Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସବୁଜ ଶକ୍ତି କ୍ଷେତ୍ରରେ ବିଶ୍ୱର ନେତୃତ୍ୱ ନେବ ଭାରତ: ମୁକେଶ ଅମ୍ବାନି
ଆଜିର ଖବର

ସବୁଜ ଶକ୍ତି କ୍ଷେତ୍ରରେ ବିଶ୍ୱର ନେତୃତ୍ୱ ନେବ ଭାରତ: ମୁକେଶ ଅମ୍ବାନି

September 3, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆନ୍ତର୍ଜାତିକ ଜଳବାୟୁ ଶିଖର ସମ୍ମିଳନୀକୁ ଭର୍ଚୁଆଲ୍ ମାଧ୍ୟମରେ ସମ୍ବୋଧିତ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି ଯେ ଜଳବାୟୁ ଦୃଷ୍ଟିରୁ ଭାରତ ଓ ଦୁନିଆ ଏବେ କଠିନ ସମୟ ଦେଇ ଗତି କରୁଛି। ବିଶ୍ୱ ତାପନ (ଗ୍ଲୋବାଲ୍ ୱାର୍ମିଂ)ର ବିପଦ ଆମ ସାମ୍ନାରେ ରହିଛି। ଏଭଳି ଏକ ସମୟରେ ଆମ ପାଖରେ ଏକମାତ୍ର ବିକଳ୍ପ ରହିଛିଯାଇଛି, ତାହା ହେଉଛି ଦ୍ରୁତ ଗତିରେ ସବୁଜ, ସ୍ୱଚ୍ଛ ଓ ଅକ୍ଷୟ ଶକ୍ତିକୁ ଗ୍ରହଣ କରିବା। ଏହି ବିପଦକୁ ସୁଯୋଗରେ ପରିଣତ କରି ଭାରତକୁ ସବୁଜ ଶକ୍ତି କ୍ଷେତ୍ରରେ ବିଶ୍ୱର ନେତୃତ୍ୱ ନେବାକୁ ପଡ଼ିବ।

ପ୍ରଧାନମନ୍ତ୍ରୀଙ୍କ ଗ୍ରିନ୍ ହାଇଡ୍ରୋଜେନ୍ ମିସନ ସମ୍ପର୍କରେ ଉଲ୍ଲେଖ କରି ମୁକେଶ ଅମ୍ବାନି କହିଛନ୍ତି ଯେ ଏହା ହେଉଛି ଏକ ଦ୍ୱେତ ରଣନୀତି। ଗୋଟିଏ ପଟେ ଅଶୋଧିତ ତୈଳ ଉପରେ ଭାରତର ନିର୍ଭରଶୀଳତା ହ୍ରାସ ପାଇବ ଓ ଦ୍ୱିତୀୟରେ ଭାରତ ବିଶ୍ୱ ପ୍ରୟାସର ନେତୃତ୍ୱ ନେଇ ବିଶ୍ୱରେ ଅଗ୍ରଣୀ ରହିବ। ଭାରତର ୭୫ତମ ସ୍ୱାଧୀନତା ଦିବସ ଅର୍ଥାତ “ସ୍ୱାଧୀନତାର ଅମୃତ ମହୋତ୍ସବ’ ଅବସରରେ ଏହି ମିସନର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ଦେଶ ଓ ସାରା ଦୁନିଆକୁ ସବୁଜ ଶକ୍ତି ଆପଣେଇବାକୁ ଆହ୍ୱାନ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ନିକଟରେ ୧୦୦ ଗିଗାୱାଟ୍ ଅକ୍ଷୟ ଶକ୍ତି ଲକ୍ଷ୍ୟ ହାସଲ କରିସାରିଛି। ୨୦୨୨ ସୁଦ୍ଧା ୧୭୫ ଗିଗାୱାଟ୍ ଲକ୍ଷ୍ୟ ପ୍ରତି ଆମେ ଦୃଢ଼ ଭାବେ ଅଗ୍ରସର ହେଉଛୁ।

