Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତୈଳ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଅନ୍ୱେଷଣ ନିଲାମୀ ପ୍ରକ୍ରିୟା
ଆଜିର ଖବର

ତୈଳ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଅନ୍ୱେଷଣ ନିଲାମୀ ପ୍ରକ୍ରିୟା

December 21, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ତୈଳ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ସପ୍ତମ ସ୍ତରର ମୁକ୍ତ କ୍ଷେତ୍ରୀୟ ଅନ୍ୱେଷଣ ଲାଇସେନ୍ସ ବ୍ୟବସ୍ଥା ପାଇଁ ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଅନ୍ତର୍ଜାତୀୟ ସପ୍ତମ ସ୍ତରର ନିଲାମୀ ପ୍ରକିୟାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ଏବଂ ପ୍ରତିଯୋଗିତାମୂଳକ କରିବା ପାଇଁ ବିଶ୍ୱସ୍ତରୀୟ ବିଡିଂ ଆହ୍ୱାନ କରାଯାଇଛି। ଆସନ୍ତା ୨୦୨୨ ମସିହା ଫେବୃୟାରୀ ୧୫ ତାରିଖ ଦିନ ୧୨ଟା ରେ ମନ୍ତ୍ରଣାଳୟର ଅନଲାଇନ୍ ବିଡିଂ ପୋର୍ଟାଲରେ ଆବେଦନ ସମୟସୀମା ଶେଷ ହେଉଛି। ଏହାର ବିସ୍ତୃତ ବିବରଣୀ https://online.dghindia.org/oalp.ରେ ଉପଲବ୍ଧ ଅଛି। ଏହି ନିଲାମୀ ପ୍ରକ୍ରିୟାରେ ୨୦୨୨ ମସିହା ମାର୍ଚ୍ଚ ମାସ ସୁଦ୍ଧା ତୈଳ କ୍ଷେତ୍ରଗୁଡ଼ିକର ଆବଣ୍ଟନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯିବ। ସପ୍ତମ ସ୍ତରର ମୁକ୍ତ ନିଲାମୀ ପ୍ରକ୍ରିୟା ଶେଷ ହେବା ପରେ ଆଉ ଅତିରିକ୍ତ ୧୫,୭୬୬ ବର୍ଗ କିଲୋମିଟର ଅଞ୍ଚଳରେ ତୈଳ ଅନୁସନ୍ଧାନ ହୋଇପାରିବ। ଏହି ପରିମାଣକୁ ମିଶାଇଲେ ତୈଳ ଅନୁସନ୍ଧାନ ହେଉଥିବା କ୍ଷେତ୍ରର ପରିମାଣ ୨,୦୭,୬୯୨ ବର୍ଗ କିଲୋମିଟର ହେବ।
ଗତ ମାର୍ଚ୍ଚ ୨୦୧୬ରେ ହାଇଡ୍ରୋକାର୍ବନ ଅନୁସନ୍ଧାନ ଏବଂ ଲାଇସେନ୍ସିଂ ନୀତି (ହେଲ୍ପ) ସରକାର ମଞ୍ଜୁର କରିଥିଲେ।

