Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»‘ମୁକ୍ତ ବର୍ଗ’ ଅଧୀନରେ ହରଡ଼ ଓ ବିରି ଆମଦାନୀ ଅବଧି ବଢ଼ାଇଲେ କେନ୍ଦ୍ର ସରକାର
ବିଶେଷ ଖବର

‘ମୁକ୍ତ ବର୍ଗ’ ଅଧୀନରେ ହରଡ଼ ଓ ବିରି ଆମଦାନୀ ଅବଧି ବଢ଼ାଇଲେ କେନ୍ଦ୍ର ସରକାର

March 29, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଘରୋଇ ବଜାରରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଉପଲବ୍ଧତା ବଢ଼ାଇବା ଏବଂ ମୂଲ୍ୟ ସ୍ଥିର ରଖିବା ଲାଗି କେନ୍ଦ୍ର ସରକାର ଆଉ ଏକ ସକ୍ରିୟ ତଥା ତତ୍ପରତାପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଉ ଗୋଟିଏ ବର୍ଷ ପର୍ଯ୍ୟନ୍ତ, ଅର୍ଥାତ୍‌ ମାର୍ଚ୍ଚ ୩୧, ୨୦୨୩ ପର୍ଯ୍ୟନ୍ତ ‘ମୁକ୍ତ ବର୍ଗ’ରେ ହରଡ଼ ଏବଂ ବିରି ଡାଲି ଆମଦାନୀ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏ ସଂକ୍ରାନ୍ତରେ ଆଜି ଏକ ବିଜ୍ଞପ୍ତି ଜାରି ହୋଇଛି।

ଏହି ନିଷ୍ପତ୍ତି ଫଳରେ ଆଗାମୀ ୨୦୨୨-୨୩ ଆର୍ଥିକ ବର୍ଷରେ ହରଡ଼ ଓ ବିରି ଡାଲିର ଆମଦାନୀ ନୀତି ପରିଚାଳନାକୁ ନେଇ ରହିଥିବା ଆକଳନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏହା ମଧ୍ୟ ଏକ ସ୍ଥିର ନୀତିଗତ ବ୍ୟବସ୍ଥାର ସଙ୍କେତ ଦେଉଛି ଯାହାକି ସବୁ ଅଂଶୀଦାରମାନଙ୍କୁ ଲାଭାନ୍ବିତ କରିବ। କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଫଳରେ ଘରୋଇ ବଜାରରେ ଏସବୁ ଡାଲିର ଉପଲବ୍ଧତା ବଢ଼ାଇବା ପାଇଁ ବାଧାମୁକ୍ତ ଆମଦାନୀ ସୁନିଶ୍ଚିତ ହେବ। ଯାହାଫଳରେ ସାଧାରଣ ଗ୍ରାହକମାନେ ସୁଲଭ ଦରରେ ଡାଲି ପାଇପାରିବେ।

ସୁଗମ ଏବଂ ବାଧାମୁକ୍ତ ଆମଦାନୀ ସୁନିଶ୍ଚିତ କରିବା ଲାଗି ସରକାର ‘ମୁକ୍ତ ବର୍ଗ’ରେ ହରଡ଼, ବିରି ଏବଂ ମୁଗ ଡାଲି ଆମଦାନୀକୁ ଅନୁମତି ଦେଇଥିଲେ। ଏହା ମେ ୧୫, ୨୦୨୧ ଠାରୁ ଅକ୍ଟୋବର ୩୧, ୨୦୨୧ ପର୍ଯ୍ୟନ୍ତ ଲାଗୁ ହୋଇଥିଲା। ଏହାପରେ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ମୁକ୍ତ ବର୍ଗ ଅଧୀନରେ ହରଡ଼ ଓ ବିରି ଡାଲି ଆମଦାନୀର ଅବଧି ସମ୍ପ୍ରସାରଣ କରାଯାଇଥିଲା। ଏହି ନୀତିଗତ ପଦକ୍ଷେପ ସହିତ ଏହାର କାର୍ଯ୍ୟକାରିତା ନିମନ୍ତେ ସୁବିଧାଜନକ ପଦକ୍ଷେପ ଗ୍ରହଣ କରାଯାଇଥିଲା ଏବଂ ସମ୍ପୃକ୍ତ ସମ୍ପୃକ୍ତ ବିଭାଗ/ସଂଗଠନ ପକ୍ଷରୁ ଗୁରୁତ୍ବର ସହ ଏହାକୁ ନିରୀକ୍ଷଣ କରାଯାଇଥିଲା।

