
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀ ଠାରେ ଜିଏସଟି ପରିଷଦର ୪୬ ତମ ବୈଠକ ଅନୁଷ୍ଠିତ ହୋଇଥିଲା।
୪୫ ତମ ଜିଏସଟି ପରିଷଦ ବୈଠକର ସୁପାରିଶ ଅନୁଯାୟୀ ପୋଷାକରେ ଜିଏସ୍ଟି ହାର ପରିବର୍ତ୍ତନ କରିବାକୁ ହୋଇଥିବା ନିଷ୍ପତ୍ତି ସ୍ଥଗିତ ରଖିବାକୁ ଜିଏସଟି ପରିଷଦ ପରାମର୍ଶ ଦେଇଛି। ଫଳସ୍ୱରୂପ, ଟେକ୍ସଟାଇଲ୍ କ୍ଷେତ୍ରରେ ବର୍ତ୍ତମାନ ଥିବା ଜିଏସଟି ହାର ୧ ଜାନୁୟାରୀ ୨୦୨୨ ପରେ ମଧ୍ୟ ଅପରିବର୍ତ୍ତିତ ରହିବ।