Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୭ଟି ମେଗା ସମନ୍ୱିତ ବୟନ କ୍ଷେତ୍ର ପାଇଁ ୪ ହଜାର ୪୪୫ କୋଟି ଟଙ୍କା ମଞ୍ଜୁରି କଲେ କେନ୍ଦ୍ର ସରକାର
ବିଶେଷ ଖବର

୭ଟି ମେଗା ସମନ୍ୱିତ ବୟନ କ୍ଷେତ୍ର ପାଇଁ ୪ ହଜାର ୪୪୫ କୋଟି ଟଙ୍କା ମଞ୍ଜୁରି କଲେ କେନ୍ଦ୍ର ସରକାର

October 6, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଏକ ଆତ୍ମନିର୍ଭର ଭାରତ ନିର୍ମାଣ ଏବଂ ଭାରତକୁ ବିଶ୍ୱ ବୟନ ମାନଚିତ୍ରରେ ଏକ ସୁଦୃଢ଼ ସ୍ଥାନ ଦେବାର ଲକ୍ଷ୍ୟ ନେଇ କାର‌୍ୟ୍ୟ କରୁଛନ୍ତି। ଏହାକୁ ସାକାର କରିବା କରିବା ଲାଗି, ୨୦୨୧-୨୨ ଆର୍ଥିକ ବର୍ଷର କେନ୍ଦ୍ର ବଜେଟରେ କରାଯାଇଥିବା ଘୋଷଣା ପ୍ରକାରେ ୭ଟି ପିଏମ ମିତ୍ର ପାର୍କ ପ୍ରତିଷ୍ଠା ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି।

ପିଏମ ମିତ୍ର ପ୍ରଧାନମନ୍ତ୍ରୀଙ୍କ ୫ ଏଫ ଭିଜନ୍ ଦ୍ୱାରା ଅନୁପ୍ରାଣିତ। ‘୫ ଏଫ’ ଫର୍ମୁଲାରେ – ଫାର୍ମ ଟୁ ଫାଇବର; ଫାଇବର ଟୁ ଫ୍ୟାକ୍ଟ୍ରି; ଫ୍ୟାକ୍ଟ୍ରି ଟୁ ଫେଶନ ଏବଂ ଫେସନ ଟୁ ଫରେନ୍ ସୁବିଧା ସାମିଲ ରହିଛି। ଏହି ସମନ୍ୱିତ ଲକ୍ଷ୍ୟ ଅର୍ଥବ୍ୟବସ୍ଥାରେ ବୟନ ଶିଳ୍ପ କ୍ଷେତ୍ରର ଅଧିକ ଅଭିବୃଦ୍ଧି ପାଇଁ ସହାୟକ ହେବ। ଆମ ଭଳି ସମ୍ପୂର୍ଣ୍ଣ ବୟନ ଶିଳ୍ପ ଇକୋସିଷ୍ଟମ ଅନ୍ୟ କୌଣସି ରାଷ୍ଟ୍ରରେ ନାହିଁ। ଭାରତ ନିକଟରେ ପାଞ୍ଚଟି ଦୃଢ଼ ‘ଏଫ’ ରହିଛି।

ବିଭିନ୍ନ ଆଗ୍ରହୀ ରାଜ୍ୟ ମାନଙ୍କରେ ଗ୍ରୀନଫିଲ୍ଡ ଏବଂ ବ୍ରାଉନ ଫିଲ୍ଡ କ୍ଷେତ୍ରରେ ୭ଟି ବୃହତ ସମନ୍ୱିତ ବୟନ କ୍ଷେତ୍ର ଏବଂ ପରିଧାନ (ପିଏମ ମିତ୍ର) ପାର୍କ ସ୍ଥାପନ କରାଯିବ। ଅନ୍ୟ ବୟନ ଶିଳ୍ପ ସଂକ୍ରାନ୍ତ ସୁବିଧା ଏବଂ ଇକୋସିଷ୍ଟମ ସହିତ ୧,୦୦୦ ଏକର ନିକଟବର୍ତ୍ତୀ ଏବଂ ବାଧାମୁକ୍ତ ଜମି ଖଣ୍ଡ ଉପଲବ୍ଧ ଥିବା ରାଜ୍ୟ ସରକାରମାନଙ୍କ ପ୍ରସ୍ତାବକୁ ସ୍ୱାଗତ କରାଯିବ।
ସମାନ ମୌଳିକ ଭିତ୍ତିଭୂମି (ପ୍ରକଳ୍ପ ବ୍ୟୟର ୩୦ ପ୍ରତିଶତ) ବିକାଶ ଲାଗି ସମସ୍ତ ଗ୍ରୀନଫିଲ୍ଡ ପିଏମ ମିତ୍ର ପ୍ରକଳ୍ପ ପାଇଁ ସର୍ବାଧିକ ବିକାଶ ପୁଞ୍ଜି ସହାୟତା (ଡିସିଏସ) ୫୦୦ କୋଟି ଟଙ୍କା ଏବଂ ବ୍ରାଉନଫିଲ୍ଡ ମିତ୍ର ପ୍ରକଳ୍ପ ପାଇଁ ସର୍ବାଧିକ ୨୦୦ କୋଟି ଟଙ୍କା ସହାୟତା ପ୍ରଦାନ କରାଯିବ।