ଭାରତ କିଭଳି ସବୁଜ ଶକ୍ତି କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ରହିପାରିବ ସେ ଉପରେ ନିଜର ମତପ୍ରକାଶ କରି ମୁକେଶ ଅମ୍ବାନୀ କହିଛନ୍ତି ଯେ ଭାରତୀୟ ଉପମହାଦେଶରେ ପ୍ରଚୁର ମାତ୍ରାରେ ସବୁଜ ଶକ୍ତିର ସମ୍ବଳ ଉପଲବ୍ଧ ରହିଛି। ଏଠାରେ ସୂର୍ଯ୍ୟ ଦେବ ଓ ବାୟୁ ଦେବ ପ୍ରଚୁର ମାତ୍ରାର ଶକ୍ତି ପ୍ରଦାନ କରୁଛନ୍ତି। ବର୍ଷର ୩୦୦ ଦିନ ଖରା ହେଉଛି। ଦେଶର ମାତ୍ର ୦.୦୫% ଜମିକୁ ବ୍ୟବହାର କରି ସହଜରେ ୧୦୦୦ ଗିଗାୱାଟ୍ ସୌର ଶକ୍ତି ଉତ୍ପନ୍ନ କରାଯାଇପାରିବ। ଟୁ-ୱେ ଗ୍ରିଡ୍‌, ମାଇକ୍ରୋ ଗ୍ରିଡ୍ ଓ ଉତମ ଶକ୍ତି ସଂରକ୍ଷଣ ସମାଧାନକୁ ବ୍ୟବହାର କରି ଏବଂ ସ୍ମାର୍ଟ ମିଟରରେ ନିବେଶ କରି ଆମେ ସାଧାରଣ ଜନତାଙ୍କ ନିକଟରେ ଶକ୍ତି ପହଂଚାଇପାରିବା। ଭାରତ ସରକାର ଦେଶରେ ଏକ ସବୁଜ ହାଇଡ୍ରୋଜେନ୍ ପରିବ୍ୟବସ୍ଥା ବା ଇକୋସିଷ୍ଟମ୍ ତିଆରି କରିବାର ଯୋଜନା ରଖିଛନ୍ତି ଯାହା ବ୍ୟାପକ ପୁଞ୍ଜିନିବେଶ ଆକର୍ଷିତ କରିବ ବୋଲି ସେ କହିଛନ୍ତି।

ସବୁଜ ଶକ୍ତି ପ୍ରତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ପ୍ରତିବଦ୍ଧତାକୁ ଦୋହରାଇ ମୁକେଶ ଅମ୍ବାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ନୂଆ ଶକ୍ତି ବ୍ୟବସାୟ ରୋଡମ୍ୟାପ୍‌କୁ ଉପସ୍ଥାପନ କରିଛନ୍ତିି। ସେ କହିଛନ୍ତି ଯେ ଜାମନଗରରେ ଆମେ ୫୦୦୦ ଏକର ଜମିରେ ଧୀରୁଭାଇ ଗ୍ରିନ୍ ଏନର୍ଜି ଗିଗା କମ୍ପେ୍ଲକ୍ସ ବିକଶିତ କରିବା କାର୍ଯ୍ୟ ଆରମ୍ଭ କରିଦେଇଛୁ। ଏହା ଦୁନିଆର ଅନ୍ୟତମ ସର୍ବବୃହତ୍ ଏକୀତୃତ ଅକ୍ଷୟ ଶକ୍ତି ଉତ୍ପାଦନ ପରିସର ହେବ। ଏହି ପରିସରରେ ଚାରିଗୋଟି ଗିଗା ଫ୍ୟାକ୍ଟ୍ରି ରହିବ ଯାହା ମଧ୍ୟରେ ଅକ୍ଷୟ ଶକ୍ତିର ସବୁ ପ୍ରକାର ବ୍ୟବସ୍ଥା ରହିବ। ଏଥିରେ ପ୍ରଥମେ ଏକ ଏକୀକୃତ ସୋଲାର ଫଟୋଭୋଲ୍‌ଟାଇକ୍ ମଡ୍ୟୁଲ୍ କାରଖାନା ହେବ। ଦ୍ୱିତୀୟରେ ଏକ ଶକ୍ତି ସଂରକ୍ଷଣ ବ୍ୟାଟେରି କାରଖାନା ରହିବ। ତୃତୀୟରେ ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ ଲାଗି ଏକ ଇଲେକ୍ଟ୍ରୋଲାଇଜର୍ କାରଖାନା ହେବ। ଚତୁର୍ଥରେ ହାଇଡ୍ରୋଜେନ୍‌କୁ ଶକ୍ତିରେ ରୂପାନ୍ତରିତ କରିବା ଲାଗି ଏକ ଇନ୍ଧନ ସେଲ୍ କାରଖାନା ରହିବ। ଆସନ୍ତା ତିନି ବର୍ଷରେ ଏଥିପାଇଁ ରିଲାଏନ୍ସ ୭୫,୦୦୦ କୋଟି ଟଙ୍କା ନିବେଶ କରିବ ବୋଲି ସେ କହିଛନ୍ତି।

