Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»PIB_NEWS»କୋଲ ଇଣ୍ଡିଆ ଲିମିଟେଡର ଇନୋଭେଟିଭ ରିମୋଟ୍‌ଲି ପାଇଲଟେଡ ଏୟାରକ୍ରାଫ୍ଟ ସିଷ୍ଟମ ବ୍ୟବସ୍ଥା ଉଦଘାଟିତ
PIB_NEWS

କୋଲ ଇଣ୍ଡିଆ ଲିମିଟେଡର ଇନୋଭେଟିଭ ରିମୋଟ୍‌ଲି ପାଇଲଟେଡ ଏୟାରକ୍ରାଫ୍ଟ ସିଷ୍ଟମ ବ୍ୟବସ୍ଥା ଉଦଘାଟିତ

September 2, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ପ୍ରଥମ ଥର ପାଇଁ କୋଇଲା ମନ୍ତ୍ରଣାଳୟ ଅଧୀନ କୋଲ ଇଣ୍ଡିଆ ଲିମିଟେଡ (ସିଆଇଏଲ)ରେ ଇନୋଭେଟିଭ୍ ରିମୋଟ୍‌ଲି ପାଇଲଟେଡ ଏୟାରକ୍ରାଫ୍ଟ ସିଷ୍ଟମ (ଆରପିଏଏସ) ବ୍ୟବସ୍ଥା କାଯ୍ୟକାରୀ ହୋଇଛି। ମହାନଦୀ କୋଲ ଫିଲ୍ଡସ ଲିମିଟେଡ (ଏମସିଏଲ)ରେ ଏହି ବ୍ୟବସ୍ଥାକୁ ଗତକାଲି ଉଦଘାଟନ କରାଯାଇଛି।

ଏହାକୁ ଏମସିଏଲର ଇନୋଭେସନ ସେଲ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଦ୍ବାରା ଡିଜାଇନ କରାଯାଇଛି। ରିମୋଟ ମନିଟରିଂ ପାଇଁ “ବିହଙ୍ଗମ” ନାମରେ ଏକ ପୋର୍ଟାଲ ପ୍ରସ୍ତୁତ କରାଯାଇଛି। ମୁମ୍ବାଇସ୍ଥିତ ଡ୍ରୋନ ନିର୍ମାଣ, ରୋବୋଟିକ୍ସ ଏବଂ ଅଟୋମେସନ ଷ୍ଟାର୍ଟଅପ ପକ୍ଷରୁ ଏହାକୁ ପ୍ରସ୍ତୁତ କରାଯାଇଛି।

ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଏହି ପ୍ରୟାସ ଦ୍ବାରା କମ୍ପାନୀ ଇଣ୍ଟରନେଟ ମାଧ୍ୟମରେ ରିୟଲ-ଟାଇମ ଭିଡିଓ ପର‌୍ୟ୍ୟନ୍ତ ପହଞ୍ଚିବାରେ ସକ୍ଷମ ହୋଇପାରିବ। ସେହିପରି ଖଣିରେ ଡ୍ରୋନ ଏବଂ ଅନ୍ୟ ଆନୁସଙ୍ଗିକ ଉପକରଣର ସମ୍ଭାବ୍ୟ ଉପଯୋଗ ପାଇଁ ଏହା ମାର୍ଗ ପ୍ରଶସ୍ତ କରିବ।
କୋଲ ଇଣ୍ଡିଆ ଲିମିଟେଡର ଅଧ୍ୟକ୍ଷ ଶ୍ରୀ ପ୍ରମୋଦ ଅଗ୍ରଓ୍ବାଲ ୨୮୫.୦୫ କୋଟି ଟଙ୍କାର ପ୍ରଥମ ମାଇଲ ସଂଯୋଗ (ଏଫଏମସି) ପ୍ରକଳ୍ପ-ଲକଜୁରା ସାଇଲୋର ଶିଳାନ୍ୟାସ କରିଛନ୍ତି।

