Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ କେରଳ ସରକାରଙ୍କୁ ୨.୫ ଲକ୍ଷ କୋଭିଡ-୧୯ ଟିକା ଡୋଜ ପ୍ରଦାନ
ଆଜିର ଖବର

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ କେରଳ ସରକାରଙ୍କୁ ୨.୫ ଲକ୍ଷ କୋଭିଡ-୧୯ ଟିକା ଡୋଜ ପ୍ରଦାନ

August 13, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ତିରୁଅନନ୍ତପୁରମ: କେରଳ ସରକାରଙ୍କ କୋଭିଡ୍ ଟିକାକରଣ ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ରାଜ୍ୟ ପାଇଁ ୨.୫ ଲକ୍ଷ ମାଗଣା କୋଭିଡ-୧୯ ଟିକା ଡୋଜ ଯୋଗାଇ ଦିଆଯାଇଛି। ଏ ସମ୍ପର୍କିତ ପ୍ରତିବଦ୍ଧତା ପତ୍ର କେରଳ ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାୟି ବିଜୟନଙ୍କୁ ରିଲାଏନ୍ସର ଏକ ପ୍ରତିନିଧି ଦଳ ଆନୁଷ୍ଠାନିକ ଭାବରେ ପ୍ରଦାନ କରିଥିଲେ। ଏଥିପାଇଁ ନିଜ ଅନ୍ତରର କୃତଜ୍ଞତା ଜଣାଇ ଶ୍ରୀ ବିଜୟନ କହିଥିଲେ, ରିଲାଏନ୍ସ ଫାଉଣ୍ଡେସନର ଏଭଳି ସମର୍ଥନ ରାଜ୍ୟର ଟିକାକରଣ ଅଭିଯାନକୁ ନିଃସନ୍ଦେହରେ ସୁଦୃଢ କରିବ।

ଗୋଷ୍ଠୀ କଲ୍ୟାଣ ଦିଗରେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିବଦ୍ଧତାକୁ ପୁନଃ ମଜଭୁତ କରି ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା-ଅଧ୍ୟକ୍ଷା ଶ୍ରୀମତୀ ନିତା ଏମ୍ ଅମ୍ବାନି କହିଛନ୍ତି, “କୋଭିଡ-୧୯ ବିରୁଦ୍ଧରେ ଭାରତର ଲଢେଇର ପ୍ରତିଟି ପଦକ୍ଷେପରେ ଆମେ ରାଷ୍ଟ୍ର ସହିତ ଛିଡା ହୋଇଛୁ। ଭୂତାଣୁ କବଳରୁ ଜନସାଧାରଣଙ୍କୁ ସୁରକ୍ଷା ଦେବାପାଇଁ ବ୍ୟାପକ ଟିକାକରଣ ଏକମାତ୍ର ସଫଳ ମାଧ୍ୟମ। ସମଗ୍ର ଦେଶରେ ମାଗଣା ଟିକାକରଣ ପାଇଁ ଆମେ ‘ମିଶନ ଭାକ୍‌ସିନ ସୁରକ୍ଷା’ ଆରମ୍ଭ କରିଥିଲୁ। ଏହି ୨.୫ ଲକ୍ଷ ମାଗଣା ଟିକା ଡୋଜ୍ ସହିତ ରିଲାଏନ୍ସ ଫାଉଣ୍ଡେସନ ଆବଶ୍ୟକତା ସମୟରେ କେରଳ ଜନସାଧାରଣଙ୍କୁ ପ୍ରତି ସମର୍ଥନକୁ ପୁନଃ ଦୃଢ଼ିଭୂତ କରୁଛି। ଆମେ ସମସ୍ତେ ମିଳିତ ଭାବରେ ଏହି ଆହ୍ୱାନମୂଳକ ପରିସ୍ଥିତିର ଊର୍ଦ୍ଧ୍ୱକୁ ଉଠିପାରିବା ଏବଂ ଏକ ମଜଭୁତ ରାଷ୍ଟ୍ର ଭାବରେ ପୁଣି ଛିଡାହେବା।”

