Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭୁବନେଶ୍ବରର ଓକାକ୍‌ ଟାୱାରରେ ଥିବା ସମସ୍ତ ତଥ୍ୟ ହାସଲ ପାଇଁ ଶୁଭାରମ୍ଭ ହେଲା ଏକ ସ୍ବତନ୍ତ୍ର ଆପ୍
ବିଶେଷ ଖବର

ଭୁବନେଶ୍ବରର ଓକାକ୍‌ ଟାୱାରରେ ଥିବା ସମସ୍ତ ତଥ୍ୟ ହାସଲ ପାଇଁ ଶୁଭାରମ୍ଭ ହେଲା ଏକ ସ୍ବତନ୍ତ୍ର ଆପ୍

July 22, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରର ଓକାକ୍‌ ଟାୱାରରେ ଥିବା ସମସ୍ତ ତଥ୍ୟ ହାସଲ ପାଇଁ ଶୁଭାରମ୍ଭ ହେଲା ଏକ ଆପ୍

ଭୁବନେଶ୍ୱର, ରାଜ୍ୟ ସରକାରଙ୍କ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ୱେବ୍‌ଭିତ୍ତିକ ଓକାକ୍‌ ଟାୱାର ମ୍ୟାନେଜ୍‌ମେଣ୍ଟ ଆପ୍‌ର ଶୁଭାରମ୍ଭ ହୋଇଛି । ଏହା ଦାପ୍ତରିକ କାର୍ଯ୍ୟ ପରିଚାଳନାରେ ତ୍ରୁଟିହୀନ ସେବା ଯୋଗାଇଦେବ । ଦପ୍ତର ପରିଚାଳନା, କମ୍ପାନୀମାନଙ୍କୁ ସ୍ଥାନ ଆବଣ୍ଟନ, ବିଭିନ୍ନ ଦେୟ ସଂଗ୍ରହ, ସବ୍‌ସିଡି ପରିଚାଳନା ଓ ଆପତ୍ତି-ଅଭିଯୋଗର ସମାଧାନ ପରି ବିଭିନ୍ନ ଦାପ୍ତରିକ କାର୍ଯ୍ୟକଳାପ ନିମନ୍ତେ ଏହା ସ୍ୱୟଂକ୍ରିୟ ସେବା ପ୍ରଦାନ କରିବ ।

କ୍ରୀଡ଼ା ଓ ଯୁବସେବା, ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ  ତୁଷାରକାନ୍ତି ବେହେରା ଏହି ଆପ୍‌ର ଶୁଭାରମ୍ଭ କରି ସରକାରଙ୍କ ପ୍ରଶାସନିକ ପରିଚାଳନା ନିମନ୍ତେ ୫-‘ଟି’ ଉପକ୍ରମରେ ରହିଥିବା ସ୍ୱଚ୍ଛତାକୁ ଏହା ଗୁରୁତ୍ୱ ଦେବ ବୋଲି ପ୍ରକାଶ କରିଛନ୍ତି । ବିଭିନ୍ନ ଅଫିସ୍‌ ପରିଚାଳନା ବ୍ୟବସ୍ଥାରେ ଏହି ଆପ୍‌ ତା’ର ପାରଦର୍ଶୀ ସହଯୋଗ ବିସ୍ତାର କରିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଆଶା ପ୍ରକଟ କରିବା ସହିତ ଓକାକ୍‌ ଟାୱାରରୁ କାର୍ଯ୍ୟକରୁଥିବା ବିଭିନ୍ନ ଆଇଟି କମ୍ପାନୀଗୁଡ଼ିକର ଆସ୍ଥା ବୃଦ୍ଧିରେ ଏହି ୱେବ୍‌ଭିତ୍ତିକ ଆପ୍‌ ସହାୟକ ହେବ ବୋଲି ଉଲ୍ଲେଖ କରିଛନ୍ତି ।

