Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ସ୍ୱତନ୍ତ୍ର ଇସ୍ପାତ ଉତ୍ପାଦନ ଲାଗି ପ୍ରଦାନ କରାଯିବ ୬,୩୨୨ କୋଟି ଟଙ୍କା
ଜାତୀୟ ଖବର

ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ସ୍ୱତନ୍ତ୍ର ଇସ୍ପାତ ଉତ୍ପାଦନ ଲାଗି ପ୍ରଦାନ କରାଯିବ ୬,୩୨୨ କୋଟି ଟଙ୍କା

July 22, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ସ୍ୱତନ୍ତ୍ର ଇସ୍ପାତ ଉତ୍ପାଦନ ଲାଗି ପ୍ରଦାନ କରାଯିବ ୬,୩୨୨ କୋଟି ଟଙ୍କା

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ସ୍ୱତନ୍ତ୍ର ଇସ୍ପାତ (ସ୍ପେସିଆଲିଟି ଷ୍ଟିଲ୍) ଲାଗି ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନାକୁ ଅନୁମୋଦନ କରିଛନ୍ତି। ଏହି ଯୋଜନାର ଅବଧି ବର୍ଷ ୨୦୨୩-୨୪ ଠାରୁ ୨୦୨୭-୨୮ ପର‌୍ୟ୍ୟନ୍ତ ପାଞ୍ଚ ବର୍ଷ ଲାଗି ହେବ। ୬୩୨୨ କୋଟି ଟଙ୍କାର ବଜେଟ ବ୍ୟୟବରାଦ ସହିତ ଏହି ଯୋଜନା ଫଳରେ ପାଖାପାଖି ୪୦,୦୦୦କୋଟି ଟଙ୍କାର ନିବେଶ ହେବ ଏବଂ ସ୍ୱତନ୍ତ୍ର ଇସ୍ପାତ ଉତ୍ପାଦନ ଲାଗି ୨୫ ମିଲିୟନ ଟନ୍ କ୍ଷମତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏହି ଯୋଜନା ଫଳରେ ପାଖାପାଖି ୫,୨୫,୦୦୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ ଏବଂ ଏଥିମଧ୍ୟରୁ ୬୮,୦୦୦ ପ୍ରତ୍ୟକ୍ଷ ନିଯୁକ୍ତି ହେବ।

ସ୍ୱତନ୍ତ୍ର ଇସ୍ପାତକୁ ଲକ୍ଷ୍ୟ ବର୍ଗ ଆକାରରେ ଚୟନ କରାଯାଇଛି କାରଣ ୨୦୨୦-୨୧ରେ ଉତ୍ପାଦନ ହୋଇଥିବା ୧୦୨ ମିଲିୟନ ଟନ୍ ଇସ୍ପାତ ମଧ୍ୟରୁ ଦେଶରେ ମୂଲ୍ୟ-ବର୍ଦ୍ଧିତ ଇସ୍ପାତ/ସ୍ୱତନ୍ତ୍ର ଇସ୍ପାତ ଉତ୍ପାଦନ ପରିମାଣ ମାତ୍ର ୧୮ ମିଲିୟନ ଟନ୍ ଥିଲା। ଏହା ବ୍ୟତୀତ, ସେହି ବର୍ଷ ୬.୭ ମିଲିୟନ ଟନ୍ ଇସ୍ପାତ ଉତ୍ପାଦନ ହୋଇଥିବା ବେଳେ ସେଥିମଧ୍ୟରୁ ୪ ମିଲିୟନ ଟନ୍ ସ୍ୱତନ୍ତ୍ର ଇସ୍ପାତ ଉତ୍ପାଦନ ହୋଇଥିଲା, ଯାହାଫଳରେ ପାଖାପାଖି ୩୦,୦୦୦ କୋଟି ଟଙ୍କାର ବିଦେଶୀ ମୁଦ୍ରା ବ୍ୟୟ କରିବାକୁ ପଡ଼ିଥିଲା।

ସ୍ୱତନ୍ତ୍ର ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇ, ଭାରତ ଇସ୍ପାତର ମୂଲ୍ୟ ଶୃଙ୍ଖଳାରେ ଉନ୍ନତି କରିବ ଏବଂ କୋରିଆ ଓ ଜାପାନ ଭଳି ଉନ୍ନତ ଇସ୍ପାତ ନିର୍ମାଣକାରୀ ଦେଶର ସମକକ୍ଷ ହୋଇପାରିବ। ଆଶା କରାଯାଉଛି ଯେ ୨୦୨୬-୨୭ ଶେଷ ସୁଦ୍ଧା ସ୍ୱତନ୍ତ୍ର ଇସ୍ପାତ ଉତ୍ପାଦନ ୪୨ ମିଲିୟନ ଟନ୍‌ରେ ପହଞ୍ଚିବ। ଏହାଫଳରେ ପାଖାପାଖି ୨.୫ ଲକ୍ଷ କୋଟି ଟଙ୍କା ମୂଲ୍ୟର ସ୍ୱତନ୍ତ୍ର ଇସ୍ପାତ ଉତ୍ପାଦନ ଏବଂ ଉପଯୋଗ ଭାରତରେ ହୋଇପାରିବ। ଅନ୍ୟଥା ଏହାକୁ ବିଦେଶରୁ ଆମଦାନୀ କରାଯାଇଥାନ୍ତା।

