Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଅଣୁ,କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସଶକ୍ତ ପାଇଁ ନାଲ୍‌କୋ ତରଫରୁ ଶୁଭାରମ୍ଭ ହେଲା ‘ନମସ୍ୟ’ ମୋବାଇଲ ଆପ୍
ଜାତୀୟ ଖବର

ଅଣୁ,କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସଶକ୍ତ ପାଇଁ ନାଲ୍‌କୋ ତରଫରୁ ଶୁଭାରମ୍ଭ ହେଲା ‘ନମସ୍ୟ’ ମୋବାଇଲ ଆପ୍

September 7, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଅଣୁ,କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସଶକ୍ତ ପାଇଁ ନାଲ୍‌କୋ ତରଫରୁ ଶୁଭାରମ୍ଭ ହେଲା 'ନମସ୍ୟ' ମୋବାଇଲ ଆପ୍

ନୂଆଦିଲ୍ଲୀ, ଜାତୀୟ ଆଲୁମିନିୟମ କମ୍ପାନୀ ଲିମିଟେଡ ବା ନାଲ୍‌କୋ, ଅଣୁ ଓ କ୍ଷୁଦ୍ର ଉଦ୍ୟୋଗମାନଙ୍କୁ ସଶକ୍ତ କରାଇବା ଉଦ୍ଦେଶ୍ୟରେ ଏକ ଆଧୁନିକ ଓ ଅଭିନବ ପ୍ଲାଟଫର୍ମ ନାଲ୍‌କୋ ମାଇକ୍ରୋ ଆଣ୍ଡ ସ୍ମଲ ଏଣ୍ଟରପ୍ରାଇଜ୍ ଯୋଗଯୋଗ ଆପ୍ଲିକେସନ (ନମସ୍ୟ) ମୋବାଇଲ ଆପ୍‌ର ଶୁଭାରମ୍ଭ କରିଛି । ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ କମ୍ପାନୀ ନାଲ୍‌କୋ ଦ୍ୱାରା ବିକଶିତ ଏହି ଆପ୍ ଅଣୁ ଓ କ୍ଷୁଦ୍ର କମ୍ପାନୀଗୁଡିକର ବିକ୍ରେତାମାନଙ୍କ ସୁବିଧା ପାଇଁ ଉଦ୍ଦିଷ୍ଟ ।

ଦେଶର ଖଣି ଓ ଖଣିଜ ପଦାର୍ଥ କ୍ଷେତ୍ରରେ ନିୟୋଜିତ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗଗୁଡିକୁ ସଶକ୍ତ କରିବା ପାଇଁ ନାଲ୍‌କୋର ଏତାଦୃଶ ପ୍ରୟାସକୁ କେନ୍ଦ୍ର ଖଣି, କୋଇଲା ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ପ୍ରଶଂସା କରିଛନ୍ତି ।

ନମସ୍ୟ ଆପ୍ ଏମଏସ୍‌ଇ ଗୁଡିକର ବିକାଶ ନେଇ କମ୍ପାନୀର ଉଦ୍ୟମ ସମ୍ପର୍କରେ ଏକ ମଞ୍ଚ ପ୍ରଦାନ କରିବ । ଏହି ଆପ୍ ଏମ୍‌ଏସ୍‌ଇଗୁଡିକୁ ବିକ୍ରେତାମାନଙ୍କ ପଞ୍ଜୀକରଣ ପ୍ରକ୍ରିୟା, ବୈଷୟିକ ତଥ୍ୟ, ବିକ୍ରେତାମାନଙ୍କ ବିକାଶ ଏବଂ ନାଲ୍‌କୋର ତାଲିମ ପ୍ରକ୍ରିୟା ଇତ୍ୟାଦି ତଥ୍ୟ ପ୍ରଦାନ କରି ସଶକ୍ତ କରିବ ।

ଭାରତରେ ଅଗ୍ରଣୀ ଆଲୁମିନା ଓ ଆଲୁମିନିୟମ ଉତ୍ପାଦକ ତଥା ରପ୍ତାନୀକାରୀ ନାଲ୍‌କୋ ବ୍ୟବସାୟକୁ ସୁଗମ କରିବା ପାଇଁ ଅନେକ ପଦକ୍ଷେପ ନେଇଛି । ବିଶେଷକରି ଖଣି ଓ ଖଣିଜ ପଦାର୍ଥ ବ୍ୟବସାୟରେ ସକ୍ରିୟ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ଏମ୍‌ଏସ୍‌‌ଇଗୁଡିକ ନିମନ୍ତେ ନାଲ୍‌କୋ ଏଭଳି ଅନେକ ସୁଚିନ୍ତିତ ପଦକ୍ଷେମାନ ନେଇଛି ।

BJP Ads
ନାଲକୋ
Share. Facebook Twitter LinkedIn Email WhatsApp Copy Link

Related Posts

ଆଉ ଏକ ବିସ୍ଫୋରଣ କଲେ କଂଗ୍ରେସ ସାଂସଦ: ନବୀନ ପଟ୍ଟନାୟକଙ୍କ ନାମ କହି ଦେଶକୁ ଦେଲେ ବଡ଼ ବାର୍ତ୍ତା

November 4, 2025

ଫସଲ ବୀମା ଦାବି ଉପରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କଲେ କେନ୍ଦ୍ର କୃଷିମନ୍ତ୍ରୀ

November 4, 2025

ଆଜି ନଭେମ୍ବର ୪ ତାରିଖ ମଙ୍ଗଳବାର ଦିନ ଏହି ରାଶିର ବ୍ୟକ୍ତିମାନେ ସକାଳୁ ପାଇବେ ଶୁଭ ଖବର

November 4, 2025

ସମୟୋଚିତ ଯୋଜନା ଏବଂ ସମନ୍ୱୟ ମାଧ୍ୟମରେ ୟୁରିଆ ଉପଲବ୍ଧତା ସୁନିଶ୍ଚିତ କଲା ସାର ବିଭାଗ

November 3, 2025
BJP Ads
Latest News

ଭୁବନେଶ୍ୱରରେ ସୁଭଦ୍ରା ଶକ୍ତି ମେଳା: ପାରମ୍ପରିକ ସାମଗ୍ରୀର ବିକ୍ରିରେ ନିୟୋଜିତ ୮୦୦ ମହିଳା

November 4, 2025

ଆଉ ଏକ ବିସ୍ଫୋରଣ କଲେ କଂଗ୍ରେସ ସାଂସଦ: ନବୀନ ପଟ୍ଟନାୟକଙ୍କ ନାମ କହି ଦେଶକୁ ଦେଲେ ବଡ଼ ବାର୍ତ୍ତା

November 4, 2025

ବିଶ୍ବହିନ୍ଦୀ ପରିଷଦ ଆନୁକୂଲ୍ୟରେ ଆୟୋଜିତ ସମାରୋହରେ ମୁଖ୍ୟଅତିଥି ହେଲେ ରାଜ୍ୟପାଳ

November 4, 2025

ଫସଲ ବୀମା ଦାବି ଉପରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କଲେ କେନ୍ଦ୍ର କୃଷିମନ୍ତ୍ରୀ

November 4, 2025

କଳିଙ୍ଗ ଷ୍ଟାଡିୟମରେ 17 ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ

November 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.