Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ କର୍ମଚାରୀ ଓ ପରିବାର ସଦସ୍ୟଙ୍କୁ ୧୦ ଲକ୍ଷ ଟିକାକରଣ ସମ୍ପାଦିତ; ଆଉ ୧୦ ଲକ୍ଷ ସାଧାରଣ ଜନତାଙ୍କୁ ଦେବ ଟୀକା
ଆଜିର ଖବର

ରିଲାଏନ୍ସ କର୍ମଚାରୀ ଓ ପରିବାର ସଦସ୍ୟଙ୍କୁ ୧୦ ଲକ୍ଷ ଟିକାକରଣ ସମ୍ପାଦିତ; ଆଉ ୧୦ ଲକ୍ଷ ସାଧାରଣ ଜନତାଙ୍କୁ ଦେବ ଟୀକା

July 27, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ/ଭୁବନେଶ୍ୱର: ଉଦ୍ୟୋଗ ଜଗତର ସବୁଠୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ ସ୍ୱରୂପ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ବର୍ତମାନ ସୁଦ୍ଧା ୧୦ ଲକ୍ଷରୁ ଅଧିକ ଟିକାକରଣ କରାଯାଇଛି। ଏହି ଟିକାଗୁଡ଼ିକୁ ରିଲାଏନ୍ସ ଫାଉଣ୍ଡେସନ୍‌ର “ମିସନ ଭ୍ୟାକ୍ସିନ୍ ସୁରକ୍ଷା’ ଅଧୀନରେ ଦିଆଯାଇଛି। ଦେଶରେ କୋଭିଡ୍ ଟିକାକରଣ ଅଭିଯାନକୁ ଆଗକୁ ବଢ଼ାଇ ସାଧାରଣ ଜନତାଙ୍କୁ ଅତିରିକ୍ତ ୧୦ ଲକ୍ଷ ଟିକା ଦେବ ବୋଲି ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଘୋଷଣା କରାଯାଇଛି।

ଗତ ମାସରେ କଂପାନିର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌)ରେ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନି ସାଧାରଣ ଜନତାଙ୍କ ଟିକାକରଣ ଲାଗି ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ। ସେ କହିଛନ୍ତି ଯେ ଏହି ମିସନକୁ ଦେଶବ୍ୟାପୀ ଲାଗୁ କରିବା ଏକ ବହୁତ ବଡ଼ କାର୍ଯ୍ୟ। କିନ୍ତୁ ଏହା ହେଉଛି ଆମର ଧର୍ମ। ସମସ୍ତ ଭାରତୀୟଙ୍କ ପାଇଁ ଏହା ହେଉଛି ଆମର କର୍ତବ୍ୟ, ସୁରକ୍ଷା ଓ ସୁରକ୍ଷା ପ୍ରତି ଆମର ପ୍ରତିବଦ୍ଧତା। ଆମର ଦୃଢ଼ ବିଶ୍ୱାସ ରହିଛି ଯେ ମିଳିତ ଭାବେ ଆମେ ଏହି କାର୍ଯ୍ୟ କରିପାରିବା ଏବଂ ଏହି ସଙ୍କଟରୁ ଉଦ୍ଧାର ପାଇବା।

ରିଲାଏନ୍ସ ପକ୍ଷରୁ ଟିକାକରଣ ପାଇଁ ସାରା ଦେଶରେ ୧୭୧ କେନ୍ଦ୍ର ସ୍ଥାପନ କରାଯାଇଛି। ରିଲାଏନ୍ସ ଫାଉଣ୍ଡେସନ ଏବେ ଏନ୍‌ଜିଓଗୁଡ଼ିକ ଜରିଆରେ ଅତିିରିକ୍ତ ୧୦ ଲକ୍ଷ ଟିକା ଡୋଜ୍ ଦେବ। ସେଗୁଡ଼ିକ କାରଖାନା ଆଖପାଖରେ ବାସ କରୁଥିବା ଲୋକ ଓ ସାଧାରଣ ଜନତାଙ୍କୁ ଦିଆଯିବ।

“ମିସନ ଭ୍ୟାକ୍ସିନ୍ ସୁରକ୍ଷା’ ଅଧୀନରେ ଟିକାର ୧୦ ଲକ୍ଷ ଡୋଜ୍ ଦିଆଯିବା କାର୍ଯ୍ୟ ଶେଷ ହୋଇଛି। କଂପାନିର ୯୮ ପ୍ରତିଶତ କର୍ମଚାରୀ ଅତି କମ୍‌ରେ ଟିକାର ଗୋଟିଏ ଲେଖାଏଁ ଡୋଜ୍ ନେଇସାରିଛନ୍ତି। କରୋନା ଟିକାକରଣ ଅଧୀନରେ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ସାମିଲ କରାଯାଇଛି। ଏହା ବ୍ୟତୀତ କଂପାନି ତରଫରୁ ଅଫ୍ ରୋଲ୍ କର୍ମଚାରୀ, ସେମାନଙ୍କ ପରିବାର ସଦସ୍ୟ, ଅବସର ଗ୍ରହଣ କରିଥିବା କର୍ମଚାରୀ ତଥା ସେମାନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ମାଗଣାରେ ଟିକା ଦିଆଯାଉଛି।

