Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୫୦ ବିଲିୟନ ଡଲାରରୁ ଅଧିକ ପରିମାଣର କୃଷି ଉତ୍ପାଦ ରପ୍ତାନି ସହ ଇତିହାସ ରଚିଲା ଭାରତ
ଆଜିର ଖବର

୫୦ ବିଲିୟନ ଡଲାରରୁ ଅଧିକ ପରିମାଣର କୃଷି ଉତ୍ପାଦ ରପ୍ତାନି ସହ ଇତିହାସ ରଚିଲା ଭାରତ

April 6, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଭାରତରେ ଗ୍ରୀନ୍ ୟୁରିଆ ଉତ୍ପାଦନକୁ ବାସ୍ତବରୂପ ଦେବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ସରକାର
ଭାରତରେ ଗ୍ରୀନ୍ ୟୁରିଆ ଉତ୍ପାଦନକୁ ବାସ୍ତବରୂପ ଦେବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ସରକାର

ନୂଆଦିଲ୍ଲୀ: କୃଷି ଉତ୍ପାଦ ରପ୍ତାନିରେ ଭାରତ ଐତିହାସିକ ରେକର୍ଡ କରିଛି। ୨୦୨୧-୨୨ ଆର୍ଥିକ ବର୍ଷରେ କୃଷି ଉତ୍ପାଦ (ସାମୁଦ୍ରିକ ଏବଂ କୃଷିଜାତ ଉତ୍ପାଦ ସମେତ) ରପ୍ତାନି ପରିମାଣ ୫୦ ବିଲିୟନ ଡଲାର ଟପିଛି। ଏହା ହେଉଛି ବର୍ତ୍ତମାନ ସୁଦ୍ଧା ସବୁଠୁ ଅଧିକ ପରିମାଣର କୃଷି ଉତ୍ପାଦ ରପ୍ତାନି। ବାଣିଜ୍ୟିକ ସୂଚନା ଏବଂ ପରିସଂଖ୍ୟାନ ମହାନିର୍ଦ୍ଦେଶାଳୟ (ଡିଜିସିଆଇ ଏଣ୍ଡ ଏସ) ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ୨୦୨୧-୨୨ ଆର୍ଥିକ ବର୍ଷରେ କୃଷି ରପ୍ତାନି ପରିମାଣ ୧୯.୯୨ ପ୍ରତିଶତ ବୃଦ୍ଧି ପାଇ ୫୦.୨୧ ବିଲିୟନ ଡଲାରରେ ପହଞ୍ଚିଛି। ଏହି ବୃଦ୍ଧି ହାର ଉଲ୍ଲେଖନୀୟ ଏବଂ ୨୦୨୦-୨୧ ଆର୍ଥିକ ବର୍ଷର ପରିମାଣ ଅର୍ଥାତ୍‌ ୪୧.୮୭ ବିଲିୟନ ଡଲାରରୁ ୧୭.୬୬ ପ୍ରତିଶତ ଅଧିକ। ଅଧିକ ଭଡ଼ା ଦର, କଣ୍ଟେନର ଅଭାବ ଭଳି ଅପ୍ରତ୍ୟାଶିତ ଲଜିଷ୍ଟିକ୍ସ ସମସ୍ୟା ସତ୍ତ୍ୱେ ଏହି ବୃଦ୍ଧି ପରିଲକ୍ଷିତ ହୋଇଛି। ବିଗତ ଦୁଇ ବର୍ଷର ଏହି ଉପଲବ୍ଧି କୃଷକମାନଙ୍କର ଆୟ ବଢ଼ାଇବା ଲାଗି ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପକୁ ସାକାର କରିବାରେ ବେଶ୍‌ ଅଧିକ ସଫଳ ହେବ।

