Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏୟାର ଇଣ୍ଡିଆକୁ ଅଠର ହଜାର କୋଟି ଟଙ୍କାରେ କିଣିଲା ଟାଟା କଂପାନୀ
ବିଶେଷ ଖବର

ଏୟାର ଇଣ୍ଡିଆକୁ ଅଠର ହଜାର କୋଟି ଟଙ୍କାରେ କିଣିଲା ଟାଟା କଂପାନୀ

October 8, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏୟାର ଇଣ୍ଡିଆ
ପ୍ରଥମ ପ୍ରୟାସରେ ଅବତରଣ କରିପାରିଲା ନାହିଁ ଏୟାର ଇଣ୍ଡିଆ ବିମାନ: ଯାତ୍ରା କରୁଥିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ବର୍ତ୍ତମାନ ସବୁ ଚର୍ଚ୍ଚାର ହେଲା ଅନ୍ତ। ଶେଷରେ ଏୟାର ଇଣ୍ଡିଆକୁ କିଣିଲା ଟାଟା କଂପାନୀ।  ଆଜି ଏ ନେଇ ଚୁଡାନ୍ତ ନିଷ୍ପତି ହୋଇଛି। ମୋଟ ଅଠର ହଜାର କୋଟି ଟଙ୍କାରେ ଏୟାର ଇଣ୍ଡିଆକୁ ଟାଟା କିଣିଲା ବୋଲି ଜଣାପଡିଛି। ପୂର୍ବରୁ ଏୟାର ଇଣ୍ଡିଆର ମାଲିକ ଟାଟା ହେବ ବୋଲି ଜଣାପଡିଥିଲା। ହେଲେ ଏ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ମନା କରାଯାଇଥିଲା।

ଏୟାର ଇଣ୍ଡିଆ କ୍ଷତିରେ ଚାଲିବାରୁ ତାହାକୁ ଘରୋଇ କଂପାନୀଙ୍କୁ ବିକ୍ରି କରାଯିବ ବୋଲି କେନ୍ଦ୍ର ସରକାର ନିଷ୍ରତି କରିଥିଲେ। ହେଲେ ଏ ନେଇ ବାରମ୍ବାର ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ କେହେ କିଣାଳି ଆସି ନ ଥିଲେ। ଶେଷରେ ଟାଟା ସନସ ଏବଂ ସ୍ପାଇସ ଜେଟ ଏହି ଟେଣ୍ଡର ପକ୍ରିୟାରେ ଭାଗ ନେଇଥିଲା। ଶେଷରେ ଟାଟା ସନସ୍ ଏହି ବିଡ୍ ନେଇଥିଲା।

ଟାଟା କଂପାନୀ ଏୟାର ଇଣ୍ଡିଆକୁ କିଣିଲା ବୋଲି ଆଜି ଅର୍ଥ ମନ୍ତ୍ରଣାଳୟର ନିବେଶ ସଚିବ ତୁହିନ କାନ୍ତ ପାଣ୍ଡେ ଘୋଷଣା କରିଥିଲେ। ଏହି ବିଡ ବେଳେ ଖୋଦ ଗୃହମନ୍ତ୍ରୀ ଅମିତ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତଦାରଖ କରୁଥିଲେ।

ଏହି ଡିଲରେ ଟାଟା କଂପାନୀ ସମସ୍ତ ଅପରେସନ, କର୍ମଚାରୀ ଏବଂ ବିମାନକୁ କିଣିବ। ହେଲେ ଏୟାର ଇଣ୍ଡିଆର ଅଫିସ ଏବଂ ଜମି ଟାଟା କଂପାନୀ ଅଧିଗ୍ରହଣ କରିବ ନାହିଁ। ଏହା କେନ୍ଦ୍ର ସରକାରଙ୍କ ହାତରେ ରହିବ। ଏହି କିଣିବିକା ପକ୍ରିୟା ଆସନ୍ତା ଡିସେମ୍ବର ସୁଦ୍ଧା ଶେଷ ହେବ ବୋଲି ନିଷ୍ପତି ହୋଇଛି।

