Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ତେନ୍ତୁଳିରୁ ବିଭିନ୍ନ ଆଚାର ପ୍ରସ୍ତୁତିକୁ ପ୍ରୋତ୍ସାହନ ପାଇଁ ଦେବଗଡ଼ ଜିଲ୍ଲା ଶିଳ୍ପ ଅଧିକାରୀଙ୍କୁ ମନ୍ତ୍ରୀଙ୍କ ପରାମର୍ଶ
ବିଶେଷ ଖବର

ତେନ୍ତୁଳିରୁ ବିଭିନ୍ନ ଆଚାର ପ୍ରସ୍ତୁତିକୁ ପ୍ରୋତ୍ସାହନ ପାଇଁ ଦେବଗଡ଼ ଜିଲ୍ଲା ଶିଳ୍ପ ଅଧିକାରୀଙ୍କୁ ମନ୍ତ୍ରୀଙ୍କ ପରାମର୍ଶ

October 11, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ତେନ୍ତୁଳିରୁ ବିଭିନ୍ନ ଆଚାର ପ୍ରସ୍ତୁତିକୁ ପ୍ରୋତ୍ସାହନ ପାଇଁ ଦେବଗଡ଼ ଜିଲ୍ଲା ଶିଳ୍ପ ଅଧିକାରୀଙ୍କୁ ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ଶିଳ୍ପ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଦେବଗଡ଼ ଜିଲ୍ଲା ଶିଳ୍ପ କେନ୍ଦ୍ର ପରିଦର୍ଶନ କରିବା ସହ ଶିଳ୍ପ କେନ୍ଦ୍ରର କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିଛନ୍ତି । ଭାରତ ସରକାରଙ୍କ ‘ଏକ ଜିଲ୍ଲା ଏକ ଉତ୍ପାଦ’ କାର୍ଯ୍ୟକ୍ରମ ଅନୁଯାୟୀ ଦେବଗଡ଼ ଜିଲ୍ଲାକୁ ତେନ୍ତୁଳି ପାଇଁ ବଛା ଯାଇଥିବା ଦୃଷ୍ଟିରୁ ତେନ୍ତୁଳିକୁ ନେଇ ସ୍ଥାନୀୟ ଲୋକେ କିପରି ଉଦ୍ୟୋଗ କରିପାରିବେ ସେ ଦିଗରେ ଅଧିକ ଦୃଷ୍ଟି ନିକ୍ଷେପ କରିବାକୁ ସେ ଶିଳ୍ପ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ଦକ୍ଷିଣ ଭାରତରେ ତେନ୍ତୁଳିରୁ ଅନେକ ପ୍ରକାର ଆଚାର, ଚଟଣି ଏପରିକି ଶିଶୁମାନଙ୍କ ରୁଚି ଅନୁଯାୟୀ ଉତ୍ପାଦ ପ୍ରସ୍ତୁତ ହେଉଥିବାବେଳେ ଅନୁରୂପ ଭାବେ ଖାଦ୍ୟ ପ୍ରକ୍ରିୟାକରଣ ଦ୍ୱାରା ତେନ୍ତୁଳିର ଉପଯୁକ୍ତ ବିନିଯୋଗ କରିବା ପାଇଁ ସେ ସ୍ଥାନୀୟ ସ୍ୱୟଂ ସହାୟିକା ଗୋଷ୍ଠୀ ନତୁବା କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବାକୁ କହିଥିଲେ । ଜିଲ୍ଲାରେ କୌଣସି ପ୍ରକାର ଭାରି ଶିଳ୍ପ ପ୍ରତିଷ୍ଠାନ ପ୍ରତିଷ୍ଠା ହୋଇ ନପାରିବା କାରଣ ଜାଣିବା ପାଇଁ ସେ ଅଧିକାରୀମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ଏପରି କି ରାଇସ୍‌ ମିଲ୍‌ ସଂଖ୍ୟା ଦୁଇରୁ ଅଧିକ ନଥିବା ଜାଣି ସେ କ୍ଷୋଭ ପ୍ରକାଶ କରିଥିଲେ ।

ଦେବଗଡ଼ ଏକ କୃଷି ପ୍ରଧାନ ଜିଲ୍ଲା ଏବଂ ଏଠାରେ ପର୍ଯ୍ୟାପ୍ତ ପରିମାଣରେ ଧାନ ଚାଷ ହେଉଥିବା ସତ୍ତେ୍ୱ ରାଇସ୍‌ ମିଲ୍‌ ସଂଖ୍ୟା ବୃଦ୍ଧି ନପାଇବା ପରିତାପର ବିଷୟ ବୋଲି ସେ କହିଥିଲେ । ତେବେ ସ୍ଥାନୀୟ କଞ୍ଚାମାଲକୁ ନେଇ ଆଗାମୀ ଦିନରେ କିପରି ସ୍ଥାନୀୟ ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠାନ ଗଢ଼ି ଉଠିବ ସେ ନେଇ ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ ।

