Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭାରତ ଏବଂ ତାଇୱାନ୍ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ସହଭାଗିତା ନେଇ ଆଗ୍ରହୀ ତାଇୱାନ୍‌

ଭୁବନେଶ୍ୱର: ଯୁଗ୍ମ ଡିଗ୍ରୀ ପ୍ରୋଗ୍ରାମ୍ ସହିତ ତାଇୱାନ୍ କମ୍ପାନୀଗୁଡ଼ିକରେ ନିଯୁକ୍ତି ନିମନ୍ତେ ସୋଆ ଛାତ୍ରଛାତ୍ରୀମାନଙ୍କୁ ମାଣ୍ଡାରିନ୍ ଶିକ୍ଷା ପ୍ରଦାନ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ସହିତ ସହଭାଗିତା କରିବା ପାଇଁ ତାଇୱାନ୍ ଇଚ୍ଛା ପ୍ରକାଶ କରିଛି।

ଡାକ୍ତରୀ ଏବଂ ଇଞ୍ଜିନିୟରିଂ ଶିକ୍ଷା ନିମନ୍ତେ ବେଶ ପ୍ରତିଷ୍ଠା ଲାଭ କରିଥିବା ସୋଆ ସହିତ ଆମେ ସହଭାଗିତା କରିବା ପାଇଁ ଚାହୁଁଛୁ ଏବଂ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଯେଭଳି ମାଣ୍ଡାରିନ୍ ଶିକ୍ଷା ଗ୍ରହଣ କରିପାରିବେ ସେ ନିମନ୍ତେ ତାଇୱାନ୍ ଏଜୁକେସନ୍ ସେଂଟର ପ୍ରତିଷ୍ଠା କରିବା ପାଇଁ ଆମେ ଇଚ୍ଛୁକ ବୋଲି ତାଇପେଇ ଇକୋନମିକ ଆଣ୍ଡ କଲ୍‌ଚରାଲ୍ ସେଂଟର୍ ଇନ୍ ଇଣ୍ଡିଆର ଏଜୁକେସନ୍ ଡିଭିଜନ୍‌ର ଆସିଷ୍ଟାଂଟ ରିପ୍ରେଜେନ୍‌ଟେଟିଭ ଡାଇରେକ୍ଟର ପିଟର୍ସ ଲି-ଇଙ୍ଗ ଚେନ୍ ଏଠାରେ ଶୁକ୍ରବାର କହିଛନ୍ତି।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ବିଶ୍ୱବିଦ୍ୟାଳୟ ପରିସରରେ ସୌଜନ୍ୟମୂଳକ ସାକ୍ଷାତ କରିବା ଅବସରରେ ଶ୍ରୀ ଚେନ୍ କହିଛନ୍ତି ଯେ ଭାରତୀୟ ଏବଂ ତାଇୱାନ୍ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ସହଭାଗିତା ଏବଂ ଶିକ୍ଷାକୁ ନେଇ ବୁଝାମଣା ସ୍ୱାକ୍ଷରିତ କରିବାକୁ ତାଇୱାନ୍ ବେଶ ଆଗ୍ରହୀ ଅଟେ।

ସେ କହିଛନ୍ତି ଯେ ଭାରତରେ ତାଇପେଇ ଇକୋନମିକ ଆଣ୍ଡ କଲଚରାଲ୍ ସେଂଟର ଦ୍ୱାରା ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପ୍ରାୟ ୨୫ଟି ତାଇୱାନ୍ ଏଜୁକେସନ୍ ସେଂଟର ପ୍ରତିଷ୍ଠା ହୋଇସାରିଥିବା ବେଳେ ଏମାନଙ୍କ ମଧ୍ୟରେ ଆଇଆଇଟି ବମ୍ବେ ଏବଂ ଆଇଆଇଟି ମାଡ୍ରାସ ମଧ୍ୟ ରହିଛନ୍ତି। ଆମେ ଭାରତୀୟ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ତାଇୱାନ୍‌ରୁ ମାଣ୍ଡାରିନ୍ ଶିକ୍ଷକ ଯୋଗାଇ ଦେଉଛୁ ଯାହା ଦ୍ୱାରା କି ଛାତ୍ରଛାତ୍ରୀମାନେ ଏହି ଭାଷା ଶିକ୍ଷା କରିପାରିବେ ଏବଂ ତାଇୱାନ୍ କମ୍ପାନୀଗୁଡ଼ିକରେ ନିଯୁକ୍ତି ପାଇବା ନିମନ୍ତେ ଏହା ସେମାନଙ୍କ ପାଇଁ ସହାୟକ ହୋଇପାରିବ।

