ରିଲାଏନ୍ସ କର୍ମଚାରୀ ଓ ପରିବାର ସଦସ୍ୟଙ୍କୁ ୧୦ ଲକ୍ଷ ଟିକାକରଣ ସମ୍ପାଦିତ; ଆଉ ୧୦ ଲକ୍ଷ ସାଧାରଣ ଜନତାଙ୍କୁ ଦେବ ଟୀକା

Published: Jul 27, 2021, 10:54 am IST

ମୁମ୍ବାଇ/ଭୁବନେଶ୍ୱର: ଉଦ୍ୟୋଗ ଜଗତର ସବୁଠୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ ସ୍ୱରୂପ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ବର୍ତମାନ ସୁଦ୍ଧା ୧୦ ଲକ୍ଷରୁ ଅଧିକ ଟିକାକରଣ କରାଯାଇଛି। ଏହି ଟିକାଗୁଡ଼ିକୁ ରିଲାଏନ୍ସ ଫାଉଣ୍ଡେସନ୍‌ର ମିସନ ଭ୍ୟାକ୍ସିନ୍ ସୁରକ୍ଷା’ ଅଧୀନରେ ଦିଆଯାଇଛି। ଦେଶରେ କୋଭିଡ୍ ଟିକାକରଣ ଅଭିଯାନକୁ ଆଗକୁ ବଢ଼ାଇ ସାଧାରଣ ଜନତାଙ୍କୁ ଅତିରିକ୍ତ ୧୦ ଲକ୍ଷ ଟିକା ଦେବ ବୋଲି ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଘୋଷଣା କରାଯାଇଛି।

ଗତ ମାସରେ କଂପାନିର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌)ରେ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନି ସାଧାରଣ ଜନତାଙ୍କ ଟିକାକରଣ ଲାଗି ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ। ସେ କହିଛନ୍ତି ଯେ ଏହି ମିସନକୁ ଦେଶବ୍ୟାପୀ ଲାଗୁ କରିବା ଏକ ବହୁତ ବଡ଼ କାର୍ଯ୍ୟ। କିନ୍ତୁ ଏହା ହେଉଛି ଆମର ଧର୍ମ। ସମସ୍ତ ଭାରତୀୟଙ୍କ ପାଇଁ ଏହା ହେଉଛି ଆମର କର୍ତବ୍ୟସୁରକ୍ଷା ଓ ସୁରକ୍ଷା ପ୍ରତି ଆମର ପ୍ରତିବଦ୍ଧତା। ଆମର ଦୃଢ଼ ବିଶ୍ୱାସ ରହିଛି ଯେ ମିଳିତ ଭାବେ ଆମେ ଏହି କାର୍ଯ୍ୟ କରିପାରିବା ଏବଂ ଏହି ସଙ୍କଟରୁ ଉଦ୍ଧାର ପାଇବା।

ରିଲାଏନ୍ସ ପକ୍ଷରୁ ଟିକାକରଣ ପାଇଁ ସାରା ଦେଶରେ ୧୭୧ କେନ୍ଦ୍ର ସ୍ଥାପନ କରାଯାଇଛି। ରିଲାଏନ୍ସ ଫାଉଣ୍ଡେସନ ଏବେ ଏନ୍‌ଜିଓଗୁଡ଼ିକ ଜରିଆରେ ଅତିିରିକ୍ତ ୧୦ ଲକ୍ଷ ଟିକା ଡୋଜ୍ ଦେବ। ସେଗୁଡ଼ିକ କାରଖାନା ଆଖପାଖରେ ବାସ କରୁଥିବା ଲୋକ ଓ ସାଧାରଣ ଜନତାଙ୍କୁ ଦିଆଯିବ।

ମିସନ ଭ୍ୟାକ୍ସିନ୍ ସୁରକ୍ଷା’ ଅଧୀନରେ ଟିକାର ୧୦ ଲକ୍ଷ ଡୋଜ୍ ଦିଆଯିବା କାର୍ଯ୍ୟ ଶେଷ ହୋଇଛି। କଂପାନିର ୯୮ ପ୍ରତିଶତ କର୍ମଚାରୀ ଅତି କମ୍‌ରେ ଟିକାର ଗୋଟିଏ ଲେଖାଏଁ ଡୋଜ୍ ନେଇସାରିଛନ୍ତି। କରୋନା ଟିକାକରଣ ଅଧୀନରେ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ସାମିଲ କରାଯାଇଛି। ଏହା ବ୍ୟତୀତ କଂପାନି ତରଫରୁ ଅଫ୍ ରୋଲ୍ କର୍ମଚାରୀସେମାନଙ୍କ ପରିବାର ସଦସ୍ୟଅବସର ଗ୍ରହଣ କରିଥିବା କର୍ମଚାରୀ ତଥା ସେମାନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ମାଗଣାରେ ଟିକା ଦିଆଯାଉଛି।

କୋଭିଡ୍ ମହାମାରୀକୁ ରୋକିବା ଲାଗି ରିଲାଏନ୍ସ ଫାଉଣ୍ଡେସନ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛି। ଏକ ଲକ୍ଷ ରୋଗୀଙ୍କୁ ଯେଭଳି ଅକ୍ସିଜେନ୍ ମିଳିପାରିବ ସେଥିପାଇଁ ବିନା ମୂଲ୍ୟରେ ମେଡିକାଲ୍ ଗ୍ରେଡ୍ ଅକ୍ସିଜେନ୍ ଉତ୍ପାଦନ କରାଯାଉଛି। ଏହା ସହିତ ସାରା ଦେଶରେ ଏହା ୨୦୦୦ କୋଭିଡ୍ କେୟାର ଶଯ୍ୟାର ଦେଖାଶୁଣାର ଦାୟିତ୍ୱ ନେଇଛି। କରୋନା ଦ୍ୱାରା ପ୍ରଭାବିତ ଲୋକଙ୍କୁ ଫାଉଣ୍ଡେସନ ତରଫରୁ ୭.୫ କୋଟି ଭୋଜନ ଉପଲବ୍ଧ କରାଯାଇଛି। ଆଗଧାଡିର କରୋନା ଯୋଦ୍ଧାଦିନ ମଜୁରିଆପରିବହନ କର୍ମଚାରୀଉଠାଦୋକାନୀ ଏବଂ ଏହିଭଳି ଅନେକ ବର୍ଗର ଲୋକଙ୍କୁ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଏକ କୋଟିରୁ ଉର୍ଦ୍ଧ୍ୱ ମାସ୍କ ଓ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଛି।

ରିଲାଏନ୍ସ ୨୦୧୯-୨୦ ଆର୍ଥିକ ବର୍ଷରେ ଦେଶର ମୋଟ ସିଏସ୍‌ଆର୍ ବ୍ୟୟର ୪ ପ୍ରତିଶତ ମହତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦାନ କରିଛି। ଏହା ସଂଗଠିତ ଭାବରେ କରୋନା ମୁକାବିଲାରେ ଦେଶପାଇଁ ସହାୟକ ହୋଇଥିବା ବେଳେ ଟିକାକରଣ ମିଶନ୍ ଦେଶବାସୀଙ୍କ ପ୍ରତି ଯତ୍ନଶୀଳ ରହିବାନେଇ ରିଲାଏନ୍ସର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରିଛି।

Related posts