ଏସ୍) ୧୮.୬୬ ଲକ୍ଷ, ଅଲଣାହାଟ (ପି.ଏଚ୍.ସି.ଏସ୍)୩.୧୭ ଲକ୍ଷ, କେନ୍ଦାଳ (ପି.ଏଚ୍.ସି.ଏସ୍) ୩.୦୧ ଲକ୍ଷ ,ନେତାଜୀ (ପି.ଏଚ୍.ସି.ଏସ୍) ୫.୫୧ ଲକ୍ଷ, ଶ୍ରୀ ଦୁର୍ଗା (ପି.ଏଚ୍.ସି.ଏସ୍) ୧.୭୦ ଲକ୍ଷ ଟଙ୍କା ବଜାର କିଣାବିକା ସୁବିଧା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି। ସେହିପରି ସିଦ୍ଧ ବାନାମ୍ବର ସମିତିକୁ ସମ୍ବଲପୁରୀ ବସ୍ତ୍ରାଳୟ ମାଧ୍ୟମରେ ୨୦୨୦-୨୧ ବର୍ଷ ପାଇଁ ୧୦.୫୦ ଲକ୍ଷ ଓ ୨୦୨୧-୨୨ ବର୍ଷ ପାଇଁ ୧.୬୭ ଲକ୍ଷ ମାର୍କେଟିଂ ସୁବିଧା ଯୋଗାଇ ଦିଆଯାଇଛି।

ଗତ ଜୁଲାଇ ୭ ତାରିଖରେ ଜିଲ୍ଲାସ୍ତରୀୟ ପରିଚାଳନା କମିଟି ବୈଠକରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୪୭ ଜଣ ହିତାଧିକାରୀଙ୍କ ମଧ୍ୟରୁ ୨ଜଣ ବୁଣାକାରଙ୍କୁ ତନ୍ତ ନିମନ୍ତେ ୩୬ ହଜାର ଟଙ୍କା, ୬ ଜଣଙ୍କୁ ତନ୍ତ ସହିତ ଉପସାଧନ ସାମଗ୍ରୀ ନିମନ୍ତେ ୧.୨୯.୬୦୦ ଟଙ୍କା ଓ ୩୯ ଜଣ ବୁଣାକାରଙ୍କୁ ବୁଣାବୁଣି ସାମଗ୍ରୀ ନିମନ୍ତେ ୧.୪୦.୪୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ ନିମନ୍ତେ ଜିଲ୍ଲାପାଳ ଅନୁମୋଦନ କରିଛନ୍ତି।

ଆର୍ଥିକ ପ୍ରୋତ୍ସାହନ ଜଗତସିଂହପୁର ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026

ବିଜେପି ଛାଡିଲେ ମାଲାୟଲମ ଅଭିନେତା: ଟିଭିକେରେ ଯୋଗଦେବା ପାଇଁ କଲେ ଘୋଷଣା

August 24, 2026

ଦକ୍ଷିଣ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ସ୍ୱତନ୍ତ୍ର ପ୍ୟାକେଜ୍ ଓ ବୈଠକ ଦାବି କଲେ ​ବ୍ରହ୍ମପୁର ସାଂସଦ

August 24, 2026
Latest News

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026

ବିଜେପି ଛାଡିଲେ ମାଲାୟଲମ ଅଭିନେତା: ଟିଭିକେରେ ଯୋଗଦେବା ପାଇଁ କଲେ ଘୋଷଣା

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.