ସହଭାଗିତା ଦ୍ୱାରା ସେମିକଣ୍ଡକ୍ଟର ଉପରେ ୨ ବର୍ଷିୟା ପୋଷ୍ଟ ଗ୍ରାଜୁଏଟ୍ ପାଠ୍ୟକ୍ରମ ଆରମ୍ଭ ହୋଇପାରିବ ଏବଂ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ଆଦାନ ପ୍ରଦାନ ମଧ୍ୟ ସମ୍ଭବ ହୋଇପାରିବ। ଛାତ୍ରଛାତ୍ରୀମାନେ ଗୋଟିଏ ବର୍ଷ ଭାରତରେ ଶିକ୍ଷା ଗ୍ରହଣ କରିପାରିବେ ଏବଂ ଅନ୍ୟ ବର୍ଷଟି ତାଇୱାନ୍‌ର ଶିଳ୍ପ କ୍ଷେତ୍ରରେ ତାଲିମ ନେଇ ପାରିବେ। ଏହା ଦ୍ୱାରା ସେମାନେ ଫକ୍ସକନ୍ ଭଳି ହାଇଏଣ୍ଡ ସେମି କଣ୍ଡକ୍ଟର୍ ଚିପ୍ସର ଉତ୍ପାଦନକାରୀ କମ୍ପାନୀ ତଥା ଅନ୍ୟ କମ୍ପାନୀଗୁଡ଼ିକରେ ନିଯୁକ୍ତି ପାଇପାରିବେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଭାରତୀୟ ଏସ୍‌ୟୁଭି ମାର୍କେଟ ପାଇଁ କଟିଙ୍ଗ୍-ଏଜ୍ ‘କନେକ୍ଟେଡ୍ କାର୍ ସଲ୍ୟୁସନ୍’ ଆଣିବାକୁ ଏମ୍‌ଜି ଏବଂ ଜିଓ ମଧ୍ୟରେ ସହଭାଗିତା

ନୂଆଦିଲ୍ଲୀ: ସବୁଠାରୁ ଉତ୍ତମ ଶ୍ରେଣୀରେ ସଂଯୁକ୍ତ କାର ଟେକ୍ନୋଲୋଜି ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ, ଏମ୍‌ଜି ମୋଟର ଇଣ୍ଡିଆ ଭାରତର ଅଗ୍ରଣୀ ଡିଜିଟାଲ ସେବା ପ୍ରଦାନକାରୀ ଜିଓ ସହ ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍‌ସ୍ (ଆଇଓଟି) ସ୍ପେସରେ ସହଭାଗିତା ଘୋଷଣା କରିଛି। ଏକ ଅଟୋ-ଟେକ୍ ଆବିଷ୍କାରକ ଭାବରେ ଏହାର ସ୍ଥିତି ପ୍ରତିଷ୍ଠାକରି, ଏମ୍‌ଜି ମୋଟର ଇଣ୍ଡିଆ ଏହାର ଆଗାମୀ ମଧ୍ୟମ ବର୍ଗର ଏସ୍‌ୟୁଭିରେ ଜିଓର ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍‌ସ୍ (ଆଇଓଟି) ସମାଧାନ ଦ୍ୱାରା ସକ୍ଷମ ଆଇଟି ସିଷ୍ଟମର ନିରନ୍ତର ସଂଯୋଗ ପ୍ରଦାନ କରିବ।