କୋଭିଡ୍ ମହାମାରୀକୁ ରୋକିବା ଲାଗି ରିଲାଏନ୍ସ ଫାଉଣ୍ଡେସନ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛି। ଏକ ଲକ୍ଷ ରୋଗୀଙ୍କୁ ଯେଭଳି ଅକ୍ସିଜେନ୍ ମିଳିପାରିବ ସେଥିପାଇଁ ବିନା ମୂଲ୍ୟରେ ମେଡିକାଲ୍ ଗ୍ରେଡ୍ ଅକ୍ସିଜେନ୍ ଉତ୍ପାଦନ କରାଯାଉଛି। ଏହା ସହିତ ସାରା ଦେଶରେ ଏହା ୨୦୦୦ କୋଭିଡ୍ କେୟାର ଶଯ୍ୟାର ଦେଖାଶୁଣାର ଦାୟିତ୍ୱ ନେଇଛି। କରୋନା ଦ୍ୱାରା ପ୍ରଭାବିତ ଲୋକଙ୍କୁ ଫାଉଣ୍ଡେସନ ତରଫରୁ ୭.୫ କୋଟି ଭୋଜନ ଉପଲବ୍ଧ କରାଯାଇଛି। ଆଗଧାଡିର କରୋନା ଯୋଦ୍ଧା, ଦିନ ମଜୁରିଆ, ପରିବହନ କର୍ମଚାରୀ, ଉଠାଦୋକାନୀ ଏବଂ ଏହିଭଳି ଅନେକ ବର୍ଗର ଲୋକଙ୍କୁ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଏକ କୋଟିରୁ ଉର୍ଦ୍ଧ୍ୱ ମାସ୍କ ଓ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଛି।

ରିଲାଏନ୍ସ ୨୦୧୯-୨୦ ଆର୍ଥିକ ବର୍ଷରେ ଦେଶର ମୋଟ ସିଏସ୍‌ଆର୍ ବ୍ୟୟର ୪ ପ୍ରତିଶତ ମହତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦାନ କରିଛି। ଏହା ସଂଗଠିତ ଭାବରେ କରୋନା ମୁକାବିଲାରେ ଦେଶପାଇଁ ସହାୟକ ହୋଇଥିବା ବେଳେ ଟିକାକରଣ ମିଶନ୍ ଦେଶବାସୀଙ୍କ ପ୍ରତି ଯତ୍ନଶୀଳ ରହିବାନେଇ ରିଲାଏନ୍ସର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରିଛି।

ଉଦ୍ୟୋଗ ଜଗତ ରିଲାଏନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମବାୟ ମନ୍ତ୍ରୀମାନଙ୍କ ସହ ଅମିତ ଶାହଙ୍କ ଉଚ୍ଚସ୍ତରୀୟ ବୈଠକ

February 19, 2026

ଆଜିଠାରୁ ଦଶମ ବୋର୍ଡ ପରୀକ୍ଷା: ୫ ଲକ୍ଷରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

February 19, 2026

ଆଜି ୧୯ ତାରିଖରେ ଏହି ରାଶିର ବ୍ୟକ୍ତିମାନେ ସବୁକ୍ଷେତ୍ରରେ ହେବେ ସଫଳତା, ଜାଣନ୍ତୁ ରାଶିଫଳ

February 19, 2026

ଶେଷ ପର୍ଯ୍ୟନ୍ତ ଲଢ଼ିଲା ନେଦରଲ୍ୟାଣ୍ଡ: ୧୭ ରନ୍ ରେ ଜିତିଲା ଭାରତ

February 18, 2026
Latest News

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମବାୟ ମନ୍ତ୍ରୀମାନଙ୍କ ସହ ଅମିତ ଶାହଙ୍କ ଉଚ୍ଚସ୍ତରୀୟ ବୈଠକ

February 19, 2026

ଆଜିଠାରୁ ଦଶମ ବୋର୍ଡ ପରୀକ୍ଷା: ୫ ଲକ୍ଷରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

February 19, 2026

ଆଜି ୧୯ ତାରିଖରେ ଏହି ରାଶିର ବ୍ୟକ୍ତିମାନେ ସବୁକ୍ଷେତ୍ରରେ ହେବେ ସଫଳତା, ଜାଣନ୍ତୁ ରାଶିଫଳ

February 19, 2026

ଶେଷ ପର୍ଯ୍ୟନ୍ତ ଲଢ଼ିଲା ନେଦରଲ୍ୟାଣ୍ଡ: ୧୭ ରନ୍ ରେ ଜିତିଲା ଭାରତ

February 18, 2026

ଏଆଇ ଦାୟିତ୍ୱବୋଧ ସଂକଳ୍ପରେ ଭାରତର ବିଶ୍ୱରେକର୍ଡ: ୨୪ ଘଣ୍ଟାରେ ୨.୫ ଲକ୍ଷ ସଂକଳ୍ପ

February 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.