Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟର ଖଣି ଖାଦନ ଥିବା ପୌର ଅଞ୍ଚଳର ବିକାଶ ପାଇଁ ମିଳିଲା 640 କୋଟି ଟଙ୍କାର ଅନୁଦାନ
ବିଶେଷ ଖବର

ରାଜ୍ୟର ଖଣି ଖାଦନ ଥିବା ପୌର ଅଞ୍ଚଳର ବିକାଶ ପାଇଁ ମିଳିଲା 640 କୋଟି ଟଙ୍କାର ଅନୁଦାନ

September 22, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟର ଖଣି ଖାଦନ ଥିବା ପୌର ଅଞ୍ଚଳର ବିକାଶ ପାଇଁ ମିଳିଲା 640 କୋଟି ଟଙ୍କାର ଅନୁଦାନ

ଭୁବନେଶ୍ବର: ଆଜି OMBADC ବା ଓଡିଶା ଖଣି ଅଞ୍ଚଳ ଉନ୍ନୟନ ନିଗମ ଅଧୀନରେ 640.55 କୋଟି ମୂଲ୍ୟର ପ୍ରକଳ୍ପଗୁଡିକ ଅନୁମୋଦନ କରାଯାଇଛି। ଏହା ଖଣିଜ ଉତ୍ପାଦିତ ଜିଲ୍ଲାଗୁଡିକର ସହରାଞ୍ଚଳ ସଂସ୍ଥାଗୁଡ଼ିକ ପାଇଁ ଖର୍ଚ୍ଚ କରାଯିବ। ଏଥିରେ ମାଧ୍ୟମିକ ବିଦ୍ୟାଳୟର ବିକାଶ, ପରିବେଶ ମନିଟରିଂ ଏବଂ କ୍ରୀଡା ବିକାଶ କ୍ଷେତ୍ରରେ କାର୍ଯ୍ୟ କରାଯିବ।

ମୁଖ୍ୟ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରୁ ଡିଜିଟାଲ୍ ମୋଡରେ ଆୟୋଜିତ ହୋଇଥିବା ବୋର୍ଡ ଅଫ୍ ଡାଇରେକ୍ଟର୍ସ ବୈଠକରେ ଏହି ଅନୁମୋଦନ ପ୍ରଦାନ କରାଯାଇଛି। ଏଥିରେ OMBADC ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଉମା ନନ୍ଦୁରୀ ପ୍ରକଳ୍ପର ଆବଶ୍ୟକତା ଏବଂ ଆଶା କରାଯାଉଥିବା ଫଳାଫଳ ଉପସ୍ଥାପନ କରିଥିଲେ।

ଏହି ପ୍ରକଳ୍ପଗୁଡିକ ମାଧ୍ୟମିକ ବିଦ୍ୟାଳୟର ବିକାଶ କାର୍ଯ୍ୟକ୍ରମ ଅଧୀନରେ ଛାତ୍ରମାନଙ୍କୁ ବିଶ୍ୱ ସ୍ତରୀୟ ଶିକ୍ଷା ତଥା ଏକ୍ସପୋଜର ପ୍ରଦାନ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଯେହେତୁ ନୂତନ ପ୍ରକଳ୍ପ ମାଧ୍ୟମରେ ସ୍ମାର୍ଟ କ୍ଲାସ୍ ରୁମ୍, ଇ-ଲାଇବ୍ରେରୀ, ସାଇନ୍ସ ଲ୍ୟାବ୍, ଆଇସିଟି ଲ୍ୟାବ୍ ବିକଶିତ ହେବ, ଶିକ୍ଷକମାନେ ବିଶ୍ୱସ୍ତରୀୟ ଏକ୍ସପୋଜର୍ ସହିତ ଛାତ୍ରମାନଙ୍କୁ ସର୍ବୋତ୍ତମ ଶିକ୍ଷା ପ୍ରଦାନ ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି ମୁଖ୍ୟଶାସନ ସଚିବ କହିଛନ୍ତି।

ଏହିପରି ସୁବିଧା ପିଲାମାନଙ୍କୁ ଜାତୀୟ ତଥା ବିଶ୍ୱ ସ୍ତରରେ ଯେ କୈଣସି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସକ୍ଷମ କରିବା ଉଚିତ ବୋଲି ସେ କହିଛନ୍ତି। ସେହିପରି ଖେଳ ପଡିଆର ବିକାଶ ଏବଂ ଆନନ୍ଦଦାୟକ ଆମ୍ବିଆନ୍ସ ଏବଂ ଏକ ଶିକ୍ଷଣ ଇକୋ-ସିଷ୍ଟମ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।  ସିଇଓ ନନ୍ଦୁରୀ ଆକଳନ କରିଛନ୍ତି ଯେ ଅନୁଗୁଳ,ଢେଙ୍କାନାଳ, ଦେଓଗଡ, ଯାଜପୁର, ଝାରସୁଗୁଡା, ମୟୂରଭଞ୍ଜ ଏବଂ ସୁନ୍ଦରଗଡ ଜିଲ୍ଲାର ମୋଟ 889 ଟି ମାଧ୍ୟମିକ ବିଦ୍ୟାଳୟ ଏହି ପ୍ରକଳ୍ପ ଅଧୀନରେ ଆନୁମାନିକ 533.40 କୋଟି ଟଙ୍କା ପ୍ରଦାନ କରାଯାଇଛି।

