Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ଯୋଜନା ପାଇଁ ୫୪,୬୧୮ କୋଟି ଟଙ୍କା ପ୍ୟାକେଜକୁ କ୍ୟାବିନେଟ ମଂଜୁରୀ
ଜାତୀୟ ଖବର

ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ଯୋଜନା ପାଇଁ ୫୪,୬୧୮ କୋଟି ଟଙ୍କା ପ୍ୟାକେଜକୁ କ୍ୟାବିନେଟ ମଂଜୁରୀ

July 15, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରିମଣ୍ଡଳର ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବିଶେଷ ପ୍ରାଣୀଧନ ପ୍ୟାକେଜକୁ କ୍ରିୟାନ୍ୱୟନ ନିମନ୍ତେ ମଞ୍ଜୁରି ପ୍ରଦାନ କରିଛନ୍ତି । ଏହା ଅଧୀନରେ କେତେଗୁଡ଼ିଏ କାର୍ଯ୍ୟକ୍ରମ ସାମିଲ ରହିଛି । ଭାରତ ସରକାରଙ୍କ ଏହିସବୁ ଯୋଜନାଗୁଡ଼ିକର କେତେକ ବ୍ୟବସ୍ଥାକୁ ସଂଶୋଧନ କରାଯାଇଛି ଓ ସେଗୁଡ଼ିକୁ ସୁବ୍ୟବସ୍ଥିତ କରାଯାଇଛି । ଏହି ପଦକ୍ଷେପ ଆଗାମୀ ପାଞ୍ଚବର୍ଷ ନିମନ୍ତେ ଜାରି ରହିବ ଯାହା ୨୦୨୧-୨୨ ଆର୍ଥିକ ବର୍ଷଠାରୁ ଆରମ୍ଭ କରାଯିବ ।

ଏହି ମଂଜୁରୀ ଏଇଥିପାଇଁ ପ୍ରଦାନ କରାଯାଇଛି , ଯଦ୍ୱାରା ପ୍ରାଣୀଧନ କ୍ଷେତ୍ରର ବିକାଶକୁ ଅଧିକ ପ୍ରୋତ୍ସାହନ ମିଳିପାରିବ ଯେଉଁ କାରଣ ଯୋଗୁ ପଶୁପାଳନ କ୍ଷେତ୍ର ସହିତ ସଂଶ୍ଳିଷ୍ଟ ଦେଶର ପ୍ରାୟ ୧୦ କୋଟି କୃଷକଙ୍କୁ ଫାଇଦା ମିଳିପାରିବ । ଏହି ପ୍ୟାକେଜ୍‍ ଅଧୀନରେ କେନ୍ଦ୍ର ସରକାର ଆଗାମୀ ପାଞ୍ଚ ବର୍ଷ ଅବଧି ମଧ୍ୟରେ ୫୪,୬୧୮ କୋଟି ଟଙ୍କାର ମୋଟ ନିବେଶ ସଂଗ୍ରହ କରିବା ନିମନ୍ତେ ୯୮୦୦୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଯୋଗାଇ ଦିଆଯିବ ।

ଆର୍ଥିକ ପ୍ରଭାବ:

କେନ୍ଦ୍ର ସରକାର ୨୦୨୧-୨୨ ଆର୍ଥିକ ବର୍ଷଠାରୁ ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ୯୮୦୦ କୋଟି ଟଙ୍କାର ଆର୍ଥିକ ସହାୟତା ଦେବା ନିମନ୍ତେ ପ୍ରତିବଦ୍ଧତା ପ୍ରକଟ କରିଛନ୍ତି ଯାହା ଏହିସବୁ ଯୋଜାଗୁଡ଼ିକରେ ହିଁ ବ୍ୟୟ କରାଯିବ । ଏହା ଦ୍ୱାରା ପଶୁପାଳନ କ୍ଷେତ୍ରରେ ମୋଟ ୫୪,୬୧୮ କୋଟି ଟଙ୍କା ନିବେଶ ଜୁଟାଇବା ଦିଗରେ ସହାୟକ ହେବ । ଏଥିରେ ରାଜ୍ୟ ସରକାରମାନଙ୍କ, ରାଜ୍ୟ ସହକାରୀତାଗଣ, ଆର୍ଥିକ ସଂସ୍ଥାନ, ବାହ୍ୟ ଆର୍ଥିକ ଏଜେନ୍ସି ଏବଂ ଅନ୍ୟ ହିତଧାରକମାନଙ୍କ ନିବେଶ ସାମିଲ ।

