Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରିଲାଏନ୍ସ ରିଟେଲ୍ ଭାରତରେ ଖୋଲିବ ‘୭-ଇଲେଭେନ୍ କନ୍‌ଭିନିଏନ୍ସ’ ଷ୍ଟୋର୍‌, ଜାଣନ୍ତୁ ଏଥିରେ କଣ ମିଳିବ
ବିଶେଷ ଖବର

ରିଲାଏନ୍ସ ରିଟେଲ୍ ଭାରତରେ ଖୋଲିବ ‘୭-ଇଲେଭେନ୍ କନ୍‌ଭିନିଏନ୍ସ’ ଷ୍ଟୋର୍‌, ଜାଣନ୍ତୁ ଏଥିରେ କଣ ମିଳିବ

October 7, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରିଲାଏନ୍ସ ରିଟେଲ୍ ଭାରତରେ ଖୋଲିବ '୭-ଇଲେଭେନ୍ କନ୍‌ଭିନିଏନ୍ସ' ଷ୍ଟୋର୍‌, ଜାଣନ୍ତୁ ଏଥିରେ କଣ ମିଳିବ

ମୁମ୍ବାଇ / ଭୁବନେଶ୍ୱର: ଭାରତରେ ୭-ଇଲେଭେନ୍ କନ୍‌ଭିନିଏନ୍‌ସ ଷ୍ଟୋର୍ ଖୋଲିବା ଲାଗି ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆରଆରଭିଏଲ୍‌) ଏହାର ସମ୍ପୂର୍ଣ୍ଣ ସହଯୋଗୀ ସଂସ୍ଥା ୭-ଇଣ୍ଡିଆ କନ୍‌ଭିନିଏନ୍ସ ରିଟେଲ୍ ଲିମିଟେଡ୍ ଜରିଆରେ ୭-ଇଲେଭନ୍ ଆଇଏନ୍‌ସି (ଏସ୍‌ଇଆଇ) ସହିତ ମାଷ୍ଟର ଫ୍ରାଚାଂଇଜି ଚୁକ୍ତିପତ୍ର ସ୍ୱାକ୍ଷର କରିଛି ।

ଏହି କ୍ରମରେ ଅକ୍ଟୋବର ୯, ଶନିବାର ଦିନ ମୁମ୍ବାଇର ଅନ୍ଧେରୀ ଇଷ୍ଟ୍‌ରେ ପ୍ରଥମ ୭-ଇଲେଭେନ୍ ଷ୍ଟୋର ଖୋଲାଯିବାର କାର‌୍ୟ୍ୟକ୍ରମ ରହିଛି । ଏହା ପରେ ଗ୍ରେଟର ମୁମ୍ବାଇର ପ୍ରମୁଖ ଆବାସିକ ଓ ବାଣିଜ୍ୟିକ ଅଂଚଳଗୁଡ଼ିକରୁ ଆରମ୍ଭ କରି ଏହି ଷ୍ଟୋର୍‌ଗୁଡ଼ିକର ଦ୍ରୁତ ସମ୍ପ୍ରସାରଣ କରାଯିବ ।

୭-ଇଲେଭେନ୍ ଷ୍ଟୋର ଉନ୍ମୋଚନ ସହିତ ଦେଶର ସର୍ବବୃହତ ରିଟେଲର ଆର୍‌ଆର୍‌ଭିଏଲ୍ ଭାରତୀୟ ଗ୍ରାହକଙ୍କୁ ଉତ୍କୃଷ୍ଟ ସପିଙ୍ଗ ଅନୁଭୂତି ପ୍ରଦାନ କରିବା ଏବଂ କିଣିବା ପାଇଁ ଗ୍ରାହକମାନଙ୍କୁ ଆକର୍ଷଣୀୟ ମୂଲ୍ୟ ଉପସ୍ଥାପନ କରିବା ଯାତ୍ରା ପ୍ରତି ଆଉ ଏକ ପାଦ ଅଗ୍ରସର ହୋଇଛି । ୭-ଇଲେଭେନ୍ ଷ୍ଟୋର୍‌ଗୁଡ଼ିକର ଲକ୍ଷ୍ୟ ହେଉଛି ଗ୍ରାହକମାନଙ୍କୁ ସ୍ୱତନ୍ତ୍ର ଷ୍ଟାଇଲ୍‌ର ସୁବିଧା ଦେଇ ସେମାନଙ୍କୁ ପାନୀୟ, ସ୍ନାକ୍ସ ଓ ସୁସ୍ୱାଦୁ ପଦାର୍ଥର ବ୍ୟାପକ ବର୍ଗମାଳା ପ୍ରଦାନ କରିବା ଯାହାକୁ ସ୍ଥାନୀୟ ସ୍ୱାଦକୁ ନଜରରେ ରଖି ପ୍ରସ୍ତୁତ କରାଯାଇଛି ।