ଏଥିସହିତ ତୈଳ ଏବଂ ଗ୍ୟାସ୍ ଆମଦାନୀ କ୍ଷେତ୍ରରେ ନିର୍ଭରଶୀଳ ନ ହେବା ପାଇଁ ଏବଂ ତୈଳକ୍ଷେତ୍ର ଅନୁସନ୍ଧାନ ଦିଗରେ ଅନୁସନ୍ଧାନ ଏବଂ ଲାଇସେନ୍ସିଂ ନୀତି ବିଜ୍ଞାପନ ଆକାରରେ ୨୦୧୯ ମସିହାରେ ସରକାର ପ୍ରକାଶ କରିଥିଲେ। ଏଥିରେ ରାଜସ୍ୱ ଅପେକ୍ଷା ସର୍ବାଧିକ ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ‘ହେଲ୍ପ’ କାର୍ଯ୍ୟକାରୀ ହେବା ଦିନଠାରୁ ଅନ୍ତଃର୍ଜାତୀୟ ମୁକ୍ତ ପ୍ରତିଯୋଗିତାମୂଳକ ତୈଳ କ୍ଷେତ୍ର ଅନୁସନ୍ଧାନ ନିମିତ୍ତ ଏପର୍ଯ୍ୟନ୍ତ ୫ ଥରରେ ୧୦୫ଟି ବ୍ଲକ ନିମିତ୍ତ ନିଲାମୀ ପ୍ରକ୍ରିୟା ଶେଷ ହେଲାଣି। ଷଷ୍ଠଥର ବ୍ଲକ ଆବଣ୍ଟନ ପ୍ରକ୍ରିୟା କାର୍ଯ୍ୟ ସମାପ୍ତି ଦିଗରେ ଆଗେଇ ଚାଲିଛି। ଏପର୍ଯ୍ୟନ୍ତ ୧୨୬ଟି ବ୍ଲକ ରହିଛି। ଏହା ମୋଟ ୧୮ଟି ଭୂସ୍ତରୀୟ ଉପତ୍ୟକାରେ ୧,୯୧,୯୨୬ ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପ୍ତ ହୋଇଛି। ୬ଟି ଭୂସ୍ତରୀୟ ଉପତ୍ୟକା ଅନ୍ତର୍ଗତ ୧୫,୭୬୬ ବର୍ଗକିଲୋମିଟର ଅଞ୍ଚଳ ପାଇଁ ବର୍ତ୍ତମାନର ଏହି ନିଲାମୀ ପ୍ରକ୍ରିୟା ଚାଲିଛି। ଭାରତୀୟ ଅନୁସନ୍ଧାନ ଏବଂ ଉତ୍ପାଦନ କ୍ଷେତ୍ରର ଏହି ନିଲାମୀ ପ୍ରକ୍ରିୟା ସରକାରଙ୍କ ଇଜ୍ଅଫ୍ ଡୁଇଙ୍ଗ୍ ବିଜି ନେସ କ୍ଷେତ୍ରକୁ ସମୃଦ୍ଧ କରିବ।

ଏହି ନିଲାମୀ ପ୍ରକ୍ରିୟାର ସ୍ୱାତନ୍ତ୍ର୍ୟ ହେଲା ଏଥିରେ ତୈଳ ସେସ ରଖାଯାଇନାହିଁ, ରୟାଲଟି କମାଇ ଦିଆଯାଇଛି, ବଜାର ଏବଂ ଦର ନିର୍ଦ୍ଧାରଣ କ୍ଷେତ୍ରରେ ବିଡରମାନଙ୍କ ସ୍ୱାଧୀନତା ଭଳି ଅନେକ ସୁବିଧା ରଖାଯାଇଛି। ବର୍ତ୍ତମାନ ପ୍ରକ୍ରିୟାର ୬ଟି ଭୂସ୍ତରୀୟ ଉପତ୍ୟକା ରାଜସ୍ଥାନ, ତ୍ରିପୁରା, ମଧ୍ୟପ୍ରଦେଶ, ପଶ୍ଚିମ ଉପକୂଳ ରାଜ୍ୟ, ଆସାମ ଏବଂ କାବେରୀ ଉପତ୍ୟକାରେ ରହିଛି। (ପିଆଇବି)

Share. Facebook Twitter LinkedIn Email WhatsApp Copy Link

Related Posts

କେରଳରେ ବିଜୟନ ସରକାର ହ୍ୟାଟ୍ରିକ୍ କରିବ ନା ହାର ମାନିବ !

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୫ଟା ସୁଦ୍ଧା ୮୯.୯୯ ପ୍ରତିଶତ ମତଦାନ

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୩ଟା ସୁଦ୍ଧା ୭୮.୬୮ ପ୍ରତିଶତ

April 29, 2026

ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ

April 29, 2026
Latest News

କେରଳରେ ବିଜୟନ ସରକାର ହ୍ୟାଟ୍ରିକ୍ କରିବ ନା ହାର ମାନିବ !

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୫ଟା ସୁଦ୍ଧା ୮୯.୯୯ ପ୍ରତିଶତ ମତଦାନ

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୩ଟା ସୁଦ୍ଧା ୭୮.୬୮ ପ୍ରତିଶତ

April 29, 2026

ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ

April 29, 2026

ପୁନଃ ବ୍ୟବହାର ହେବ ଡ୍ରେନ ପାଣି

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.