ଏହି ବୈଠକରେ ଖଣି ପ୍ରଭାବିତ ଜିଲ୍ଲାମାନଙ୍କରେ ଏକାଦଶ ସହରାଞ୍ଚଳ ପାଇଁ ସମୁଦାୟ 104.15 କୋଟି ଟଙ୍କା ଧାର୍ଯ୍ୟ ହୋଇଥିବା ବହୁମୁଖୀ ଇନଡୋର ଷ୍ଟାଡିୟମର ବିକାଶ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରାଯାଇଛି। ଏଥିମଧ୍ୟରେ ନଅଟି ପୌରପାଳିକା ଯଥା ବେଲପାହଡ, ବ୍ରଜରାଜନଗର, ଆନନ୍ଦପୁର, ବଡବିଲ୍, ବିରିମିତ୍ରପୁର, ରାଜଗଂଗପୁର, ରାଉରକେଲା ଏବଂ ବ୍ୟାସନଗର  ପୌରପାଳିକା ଅନ୍ତର୍ଭୁକ୍ତ।

ସେହିପରି ଦୁଇଟି ଏନଏସି ଚମ୍ପୁଆ ଏବଂ ଯୌଡା ମଧ୍ୟ ଏଥିରେ ସାମିଲ କରାଯାଇଛି।  ଏହାଦ୍ବାରା ନିକଟବର୍ତ୍ତୀ ଅଞ୍ଚଳରେ କ୍ରୀଡା ପ୍ରତିଭା ପ୍ରତିପୋଷଣ ଏବଂ ପ୍ରୋତ୍ସାହନ ପାଇଁ ସାହାଯ୍ୟ କରିବ। ଖଣି ଜିଲ୍ଲାମାନଙ୍କରେ କ୍ରୀଡ଼ା ପ୍ରତିଭାର ପୋଷଣ ତଥା ପ୍ରୋତ୍ସାହନ ପାଇଁ ସୁବିଧାଗୁଡ଼ିକର ସର୍ବୋତ୍ତମ ଉପଯୋଗ କରିବାକୁ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

ଏହି ବୈଠକରେ ଓଡିଶାର ଖଣି ଅଞ୍ଚଳରେ ପରିବେଶ ସୁରକ୍ଷା ବ୍ୟବସ୍ଥାର ବିକାଶ ପାଇଁ ଆଇସିଟି ଏବଂ ଡାଟା ବିଜ୍ଞାନର ପ୍ରୟୋଗ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ କରାଯାଇଛି। ଏଥିପାଇଁ 3.10 କୋଟି ଟଙ୍କା ଅନୁଦାନକୁ ମଧ୍ୟ ସ୍ବୀକୃତ ପିରଦାନ କରାଯାଇଛି। ଏହି ପ୍ରକଳ୍ପଟି ଖଣି ଯୋଗୁଁ ସୃଷ୍ଟି ହେଉଥିବା ପରିବେଶ ପ୍ରଦୂଷଣ ତଥ୍ୟ ଉପରେ ଏକ ବିସ୍ତୃତ ତଥ୍ୟ ସଂଗ୍ରହ ତଥା ବିକାଶ ପାଇଁ ଯୋଜନା କରାଯାଇଛି। ସିଇଓ ନନ୍ଦୁରୀ ଆକଳନ କରିଛନ୍ତି ଯେ ଉତ୍ପାଦିତ ତଥ୍ୟକୁ ପ୍ରଦୂଷଣକୁ ହ୍ରାସ କରିବାରେ ଏବଂ ଖଣି କାର୍ଯ୍ୟ ସମ୍ବନ୍ଧରେ ନିଷ୍ପତ୍ତି ନେବାରେ ବ୍ୟବହାର କରାଯିବ। ଏହି ବୈଠକରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

OMBADC ସୁରେଶ ଚନ୍ଦ୍ର ମହାପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରସିଦ୍ଧ ଶୈବପୀଠ ଶ୍ରୀଦକ୍ଷେଶ୍ଵରଦେବ ମନ୍ଦିରରେ ଜାଗର ଯାତ୍ରା: ଜାଣନ୍ତୁ କେବେ ଉଠିବ ମହାଦୀପ?

February 14, 2026

ରେଢ଼ାଖୋଲରେ ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

February 14, 2026

ବାଲୁଗାଁରେ ମାତିଲେ ଲୁଟେରା ଗ୍ୟାଙ୍ଗ: ୫ ଟି ସ୍ଥାନରୁ ୮ ମନ୍ଦିରରୁ ସିରିଜ ଲୁଟ

February 14, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୂର୍ବ ତଟ ରେଳପଥରେ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ, ଦେଖନ୍ତୁ ତାଲିକା

February 14, 2026
Latest News

ଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ ଅଫ୍ ଫଣ୍ଡସ୍‌ 2.0 କୁ କ୍ୟାବିନେଟ ଅନୁମୋଦନ

February 14, 2026

‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ’କୁ ପ୍ରଶାସନିକ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି

February 14, 2026

ଜିଓ ସମେତ ୧୦ଟି ଦେଶର ୧୫ଟି ପ୍ରମୁଖ ଟେକ୍ କମ୍ପାନୀ ଗଠନ କଲେ “ଟ୍ରଷ୍ଟେଡ୍ ଟେକ୍ ଆଲାଏନ୍ସ”

February 14, 2026

ଅଭିଷେକ ଶର୍ମା ଖେଳିବେ କି?: IND vs PAK ମ୍ୟାଚ୍ ପୂର୍ବରୁ ସୂର୍ଯ୍ୟକୁମାର ଯାଦବ ଦେଲେ ସ୍ପଷ୍ଟ ଉତ୍ତର

February 14, 2026

ପ୍ରସିଦ୍ଧ ଶୈବପୀଠ ଶ୍ରୀଦକ୍ଷେଶ୍ଵରଦେବ ମନ୍ଦିରରେ ଜାଗର ଯାତ୍ରା: ଜାଣନ୍ତୁ କେବେ ଉଠିବ ମହାଦୀପ?

February 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.