Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବୟନ ଶିଳ୍ପ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନାକୁ ମଞ୍ଜୁର କଲେ ସରକାର, ଓଡିଶା ମଧ୍ୟ ସାମିଲ
ଜାତୀୟ ଖବର

ବୟନ ଶିଳ୍ପ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନାକୁ ମଞ୍ଜୁର କଲେ ସରକାର, ଓଡିଶା ମଧ୍ୟ ସାମିଲ

September 8, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବୟନ ଶିଳ୍ପ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନାକୁ ମଞ୍ଜୁର କଲେ ସରକାର, ଓଡିଶା ମଧ୍ୟ ସାମିଲ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃୃତ୍ବାଧିନ ସରକାର ‘ଆତ୍ମନିର୍ଭର ଭାରତ’ ସଂକଳ୍ପକୁ ସାକାର କରିବା ଦିଗରେ ଆଉ ଏକ ମହତ୍ୱପୂର୍ଣ୍ଣ ପଦକ୍ଷପେ ଗ୍ରହଣ କରିଛନ୍ତି। ମୋଟ ୧୦,୬୮୩ କୋଟି ଟଙ୍କାର ବ୍ୟୟବରାଦ ସହିତ ଏମଏମଏଫ ପୋଷାକ, ଏମଏମଏଫ କପଡ଼ା ଏବଂ ବୈଷୟିକ ବସ୍ତ୍ରର ୧୦ଟି ଉତ୍ପାଦ ନିମନ୍ତେ ବୟନ ଶିଳ୍ପ କ୍ଷେତ୍ର ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନାକୁ ସରକାର ମଞ୍ଜୁର କରିଛନ୍ତି।

ବୟନ ଶିଳ୍ପ ପାଇଁ ସରକାର ପିଏଲଆଇ ଯୋଜନା ସହିତ ଆରଓଏସସିଟିଏଲ, ଆରଓଡିଟିଇପି ଏବଂ ଅନ୍ୟାନ୍ୟ ପ୍ରୋତ୍ସାହନ ମୂଳକ ପଦକ୍ଷପେ ଗ୍ରହଣ କରିଛନ୍ତି। ପ୍ରତିଦ୍ବନ୍ଦ୍ବିତା ମୂଳକ ମୂଲ୍ୟରେ କଞ୍ଚାମାଲ ଉପଲବ୍ଧ କରାଇବା, କୌଶଳ ବିକାଶ ଦ୍ୱାରା ବୟନ ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ମଧ୍ୟ ହେବ।

ଏହି ଯୋଜନା ଫଳରେ ଓଡ଼ିଶା ସମତେ ଗୁଜରାଟ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡ଼ୁ, ପଞ୍ଜାବ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଆଦି ରାଜ୍ୟ ଉପକୃତ ହୋଇପାରିବେ। ୨୦୨୧-୨୨ କେନ୍ଦ୍ର ବଜଟେରେ ୧.୯୭ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ସହିତ ୧୩ଟି କ୍ଷେତ୍ର ପାଇଁ ପିଏଲଆଇ ଯୋଜନା ଘୋଷଣା କରାଯାଇଥିଲା। ବୟନ ଶିଳ୍ପ କ୍ଷେତ୍ର ପାଇଁ ପିଏଲଆଇ ଯୋଜନା ଏହାର ଅଂଶ ବିଶଷେ। ୧୩ଟି କ୍ଷେତ୍ର ପାଇଁ ପିଏଲଆଇ ଯୋଜନା ଘୋଷଣା ସହିତ ଭାରତରେ ଆଗାମୀ ୫ ର୍ବଷ ମଧ୍ୟରେ ୩୭.୫ ଲକ୍ଷ କୋଟି ଟଙ୍କାର ର୍ସବନିମ୍ନ ଉତ୍ପାଦନ ହବେ ବୋଲି ଅନୁମାନ କରାଯାଉଛି। ଏଥିସହିତ ପାଞ୍ଚ ର୍ବଷ ମଧ୍ୟରେ ଅତିକମରେ ୧ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଏହି ଯୋଜନା ଫଳରେ ଦେଶରେ ଅଧିକ ମୂଲ୍ୟ ବିଶିଷ୍ଟ କପଡ଼ା, ପୋଷାକ ଏବଂ ବୈଷୟିକ ବସ୍ତ୍ର ଉତ୍ପାଦନକୁ ଯଥେଷ୍ଠ ପ୍ରୋତ୍ସାହନ ମିଳିପାରିବ। ଏହାର ଅନ୍ତର୍ଗତ ପ୍ରୋତ୍ସାହନ ଢାଞ୍ଚାକୁ ଏପରି ଭାବେ ପ୍ରସ୍ତୁତ କରାଯାଇଛି ଯାହାଦ୍ୱାରା ଉଦ୍ୟୋଗଗୁଡ଼ିକ ଏହି କ୍ଷେତ୍ରରେ ଏବଂ ଖଣ୍ଡର ନୂତନ କ୍ଷମତାରେ ନିବେଶ କରିବା ଲାଗି ପ୍ରୋତ୍ସାହିତ ହେବେ। ଏଭଳି ସ୍ଥିତିରେ ଦ୍ରୁତ ଗତିରେ ଅଭିବୃଦ୍ଧି ହାସଲ କରୁଥିବା ଅଧିକ ମୂଲ୍ୟ ବିଶିଷ୍ଟ ଏମଏମଏଫ ସେଗମେଣ୍ଟକୁ ଯଥେଷ୍ଠ ପ୍ରୋତ୍ସାହନ ମିଳିବ।