ଟିକାଗୁଡିକ ଗୁରୁବାର ଦିନ କୋଚିଠାରେ ପହଂଚିିବା ପରେ ତାହାକୁ କେରଳ ମେଡିକାଲ ସର୍ଭିସେସ କର୍ପୋରେସନକୁ ହସ୍ତାନ୍ତର କରାଯାଇଛି। କେରଳ ସରକାରଙ୍କ ପକ୍ଷରୁ ଏର୍ଣ୍ଣାକୁଲମ ଜିଲାପାଳ ଜାଫର ମଲିକ ଟିକାଗୁଡିକ ଗ୍ରହଣ କରିଥିଲେ। କେରଳ ସ୍ୱାସ୍ଥ୍ୟ ବିଭାଗ ଜରିଆରେ ଟିକାଗୁଡିକ ଆବଂଟନ କରାଯିବା ସହିତ ଲୋକଙ୍କୁ ଦିଆଯିବ।

ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ୨୦୧୮ରେ କେରଳରେ ବନ୍ୟାବିପତି ଦେଖାଦେଇଥିବାବେଳେ ରିଲାଏନ୍ସ ଫାଉଣ୍ଡେସନ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୧ କୋଟି ଟଙ୍କା ପ୍ରଦାନ କରିବା ସହିତ ଆଲପୁଝାରେ ରିଲିଫ ଶିବିର ପରିଚାଳନା ଏବଂ ତାହାସହିତ ୫୦ କୋଟି ଟଙ୍କା ମୂଲ୍ୟର ପୋଷାକ, ଜୋତାଚପଲ, ଶୁଖିଲା ଗ୍ରୋସେରୀ ସାମଗ୍ରୀ ବଂଟନ ସହିତ ସ୍ୱାସ୍ଥ୍ୟସେବା ସହାୟତା ଯୋଗାଇ ଦେଇଥିଲା। ୨୦୧୯ରେ ରିଲାଏନ୍ସ କେରଳ ମୁଖ୍ୟମନ୍ତ୍ରୀଙ୍କ ବିପର୍ଯ୍ୟୟ ରିଲିଫ ପାଣ୍ଠିକୁ ୫କୋଟି ଟଙ୍କା ଦାନ କରିବା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ଓ ଭୂସ୍ଖଳନ ପ୍ରଭାବିତ ଲୋକଙ୍କୁ ସେମାନଙ୍କ ଜୀବନ ପୁନଃ ଆଗେଇନେବା ଓ ଭିତିଭୂମି ପୁନଃବାହାଲ କରିବାକୁ ସହାୟତା ଯୋଗାଇ ଦେଇଥିଲା।

ଏହି ମହାମାରୀ ଆରମ୍ଭ ଦିନଠାରୁ କୋଭିଡ-୧୯ ବିରୁଦ୍ଧ ଲଢେଇରେ ରିଲାଏନ୍ସ ଫାଉଣ୍ଡେସନ ଶ୍ରୀମତୀ ନିତା ଅମ୍ବାନିଙ୍କ ନେତୃତ୍ୱରେ ରାଷ୍ଟ୍ରକୁ ସମର୍ଥନ କରିବା କ୍ଷେତ୍ରରେ ଅଗ୍ରଭାଗରେ ରହିଆସିଛି। ସମଗ୍ର ଦେଶରେ ନମୁନା ପରୀକ୍ଷଣ ଠାରୁ ସ୍ୱାସ୍ଥ୍ୟସେବା ପର୍ଯ୍ୟନ୍ତ, ଡାକ୍ତରୀ ଅକ୍ସିଜେନ ଠାରୁ ମାଗଣା ଭୋଜନ ଏବଂ ମାସ୍କ ବଂଟନ ଠାରୁ ଆପଦଶଙ୍କୁଳ ଜନସାଧାରଣଙ୍କ ସୁବିଧା ପର୍ଯ୍ୟନ୍ତ ବିବିଧ ପଦକ୍ଷେପ ଗ୍ରହଣ କରିଛି। ସେଥିମଧ୍ୟରେ ଦୈନିକ ୧ ଲକ୍ଷ ରୋଗୀଙ୍କର ଆବଶ୍ୟକତା ପୂରଣ ପାଇଁ ମାଗଣାରେ ଡାକ୍ତରୀ ଅକ୍ସିଜେନ ଯୋଗାଣ, ସମଗ୍ର ଦେଶରେ ୨ହଜାରରୁ ଅଧିକ କୋଭିଡ ଚିକିତ୍ସା ଶଯ୍ୟା ସ୍ଥାପନ ଓ ଆନୁଷଙ୍ଗିକ ସୁବିଧା ସୁଯୋଗକୁ ସମର୍ଥନ, ମହାମାରୀ ଦ୍ୱାରା ପ୍ରଭାବିତ ଆପଦପୂର୍ଣ୍ଣ ଜନସମୁଦାୟଙ୍କୁ ୭.୫ କୋଟିରୁ ଅଧିକ ଭୋଜନ ଯୋଗାଣ, ନିରାପତା ପାଇଁ ୧ କୋଟିରୁ ଅଧିକ ମାସ୍କ ଏବଂ ସଚେନତା ବାର୍ତା ବଂଟନ ଆଦି ଅନ୍ତର୍ଭୁକ୍ତ।