ଅନୁରୂପ ଭାବେ, ସ୍ୱତନ୍ତ୍ର ଇସ୍ପାତ ରପ୍ତାନି ପରିମାଣ ବର୍ତ୍ତମାନର ୧.୭ ମିଲିୟନ ଟନ୍‌ରୁ ବୃଦ୍ଧି ପାଇ ପାଖାପାଖି ୫.୫ ମିଲିୟନ ଟନ୍ ହୋଇଯିବ, ଯାହାଫଳରେ ୩୦,୦୦୦ କୋଟି ଟଙ୍କାର ବିଦେଶୀ ମୂଦ୍ରା ପ୍ରାପ୍ତ ହୋଇପାରିବ। ଏହି ଯୋଜନାର ଲାଭ ବଡ଼ ଭାଗୀଦାର ଅର୍ଥାତ୍ ସମନ୍ବିତ ଇସ୍ପାତ ପ୍ଲାଣ୍ଟ ଏବଂ କ୍ଷୁଦ୍ର ଭାଗିଦାର (ଦ୍ୱିତୀୟ ଇସ୍ପାତ ଭାଗୀଦାର), ଉଭୟଙ୍କୁ ମିଳିପାରିବ।

ସ୍ୱତନ୍ତ୍ର ଇସ୍ପାତ ଏକ ମୂଲ୍ୟବର୍ଦ୍ଧିତ ଇସ୍ପାତ ଅଟେ ଯେଉଁଥିରେ ସାଧାରଣ ଭାବେ ପ୍ରସ୍ତୁତ ହୋଇଥିବା ଇସ୍ପାତକୁ ଉଚ୍ଚ ମୂଲ୍ୟବର୍ଦ୍ଧିତ ଇସ୍ପାତରେ ପରିବର୍ତ୍ତିତ କରିବା ଲାଗି ସେଥିରେ କୋଟିଂ, ପ୍ଲେଟିଂ, ହିଟ୍ ଟ୍ରିଟମେଣ୍ଟ ଜରିଆରେ ପ୍ରଭାବ ପକାଯାଏ। ଏହାର ଉପଯୋଗ ଅଟୋ ମୋବାଇଲ କ୍ଷେତ୍ର, ସ୍ୱତନ୍ତ୍ର କ୍ୟାପିଟାଲ ଉତ୍ପାଦ ଆଦି ବ୍ୟତୀତ ବିଭିନ୍ନ ରଣନୈତିକ ପ୍ରୟୋଗ ଯେପରିକି ପ୍ରତିରକ୍ଷା, ମହାକାଶ, ଇନ୍ଧନ, ଆଦି କ୍ଷେତ୍ରରେ କରାଯାଏ।
ପିଏଲଆଇ ଯୋଜନାରେ ସ୍ୱତନ୍ତ୍ର ଇସ୍ପାତର ପାଞ୍ଚଟି ଶ୍ରେଣୀକୁ ଚୟନ କରାଯାଇଛି, ସେଗୁଡିକ ହେଲା
କ. କୋଟେଡ୍/ପ୍ଲେଟେଡ୍ ଇସ୍ପାତ ଉତ୍ପାଦ
ଖ. ହାଇ ଷ୍ଟ୍ରେନ୍ଥ/ୱିୟର ରେଜିଷ୍ଟାଣ୍ଟ ଷ୍ଟିଲ
ଗ. ସ୍ପେଶିଆଲିଟି ରେଲ୍
ଘ. ଆଲୟ ଷ୍ଟିଲ ଉତ୍ପାଦ ଏବଂ ଷ୍ଟିଲ ୱୟର
ଙ. ଇଲେକ୍ଟ୍ରିକଲ ଷ୍ଟିଲ୍

ଏହି ଉତ୍ପାଦ ଶ୍ରେଣୀରୁ ଆଶା କରାଯାଉଛି ଯେ ଏହି ଯୋଜନା ପୂରଣ ହେବା ପରେ ଭାରତ ଏପିଆଇ ଗ୍ରେଡ ପାଇପ, ହେଡ୍ ହାର୍ଡେନ୍‌ଡ୍ ରେଳ, ଇଲେକ୍ଟ୍ରିକାଲ ଷ୍ଟିଲ (ଟ୍ରାନ୍ସଫର୍ମର ଏବଂ ବିଦ୍ୟୁତ ଉପକରଣରେ ଆବଶ୍ୟକ) ଭଳି ଉତ୍ପାଦର ଉତ୍ପାଦନ କରିବା ଆରମ୍ଭ କରିଦେବ। ବର୍ତ୍ତମାନ ଏଗୁଡ଼ିକର ଅତ୍ୟନ୍ତ ସୀମିତ ପରିମାଣରେ କିମ୍ବା ଆଦୌ ଉତ୍ପାଦନ ହେଉନାହିଁ।

