Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ରିଟେଲ ଭେନ୍‌ଚର୍ସ ଲିମିଟେଡ ପକ୍ଷରୁ କ୍ଲୋଭିଆରେ ସଂଖ୍ୟାଗରିଷ୍ଠ ଇକ୍ୱିଟି ଅଂଶ ଅଧିଗ୍ରହଣ
ଆଜିର ଖବର

ରିଲାଏନ୍ସ ରିଟେଲ ଭେନ୍‌ଚର୍ସ ଲିମିଟେଡ ପକ୍ଷରୁ କ୍ଲୋଭିଆରେ ସଂଖ୍ୟାଗରିଷ୍ଠ ଇକ୍ୱିଟି ଅଂଶ ଅଧିଗ୍ରହଣ

March 22, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବଇ: ରିଲାଏନ୍ସ ରିଟେଲ ଭେନ୍‌ଚର୍ସ ଲିମିଟେଡ (ଆରଆରଭିଏଲ୍‌), କ୍ଲୋଭିଆ ବ୍ୟବସାୟର ମାଲିକାନା ଓ ପରିଚାଳନା କରୁଥିବା ପର୍ପଲ ପାଣ୍ଡା ଫାଶନ୍ସ ପ୍ରାଇଭେଟ ଲିମିଟେଡର ୮୯% ଇକ୍ୱିଟି ଅଂଶକୁ ୯୫୦ କୋଟି ଟଙ୍କା ସେକେଣ୍ଡାରୀ ଅଂଶ କ୍ରୟ ଏବଂ ପ୍ରାଇମେରୀ ନିବେଶର ମିଶ୍ରଣ ଜରିଆରେ ଅଧିଗ୍ରହଣ କରିଥିବା ଘୋଷଣା କରିଛି। ପ୍ରତିଷ୍ଠାତା ଟିମ୍ ଏବଂ ପରିଚାଳନା ମଣ୍ଡଳୀ କମ୍ପାନୀର ଅବଶିଷ୍ଟ ଅଂଶ ଧାରଣ କରିବେ।

ପଙ୍କଜ ଭେରମାନି, ନେହା କାନ୍ତ ଏବଂ ସୁମନ ଚୌଧରୀଙ୍କ ଦ୍ୱାରା ୨୦୧୩ରେ ଆରମ୍ଭ କରାଯାଇଥିବା କ୍ଲୋଭିଆ ଭାରତର ଅଗ୍ରଣୀ ବ୍ରିଜ୍‌-ଟୁ-ପ୍ରିମିୟମ ଡି-ଟୁ-ସି ବ୍ରାଣ୍ଡ୍‌, ଯାହା ଆଧୁନିକ ମହିଳାଙ୍କ ପାଇଁ ଆକାଂକ୍ଷିତ ଅନ୍ତର୍ବସ୍ତ୍ର ଏବଂ ଲାଉଞ୍ଜ୍ ପରିଧାନକୁ ସହଜରେ ଉପଲବ୍ଧ କରାଉଛି। ଇନ୍ଟିମେଟ୍ ପରିଧାନ କ୍ଷେତ୍ରରେ ଏହାର ମଜଭୁତର ଗ୍ରାହକ ସଂଖ୍ୟା ରହିଛି ଏବଂ ଏହା ଡିଜାଇନ ଆଧାରିତ ନୂଆ ନୂଆ ଷ୍ଟାଇଲ ଏବଂ ଗ୍ରାହକଙ୍କ ପାଇଁ ଅତ୍ୟନ୍ତ ପ୍ରତିଦ୍ୱନ୍ଦ୍ୱିତାମୂଳକ ମୂଲ୍ୟ ପ୍ରଦାନ ପାଇଁ ପରିଚିତ।