ମିଶନ ଭାକ୍‌ସିନ ସୁରକ୍ଷାର ଅଂଶସ୍ୱରୂପ ରିଲାଏନ୍ସର କର୍ମଚାରୀ, ପରିବାର ସଦସ୍ୟ ଏବଂ ନିର୍ଭରଶୀଳ ବ୍ୟକ୍ତିଙ୍କୁ ୧୦ ଲକ୍ଷରୁ ଅଧିକ କୋଭିଡ-୧୯ ଟିକା ଦିଆଯାଇସାରିଛି। ଏହି ଅଭିଯାନକୁ କେରଳ ଏବଂ ସମଗ୍ର ଦେଶକୁ ସଂପ୍ରସାରଣ କରିବା, ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ରାଷ୍ଟ୍ର ସହିତ ଛିଡାହେବା ଏବଂ ଜରୁରୀ ସମୟରେ ଯଥାସମ୍ଭବ ସେବା କରିବା ଲକ୍ଷ୍ୟରେ ଜାରି ରଖିଥିବା ‘ୱି କେୟାର’ ପ୍ରତିବଦ୍ଧତାକୁ ଅଧିକ ମଜଭୁତ କରୁଛି।

କେରଳ ସରକାର କୋଭିଡ -୧୯ ଟିକା ଟିକାକରଣ ଅଭିଯାନ ତିରୁଅନନ୍ତପୁରମ ରିଲାଏନ୍ସ ଫାଉଣ୍ଡେସନ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

‘ଔରଙ୍ଗଜେବଙ୍କ ଭଳି ମାନସିକତା’: ଅଖିଳେଶ ଯାଦବଙ୍କ ଉପରେ ସଙ୍ଗୀତ ସୋମଙ୍କ କଡ଼ା ଆକ୍ରମଣ

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026

ଟାଙ୍ଗିଆରେ ହାଣି ବଡଭାଇକୁ ହତ୍ୟା

September 12, 2026
Latest News

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

‘ଔରଙ୍ଗଜେବଙ୍କ ଭଳି ମାନସିକତା’: ଅଖିଳେଶ ଯାଦବଙ୍କ ଉପରେ ସଙ୍ଗୀତ ସୋମଙ୍କ କଡ଼ା ଆକ୍ରମଣ

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026

୮୦ ଦଶକ ଫଟୋ ଟ୍ରେଣ୍ଡ୍‌ର ମୋହ: ଗୋଟିଏ ଫଟୋ ପାଇଁ ଖର୍ଚ୍ଚ ହେଉଛି ଲିଟର ଲିଟର ପାଣି

September 12, 2026

ଟାଙ୍ଗିଆରେ ହାଣି ବଡଭାଇକୁ ହତ୍ୟା

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.