ନିକଟରେ ଜିଲ୍ଲାରେ ଏକ ଇଥାନଲ୍‌ କାରଖାନା ପ୍ରତିଷ୍ଠା ପାଇଁ ସମସ୍ତ ପ୍ରାରମ୍ଭିକ କାର୍ଯ୍ୟକ୍ରମ ସରିଥିବା ଜାଣି ସେ ଖୁସୀ ପ୍ରକଟ କରିଥିଲେ । ତା’ଛଡ଼ା ଆଉ ଦୁଇଟି ଅତ୍ୟାଧୁନିକ ରାଇସ୍‌ ମିଲ୍‌ ନିର୍ମାଣ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ସେ ସମୀକ୍ଷା ବେଳେ ଜାଣିବାକୁ ପାଇଥିଲେ । ଏଥି ସହିତ ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଜନ କାର୍ଯ୍ୟକ୍ରମ ସମେତ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟକ୍ରମ ସଂପର୍କରେ ସେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।

ପରେ ପିଏମ୍‌ଇଜିବି ଯୋଜନାରେ ପ୍ରତିଷ୍ଠା କରାଯାଇଥିବା ମସଲ୍‌ ପାୱାର ଜିମ୍‌ ପରିଦର୍ଶନ କରି ସେ ଏ ଧରଣର କାର୍ଯ୍ୟ ପାଇଁ ଜିମ୍‌ର ପ୍ରତିଷ୍ଠାତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ସମୀକ୍ଷାବେଳେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଶ୍ରୀ ରମେଶ ଚନ୍ଦ୍ର ପଟେଲ୍‌, ଶିଳ୍ପ ବିକାଶ ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ଗୋଚ୍ଛାୟତ ଓ ଶ୍ରୀ ପ୍ରଭାତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଲ୍ୟାଣ୍ଡ ପୋର୍ଟ ମ୍ୟାନେଜମେଣ୍ଟ ସିଷ୍ଟମକୁ ଉଦଘାଟନ କଲେ ଅମିତ ଶାହ

June 10, 2026

କଂଗ୍ରେସକୁ ବଡ଼ ଝଟକା: ମଧ୍ୟପ୍ରଦେଶରୁ ରାଜ୍ୟସଭା ପ୍ରାର୍ଥୀ ମୀନାକ୍ଷୀ ନଟରାଜନଙ୍କ ନାମାଙ୍କନ ବାତିଲ

June 9, 2026

ଭୁବନେଶ୍ବରରେ କେନ୍ଦ୍ର ଆଇନ ମନ୍ତ୍ରୀ; ମୋଦି ସରକାରର ୧୨ ବର୍ଷ ପୂର୍ତ୍ତି ଉପରେ ରଖିଲେ ହିସାବ

June 9, 2026

୧୨ଟି ପରମାଣୁ ଅସ୍ତ୍ର ନିୟୋଜନ କରିଛି ଭାରତ!: ଶତ୍ରୁ ଦେଶକୁ ଲାଗିବ ୪୪୦ ଭୋଲ୍ଟର ଝଟକା

June 9, 2026
Latest News

ଲ୍ୟାଣ୍ଡ ପୋର୍ଟ ମ୍ୟାନେଜମେଣ୍ଟ ସିଷ୍ଟମକୁ ଉଦଘାଟନ କଲେ ଅମିତ ଶାହ

June 10, 2026

ଗ୍ରାମୀଣ ବିକାଶ ପ୍ୟାକେଜ ପାଇଁ ୧.୨୫ ଲକ୍ଷ କୋଟି: ଜୁଲାଇ ୧ ରୁ କାର୍ଯ୍ୟକାରୀ ହେବ ନୂତନ ଢାଞ୍ଚା

June 10, 2026

ଓଡିଶା-ଛତିଶଗଡ ସୀମାରୁ ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ଏବଂ ବିସ୍ପୋରକ ସାମଗ୍ରୀ ଜବତ

June 10, 2026

ଜୁନ ୧୦ ତାରିିଖ ବୁଧବାର ଦିନ କଣ ରହିଛି ଆପଣଙ୍କର ଭାଗ୍ୟରେ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

June 10, 2026

ଆସନ୍ତା ୨୮ ତାରିଖରେ ହେବ OTET

June 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.