ଚଳିତ ବର୍ଷ ଚାଉଳ (୯.୬୫ ବିଲିୟନ ଡଲାର), ଗହମ (୨.୧୯ ବିଲିୟନ ଡଲାର), ଚିନି (୪.୬ ବିଲିୟନ ଡଲାର) ଏବଂ ଅନ୍ୟ ଶସ୍ୟ (୧.୦୮ ବିଲିୟନ ଡଲାର) ରପ୍ତାନି ବର୍ତ୍ତମାନ ସୁଦ୍ଧା ସର୍ବାଧିକ ପରିମାଣର ହୋଇପାରିଛି । ଗହମ ରପ୍ତାନିରେ ଅପ୍ରତ୍ୟାଶିତ ୨୭୩ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି। ୨୦୨୦-୨୧ରେ ଗହମ ରପ୍ତାନି ୫୬୮ ନିୟୁତ ଡଲାର ଥିବା ବେଳେ ୨୦୨୧-୨୨ରେ ଏହା ଚାରି ଗୁଣା ବୃଦ୍ଧି ପାଇ ୨୧୧୯ ନିୟୁତ ଡଲାର ଛୁଇଁଛି। ଏସବୁ ଉତ୍ପାଦ ରପ୍ତାନି ବୃଦ୍ଧି ପାଇବା ଫଳରେ ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର ଆଦି ରାଜ୍ୟମାନଙ୍କର ଚାଷୀମାନେ ଲାଭବାନ ହୋଇଛନ୍ତି। ଚାଉଳ ରପ୍ତାନି କ୍ଷେତ୍ରରେ ଭାରତ ବିଶ୍ୱ ବଜାରର ପାଖାପାଖି ୫୦ ପ୍ରତିଶତ ଭାଗ ଉପରେ ନିୟନ୍ତ୍ରଣ ହାସଲ କରିନେଇଛି।

ସାମୁଦ୍ରିକ ଉତ୍ପାଦ ରପ୍ତାନି ବର୍ତ୍ତମାନ ସୁଦ୍ଧା ସବୁଠୁ ଅଧିକ ୭.୭୧ ବିଲିୟନ ଡଲାର ଛୁଇଁଛି। ଏହାଫଳରେ ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ଓଡ଼ିଶା, ତାମିଲନାଡ଼ୁ, କେରଳ, ମହାରାଷ୍ଟ୍ର ଏବଂ ଗୁଜରାଟର ଚାଷୀମାନେ ଲାଭାନ୍ୱିତ ହୋଇଛନ୍ତି। ମସଲା ରପ୍ତାନି ଲଗାତାର ଦ୍ଵିତୀୟ ବର୍ଷ ବୃଦ୍ଧି ପାଇଁ ୪ ବିଲିୟନ ଡଲାରେ ପହଞ୍ଚିଛି। ଯୋଗାଣ କ୍ଷେତ୍ରରେ ବାଧା ସତ୍ତ୍ୱେ କଫି ରପ୍ତାନି ପ୍ରଥମ ଥର ପାଇଁ ୧ ବିଲିୟନ ଡଲାର ଅତିକ୍ରମ କରିଛି। ଏହାଦ୍ଵାରା କର୍ଣ୍ଣାଟକ, କେରଳ ଏବଂ ତାମିଲନାଡ଼ୁର କଫି ଉତ୍ପାଦନକାରୀମାନଙ୍କର ଲାଭ ବୃଦ୍ଧି ପାଇଛି।

