ପୁଣି ଥରେ ବଢିଲା ଆୟକର ରିଟର୍ଣ୍ଣ ଦାଖଲ କରିବାର ସମୟସୀମା: ଜାଣନ୍ତୁ କେନ୍ଦ୍ର ପକ୍ଷରୁ ଘୋଷଣା କରାଯାଇଥିବା ନୂଆ ତାରିଖ

Published: Sep 9, 2021, 9:24 pm IST

ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣ ଦାଖଲ କରିବାର ସମୟସୀମା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ମେ ମାସରେ ଏହା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଅର୍ଥ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ, ସିବିଡିଟି ୨୦୨୧-୨୨ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଏବଂ ବିଭିନ୍ନ ଅଡିଟ୍ ରିପୋର୍ଟ ଦାଖଲ ପାଇଁ ଧାର୍ଯ୍ୟ ତାରିଖ ବୃଦ୍ଧି କରିଛି। ଆୟକର ରିଟର୍ଣ୍ଣ ଦାଖଲ କରିବାରେ ଟିକସଦାତା ଏବଂ ଅନ୍ୟ ହିତାଧିକାରୀଙ୍କ ଦ୍ଵାରା ରିପୋର୍ଟ ହୋଇଥିବା ଅସୁବିଧାକୁ ବିଚାର କରି ଆୟକର ଅଧିନିୟମ, ୧୯୬୧, କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଅନୁଯାୟୀ ୨୦୨୧-୨୨ ମୂଲ୍ୟାଙ୍କନ ବର୍ଷ ପାଇଁ ବିଭିନ୍ନ ଅଡିଟ୍ ରିପୋର୍ଟ ପ୍ରଦାନ କରାଯାଇଛି। ଆୟକର ରିଟର୍ଣ୍ଣ ଏବଂ ୨୦୨୧-୨୨ ବର୍ଷ ପାଇଁ ବିଭିନ୍ନ ଅଡିଟ୍ ରିପୋର୍ଟ ଦାଖଲ ପାଇଁ ଧାର୍ଯ୍ୟ ତାରିଖକୁ ଆହୁରି ବଢାଇଇବାକୁ ନିଷ୍ପତ୍ତି ନେଇଛି।

୨୦୨୧-୨୨ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ପ୍ରଦାନ କରିବାର ଧାର୍ଯ୍ୟ ତାରିଖ ଡିସେମ୍ବର ୩୧ ତାରିଖକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଶେଷ ତାରିଖ ଜୁଲାଇ ୩୧ ତାରିଖରୁ ସେପ୍ଟେମ୍ବର ୩୦ ତାରିଖକୁ ବୃଦ୍ଧି କରାଯାଇଥିଲା।

ଆନ୍ତର୍ଜାତୀୟ କାରବାରରେ କିମ୍ବା ନିର୍ଦ୍ଦିଷ୍ଟ ଘରୋଇ କାରବାରରେ ପ୍ରବେଶ କରୁଥିବା ବ୍ୟକ୍ତିଙ୍କ ଦ୍ଵାରା ଏକ ଆକାଉଣ୍ଟାଣ୍ଟଙ୍କ ଠାରୁ ରିପୋର୍ଟ ଦାଖଲ କରିବାର ଧାର୍ଯ୍ୟ ତାରିଖ ଜାନୁୟାରୀ ୩୧ ତାରିଖ ୨୦୨୨ କୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ଅକ୍ଟୋବର ୩୧ ତାରିଖ ୨୦୨୧ ରୁ ନଭେମ୍ବର ୩୦ ତାରିଖ ୨୦୨୧ କୁ ବୃଦ୍ଧି କରାଯାଇଥିଲା।

Related posts