ଏହାଦ୍ବାରା ମହାନଦୀ କୋଲ ଫିଲ୍ଡସ ଲିମିଟେଡ (ଏମସିଏଲ)ର ବାର୍ଷିକ କୋଇଲା ପ୍ରେରଣ କ୍ଷମତା ୧୫ ମିଲିୟନ ଟନ ପର‌୍ୟ୍ୟନ୍ତ ବୃଦ୍ଧି ପାଇବ। କୋଲ ଇଣ୍ଡିଆ ଅଧ୍ୟକ୍ଷ ମଧ୍ୟ ସମଲେଶ୍ବରୀ ଓଏସପିରେ ଚାରିଟି ଶହେ ଟନ ଡମ୍ପର ଏବଂ ଗୋଟିଏ ମୋବାଇଲ ଜଳ ସିଞ୍ଚନ ସେବାର ଶୁଭାରମ୍ଭ କରିଥିଲେ।

ଦୀର୍ଘସ୍ଥାୟୀ ଖନନ ଲକ୍ଷ୍ୟକୁ ଆଗକୁ ବଢ଼ାଇ, ଏମସିଏଲ ମୋଟ ୩,୬୦୦ କୋଟି ଟଙ୍କାର ପୁଞ୍ଜିଗତ ବ୍ୟୟ ଜରିଆରେ ପ୍ରଦୂଷଣମୁକ୍ତ ଅତ୍ୟାଧୁନିକ ରେକ ଲୋଡିଂ ସିଷ୍ଟମ ପ୍ରଦାନ କରିବା ଲାଗି ନଅଟି ଏମଏମସି ପ୍ରକଳ୍ପ କାର‌୍ୟ୍ୟକାରୀ କରିଛି। ଏହାଦ୍ବାରା ବାର୍ଷିକ ୧୨୬ ମିଲିୟନ ଟନ ପ୍ରେରଣ କ୍ଷମତା ବୃଦ୍ଧି ପାଇବ, ଏହା ୨୦୨୪ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି।

ଏମସିଏଲ ୧୯୯୯ରେ ପରିବେଶ ଅନୁକୂଳ ଭୂତଳ ଖଣିଜ ପ୍ରଯୁକ୍ତି ପ୍ରଚଳନ କରିବାରେ ପ୍ରଥମ କୋଇଲା କମ୍ପାନୀ ଥିଲା। ୬୬ ସରଫେସ ମାଇନର୍ସମାନଙ୍କୁ ନେଇ ସବୁଠୁ ବଡ଼ କୋଇଲା କମ୍ପାନୀ ଭାବେ ଏମସିଏଲ ମୋଟ କୋଇଲା ଉତ୍ପାଦନରେ ୯୫ ପ୍ରତିଶତ ଯୋଗଦାନ ଦେଇଥାଏ।

MCL କୋଇଲା ମନ୍ତ୍ରଣାଳୟ ମହାନଦୀ କୋଲ ଫିଲ୍ଡସ ଲିମିଟେଡ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

March 14, 2026

୧୭୦ ଦିନ ପରେ ଯୋଧପୁର ଜେଲରୁ ମୁକୁଳିଲେ ସୋନମ ୱାଙ୍ଗଚୁକ୍, NSA ମଧ୍ୟ ପ୍ରତ୍ୟାହାର କଲେ ସରକାର 

March 14, 2026

ଆପଣଙ୍କ ଆକାଉଣ୍ଟରେ ଜମା ହୋଇନାହିଁ କି ସମ୍ମାନ ନିଧି ଟଙ୍କା?: ଏଠାରେ ଦାଖଲ କରନ୍ତୁ ଅଭିଯୋଗ

March 14, 2026
Latest News

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ୱାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

March 14, 2026

କୋଲକାତାରେ ୧୮୭୦୦ କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 14, 2026

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026

ପୋଲିସ୍ ଭବନଠାରେ ‘ଜୁଭେନଟିକା– ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନା ଚକ୍ର

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.