ପ୍ରୋତ୍ସାହନ ସମ୍ବନ୍ଧୀୟ ଭିତ୍ତିଭୂମିର ଭିନ୍ନ ଭିନ୍ନ ସଟେକୁ ଦଖେି ଦୁଇ ପ୍ରକାର ନିବଶେ ସମ୍ଭବ। ନିର୍ଦ୍ଧାରିତ କ୍ଷେତ୍ରରେ (ଏମଏମଏଫ କପଡ଼ା, ପୋଷାକ)ର ଉତ୍ପାଦ ଏବଂ ବୈଷୟିକ ବସ୍ତ୍ର ଉତ୍ପାଦର ଉତ୍ପାଦନ ଲାଗି ପ୍ଲାଣ୍ଟ, ମସେିନାରୀ, ଉପକରଣ ଏବଂ ନିର୍ମାଣ କାର୍ଯ୍ୟ (ଜମି ଓ ପ୍ରଶାସନିକ ଅଟ୍ଟାଳିକାକୁ ବାଦ ଦେଇ)ରେ ର୍ସବନିମ୍ନ ୩୦୦ କୋଟି ଟଙ୍କା ନିବଶେ କରିବାକୁ ପ୍ରସ୍ତୁତ ଥିବା ବ୍ୟକ୍ତି (ଯେଉଁଥିରେ ଫାର୍ମ/କମ୍ପାନୀ ସାମିଲ)ଙ୍କୁ ଏହି ଯୋଜନାର ପ୍ରଥମ ଭାଗରେ ଭାଗିଦାରୀ ନିମନ୍ତେ ଆବଦେନ କରିବା ଲାଗି ଯୋଗ୍ୟ ହୋଇପାରିବେ।

ର୍ସବନିମ୍ନ ୧୦୦ କୋଟି ଟଙ୍କା ନିବଶେ କରିବାକୁ ପ୍ରସ୍ତୁତ ଥିବା ବ୍ୟକ୍ତି (ଯେଉଁଥିରେ ଫାର୍ମ/କମ୍ପାନୀ ସାମିଲ)ଙ୍କୁ ଏହି ଯୋଜନାର ଦ୍ବିତୀୟ ଭାଗରେ ଭାଗିଦାରୀ ନିମନ୍ତେ ଆବଦେନ କରିବା ଲାଗି ଯୋଗ୍ୟ ହୋଇପାରିବେ। ଏଥିସହିତ ଆକାଂକ୍ଷୀ ଜିଲ୍ଲା, ଟିୟର ୩, ଟିୟର ୪ ସହର କିମ୍ବା ନଗର, ଏବଂ ଗ୍ରାମୀଣ କ୍ଷତେ୍ରରେ ନିବଶେକୁ ପ୍ରୋତ୍ସାହିତ କରାଯିବ। ଏହି ପ୍ରାଥମିକତାକୁ ଦୃଷ୍ଟିରେ ରଖି ଉଦ୍ୟୋଗଗୁଡ଼ିକୁ ପଛୁଆ ଅଞ୍ଚଳକୁ ଯିବା ଲାଗି ପ୍ରୋତ୍ସାହିତ କରାଯିବ।

ଏହି ଯୋଜନାରେ ପାଞ୍ଚ ର୍ବଷ ମଧ୍ୟରେ ୧୯,୦୦୦ କୋଟି ଟଙ୍କାର ନୂତନ ନିବେଶ ଏବଂ ଅତିରିକ୍ତ ୩ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଉତ୍ପାଦନ ଆଧାରିତ କାରବାର କାରବାର ହବୋର ଆକଳନ କରାଯାଇଛି। ଏହାଛଡ଼ା ଏହି ଯୋଜନା ଏହି କ୍ଷତେ୍ରରେ ଅତିରିକ୍ତ ୭.୫ ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ସହାୟକ କାର୍ଯ୍ୟରେ ଲକ୍ଷାଧିକ ପରୋକ୍ଷ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରିବ। ବୟନ ଉଦ୍ୟୋଗ ମୁଖ୍ୟତଃ ମହିଳାମାନଙ୍କୁ ରୋଜଗାର ଦେଇଥାଏ। ତଣେୁ ଏହି ଯୋଜନା ମହିଳାମାନଙ୍କୁ ସଶକ୍ତ କରିବ ଏବଂ ଔପଚାରିକ ଅର୍ଥବ୍ୟବସ୍ଥାରେ ସମୋନଙ୍କର ଭାଗିଦାରୀକୁ ବଢ଼ାଇବ।

ଆତ୍ମନିର୍ଭର ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୟନ ଶିଳ୍ପ
Share. Facebook Twitter LinkedIn Email WhatsApp Copy Link

Related Posts

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026

ଆକ୍ସନ ମୋଡରେ ଟିମ ମ୍ୟାନଜମେଣ୍ଟ: ଖେଳାଳି ଏକାଦଶରେ ପରିବର୍ତ୍ତନ ସମ୍ଭବ

February 23, 2026

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026
Latest News

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026

ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.