ବିବରଣୀ:

ଏହି ଆର୍ଥିକ ପ୍ରୋତ୍ସାହନ ଆଧାରର ବିଭାଗର ସମସ୍ତ ଯୋଜନାକୁ ତିନିଗୋଟି ବୃହତ୍‍ ବିକାଶ ଯୋଜନାରେ ଶ୍ରେଣୀଭୁକ୍ତ କରାଯିବ । ସେଥିରେ ରାଷ୍ଟ୍ରୀୟ ଗୋକୁଳ ମିଶନ୍‍, ରାଷ୍ଟ୍ରୀୟ ଡାଏରୀ ବିକାଶ କାର୍ଯ୍ୟକ୍ରମ (ଏନପିଡ଼ିଡ଼ି), ରାଷ୍ଟ୍ରୀୟ ପ୍ରାଣୀଧନ ମିଶନ (ଏନଏଲଏମ) ଏବଂ ପ୍ରାଣୀଧନ ଗଣନା ତଥା ଏକୀକୃତ ନମୁନା ସର୍ବେକ୍ଷଣ (ଏଲସି- ଏଣ୍ଡ୍‍ ଆଇଏସଏସ)କୁ ଉପଯୋଜନାଗୁଡ଼ିକ ଆଧାରରେ ସାମିଲ କରାଯାଇଛି । ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର ନାମ ବଦଳାଯାଇ ପ୍ରାଣୀଧନ ସ୍ୱାସ୍ଥ୍ୟ ଏବଂ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଏନଏଡିସିପି) ରଖାଯାଇଛି।

ଏଥିରେ ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ପ୍ରାଣୀଧନ ସ୍ୱାସ୍ଥ୍ୟ ଏବଂ ଯୋଗ ନିୟନ୍ତ୍ରଣକୁ ସାମିଲ କରାଯାଇଛି, କିନ୍ତୁ ଏଥି ସହିତ ରାଷ୍ଟ୍ରୀୟ ପଶୁ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଏବଂ ଅବସଂରଚନା ବିକାଶ ନିଧିକୁ ମଧ୍ୟ ସାମିଲ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ପଶୁପାଳନ ଅବସଂରଚନା ବିକାଶ ନିଧି (ଏଏଚଆଇଡ଼ିଏଫ) ଏବଂ ଡାଏରୀ ଅବସଂରଚନା ବିକାଶ ନିଧି (ଡିଆଇଡିଏଫ)କୁ ପରସ୍ପର ସହିତ ମିଶାଇ ଦିଆଯାଇଛି । ଏହିଭଳି ଭାବେ ଅବସଂରଚନା ବିକାଶ ନିଧି ପ୍ରସ୍ତୁତ କରାଯାଇଛି । ଡାଏରୀ ଗତିବିଧିମାନଙ୍କରେ ସଂଲଗ୍ନ ଡାଏରୀ ସହକାରୀତା ଏବଂ କୃଷକ ଉତ୍ପାଦନ ସଂଗଠନଗୁଡ଼ିକୁ ମଧ୍ୟ ଏହିଭଳି ଭାବେ ତୃତୀୟ ବର୍ଗ ଭାବେ ସାମିଲ କରାଯାଇଛି ଯଦ୍ୱାରା ଡାଏରୀ ସହକାରୀତାଗୁଡ଼ିକୁ ସହାୟତା ମିଳିପାରିବ ।

ପ୍ରଭାବ:

