Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟର ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଆଶ୍ବସ୍ତିକର ଖବର: ଅପରବର୍ତ୍ତିତ ରହିବ ବିଦ୍ୟୁତ ଶୁଳ୍କ
ବିଶେଷ ଖବର

ରାଜ୍ୟର ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଆଶ୍ବସ୍ତିକର ଖବର: ଅପରବର୍ତ୍ତିତ ରହିବ ବିଦ୍ୟୁତ ଶୁଳ୍କ

March 24, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ରାଜ୍ୟର ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଆଶ୍ବସ୍ତିକର ଖବର। ଚଳିତ ବର୍ଷ ବିଦ୍ୟୁତ ଶୁଳ୍କରେ କୌଣସି ପରିବର୍ତ୍ତନ ହେବ ନାହିଁ। ବିଦ୍ୟୁତ ଦର ପ୍ରସଙ୍ଗ ନେଇ ଆଜି ଓଇଆରସି ସଚିବ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ଚଳିତ ବର୍ଷ ତଥା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ ଦର ବଢିବ ନାହିଁ ବୋଲି ଘୋଷଣା ହୋଇଛି।

ଓଇଆରସି ସଚିବଙ୍କ ଘୋଷଣା ଅନୁଯାୟୀ, ରାଜ୍ୟରେ ପୂର୍ବଭଳି ଶୂନରୁ ୫୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ଦର ୩ ଟଙ୍କା ରହିବ। ସେହିଭଳି ୫୦ ରୁ ୨୦୦ ୟୁନିଟ ଯାଏଁ ଦର ୪ ଟଙ୍କା ୮୦ ପଇସା, ୨୦୦ ରୁ ୪୦୦ ୟୁନିଟ ଯାଏଁ ଦର ୫ ଟଙ୍କା ୮୦ ପଇସା ଏବଂ ୪୦୦ ୟୁନିଟରୁ ଅଧିକ ହେଲେ ବିଦ୍ୟୁତ ଦର ୬ ଟଙ୍କା ୨୦ ପଇସା ହେବ।

ଏହାସହିତ ବିଦ୍ୟୁତ ଉପଭୋକ୍ତାମାନଙ୍କ ପାଇଁ ରିହାତି ଘୋଷଣା କରାଯାଇଛି। ଡିଜିଟାଲ ପେମେଣ୍ଟ କରୁଥିବା ଉପଭୋକ୍ତାମାନଙ୍କୁ ୩ ପ୍ରତିଶତ ରିହାତି ମିଳିବ। କିନ୍ତୁ ପୂର୍ବରୁ ଡିଜିଟାଲ ପେମେଣ୍ଟ ପାଇଁ ୨ ପ୍ରତିଶତ ରିହାତି ମିଳୁଥିଲା। ସେହିଭଳି ଗ୍ରାମାଞ୍ଚଳ ଉପଭୋକ୍ତାଙ୍କୁ ୟୁନିଟ ପିଛା ୧୦ ପଇସା ରିହାତି ମିଳିବ। ଏବଂ କୃଷିକ୍ଷେତ୍ର ପାଇଁ ଉଠାଜଳସେଚନ ପଏଣ୍ଟ ନିମନ୍ତେ ୨ ଟଙ୍କା ରିହାତି ମିଳିବ। ଏହାସହିତ ବିଦ୍ୟୁତ ଚାଳିତ ଯାନ ନିମନ୍ତେ ୫ ଟଙ୍କା ୫୦ ପଇସା ଟାରିଫ ଧାର୍ଯ୍ୟ କରାଯାଇଛି।

ବିଦ୍ୟୁତ ଉପଭୋକ୍ତା
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଟିଏ ଦେଶ ପାଇଁ ଗୋଟିଏ ଆଇନ ରହିବା ଆବଶ୍ୟକ: ୟୁସିସିକୁ ସମର୍ଥନ କଲେ ଜିତନ ରାମ ମାଞ୍ଝି

September 20, 2026

ପିଏସ୍‌ୟୁ କର୍ମଚାରୀଙ୍କୁ ଦଶହରା ଭେଟି, ୨% ବଢିଲା ମହଙ୍ଗା ଭତ୍ତା

September 20, 2026

ନୂଆଦିଲ୍ଲୀ ଗସ୍ତରୁ ଫେରିଲେ ମୁଖ୍ୟମନ୍ତ୍ରୀ, କ୍ଲିନ୍ ଏନର୍ଜି ଉତ୍ପାଦନ ଦିଗରେ ଓଡ଼ିଶା ଅଗ୍ରସର

September 20, 2026

କୋଟି କୋଟି LPG ଗ୍ରାହକଙ୍କ ପାଇଁ ବଡ଼ ଖବର: ଅକ୍ଟୋବର 1 ରୁ ପରିବର୍ତ୍ତନ ହେବ  ଏହି ନିୟମ 

September 20, 2026
Latest News

‘ବୁଦ୍ଧ ମନ୍ଦିରରେ ବ୍ୟବସାୟ ଓ ସ୍କୁଲ ଲୁଟ୍‌ର ତଦନ୍ତ ହେଉ’: ଡଃ. ଜ୍ଞାନେନ୍ଦ୍ରଙ୍କ ଦାବି

September 20, 2026

ସୁଧ ଟଙ୍କା ବିବାଦ: OAS ଅଫିସରଙ୍କ ଘର ଆଗରେ ଯୁବକଙ୍କ ଆତ୍ମାହୁତି

September 20, 2026

ଏସୀୟ କ୍ରୀଡ଼ାରେ ପୁରୁଷ କ୍ରିକେଟ ଦଳର ପ୍ରଥମ ମ୍ୟାଚ୍ କେବେ?: ଜାଣନ୍ତୁ ତାରିଖ

September 20, 2026

ଅଡୁଆରେ ହୁମାୟୁନ୍ କବୀର!: ନକଲି ଟଙ୍କା ଏବଂ ଅସ୍ତ୍ରଶସ୍ତ୍ର ସହିତ ଦଳୀୟ ନେତା ଗିରଫ

September 20, 2026

କୋଷ୍ଟାଲ ରୋଡରେ ଭୟଙ୍କର ଦୁର୍ଘଟଣା: ରେଲିଂ ଭାଙ୍ଗି ପୋଲ ତଳକୁ ଖସିଲା BMW, ୩ ମୃତ

September 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.