ଏହାବ୍ୟତୀତ ପିଏମ ମିତ୍ରରେ ପୋଷାକ ନିର୍ମାଣ ୟୁନିଟ୍‌ର ଶୀଘ୍ର ପ୍ରତିଷ୍ଠା ଲାଗି ପ୍ରତ୍ୟେକ ପିଏମ ମିତ୍ର ପାର୍କକୁ ପ୍ରତିଯୋଗିତାମୂଳକ ପ୍ରୋତ୍ସାହନ ସହାୟତା (ସିଆଇଏସ) ରୂପରେ ୩୦୦ କୋଟି ଟଙ୍କା ମଧ୍ୟ ମଧ୍ୟ ପ୍ରଦାନ କରାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ସମର୍ଥନ ଭାବେ ବିଶ୍ୱସ୍ତରୀୟ ଔଦ୍ୟୋଗିକ ସମ୍ପତ୍ତି ବିକାଶ ଲାଗି ୧,୦୦୦ ଏକର ଜମିର ବ୍ୟବସ୍ଥା ସାମିଲ ରହିବ।

ଗୋଟିଏ ଗ୍ରୀନଫିଲ୍ଡ ପିଏମ ପିତ୍ର ପାର୍କ ଲାଗି ଭାରତ ସରକାରଙ୍କ ପକ୍ଷରୁ ବିକାଶ ପୁଞ୍ଜିଗତ ସହାୟତା ମୋଟ୍ ପ୍ରକଳ୍ପ ବ୍ୟୟର ୩୦ ପ୍ରତିଶତ ହେବ। ଏହାର ସର୍ବାଧିକ ସୀମା ୫୦୦ କୋଟି ଟଙ୍କା ହେବ। ମୂଲ୍ୟାଙ୍କନ ପରେ ବ୍ରାଉନଫିଲ୍ଡ ସ୍ଥଳକୁ ନେଇ ଅବଶିଷ୍ଟ ଭିତ୍ତିଭୂମି ଏବଂ ଅନ୍ୟ ସହାୟକ ସୁବିଧାକୁ ବିକଶିତ କରିବା ଲାଗି ବିକାଶ ପୁଞ୍ଜିଗତ ସହାୟତା ମୋଟ ପ୍ରକଳ୍ପର ୩୦ ପ୍ରତିଶତ ହେବ। ଏହାକୁ ୨୦୦ କୋଟି ଟଙ୍କା ମଧ୍ୟରେ ସୀମିତ କରାଯାଇଛି। ଏହା ଘରୋଇ କ୍ଷେତ୍ରର ଭାଗିଦାରୀକୁ ନେଇ ପ୍ରକଳ୍ପକୁ ଆକର୍ଷଣୀୟ କରିବା ଲାଗି କାର‌୍ୟ୍ୟକ୍ଷମତା ବ୍ୟବଧାନ ପାଣ୍ଠି ଯୋଗାଣ ଆକାରରେ କରାଯିବ।

ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

ରାମ ମନ୍ଦିରରେ ଦାନ ଚୋରି ମାମଲା: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କଲେ ଶଙ୍କରାଚାର୍ଯ୍ୟ

June 22, 2026
Latest News

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026

ଚାକିରି ପାଇଁ ଯୋଗ ବାଧ୍ୟତାମୂଳକ!: HSSC ଏବଂ HPSC ପରୀକ୍ଷାରେ ବଡ଼ ହେବ ପରିବର୍ତ୍ତନ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.