Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୭ଟି ମେଗା ସମନ୍ୱିତ ବୟନ କ୍ଷେତ୍ର ପାଇଁ ୪ ହଜାର ୪୪୫ କୋଟି ଟଙ୍କା ମଞ୍ଜୁରି କଲେ କେନ୍ଦ୍ର ସରକାର
ବିଶେଷ ଖବର

୭ଟି ମେଗା ସମନ୍ୱିତ ବୟନ କ୍ଷେତ୍ର ପାଇଁ ୪ ହଜାର ୪୪୫ କୋଟି ଟଙ୍କା ମଞ୍ଜୁରି କଲେ କେନ୍ଦ୍ର ସରକାର

October 6, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଏକ ଆତ୍ମନିର୍ଭର ଭାରତ ନିର୍ମାଣ ଏବଂ ଭାରତକୁ ବିଶ୍ୱ ବୟନ ମାନଚିତ୍ରରେ ଏକ ସୁଦୃଢ଼ ସ୍ଥାନ ଦେବାର ଲକ୍ଷ୍ୟ ନେଇ କାର‌୍ୟ୍ୟ କରୁଛନ୍ତି। ଏହାକୁ ସାକାର କରିବା କରିବା ଲାଗି, ୨୦୨୧-୨୨ ଆର୍ଥିକ ବର୍ଷର କେନ୍ଦ୍ର ବଜେଟରେ କରାଯାଇଥିବା ଘୋଷଣା ପ୍ରକାରେ ୭ଟି ପିଏମ ମିତ୍ର ପାର୍କ ପ୍ରତିଷ୍ଠା ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି।

ପିଏମ ମିତ୍ର ପ୍ରଧାନମନ୍ତ୍ରୀଙ୍କ ୫ ଏଫ ଭିଜନ୍ ଦ୍ୱାରା ଅନୁପ୍ରାଣିତ। ‘୫ ଏଫ’ ଫର୍ମୁଲାରେ – ଫାର୍ମ ଟୁ ଫାଇବର; ଫାଇବର ଟୁ ଫ୍ୟାକ୍ଟ୍ରି; ଫ୍ୟାକ୍ଟ୍ରି ଟୁ ଫେଶନ ଏବଂ ଫେସନ ଟୁ ଫରେନ୍ ସୁବିଧା ସାମିଲ ରହିଛି। ଏହି ସମନ୍ୱିତ ଲକ୍ଷ୍ୟ ଅର୍ଥବ୍ୟବସ୍ଥାରେ ବୟନ ଶିଳ୍ପ କ୍ଷେତ୍ରର ଅଧିକ ଅଭିବୃଦ୍ଧି ପାଇଁ ସହାୟକ ହେବ। ଆମ ଭଳି ସମ୍ପୂର୍ଣ୍ଣ ବୟନ ଶିଳ୍ପ ଇକୋସିଷ୍ଟମ ଅନ୍ୟ କୌଣସି ରାଷ୍ଟ୍ରରେ ନାହିଁ। ଭାରତ ନିକଟରେ ପାଞ୍ଚଟି ଦୃଢ଼ ‘ଏଫ’ ରହିଛି।

ବିଭିନ୍ନ ଆଗ୍ରହୀ ରାଜ୍ୟ ମାନଙ୍କରେ ଗ୍ରୀନଫିଲ୍ଡ ଏବଂ ବ୍ରାଉନ ଫିଲ୍ଡ କ୍ଷେତ୍ରରେ ୭ଟି ବୃହତ ସମନ୍ୱିତ ବୟନ କ୍ଷେତ୍ର ଏବଂ ପରିଧାନ (ପିଏମ ମିତ୍ର) ପାର୍କ ସ୍ଥାପନ କରାଯିବ। ଅନ୍ୟ ବୟନ ଶିଳ୍ପ ସଂକ୍ରାନ୍ତ ସୁବିଧା ଏବଂ ଇକୋସିଷ୍ଟମ ସହିତ ୧,୦୦୦ ଏକର ନିକଟବର୍ତ୍ତୀ ଏବଂ ବାଧାମୁକ୍ତ ଜମି ଖଣ୍ଡ ଉପଲବ୍ଧ ଥିବା ରାଜ୍ୟ ସରକାରମାନଙ୍କ ପ୍ରସ୍ତାବକୁ ସ୍ୱାଗତ କରାଯିବ।
ସମାନ ମୌଳିକ ଭିତ୍ତିଭୂମି (ପ୍ରକଳ୍ପ ବ୍ୟୟର ୩୦ ପ୍ରତିଶତ) ବିକାଶ ଲାଗି ସମସ୍ତ ଗ୍ରୀନଫିଲ୍ଡ ପିଏମ ମିତ୍ର ପ୍ରକଳ୍ପ ପାଇଁ ସର୍ବାଧିକ ବିକାଶ ପୁଞ୍ଜି ସହାୟତା (ଡିସିଏସ) ୫୦୦ କୋଟି ଟଙ୍କା ଏବଂ ବ୍ରାଉନଫିଲ୍ଡ ମିତ୍ର ପ୍ରକଳ୍ପ ପାଇଁ ସର୍ବାଧିକ ୨୦୦ କୋଟି ଟଙ୍କା ସହାୟତା ପ୍ରଦାନ କରାଯିବ।

