Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦୀପାବଳିଠାରୁ ବଜାରରେ ଉପଲବ୍ଧ ହେବ ଜିଓଫୋନ ନେକ୍ସଟ, ଜାଣନ୍ତୁ ଏହାର ମୂଲ୍ୟ ଆଉ ଫିଚର
ବିଶେଷ ଖବର

ଦୀପାବଳିଠାରୁ ବଜାରରେ ଉପଲବ୍ଧ ହେବ ଜିଓଫୋନ ନେକ୍ସଟ, ଜାଣନ୍ତୁ ଏହାର ମୂଲ୍ୟ ଆଉ ଫିଚର

October 30, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦୀପାବଳିଠାରୁ ବଜାରରେ ଉପଲବ୍ଧ ହେବ ଜିଓଫୋନ ନେକ୍ସଟ, ଜାଣନ୍ତୁ ଏହାର ମୂଲ୍ୟ ଆଉ ଫିଚର

ଭୁବନେଶ୍ୱର: ଜିଓ ଏବଂ ଗୁଗୁଲ ଦ୍ୱାରା ମିଳିତ ଭାବରେ ବିକଶିତ ଶସ୍ତା ସ୍ମାର୍ଟଫୋନ ଜିଓଫୋନ ନେକ୍ସଟ ଦୀପାବଳି ଠାରୁ ଭାରତୀୟ ବଜାରରେ ଉପଲବ୍ଧ ହେବ ବୋଲି ଉଭୟ କମ୍ପାନୀ ପକ୍ଷରୁ ଆଜି ଘୋଷଣା କରାଯାଇଛି। ରିଲାଏନ୍ସ ରିଟେଲର ବିସ୍ତୃତ ଜିଓମାର୍ଟ ଡିଜିଟାଲ ନେଟୱାର୍କ ସ୍ଥଳଗୁଡିକରେ ଏହା ଉପଲବ୍ଧ ହେବ।

ଗ୍ରାହକ ମାନେ ଏହି ଫୋନ ମାତ୍ର ୧୯୯୯ ଟଙ୍କା ପଇଠ କରି ୧୮ କିମ୍ବା ୨୪ ମାସର ସହଜ କିସ୍ତିରେ ପାଇପାରିବେ। ଜିଓଫୋନ ନେକ୍ସଟ କୁ କମ୍ପାନୀ ପକ୍ଷରୁ ସ୍ୱତନ୍ତ୍ର ପ୍ଲାନ ସହିତ ବଂଡଲ କରି ଆକର୍ଷଣୀୟ ଅଫର ଦିଆଯାଉଛି ଯାହାଦ୍ୱାରା ଗ୍ରାହକ ପ୍ଲାନ ସହିତ ସହଜରେ ଫୋନର କିସ୍ତି ମଧ୍ୟ ପୁରଣ କରିପାରିବେ।

କିସ୍ତିରେ କିଣିବାକୁ ଇଛୁକ ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ କମ୍ପାନୀ ପକ୍ଷରୁ ମାସିକ ୩୦୦ ଟଙ୍କାରୁ ଆରମ୍ଭ କରି ୬୦୦ ଟଙ୍କା ପର‌୍ୟ୍ୟନ୍ତ ବିଭିନ୍ନ ବଂଡଲ ପ୍ଲାନ ଘୋଷଣା କରାଯାଇଛି। ତେବେ ସହଜ କିସ୍ତି ବଦଳରେ ସିଧାସଳଖ ଜିଓଫୋନ ନେକ୍ସଟ କିଣିବାକୁ ଚାହୁଁଥିବା ଗ୍ରାହକ ଏକକାଳୀନ ୬୪୯୯ ଟଙ୍କାରେ ଏହା କିଣିପାରିବେ।

