Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଭାରତ ଏବଂ ତାଇୱାନ୍ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ସହଭାଗିତା ନେଇ ଆଗ୍ରହୀ ତାଇୱାନ୍‌
ଅନ୍ତରାଷ୍ଟ୍ରୀୟ

ଭାରତ ଏବଂ ତାଇୱାନ୍ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ସହଭାଗିତା ନେଇ ଆଗ୍ରହୀ ତାଇୱାନ୍‌

October 28, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଯୁଗ୍ମ ଡିଗ୍ରୀ ପ୍ରୋଗ୍ରାମ୍ ସହିତ ତାଇୱାନ୍ କମ୍ପାନୀଗୁଡ଼ିକରେ ନିଯୁକ୍ତି ନିମନ୍ତେ ସୋଆ ଛାତ୍ରଛାତ୍ରୀମାନଙ୍କୁ ମାଣ୍ଡାରିନ୍ ଶିକ୍ଷା ପ୍ରଦାନ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ସହିତ ସହଭାଗିତା କରିବା ପାଇଁ ତାଇୱାନ୍ ଇଚ୍ଛା ପ୍ରକାଶ କରିଛି।

ଡାକ୍ତରୀ ଏବଂ ଇଞ୍ଜିନିୟରିଂ ଶିକ୍ଷା ନିମନ୍ତେ ବେଶ ପ୍ରତିଷ୍ଠା ଲାଭ କରିଥିବା ସୋଆ ସହିତ ଆମେ ସହଭାଗିତା କରିବା ପାଇଁ ଚାହୁଁଛୁ ଏବଂ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଯେଭଳି ମାଣ୍ଡାରିନ୍ ଶିକ୍ଷା ଗ୍ରହଣ କରିପାରିବେ ସେ ନିମନ୍ତେ ତାଇୱାନ୍ ଏଜୁକେସନ୍ ସେଂଟର ପ୍ରତିଷ୍ଠା କରିବା ପାଇଁ ଆମେ ଇଚ୍ଛୁକ ବୋଲି ତାଇପେଇ ଇକୋନମିକ ଆଣ୍ଡ କଲ୍‌ଚରାଲ୍ ସେଂଟର୍ ଇନ୍ ଇଣ୍ଡିଆର ଏଜୁକେସନ୍ ଡିଭିଜନ୍‌ର ଆସିଷ୍ଟାଂଟ ରିପ୍ରେଜେନ୍‌ଟେଟିଭ ଡାଇରେକ୍ଟର ପିଟର୍ସ ଲି-ଇଙ୍ଗ ଚେନ୍ ଏଠାରେ ଶୁକ୍ରବାର କହିଛନ୍ତି।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ବିଶ୍ୱବିଦ୍ୟାଳୟ ପରିସରରେ ସୌଜନ୍ୟମୂଳକ ସାକ୍ଷାତ କରିବା ଅବସରରେ ଶ୍ରୀ ଚେନ୍ କହିଛନ୍ତି ଯେ ଭାରତୀୟ ଏବଂ ତାଇୱାନ୍ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ସହଭାଗିତା ଏବଂ ଶିକ୍ଷାକୁ ନେଇ ବୁଝାମଣା ସ୍ୱାକ୍ଷରିତ କରିବାକୁ ତାଇୱାନ୍ ବେଶ ଆଗ୍ରହୀ ଅଟେ।