ପିଏଲଆଇ ପ୍ରୋତ୍ସାହନର ତିନୋଟି ସ୍ଲାବ୍ ରହିଛି, ନିମ୍ନ ସ୍ଲାବ ୪% ଏବଂ ସର୍ବୋଚ୍ଚ ସ୍ଲାବ ୧୨% ଅଟେ, ଏହାର ଇଲେକ୍ଟ୍ରିକାଲ ଷ୍ଟିଲ (ସିଆରଜିଓ) ଲାଗି ବ୍ୟବସ୍ଥା କରାଯାଇଛି। ସ୍ୱତନ୍ତ୍ର ଇସ୍ପାତ ପାଇଁ ପିଏଲଆଇ ଯୋଜନାରୁ ଅନେକ ଗୁଡ଼ିଏ ଲାଭ ମିଳିପାରିବ, ଯେପରିକି ଏଥିପାଇଁ ଆବଶ୍ୟକ ମୂଳ ଇସ୍ପାତକୁ ଦେଶ ଭିତରେ ତରଳା ଯିବ ଏବଂ ଢଳାଯିବ, ଯାହାର ଅର୍ଥ ହେଉଛି ସ୍ୱତନ୍ତ୍ର ଇସ୍ପାତ ନିର୍ମାଣ ଲାଗି ଉଦ୍ଦିଷ୍ଟ କଞ୍ଚା ମାଲ (ପ୍ରସ୍ତୁତ ଇସ୍ପାତ) ଭାରତରେ ହିଁ ପ୍ରସ୍ତୁତ କରାଯିବ। ଯାହାଫଳରେ ଦେଶ ଭିତରେ ହିଁ ଆରମ୍ଭରୁ ଶେଷ ପର‌୍ୟ୍ୟନ୍ତ ଏହି ସ୍ୱତନ୍ତ୍ର ଇସ୍ପାତର ସମସ୍ତ ଉତ୍ପାଦନ ପ୍ରକ୍ରିୟା ସମ୍ପାଦନକୁ ପ୍ରୋତ୍ସାହନ ମିଳିବ।

କ୍ୟାବିନେଟ ନିଷ୍ପତି
Share. Facebook Twitter LinkedIn Email WhatsApp Copy Link

Related Posts

ଲଗାତାର ଦ୍ୱିତୀୟ ସିରିଜ୍ ହାରିଲା ଭାରତ: ରଣନୀତି ଉପରେ ଉଠିଲା ପ୍ରଶ୍ନ

July 10, 2026

ସ୍ମାର୍ଟଫୋନ୍, ଲାପଟପ୍ ଓ ସ୍ମାର୍ଟ ଟିଭି ହୋଇପାରେ ଶସ୍ତା! କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତିରେ ଗ୍ରାହକଙ୍କୁ ମିଳିପାରେ ଆଶ୍ୱସ୍ତି

July 10, 2026

ବଙ୍ଗଳାର ସମସ୍ତ ତିନୋଟି ରାଜ୍ୟସଭା ଆସନ ଜିତିବ ବିଜେପି!: ଜାଣନ୍ତୁ ସମୀକରଣ

July 10, 2026

ଚେନ୍ନାଇରେ ହେବ ବିଗ୍ ବ୍ୟାସ୍ ଲିଗ୍ ମ୍ୟାଚ୍: ମେଲବୋର୍ଣ୍ଣରେ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ

July 10, 2026
Latest News

ଲଗାତାର ଦ୍ୱିତୀୟ ସିରିଜ୍ ହାରିଲା ଭାରତ: ରଣନୀତି ଉପରେ ଉଠିଲା ପ୍ରଶ୍ନ

July 10, 2026

ସ୍ମାର୍ଟଫୋନ୍, ଲାପଟପ୍ ଓ ସ୍ମାର୍ଟ ଟିଭି ହୋଇପାରେ ଶସ୍ତା! କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତିରେ ଗ୍ରାହକଙ୍କୁ ମିଳିପାରେ ଆଶ୍ୱସ୍ତି

July 10, 2026

ବଙ୍ଗଳାର ସମସ୍ତ ତିନୋଟି ରାଜ୍ୟସଭା ଆସନ ଜିତିବ ବିଜେପି!: ଜାଣନ୍ତୁ ସମୀକରଣ

July 10, 2026

ଚେନ୍ନାଇରେ ହେବ ବିଗ୍ ବ୍ୟାସ୍ ଲିଗ୍ ମ୍ୟାଚ୍: ମେଲବୋର୍ଣ୍ଣରେ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ

July 10, 2026

ଟ୍ରକ ଭର୍ତ୍ତି ଗଞ୍ଜେଇ ଜବତ : ତିନି ଗିରଫ

July 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.