ଫଳରେ ନୂଆ ବର୍ଷରୁ ଏୟାର ଇଣ୍ଡିଆ ସଂପୂର୍ଣ୍ଣ ଭାବେ ଟାଟା ସନସ ହାତକୁ ଚାଲିଯିବ। ବର୍ତ୍ତମାନ ୬୮ ବର୍ଷ  ପରେ ଟାଟା ହାତକୁ ପୁଣି ଏୟାର ଇଣ୍ଡିଆ ଫେରି ଆସିଛି। ୧୯୩୨ ମସିହାରେ କଂପାନୀ ତରଫରୁ ଟାଟା ଏୟାରଲାଇନସ ସ୍ଥାପନ କରାଯାଇଥିଲା ୧୯୪୬ରେ ନାମ ବଦଳାଯାଇ ଏୟାର ଇଣ୍ଡିଆ ରଖାଯାଇଥିଲା।

୨୦୦୭ ମସିହାରେ କେନ୍ଦ୍ର ସରକାର ଏୟାର ଇଣ୍ଡିଆ ଏବଂ ଇଣ୍ଡିଆନ ଏୟାରଲାଇନ୍ସକୁ ମିଶ୍ରଣ କରିଥିଲେ। ମିଶ୍ରଣ ପଛରେ ବିମାନ କମ୍ପାନୀଗୁଡିକର ପ୍ରତିଯୋଗିତା ଏହାର କାରଣ ବୋଲି ସରକାର ଦର୍ଶାଇଥିଲେ। ଯଦିଓ ଏୟାର ଇଣ୍ଡିଆ ୨୦୦୦ ରୁ ୨୦୦୬ ପର୍ଯ୍ୟନ୍ତ ଲାଭବାନ ହେଉଥିଲା, କିନ୍ତୁ ମିଶ୍ରଣ ପରେ ସମସ୍ୟା ଆହୁରି ବଢିଗଲା । ଫଳରେ ଏହା ଦେବାଳିଆ ଅବସ୍ଥାକୁ ଚାଲିଆସିଲା।

ଏୟାର ଇଣ୍ଡିଆ
Share. Facebook Twitter LinkedIn Email WhatsApp Copy Link

Related Posts

Jio 10th Anniversary Offer: ୧,୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ ସହିତ ୬ ମାସର ମାଗଣା ରିଚାର୍ଜ

October 1, 2026

ଉଜ୍ଜ୍ୱଳା ଯୋଜନା ଉପରେ ସରକାରଙ୍କ ବଡ଼ ଘୋଷଣା: ଜାରି ରହିବ LPG ସବସିଡି 

October 1, 2026

‘ନୂଆ ଭୋଟରମାନଙ୍କୁ ପିତାମାତାଙ୍କ ବିବରଣୀ ଦେବାକୁ ପଡ଼ିବ ନାହିଁ’: ନିର୍ବାଚନ କମିଶନଙ୍କ ବଡ଼ ନିଷ୍ପତ୍ତି

October 1, 2026

ବିମାନକୁ ବଡ଼ ଦୁର୍ଘଟଣାରୁ ରକ୍ଷା କରିଥିବା ଭାରତୀୟ ପାଇଲଟ୍‌ଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା

October 1, 2026
Latest News

“ନିର୍ଦ୍ଦେଶ କାହାର ଥିଲା?”: ଫର୍ମ-୬ ଉପରେ ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କଲେ ରାହୁଲ ଗାନ୍ଧୀ

October 1, 2026

ଗଞ୍ଜାମରେ ଝାଡ଼ାବାନ୍ତି ଆତଙ୍କ: ୩ ମୃତ, ୫ରୁ ଅଧିକ ଆକ୍ରାନ୍ତ

October 1, 2026

କଂଗ୍ରେସ ଭବନ ବାହାରେ ଓକିଲଙ୍କ ମୃତଦେହ

October 1, 2026

ଧାରୁଆ ଅସ୍ତ୍ରରେ ଗଳା କାଟି ଯୁବତୀଙ୍କ ଆତ୍ମହତ୍ୟା

October 1, 2026

ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ: ଥରିଲା ହିନ୍ଦୁକୁଶ, ଲୋକେ ଭୟଭୀତ

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.