ସେ କହିଛନ୍ତି ଯେ ଭାରତରେ ତାଇପେଇ ଇକୋନମିକ ଆଣ୍ଡ କଲଚରାଲ୍ ସେଂଟର ଦ୍ୱାରା ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପ୍ରାୟ ୨୫ଟି ତାଇୱାନ୍ ଏଜୁକେସନ୍ ସେଂଟର ପ୍ରତିଷ୍ଠା ହୋଇସାରିଥିବା ବେଳେ ଏମାନଙ୍କ ମଧ୍ୟରେ ଆଇଆଇଟି ବମ୍ବେ ଏବଂ ଆଇଆଇଟି ମାଡ୍ରାସ ମଧ୍ୟ ରହିଛନ୍ତି। ଆମେ ଭାରତୀୟ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ତାଇୱାନ୍‌ରୁ ମାଣ୍ଡାରିନ୍ ଶିକ୍ଷକ ଯୋଗାଇ ଦେଉଛୁ ଯାହା ଦ୍ୱାରା କି ଛାତ୍ରଛାତ୍ରୀମାନେ ଏହି ଭାଷା ଶିକ୍ଷା କରିପାରିବେ ଏବଂ ତାଇୱାନ୍ କମ୍ପାନୀଗୁଡ଼ିକରେ ନିଯୁକ୍ତି ପାଇବା ନିମନ୍ତେ ଏହା ସେମାନଙ୍କ ପାଇଁ ସହାୟକ ହୋଇପାରିବ।

ସହଭାଗିତା ଦ୍ୱାରା ସେମିକଣ୍ଡକ୍ଟର ଉପରେ ୨ ବର୍ଷିୟା ପୋଷ୍ଟ ଗ୍ରାଜୁଏଟ୍ ପାଠ୍ୟକ୍ରମ ଆରମ୍ଭ ହୋଇପାରିବ ଏବଂ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ଆଦାନ ପ୍ରଦାନ ମଧ୍ୟ ସମ୍ଭବ ହୋଇପାରିବ। ଛାତ୍ରଛାତ୍ରୀମାନେ ଗୋଟିଏ ବର୍ଷ ଭାରତରେ ଶିକ୍ଷା ଗ୍ରହଣ କରିପାରିବେ ଏବଂ ଅନ୍ୟ ବର୍ଷଟି ତାଇୱାନ୍‌ର ଶିଳ୍ପ କ୍ଷେତ୍ରରେ ତାଲିମ ନେଇ ପାରିବେ। ଏହା ଦ୍ୱାରା ସେମାନେ ଫକ୍ସକନ୍ ଭଳି ହାଇଏଣ୍ଡ ସେମି କଣ୍ଡକ୍ଟର୍ ଚିପ୍ସର ଉତ୍ପାଦନକାରୀ କମ୍ପାନୀ ତଥା ଅନ୍ୟ କମ୍ପାନୀଗୁଡ଼ିକରେ ନିଯୁକ୍ତି ପାଇପାରିବେ।

ଭାରତ ଶିକ୍ଷା ଓ ଅନୁସନ୍ଧାନ ସହଭାଗିତା
Share. Facebook Twitter LinkedIn Email WhatsApp Copy Link

Related Posts

୨ କଲରାପତରିଆ ଛାଲ ଜବତ, ୬ ଗିରଫ

October 9, 2026

ଏସ୍‌ଆଇ ପରୀକ୍ଷା ଜାଲିଆତି ମାମଲା: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଛାନ୍‌ଭିନ୍‌

October 9, 2026

ଓଆଇଏସ୍ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ: ସଠିକ୍‌, ଶୀଘ୍ର ଓ ସରଳତା

October 9, 2026

୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ

October 9, 2026
Latest News

୨ କଲରାପତରିଆ ଛାଲ ଜବତ, ୬ ଗିରଫ

October 9, 2026

ଏସ୍‌ଆଇ ପରୀକ୍ଷା ଜାଲିଆତି ମାମଲା: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଛାନ୍‌ଭିନ୍‌

October 9, 2026

ଓଆଇଏସ୍ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ: ସଠିକ୍‌, ଶୀଘ୍ର ଓ ସରଳତା

October 9, 2026

୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ

October 9, 2026

ବେଲଗୁଣ୍ଠାରେ ବେଆଇନ ବନ୍ଧୁକ ଜବତ: ଜଣେ ଗିରଫ

October 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.