ଏୟାର ଇଣ୍ଡିଆକୁ ଅଠର ହଜାର କୋଟି ଟଙ୍କାରେ କିଣିଲା ଟାଟା କଂପାନୀ

Published: Oct 8, 2021, 5:27 pm IST

ନୂଆଦିଲ୍ଲୀ: ବର୍ତ୍ତମାନ ସବୁ ଚର୍ଚ୍ଚାର ହେଲା ଅନ୍ତ। ଶେଷରେ ଏୟାର ଇଣ୍ଡିଆକୁ କିଣିଲା ଟାଟା କଂପାନୀ।  ଆଜି ଏ ନେଇ ଚୁଡାନ୍ତ ନିଷ୍ପତି ହୋଇଛି। ମୋଟ ଅଠର ହଜାର କୋଟି ଟଙ୍କାରେ ଏୟାର ଇଣ୍ଡିଆକୁ ଟାଟା କିଣିଲା ବୋଲି ଜଣାପଡିଛି। ପୂର୍ବରୁ ଏୟାର ଇଣ୍ଡିଆର ମାଲିକ ଟାଟା ହେବ ବୋଲି ଜଣାପଡିଥିଲା। ହେଲେ ଏ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ମନା କରାଯାଇଥିଲା।

ଏୟାର ଇଣ୍ଡିଆ କ୍ଷତିରେ ଚାଲିବାରୁ ତାହାକୁ ଘରୋଇ କଂପାନୀଙ୍କୁ ବିକ୍ରି କରାଯିବ ବୋଲି କେନ୍ଦ୍ର ସରକାର ନିଷ୍ରତି କରିଥିଲେ। ହେଲେ ଏ ନେଇ ବାରମ୍ବାର ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ କେହେ କିଣାଳି ଆସି ନ ଥିଲେ। ଶେଷରେ ଟାଟା ସନସ ଏବଂ ସ୍ପାଇସ ଜେଟ ଏହି ଟେଣ୍ଡର ପକ୍ରିୟାରେ ଭାଗ ନେଇଥିଲା। ଶେଷରେ ଟାଟା ସନସ୍ ଏହି ବିଡ୍ ନେଇଥିଲା।

ଟାଟା କଂପାନୀ ଏୟାର ଇଣ୍ଡିଆକୁ କିଣିଲା ବୋଲି ଆଜି ଅର୍ଥ ମନ୍ତ୍ରଣାଳୟର ନିବେଶ ସଚିବ ତୁହିନ କାନ୍ତ ପାଣ୍ଡେ ଘୋଷଣା କରିଥିଲେ। ଏହି ବିଡ ବେଳେ ଖୋଦ ଗୃହମନ୍ତ୍ରୀ ଅମିତ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତଦାରଖ କରୁଥିଲେ।

ଏହି ଡିଲରେ ଟାଟା କଂପାନୀ ସମସ୍ତ ଅପରେସନ, କର୍ମଚାରୀ ଏବଂ ବିମାନକୁ କିଣିବ। ହେଲେ ଏୟାର ଇଣ୍ଡିଆର ଅଫିସ ଏବଂ ଜମି ଟାଟା କଂପାନୀ ଅଧିଗ୍ରହଣ କରିବ ନାହିଁ। ଏହା କେନ୍ଦ୍ର ସରକାରଙ୍କ ହାତରେ ରହିବ। ଏହି କିଣିବିକା ପକ୍ରିୟା ଆସନ୍ତା ଡିସେମ୍ବର ସୁଦ୍ଧା ଶେଷ ହେବ ବୋଲି ନିଷ୍ପତି ହୋଇଛି।

ଫଳରେ ନୂଆ ବର୍ଷରୁ ଏୟାର ଇଣ୍ଡିଆ ସଂପୂର୍ଣ୍ଣ ଭାବେ ଟାଟା ସନସ ହାତକୁ ଚାଲିଯିବ। ବର୍ତ୍ତମାନ ୬୮ ବର୍ଷ  ପରେ ଟାଟା ହାତକୁ ପୁଣି ଏୟାର ଇଣ୍ଡିଆ ଫେରି ଆସିଛି। ୧୯୩୨ ମସିହାରେ କଂପାନୀ ତରଫରୁ ଟାଟା ଏୟାରଲାଇନସ ସ୍ଥାପନ କରାଯାଇଥିଲା ୧୯୪୬ରେ ନାମ ବଦଳାଯାଇ ଏୟାର ଇଣ୍ଡିଆ ରଖାଯାଇଥିଲା।

୨୦୦୭ ମସିହାରେ କେନ୍ଦ୍ର ସରକାର ଏୟାର ଇଣ୍ଡିଆ ଏବଂ ଇଣ୍ଡିଆନ ଏୟାରଲାଇନ୍ସକୁ ମିଶ୍ରଣ କରିଥିଲେ। ମିଶ୍ରଣ ପଛରେ ବିମାନ କମ୍ପାନୀଗୁଡିକର ପ୍ରତିଯୋଗିତା ଏହାର କାରଣ ବୋଲି ସରକାର ଦର୍ଶାଇଥିଲେ। ଯଦିଓ ଏୟାର ଇଣ୍ଡିଆ ୨୦୦୦ ରୁ ୨୦୦୬ ପର୍ଯ୍ୟନ୍ତ ଲାଭବାନ ହେଉଥିଲା, କିନ୍ତୁ ମିଶ୍ରଣ ପରେ ସମସ୍ୟା ଆହୁରି ବଢିଗଲା । ଫଳରେ ଏହା ଦେବାଳିଆ ଅବସ୍ଥାକୁ ଚାଲିଆସିଲା।

Related posts