ଉପଭୋକ୍ତା ବ୍ୟାପାର ବିଭାଗ (ଡିଓସିଏ)ର ସରକାରୀ ତଥ୍ୟ ଅନୁଯାୟୀ, ସର୍ବଭାରତୀୟ ସ୍ତରରେ ୨୮.୦୩.୨୦୨୨ରେ ହରଡ଼ ଡାଲିର ହାରାହାରୀ ଖୁଚୁରା ଦର କିଲୋ ପ୍ରତି ୧୦୨ ଟଙ୍କା ୯୯ ପଇସା ରହିଥିଲା, ଯାହାକି ୨୮.୦୩.୨୦୨୧ରେ ରେକର୍ଡ ହୋଇଥିବା ପ୍ରତି କିଲୋଗ୍ରାମ ଖୁଚୁରା ଦର ୧୦୫ ଟଙ୍କା ୪୬ ପଇସା ଠାରୁ ୨.୪ ପ୍ରତିଶତ କମ୍‌। ଅନ୍ୟପକ୍ଷରେ ସର୍ବଭାରତୀୟ ସ୍ତରରେ ୨୮.୦୩.୨୦୨୨ରେ ରେକର୍ଡ ହୋଇଥିବା ତଥ୍ୟ ଅନୁଯାୟୀ, ବିରି ଡାଲିର ହାରାହାରୀ ଖୁଚୁରା ଦର କିଲୋ ପ୍ରତି ୧୦୪ ଟଙ୍କା ୩ ପଇସା ରହିଥିଲା, ଯାହାକି ୨୮.୦୩.୨୦୨୧ରେ ରେକର୍ଡ ହୋଇଥିବା ପ୍ରତି କିଲୋଗ୍ରାମ ଖୁଚୁରା ଦର ୧୦୮ ଟଙ୍କା ୨୨ ପଇସା ଠାରୁ ୩.୬୨ ପ୍ରତିଶତ କମ୍‌।

କେନ୍ଦ୍ର ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

RBI Repo Rate ବଢ଼ିଲେ ବଢ଼ିବ EMI? ଘର, କାର ଓ ପର୍ସନାଲ ଲୋନ୍ ନେଇଥିବା ଲୋକଙ୍କ ଉପରେ ପଡ଼ିପାରେ ପ୍ରଭାବ

October 5, 2026

UPIକୁ ବଡ଼ ଝଟକା! ୧୦ ଅକ୍ଟୋବରରୁ ପେମେଣ୍ଟ ନେବନି ଏହି କମ୍ପାନୀ, ୦.୪% MDRକୁ ନେଇ ବଢ଼ିଲା ଚିନ୍ତା

October 5, 2026

ଚଳଚଞ୍ଚଳ ରାଜ୍ୟ ରାଜନୀତି: ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସଜବାଜ ୩ ପ୍ରମୁଖ ଦଳ

October 4, 2026

Chintan Shivir 2026: ରାଜପଥ ମନ୍ତ୍ରଣାଳୟର ଚିନ୍ତନ ଶିବିର, ଯୋଗ ଦେବାକୁ ଗୁଜୁରାଟରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

October 4, 2026
Latest News

ସୁନ୍ଦରଗଡ଼ PNB ବ୍ୟାଙ୍କରେ ଅଗ୍ନିକାଣ୍ଡ, ଜଳିଗଲା କାଗଜପତ୍ର ଓ ଆସବାବପତ୍ର

October 5, 2026

ଜମି ବିବାଦରୁ ଭୟଙ୍କର କାଣ୍ଡ: ଭାଇ ହାତରେ ଭାଇ ହତ୍ୟା, କାଠ ଫାଳିଆରେ ଆକ୍ରମଣ

October 5, 2026

ଭିଜିଲାନ୍ସ ପଞ୍ଝାରେ ପୂର୍ତ୍ତ ବିଭାଗ ଏସଡିଓ ଅରବିନ୍ଦ ମହାନ୍ତି

October 5, 2026

ରେଢ଼ାଖୋଲର ଜଙ୍ଗଲରେ ମିଳିଲା ପ୍ରାଚୀନ ଲୁହା ଶିଳ୍ପର ପ୍ରମାଣ, ଜିଏମ୍ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ସର୍ବେକ୍ଷଣ

October 5, 2026

ଦୁଇ ମାନସିକ ଅସୁସ୍ଥଙ୍କୁ ଉଦ୍ଧାର କରି ଥଇଥାନ କଲେ ଯୁବ ସମାଜସେବୀ

October 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.