ଭାରତୀୟ ଏସ୍‌ୟୁଭି ମାର୍କେଟ ପାଇଁ କଟିଙ୍ଗ୍-ଏଜ୍ ‘କନେକ୍ଟେଡ୍ କାର୍ ସଲ୍ୟୁସନ୍’ ଆଣିବାକୁ ଏମ୍‌ଜି ଏବଂ ଜିଓ ମଧ୍ୟରେ ସହଭାଗିତା

Published: Aug 4, 2021, 8:04 pm IST
ନୂଆଦିଲ୍ଲୀ: ସବୁଠାରୁ ଉତ୍ତମ ଶ୍ରେଣୀରେ ସଂଯୁକ୍ତ କାର ଟେକ୍ନୋଲୋଜି ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ, ଏମ୍‌ଜି ମୋଟର ଇଣ୍ଡିଆ ଭାରତର ଅଗ୍ରଣୀ ଡିଜିଟାଲ ସେବା ପ୍ରଦାନକାରୀ ଜିଓ ସହ ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍‌ସ୍ (ଆଇଓଟି) ସ୍ପେସରେ ସହଭାଗିତା ଘୋଷଣା କରିଛି। ଏକ ଅଟୋ-ଟେକ୍ ଆବିଷ୍କାରକ ଭାବରେ ଏହାର ସ୍ଥିତି ପ୍ରତିଷ୍ଠାକରି, ଏମ୍‌ଜି ମୋଟର ଇଣ୍ଡିଆ ଏହାର ଆଗାମୀ ମଧ୍ୟମ ବର୍ଗର ଏସ୍‌ୟୁଭିରେ ଜିଓର ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍‌ସ୍ (ଆଇଓଟି) ସମାଧାନ ଦ୍ୱାରା ସକ୍ଷମ ଆଇଟି ସିଷ୍ଟମର ନିରନ୍ତର ସଂଯୋଗ ପ୍ରଦାନ କରିବ।

ଏହି ସହଭାଗିତା ଏକ ସୁଦୃଢ ନୂତନ ଯୁଗର ମୋବିଲିଟି ସମାଧାନକୁ ସକ୍ଷମ କରିବ। ଭାରତର ସର୍ବବୃହତ୍ ଇଣ୍ଟିଗ୍ରେଟେଡ୍ ଟେଲିକମ୍ ଓ ଡିଜିଟାଲ୍ ସେବା ପ୍ରଦାନକାରୀ ଜିଓ ଏହି ସ୍ୱତନ୍ତ୍ର ଡିଜାଇନ୍ ଅଟୋମୋବାଇଲ୍ ସମାଧାନକୁ ସକ୍ଷମ କରିବ। ଏହାଦ୍ୱରା ଏମ୍‌ଜି ମୋଟର୍ସର ଆଗକୁ ଆସିବାକୁ ଥିବା ମଧ୍ୟମ ବର୍ଗର ଏସ୍‌ୟୁଭିର ଗ୍ରାହକମାନେ କେବଳ ମେଟ୍ରୋ ଓ ବଡ ସହର ନୁଡେଁ, ଛୋଟ ସହର ଓ ଗ୍ରାମାଞ୍ଚଳରେ ମଧ୍ୟ ଉଚ୍ଚ ଗୁଣବତ୍ତା ସଂଯୋଗ ସହିତ ଜିଓର ବ୍ୟାପକ ଇଂଟରନେଟ୍ ଦ୍ୱାରା ଉପକୃତ ହେବେ। ଜିଓର ନ୍ୟୁ-ଏଜ୍ କନେକ୍ଟେଡ୍ ବାହନ ସମାଧାନ ହେଉଛି ହାର୍ଡୱେର୍‌, ସଫ୍ଟୱେର୍ ଏବଂ କନେକ୍ଟେିଭିଟିର ଏକ ସମାହାର ଯାହା ଉପଭୋକ୍ତାମାନଙ୍କୁ ଟ୍ରେଣ୍ଡିଂ ଇନ୍‌ଫୋଟେନମେଂଟ୍ ଏବଂ ରିଅଲ୍ ଟାଇମ୍ ଟେଲିମାଟିକ୍ସକୁ ଯିବାରେ ସକ୍ଷମ କରିବ।

ଜିଓର ନିର୍ଦ୍ଦେଶକ ତଥା ସଭାପତି କିରଣ ଥୋମାସ କହିଛନ୍ତି ଯେ “ଜିଓ ଭାରତୀୟ ବ୍ୟବହାରକାରୀଙ୍କ ପାଇଁ ଅତ୍ୟାଧୁନିକ ଟେକ୍ନୋଲୋଜି ଉତ୍ପାଦ ଏବଂ ସମାଧାନର ଏକ ଇକୋସିଷ୍ଟମ ନିର୍ମାଣ କରୁଛି। ଏମ୍‌ଜି ମୋଟର ଇଣ୍ଡିଆ ସହିତ ଆମର ସହଭାଗିତା ସେହି ଯାତ୍ରାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ। ଜିଓର ଇ-ସିମ୍‌, ଆଇଓଟି ଏବଂ ଷ୍ଟ୍ରିମିଂ ସମାଧାନ ଏମ୍‌ଜି ବ୍ୟବହାରକାରୀଙ୍କୁ ରିଅଲ୍-ଟାଇମ୍ କନେକ୍ଟିଭିଟି, ଇନଫୋଟେନ୍ମେଣ୍ଟ ଏବଂ ଟେଲିମାଟିକ୍ସକୁ ପ୍ରବେଶ କରିବାକୁ ସକ୍ଷମ କରିବ। ଏହାର ମୁଖ୍ୟ ସ୍ତମ୍ଭ ଭାବରେ ନୂତନ ଭାବରେ ଗଢିବା ସହ ଅଟୋମୋବାଇଲ ଶିଳ୍ପରେ ଟେକ୍ନୋଲୋଜିକାଲ୍ ବିବର୍ତ୍ତନ ପାଇଁ ଏହା ଏକ ପ୍ରତିବଦ୍ଧତା।”

Related posts