କ୍ଲୋଭିଆର ଉତ୍ପାଦଗୁଡିକ ମଧ୍ୟରେ ରହିଛି ୩୫୦୦ରୁ ଅଧିକ ଉତ୍ପାଦ ଷ୍ଟାଇଲ, ଯାହା ଏହାର ଗ୍ରାହକ ମତ ଆଧାରିତ ଡିଜାଇନ ଆଭିମୁଖ୍ୟ ଏବଂ ଏହାର ସ୍ୱତନ୍ତ୍ର ‘କ୍ଳୋଭିଆ କର୍ଭ ଫିଟ୍ ଟେଷ୍ଟ୍‌’ ବୈଶିଷ୍ଟ୍ୟ ସମର୍ଥିତ ଅଟେ। କ୍ଲୋଭିଆର ଏକ ମଜଭୁତ ଆଭ୍ୟନ୍ତରୀଣ ଡିଜାଇନ ପଦ୍ଧତି ରହିଛି ଯାହା ନୂଆ ନୂଆ ଡିଜାଇନ ଏବଂ ଷ୍ଟାଇଲ ଉପଲବ୍ଧ କରାଇବା ସହିତ ଆସେଟ୍‌-ଲାଇଟ ଚୁକ୍ତି ଆଧାରିତ ଉତ୍ପାଦନ ମଡେଲକୁ ଅନୁସରଣ କରୁଛି।

ଏହି ପୁଞ୍ଜିନିବେଶ ସମ୍ପର୍କରେ ପ୍ରକାଶ କରି ରିଲାଏନ୍ସ ରିଟେଲ ଭେନ୍‌ଚର୍ସ ଲିମିଟେଡର ନିର୍ଦ୍ଦେଶିକା ଇଶା ଅମ୍ବାନି କହିଛନ୍ତି, “ପସନ୍ଦ ବର୍ଗରେ ବୃଦ୍ଧି ଘଟାଇବା ଏବଂ ଗ୍ରାହକଙ୍କ ପାଇଁ ସର୍ବୋତମ ମୂଲ୍ୟ ପ୍ରଦାନ କରିବା କ୍ଷେତ୍ରରେ ରିଲାଏନ୍ସ ସର୍ବଦା ସମ୍ମୁଖ ଭାଗରେ ରହିଆସିଛି। ଆମେ ଆମ ସଂସ୍ଥା ସହିତ ଷ୍ଟାଇଲ, ମାନ ଏବଂ ଡିଜାଇନ ପରିଚାଳିତ ଇନ୍ଟିମେଟ୍ ପରିଧାନ ବ୍ରାଣ୍ଡ୍ ‘କ୍ଲୋଭିଆ’କୁ ଯୋଗକରିବା ନେଇ ଆନନ୍ଦିତ ଅଛୁ। କ୍ଲୋଭିଆରେ ସୁଦୃଢ ପରିଚାଳନାକାରୀ ଦଳ ସହିତ କାର୍ଯ୍ୟକରି ବ୍ୟବସାୟ ଉଚ୍ଚତର ସୋପାନକୁ ନେଇଯିବାକୁ ଆମେ ଲକ୍ଷ୍ୟ ରଖିଛୁ।”