ଏଥିସହିତ ଏହା ଗ୍ରାହକଙ୍କ ଦୈନିକ ଆବଶ୍ୟକତା ପୂରଣ କରିବ ଏବଂ ସବୁର ମୂଳରେ ରହିବ ସୁଲଭତା ଓ ସ୍ୱଚ୍ଛତା । ଏକ ଦ୍ରୁତ ସମ୍ପ୍ରସାରଣ ଯୋଜନା ରହିଥିବାରୁ ଏହା ସ୍ଥାନୀୟ ନିଯୁକ୍ତିକୁ ଉଲ୍ଲେଖନୀୟ ଯୋଗଦାନ ପ୍ରଦାନ କରିବ ଏବଂ ସହଜ ଖାଦ୍ୟ (କନଭିନିଏନ୍ସ ଫୁଡ୍‌)ର ଏକ ସମ୍ପୂର୍ଣ୍ଣ ପରିବ୍ୟବସ୍ଥା ସୃଷ୍ଟି କରିବ । ଭାରତରେ ୭-ଇଲେଭେନ୍‌ର ସୁବିଧାଜନକ ଖୁଚୁରା ବ୍ୟବସାୟ ମଡେଲ୍‌କୁ କାର‌୍ୟ୍ୟକାରୀ କରିବା ଏବଂ ସ୍ଥାନୀୟ ଆବଶ୍ୟକତା ଅନୁସାରେ ତାହାକୁ ପ୍ରସ୍ତୁତ କରିବାରେ ଆରଆରଭିଏଲ୍‌କୁ ଏସ୍‌ଇଆଇ ଶ୍ରେଷ୍ଠ ଶ୍ରେଣୀର ପରିଚାଳନା ପ୍ରକ୍ରିୟା ଓ ବ୍ୟବସ୍ଥା ଆଣିବାରେ ସହଯୋଗ କରିବ ।

ଇଶା ଅମ୍ବାନି, ନିର୍ଦେଶିକା, ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ କହିଛନ୍ତି ଯେ, “ରିଲାଏନ୍ସରେ ଆମେ ଗ୍ରାହକଙ୍କୁ ସବୁବେଳେ ଶ୍ରେଷ୍ଠ ପ୍ରଦାନ କରି ଆମେ ଗର୍ବ ଅନୂଭବ କରୁ ଏବଂ ସାରା ଦୁନିଆର ବିଶ୍ୱାସଭାଜନ ହୋଇଥିବା କନ୍‌ଭିନିଏନ୍‌ସ ଷ୍ଟୋର୍ ୭-ଇଲେଭେନ୍‌କୁ ଭାରତ ଆଣିଥିବାରୁ ଆମେ ଗର୍ବିତ । କନ୍‌ଭିନିଏନ୍‌ସ ଖୁଚୁରା ଦୃଶ୍ୟପଟ୍ଟରେ ୭-ଇଲେଭେନ୍ ହେଉଛି ଅନ୍ୟତମ ସବୁଠୁ ଆଇକନିକ୍ (ପ୍ରମୁଖ) ବିଶ୍ୱସ୍ତରୀୟ ବ୍ରାଣ୍ଡ୍ । ଏସ୍‌ଇଆଇ ସହିତ ଆମେ ଯେଉଁ ନୂଆ ପଥ ଗଠନ କରିବୁ ତାହା ଭାରତୀୟ ଗ୍ରାହକଙ୍କୁ ସେମାନଙ୍କ ଆଖପାଖ (ପଡ଼ୋଶୀ) ସ୍ଥାନରେ ଶ୍ରେଷ୍ଠ ସୁବିଧା ଓ ପସନ୍ଦ ପ୍ରଦାନ କରିବ ।’’

“ଭାରତର ହେଉଛି ବିଶ୍ୱର ଦ୍ୱିତୀୟ ବୃହତମ ଦେଶ ଏବଂ ଏହା ହେଉଛି ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି । ଦୁନିଆର ସର୍ବବୃହତ କନ୍‌ଭିନିଏନ୍ସ ରିଟେଲର୍ ଭାବେ ଭାରତରେ ଆମେ ପ୍ରବେଶ କରିବାର ଏହା ଉପଯୁକ୍ତ ସମୟ ବୋଲି କହିଛନ୍ତି ଏସ୍‌ଇଆଇର ସଭାପତି ଓ ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ଜୋ ଡିପିଂଟୋ । “ରିଲାଏନ୍ସ ରିଟେଲ୍ ଭେଂଚର୍ସ ସହିତ ଆମର ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ତଥା ସହଯୋଗିତା ମୁମ୍ବାଇ ସହରରୁ ଆରମ୍ଭ ହୋଇ ନିୟୁତାଧିକ ଭାରତୀୟ ଗ୍ରାହକଙ୍କୁ ୭-ଇଲେଭେନ୍ ବ୍ରାଣ୍ଡ୍‌ର କନ୍‌ଭିନିଏଂଟ୍ ଉତ୍ପାଦ ଓ ସେବା ପ୍ରଦାନ କରିବ।’’

ରିଲାଏନ୍ସ ରିଟେଲ୍ ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍
Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଅବସରଗ୍ରହଣ କରିବାକୁ ଯାଉଥିବା ରାଜ୍ୟସଭା ସଦସ୍ୟମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

March 18, 2026

ଭାରତ ସହ ଘନିଷ୍ଠ ବନ୍ଧୁର ପରିଚୟ ଦେଲା ଏହି ମୁସଲିମ ଦେଶ: ପଠାଇଲା ଲକ୍ଷ ଲକ୍ଷ ବ୍ୟାରେଲ ତେଲ

March 18, 2026
Latest News

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଶିଶୁ ସୁରକ୍ଷା ସେବା ସହିତ ଜଡ଼ିତ ‘ମିଶନ ବାତ୍ସଲ୍ୟ ପୋର୍ଟାଲ’ ପୁନଃପ୍ରସ୍ତୁତ

March 18, 2026

ଭାରତୀୟ କପା ନିଗମକୁ ୧,୭୧୮.୫୬ କୋଟିର ଏମଏସପି ପାଣ୍ଠି ମଞ୍ଜୁର କଲା କ୍ୟାବିନେଟ୍

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.