ଡୁଆଲ ସିମ ସୁବିଧା ରହିଥିବା ଜିଓଫୋନ ନେକ୍ସଟରେ ରହିଛି ଅନେକ ଅଭିନବ ଓ ଆକର୍ଷଣୀୟ ଫିଚର। ଏହି ଫୋନରେ ୫.୪୫ ଇଞ୍ଚର ଏଚଡ଼ି ଟଚସ୍କ୍ରିନ ସହିତ କର୍ଣ୍ଣର ଗରିଲା ଗ୍ଲାସ-୩ ରହିଛି। ଏଥିସହିତ ୨ ଜିବି ରାମ, ୬୪ ବିଟ ସିପିୟୁ ସହିତ କ୍ୱାଡ଼କୋର କ୍ୟୁଏମ୨୧୫ ଚିପସେଟ ଏବଂ ୩୨ ଜିବି ଅନ୍ତର୍ନିହିତ ମେମୋରୀ ସାଙ୍ଗକୁ ୫୧୨ ଜିବି ପର‌୍ୟ୍ୟନ୍ତ ବର୍ଦ୍ଧିତ ହୋଇପାରିବା ଭଳି ଏସଡ଼ି କାର୍ଡ ପାଇଁ ସ୍ୱତନ୍ତ୍ର ସ୍ଥାନ ରହିଛି।

ଜିଓଫୋନ ନେକ୍ସଟରେ ସବୁଠାରୁ ଭଲ ରହିଛି କ୍ୟାମେରା ଓ ବ୍ୟାଟେରୀ କ୍ଷମତା।୧୩ ମେଗା ପିକ୍ସେଲ ପଛ କ୍ୟାମେରା ଓ ୮ ମେଗା ପିକ୍ସେଲ ସାମ୍ନା ସେଲ୍ଫି କ୍ୟାମେରା ସାଙ୍ଗକୁ ନାଇଟ ମୋଡ଼, ପୋଟ୍ରେଟ ମୋଡ଼ ତଥା ଏଚଡ଼ିଆର ମୋଡ଼ ଫିଚର ସହିତ ଦୀପାବଳି ଭଳି ଭାରତୀୟ ପର୍ବପର୍ବାଣି ପାଇଁ ସ୍ୱତନ୍ତ୍ର ଫିଲ୍ଟର ଉପଲବ୍ଧ ରହିଛି। ଏହି ଫୋନରେ ୩୫୦୦ ଏମଏଚ ର ବ୍ୟାଟେରୀ ରହିଛି ଯାହା ସାଧାରଣ ବ୍ୟବହାର କ୍ଷେତ୍ରରେ ଥରେ ସମ୍ପୂର୍ଣ୍ଣ ଚାର୍ଜରେ ୩୬ ଘଂଟା ଚାଲିପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ଜିଓ ଓ ଗୁଗୁଲ ପକ୍ଷରୁ ମିଳିତ ଭାବେ ବିକଶିତ ଏହି ଫୋନରେ ଜିଓ ଓ ଗୁଗୁଲର ସମସ୍ତ ଆପ୍ପ ଅପଟିମାଈଜ ହୋଇ ପ୍ରି-ଲୋଡେଡ଼ ରହିଛି। ଏଥିସହିତ ସ୍ୱୟଂଚାଳିତ ସଫ୍ଟୱେର ଅପଗ୍ରେଡ଼, ରିଡ଼ ଆଲଉଡ, ଭାଷାନୁବାଦ, ଭଏସ ଆସିଷ୍ଟାଣ୍ଟ ଭଳି ଅନେକ ସୁବିଧା ରହିଛି।

JioPhone Next Reliance JIO ଗୁଗୁଲ ଗୁଗୁଲ ପେ ଜିଓ ଜିଓଫୋନ ନେକ୍ସଟ ଦୀପାବଳି ରିଲାଏନ୍ସ ରିଟେଲ
Share. Facebook Twitter LinkedIn Email WhatsApp Copy Link

Related Posts

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026

ତିନୋଟି ନୂତନ ଉପକ୍ରମର ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 23, 2026

‘ଯଦି ସତ ହୁଏ, ତେବେ ମୁଁ….’: ରାଘବ ଚଢାଙ୍କ ବିଜେପି ରେ ଯୋଗଦେବା ପ୍ରସଙ୍ଗରେ କହିଲେ AAP ସାଂସଦ

March 23, 2026

ଚୂଡ଼ାନ୍ତ ହେଲା ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ!: ଚିରାଗ ପାସୱାନଙ୍କ ବଡ଼ ଖୁଲାସା 

March 23, 2026
Latest News

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026

ତିନୋଟି ନୂତନ ଉପକ୍ରମର ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.