ଋାଷ୍ଟ୍ରୀୟ ଗୋକୁଳ ମିଶନ ଦ୍ୱାରା ସ୍ୱଦେଶୀ ପ୍ରଜାତିର ବିକାଶ ଏବଂ ସଂରକ୍ଷଣ କାର୍ଯ୍ୟକ୍ରମକୁ ସହାୟତା ମିଳିପାରିବ । ଏହାଦ୍ୱାରା ଗାଁର ଗରିବ ଲୋକମାନଙ୍କର ଆର୍ଥିକ ଅବସ୍ଥାରେ ମଧ୍ୟ ସୁଧାର ଆସିପାରିବ । ରାଷ୍ଟ୍ରୀୟ ଡାଏରୀ ବିକାଶ କାର୍ଯ୍ୟକ୍ରମ ଯୋଜନା (ଏନପିଡ଼ିଡ଼ି)ର ଲକ୍ଷ୍ୟ ମୋଟରେ ପ୍ରାୟ ୮୯୦୦ କୁଲର ଲଗାଯିବ ଯେଉଁଥିରେ କି ଦୁଗ୍ଧ ସଂରକ୍ଷଣ କରାଯାଇପାରିବ । ଏଭଳି ପଦକ୍ଷେପ ଦ୍ୱାରା ଆଠଲକ୍ଷରୁ ଅଧିକ ଦୁଗ୍ଧ ଉତ୍ପାଦନଙ୍କୁ ଫାଇଦା ମିଳିବ ଏବଂ ୨୦ ଏଲଏଲପିଡ଼ି ଦୁଧର ଅତିରିକ୍ତ ସଂଗ୍ରହ ସମ୍ଭବପର ହୋଇପାରିବ । ଏନପିଡ଼ିଡ଼ି ଅଧୀରେ ଜାପାନ ଇଣ୍ଟରନ୍ୟାସନାଲକୁ କାର୍ଯ୍ୟକାରୀ ଏଜେନ୍ସି (ଜିଆଇସିଏ) ରୁ ଆର୍ଥିକ ସହାୟତା ପ୍ରାପ୍ତ ହେବ ଯାହାଫଳରେ ଦେଶର ୪୫୦୦ ଗ୍ରାମରେ ନୂତନ ଅବସଂରଚନାର ନିର୍ମାଣ ହେବ ଏବଂ ଗାଁଗୁଡ଼ିକ ଅଧିକ ଶକ୍ତିସମ୍ପନ୍ନ ହୋଇପାରିବେ ।

କ୍ୟାବିନେଟ ମଂଜୁରୀ
Share. Facebook Twitter LinkedIn Email WhatsApp Copy Link

Related Posts

ବଦଳୁଛି ପଶ୍ଚିମ ଏସିଆ ସ୍ଥିତି: ଦେଶରେ ଜାଳେଣି ଓ ଶକ୍ତି ସୁରକ୍ଷା ପାଇଁ ନିରନ୍ତର ଉଦ୍ୟମ ଜାରି

April 15, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେଲେ ଆମେରିକା ରାଷ୍ଟ୍ରପତି

April 15, 2026

ଆଜି ଏପ୍ରିଲ ୧୫ ତାରିଖ ବୁଧବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 15, 2026

ଉତ୍ତରାଖଣ୍ଡରେ ଲୋକଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ କାହିଁକି?

April 14, 2026
Latest News

ବଦଳୁଛି ପଶ୍ଚିମ ଏସିଆ ସ୍ଥିତି: ଦେଶରେ ଜାଳେଣି ଓ ଶକ୍ତି ସୁରକ୍ଷା ପାଇଁ ନିରନ୍ତର ଉଦ୍ୟମ ଜାରି

April 15, 2026

ସମ୍ବଲପୁର ଜିଲ୍ଲାରେ ୩୭୫ କୋଟିର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

April 15, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେଲେ ଆମେରିକା ରାଷ୍ଟ୍ରପତି

April 15, 2026

ଆଜି ଏପ୍ରିଲ ୧୫ ତାରିଖ ବୁଧବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 15, 2026

ଖୋର୍ଦ୍ଧା ରୋଡ୍- ପୁରୀ ସେକ୍ସନର ନିରୀକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

April 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.