୨୦୩୦ ସୁଦ୍ଧା ୪୫୦ ଗିଗାୱାଟ୍ ଅକ୍ଷୟ ଶକ୍ତି କ୍ଷମତା ହାସଲ କରିବାକୁ ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏଥିରେ ଯୋଗଦାନ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୨୦୩୦ ସୁଦ୍ଧା ଅତିକମ୍‌ରେ ୧୦୦ ଗିଗାୱାଟ୍‌ର ସୌର ଶକ୍ତି ଉତ୍ପାଦନ କ୍ଷମତା ସ୍ଥାପନ କରିବ ବୋଲି ସେ କହିଛନ୍ତି। ସବୁଜ ହାଇଡ୍ରୋଜେନ୍‌କୁ ସବୁଠ ସୁଲଭ ଇନ୍ଧନରେ ପରିଶତ କରିବା ଲାଗି ସାରା ବିଶ୍ୱରେ ଉଦ୍ୟମ ଜାରି ରହିଛି। ଏହାର ବ୍ୟବହାର ମୂଲ୍ୟକୁ କିଲୋଗ୍ରାମ ପିଛା ଦୁଇ ଡଲାରରୁ କମ୍ ରଖିବାକୁ ପ୍ରୟାସ କରାଯାଉଛି। ମୁକେଶ ସମସ୍ତଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ ଏହି ଦଶନ୍ଧିର ଶେଷ ହେବା ପୂର୍ବରୁ ରିଲାଏନ୍ସ ଏହି ଲକ୍ଷ୍ୟ ହାସଲ କରିବ। ଭାରତ ଗୋଟିଏ ଦଶକରେ ଏକ ଡଲାରରେ ଏକ କିଲୋଗ୍ରାମ୍ ଲକ୍ଷ୍ୟକୁ ମଧ୍ୟ ହାସଲ କରିପାରିବ ଏବଂ ଏହା କରିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇପାରିବ ବୋଲି ସେ ଦୃଢ ଆଶା ପୋଷଣ କରିଛନ୍ତି।

ଗ୍ଲୋବାଲ୍ ୱାର୍ମିଂ ବିଶ୍ୱର ନେତୃତ୍ୱ ମୁକେଶ ଅମ୍ବାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ସବୁଜ ଶକ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ନେତ୍ର AEW&C କୁ ମିଳିଲା FOC: ଆହୁରି ସୁଦୃଢ ହେବ ଭାରତୀୟ ବାୟୁସେନା

June 25, 2026

ଭାରତ ପାଇଁ ଖୁସି ଖବର: ହରମୁଜ୍ ପ୍ରଣାଳୀ ପାର ହେଲା ୩୦ଟି ଜାହାଜ

June 25, 2026

ଡାଇବେଟିସ ରୋଗୀଙ୍କ ପାଇଁ ଏହା ଏକ ବଡ ଔଷଧ, ନିୟମିତ ସେବନରେ ରକ୍ତ ଶର୍କରାକୁ କରେ ନିୟନ୍ତ୍ରଣ

June 25, 2026

‘ନାଗରିକତ୍ୱ ପ୍ରମାଣପତ୍ର ନୁହେଁ ପାସପୋର୍ଟ’: ସରକାରଙ୍କୁ ଟାର୍ଗେଟ କଲେ ରୋହିଣୀ ଆଚାର୍ଯ୍ୟ

June 25, 2026
Latest News

ନେତ୍ର AEW&C କୁ ମିଳିଲା FOC: ଆହୁରି ସୁଦୃଢ ହେବ ଭାରତୀୟ ବାୟୁସେନା

June 25, 2026

ଭାରତ ପାଇଁ ଖୁସି ଖବର: ହରମୁଜ୍ ପ୍ରଣାଳୀ ପାର ହେଲା ୩୦ଟି ଜାହାଜ

June 25, 2026

ଡାଇବେଟିସ ରୋଗୀଙ୍କ ପାଇଁ ଏହା ଏକ ବଡ ଔଷଧ, ନିୟମିତ ସେବନରେ ରକ୍ତ ଶର୍କରାକୁ କରେ ନିୟନ୍ତ୍ରଣ

June 25, 2026

‘ନାଗରିକତ୍ୱ ପ୍ରମାଣପତ୍ର ନୁହେଁ ପାସପୋର୍ଟ’: ସରକାରଙ୍କୁ ଟାର୍ଗେଟ କଲେ ରୋହିଣୀ ଆଚାର୍ଯ୍ୟ

June 25, 2026

ସୁଜାତାଙ୍କୁ ବିଜେଡିରେ ସାମିଲ କରି ନବୀନ ପଟ୍ଟନାୟକ କହିଦେଲେ ଏକ ବଡ କଥା..

June 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.