ପୂର୍ବରୁ ଅନେକ ପ୍ରଶାସନିକ କାର୍ଯ୍ୟରେ ଆବଶ୍ୟକ ହେଉଥିବା ଜଟିଳ ପ୍ରକ୍ରିୟାକୁ ପ୍ରତିହତ କରି ଏହି ଓକାକ୍‌ ଟାୱାର ମ୍ୟାନେଜ୍‌ମେଣ୍ଟ ଆପ୍‌ ସେଗୁଡ଼ିକୁ ସ୍ୱୟଂକି୍ରୟ କରିବ । ବର୍ତ୍ତମାନ ଏହି ଆପ୍‌ ଜରିଆରେ ସ୍ଥାନ ପରିଚାଳନା, ସ୍ଥାନ ଆବଣ୍ଟନ, ଆର୍ଥିକ ଦେୟ ହିସାବ, ମାସିକ ଆବଶ୍ୟକତାର ଉପଲବ୍ଧି, ଅନ୍‌ଲାଇନ୍‌ ଦେୟପ୍ରଦାନ ସୁବିଧା, ସବ୍‌ସିଡି ପରିଚାଳନା, ଓକାକ୍‌ ତଥା ଅନ୍ୟମାନଙ୍କ ମଧ୍ୟରେ ଡିଜିଟାଲ ଯୋଗାଯୋଗ ଏବଂ ଅନ୍‌ଲାଇନ ଆପତ୍ତି-ଅଭିଯୋଗ ପରିଚାଳନା ଇତ୍ୟାଦି ସ୍ୱୟଂକ୍ରିୟ ହୋଇପାରିବ ।

ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ସଚିବ ଶ୍ରୀ ମନୋଜ ମିଶ୍ର ଏହି ଅବସରରେ କହିଛନ୍ତି ଯେ ଏହି ଆପ୍‌ ଫଳରେ ଏକ ବ୍ୟସ୍ତବହୁଳ ପରିବେଶରେ ଉପଯୁକ୍ତ ସୁବିଧା ସହିତ ସେବାଯୋଗାଣର ଏକ ସମର୍ଥ ପାରିପାଶ୍ୱର୍କ ସ୍ଥିତି ସୃଷ୍ଟି ହୋଇପାରିବ । ଇ-ଗଭର୍ଣ୍ଣାନ୍ସ ମାଧ୍ୟମରେ ଏକ ସ୍ୱଚ୍ଛ ପ୍ରଶାସନିକ ବ୍ୟବସ୍ଥା ନିମନ୍ତେ ଓକାକ୍‌ ଟାୱାର ମ୍ୟାନେଜ୍‌ମେଣ୍ଟ ଆପ୍‌ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ।

Share. Facebook Twitter LinkedIn Email WhatsApp Copy Link

Related Posts

କଣ୍ଟେନର ଧକ୍କାରେ ୨ ମୃତ

June 10, 2026

ଦିଘାସ୍ଥିତ ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୁରୀ ସାଂସଦ

June 10, 2026

ମଦ ଦୋକାନ ଲାଇସେନ୍ସ ପୂର୍ବରୁ ସରକାରଙ୍କୁ ମିଳିଗଲାଣି ୮୪୦ କୋଟି, ପଟିଆ ଅଞ୍ଚଳ ପାଇଁ ସର୍ବାଧିକ ଆବେଦନ

June 10, 2026

ଭୁବନେଶ୍ବରରେ ନିର୍ମାଣ ହେବ ଜନାଶ୍ରୟ ଭବନ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଲେ ତଦାରଖ

June 10, 2026
Latest News

କଣ୍ଟେନର ଧକ୍କାରେ ୨ ମୃତ

June 10, 2026

ଦିଘାସ୍ଥିତ ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୁରୀ ସାଂସଦ

June 10, 2026

ଆପାଚି ହେଲିକପ୍ଟର ଘଟଣା ପରେ ଇରାନ ଉପରେ ଆମେରିକାର ପ୍ରତିଆକ୍ରମଣ

June 10, 2026

ମଦ ଦୋକାନ ଲାଇସେନ୍ସ ପୂର୍ବରୁ ସରକାରଙ୍କୁ ମିଳିଗଲାଣି ୮୪୦ କୋଟି, ପଟିଆ ଅଞ୍ଚଳ ପାଇଁ ସର୍ବାଧିକ ଆବେଦନ

June 10, 2026

ବିଶ୍ୱର ୩ଟି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟକୁ ଭାରତରେ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ମଞ୍ଜୁରୀ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.