ଏହି ସହଭାଗିତା ଏକ ସୁଦୃଢ ନୂତନ ଯୁଗର ମୋବିଲିଟି ସମାଧାନକୁ ସକ୍ଷମ କରିବ। ଭାରତର ସର୍ବବୃହତ୍ ଇଣ୍ଟିଗ୍ରେଟେଡ୍ ଟେଲିକମ୍ ଓ ଡିଜିଟାଲ୍ ସେବା ପ୍ରଦାନକାରୀ ଜିଓ ଏହି ସ୍ୱତନ୍ତ୍ର ଡିଜାଇନ୍ ଅଟୋମୋବାଇଲ୍ ସମାଧାନକୁ ସକ୍ଷମ କରିବ। ଏହାଦ୍ୱରା ଏମ୍‌ଜି ମୋଟର୍ସର ଆଗକୁ ଆସିବାକୁ ଥିବା ମଧ୍ୟମ ବର୍ଗର ଏସ୍‌ୟୁଭିର ଗ୍ରାହକମାନେ କେବଳ ମେଟ୍ରୋ ଓ ବଡ ସହର ନୁଡେଁ, ଛୋଟ ସହର ଓ ଗ୍ରାମାଞ୍ଚଳରେ ମଧ୍ୟ ଉଚ୍ଚ ଗୁଣବତ୍ତା ସଂଯୋଗ ସହିତ ଜିଓର ବ୍ୟାପକ ଇଂଟରନେଟ୍ ଦ୍ୱାରା ଉପକୃତ ହେବେ। ଜିଓର ନ୍ୟୁ-ଏଜ୍ କନେକ୍ଟେଡ୍ ବାହନ ସମାଧାନ ହେଉଛି ହାର୍ଡୱେର୍‌, ସଫ୍ଟୱେର୍ ଏବଂ କନେକ୍ଟେିଭିଟିର ଏକ ସମାହାର ଯାହା ଉପଭୋକ୍ତାମାନଙ୍କୁ ଟ୍ରେଣ୍ଡିଂ ଇନ୍‌ଫୋଟେନମେଂଟ୍ ଏବଂ ରିଅଲ୍ ଟାଇମ୍ ଟେଲିମାଟିକ୍ସକୁ ଯିବାରେ ସକ୍ଷମ କରିବ।

ଜିଓର ନିର୍ଦ୍ଦେଶକ ତଥା ସଭାପତି କିରଣ ଥୋମାସ କହିଛନ୍ତି ଯେ “ଜିଓ ଭାରତୀୟ ବ୍ୟବହାରକାରୀଙ୍କ ପାଇଁ ଅତ୍ୟାଧୁନିକ ଟେକ୍ନୋଲୋଜି ଉତ୍ପାଦ ଏବଂ ସମାଧାନର ଏକ ଇକୋସିଷ୍ଟମ ନିର୍ମାଣ କରୁଛି। ଏମ୍‌ଜି ମୋଟର ଇଣ୍ଡିଆ ସହିତ ଆମର ସହଭାଗିତା ସେହି ଯାତ୍ରାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ। ଜିଓର ଇ-ସିମ୍‌, ଆଇଓଟି ଏବଂ ଷ୍ଟ୍ରିମିଂ ସମାଧାନ ଏମ୍‌ଜି ବ୍ୟବହାରକାରୀଙ୍କୁ ରିଅଲ୍-ଟାଇମ୍ କନେକ୍ଟିଭିଟି, ଇନଫୋଟେନ୍ମେଣ୍ଟ ଏବଂ ଟେଲିମାଟିକ୍ସକୁ ପ୍ରବେଶ କରିବାକୁ ସକ୍ଷମ କରିବ। ଏହାର ମୁଖ୍ୟ ସ୍ତମ୍ଭ ଭାବରେ ନୂତନ ଭାବରେ ଗଢିବା ସହ ଅଟୋମୋବାଇଲ ଶିଳ୍ପରେ ଟେକ୍ନୋଲୋଜିକାଲ୍ ବିବର୍ତ୍ତନ ପାଇଁ ଏହା ଏକ ପ୍ରତିବଦ୍ଧତା।”