ଏହାବ୍ୟତୀତ ପିଏମ ମିତ୍ରରେ ପୋଷାକ ନିର୍ମାଣ ୟୁନିଟ୍‌ର ଶୀଘ୍ର ପ୍ରତିଷ୍ଠା ଲାଗି ପ୍ରତ୍ୟେକ ପିଏମ ମିତ୍ର ପାର୍କକୁ ପ୍ରତିଯୋଗିତାମୂଳକ ପ୍ରୋତ୍ସାହନ ସହାୟତା (ସିଆଇଏସ) ରୂପରେ ୩୦୦ କୋଟି ଟଙ୍କା ମଧ୍ୟ ମଧ୍ୟ ପ୍ରଦାନ କରାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ସମର୍ଥନ ଭାବେ ବିଶ୍ୱସ୍ତରୀୟ ଔଦ୍ୟୋଗିକ ସମ୍ପତ୍ତି ବିକାଶ ଲାଗି ୧,୦୦୦ ଏକର ଜମିର ବ୍ୟବସ୍ଥା ସାମିଲ ରହିବ।

ଗୋଟିଏ ଗ୍ରୀନଫିଲ୍ଡ ପିଏମ ପିତ୍ର ପାର୍କ ଲାଗି ଭାରତ ସରକାରଙ୍କ ପକ୍ଷରୁ ବିକାଶ ପୁଞ୍ଜିଗତ ସହାୟତା ମୋଟ୍ ପ୍ରକଳ୍ପ ବ୍ୟୟର ୩୦ ପ୍ରତିଶତ ହେବ। ଏହାର ସର୍ବାଧିକ ସୀମା ୫୦୦ କୋଟି ଟଙ୍କା ହେବ। ମୂଲ୍ୟାଙ୍କନ ପରେ ବ୍ରାଉନଫିଲ୍ଡ ସ୍ଥଳକୁ ନେଇ ଅବଶିଷ୍ଟ ଭିତ୍ତିଭୂମି ଏବଂ ଅନ୍ୟ ସହାୟକ ସୁବିଧାକୁ ବିକଶିତ କରିବା ଲାଗି ବିକାଶ ପୁଞ୍ଜିଗତ ସହାୟତା ମୋଟ ପ୍ରକଳ୍ପର ୩୦ ପ୍ରତିଶତ ହେବ। ଏହାକୁ ୨୦୦ କୋଟି ଟଙ୍କା ମଧ୍ୟରେ ସୀମିତ କରାଯାଇଛି। ଏହା ଘରୋଇ କ୍ଷେତ୍ରର ଭାଗିଦାରୀକୁ ନେଇ ପ୍ରକଳ୍ପକୁ ଆକର୍ଷଣୀୟ କରିବା ଲାଗି କାର‌୍ୟ୍ୟକ୍ଷମତା ବ୍ୟବଧାନ ପାଣ୍ଠି ଯୋଗାଣ ଆକାରରେ କରାଯିବ।

BJP Ads
ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୫ ବର୍ଷ ପାଇଁ ୧,୪୬୬ ଜଣଙ୍କୁ ‘କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଦକ୍ଷତା ପଦକ’

October 31, 2025

Reliance Jio: ଜିଓ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର, ୧୮ ମାସ ପାଇଁ ମାଗଣାରେ ମିଳିବ ଗୁଗୁଲ୍ ଏଆଇ ପ୍ରୋ

October 31, 2025

ଜଳ ସମ୍ପଦ ବିଭାଗକୁ ଆହୁରି ସୁଦକ୍ଷ ଓ ସ୍ମାର୍ଟ କରାଯିବ: ମୁଖ୍ୟମନ୍ତ୍ରୀ

October 31, 2025

ଶୁଳ୍କ ଯୁଦ୍ଧ ମଧ୍ୟରେ ସ୍ୱର ବଦଳାଇଲା ଆମେରିକା: ଭାରତ ସହିତ ସ୍ୱାକ୍ଷର କଲା ଏକ ପ୍ରମୁଖ ପ୍ରତିରକ୍ଷା ଚୁକ୍ତି

October 31, 2025
BJP Ads
Latest News

ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ଯୋଗଦେଲେ ଆଇନମନ୍ତ୍ରୀ

October 31, 2025

ବାଲୁଗାଁ ଗାନ୍ଧିଛକ ନିକଟସ୍ଥ ସୁନା ଦୋକାନରୁ ଚୋରି ଉଦ୍ୟମ: ଦୁଇ ଗିରଫ

October 31, 2025

ପୂର୍ବତଟ ରେଳପଥ ମୁଖ୍ୟାଳୟରେ ରାଷ୍ଟ୍ରିୟ ଏକତା ଦିବସ ପାଳିତ

October 31, 2025

ରାଷ୍ଟ୍ରୀୟ ଏକତା ଦିବସ ୨୦୨୫ ଅବସରରେ ‘ରନ୍‍ ଫର୍‍ ୟୁନିଟି’ର ଶୁଭାରମ୍ଭ କଲେ କେନ୍ଦ୍ର ଗୃହମନ୍ତ୍ରୀ

October 31, 2025

“ବିକଶିତ ଭାରତ” ଗଠନରେ ଆଦିବାସୀ ଯୁବ ନେତୃତ୍ୱ ହେବ ପ୍ରଗତିର ଭିତ୍ତି: ଡକ୍ଟର ମନସୁଖ ମାଣ୍ଡଭିୟ

October 31, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.