ପଙ୍କଜ ଭେରମାନି, ପ୍ରତିଷ୍ଠାତା ଓ ସିଇଓ, କ୍ଲୋଭିଆ କହିଛନ୍ତି, “ରିଲାଏନ୍ସ ରିଟେଲ ପରିବାରର ଏକ ଅଂଶ ହୋଇ କ୍ଲୋଭିଆ ଅତ୍ୟନ୍ତ ଉଲ୍ଲସିତ। ଏହି ସହଭାଗିତା ଜରିଆରେ ଆମେ ରିଲାଏନ୍ସର ଆକାର ଏବଂ ରିଟେଲ ବ୍ୟବସାୟ କ୍ଷେତ୍ରରେ ରହିଥିବା ପାରଦର୍ଶିତାରୁ ଫାଇଦା ପାଇପାରିବୁ ଏବଂ ଏହାଦ୍ୱାରା ବ୍ରାଣ୍ଡ୍‌ର ଉପସ୍ଥିତିକୁ ସମ୍ପ୍ରସାରିତ କରିପାରିବା ସହିତ ଇନ୍ଟିମେଟ୍ ପରିଧାନ ବର୍ଗରେ ବିଶ୍ୱଶ୍ରେଣୀର ମାନ, ଡିଜାଇନ ଓ ଫାଶନ ସହିତ ମଜଭୁତ ମୂଲ୍ୟଗତ ଦିଗକୁ ଏକତ୍ର ଉପସ୍ଥାପନ କରିପାରିବୁ। କ୍ଲୋଭିଆକୁ ଏହି ବର୍ଗରେ ସର୍ବାଧିକ ଆଦୃତ ବ୍ରାଣ୍ଡ୍‌ରେ ପରିଣତ କରିବାକୁ ଆମେ ଲକ୍ଷ୍ୟ ରଖିଛୁ।”

ଏହି ଅଧିଗ୍ରହଣ ସହିତ ଆରଆରଭିଏଲ୍ ଅନ୍ତର୍ବସ୍ତ୍ର ବର୍ଗରେ ନିଜର ଉତ୍ପାଦବର୍ଗକୁ ଅଧିକ ସୁଦୃଢ କରିବ, ଯାହା ପୂର୍ବରୁ ଜିଭେମ୍ ଏବଂ ଆମାନ୍ତେ ବ୍ରାଣ୍ଡ୍ ଦ୍ୱୟକୁ ଅଧିଗ୍ରହଣ କରିସାରିଛି।

ବିଡିଏ ପାର୍ଟନର୍ସ କ୍ଲୋଭିଆ ନିମନ୍ତେ ସ୍ୱତନ୍ତ୍ର ଆର୍ଥିକ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିବାବେଳେ ଶାର୍ଦୁଲ ଅମରଚାନ୍ଦ ମଙ୍ଗଳଦାସ ଲିଗାଲ କାଉନସେଲ୍ ଏବଂ ଡିଲଏଟ୍‌, ହାସ୍କିନ୍‌ଓ ଆର୍ଡ ସେଲ୍‌ସ ଏଲଏଲ୍‌ପି କାରବାର ପାଇଁ ଡ୍ୟୁ ଡିଲିଜେନ୍ସ ସେବା ଯୋଗାଇ ଦେଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

SBI କାର୍ଡ ବ୍ୟବହାରକାରୀମାନେ, ଧ୍ୟାନ ଦିଅନ୍ତୁ! ୧ ମଇରୁ ବଦଳୁଛି ନିୟମ

May 1, 2026

ରାଶିଫଳ: ପାଞ୍ଚୋଟି ରାଶି ପାଇଁ ମଇ ୧ ତାରିଖ ହେଉଛି ଶୁଭ ଦିନ, ବନିଯିବେ ଭାଗ୍ୟବାନ୍

May 1, 2026

ଡଙ୍ଗା ବୁଡ଼ି ୪ ମୃତ

April 30, 2026

ମେ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

April 30, 2026
Latest News

SBI କାର୍ଡ ବ୍ୟବହାରକାରୀମାନେ, ଧ୍ୟାନ ଦିଅନ୍ତୁ! ୧ ମଇରୁ ବଦଳୁଛି ନିୟମ

May 1, 2026

ରାଶିଫଳ: ପାଞ୍ଚୋଟି ରାଶି ପାଇଁ ମଇ ୧ ତାରିଖ ହେଉଛି ଶୁଭ ଦିନ, ବନିଯିବେ ଭାଗ୍ୟବାନ୍

May 1, 2026

ଡଙ୍ଗା ବୁଡ଼ି ୪ ମୃତ

April 30, 2026

ମେ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

April 30, 2026

ଟିଏମସି ଆଣିଲା ସାଂଘାତିକ ଆଭିଯୋଗ

April 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.