ବାଣିଜ୍ୟ ବିଭାଗ ଏବଂ ଏପିଇଡିଏ, ଏମପିଇଡିଏ ଭଳି ଏହାର ରପ୍ତାନି ପ୍ରୋତ୍ସାହନ ଏଜେନ୍ସି ତଥା ଉତ୍ପାଦ ବୋର୍ଡର ନିରନ୍ତର ପ୍ରୟାସ କାରଣରୁ ଏପରି ପରିଣାମ ମିଳିପାରିଛି। କୃଷି ରପ୍ତାନିକୁ ପ୍ରୋତ୍ସାହିତ କରିବା ନିମନ୍ତେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନକୁ ସାମିଲ କରିବା ଲାଗି ବିଶେଷ ପ୍ରୟାସ କରାଯାଇଛି। ରପ୍ତାନି ମାଧ୍ୟମରେ କୃଷକମାନଙ୍କୁ ଲାଭ ସୁନିଶ୍ଚିତ କରିବା ଲାଗି ବାଣିଜ୍ୟ ବିଭାଗ ସିଧାସଳଖ କୃଷକ ଏବଂ କୃଷକ ଉତ୍ପାଦକ ସଂଗଠନ (ଏଫପିଓ)ମାନଙ୍କୁ ବଜାର ସୁବିଧା ପ୍ରଦାନ କରିବାର ବିଶେଷ ପ୍ରୟାସ କରାଯାଇଛି। ରପ୍ତାନିକାରୀଙ୍କ ସହ ଆଲୋଚନା ପାଇଁ କୃଷକ, ଏଫପିଓ/ଏଫପିସି, ସମବାୟ ସମିତିମାନଙ୍କୁ ପ୍ଲାଟଫର୍ମ ଯୋଗାଇ ଦେବା ଲାଗି ଏକ କୃଷକ କନେକ୍ଟ ପୋର୍ଟାଲ ପ୍ରସ୍ତୁତ କରାଯାଇଛି। ଏହି ପଦକ୍ଷେପ ଫଳରେ ବର୍ତ୍ତମାନ ସୁଦ୍ଧା ଅଜ୍ଞାତ ହୋଇ ରହିଥିବା କ୍ଷେତ୍ରରେ ମଧ୍ୟ କୃଷି ରପ୍ତାନି ବୃଦ୍ଧି ପାଉଛି। ବାରଣାସୀ (ଆମ୍ବ, ତଟକା ପରିବା), ଅନନ୍ତପୁର (କଦଳୀ), ନାଗପୁର (କମଳା), ଲକ୍ଷ୍ନୌ (ଆମ୍ବ), ଥେନୀ (କଦଳୀ), ସୋଲାପୁର (ଡାଳିମ୍ବ), କୃଷ୍ଣା ଏବଂ ଚିତ୍ତୁର (ଆମ୍ବ) ଭଳି କ୍ଲଷ୍ଟରରୁ କୃଷି ଉତ୍ପାଦ ରପ୍ତାନି କରାଯାଇଛି। ଅଣପାରମ୍ପରିକ କ୍ଷେତ୍ରରୁ ରପ୍ତାନିକୁ ପ୍ରୋତ୍ସାହିତ କରିବା ଲାଗି ‘‘ହେପୀ ବାନାନା’’ ଟ୍ରେନ୍‌ ଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପଦକ୍ଷେପ ମାଧ୍ୟମରେ ଅନନ୍ତପୁରରୁ ରିଫର କଣ୍ଟେନର ଜରିଆରେ ମୁମ୍ବାଇର ଜେଏନପିଟି ବନ୍ଦରକୁ ସିଧାସଳଖ କଦଳୀ ପଠାଯାଇଛି।

୨୦୨୦ର ପ୍ରଥମ ତ୍ରୈମାସରେ କୋଭିଡ-୧୯ ବ୍ୟାପିବା କାରଣରୁ ଖାଦ୍ୟଶସ୍ୟ ଚାହିଦା ବୃଦ୍ଧି ପାଇଥିଲା । ଏହି ବୃଦ୍ଧି କୃଷି ରପ୍ତାନି ବଢ଼ାଇବା ଲାଗି ସୁଯୋଗ ପ୍ରଦାନ କରିଥିଲା। ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ପୂର୍ବରୁ ନିର୍ମାଣ କରାଯାଇଥିବା ସଂସ୍ଥାଗତ ଢାଞ୍ଚା ଏବଂ ମହାମାରୀ କାରଣରୁ ଉତ୍ପନ୍ନ ହୋଇଥିବା ବାଧାଗୁଡ଼ିକୁ ଦୂର କରିବା ଲାଗି ବିଶେଷ ପ୍ରୟାସ କରାଯାଇଥିଲା। ଏଥିଯୋଗୁ ଭାରତ ନିଜ ସାମର୍ଥ୍ୟକୁ ପ୍ରମାଣିତ କରିପାରିଛି ଏବଂ ଖାଦ୍ୟ ସାମଗ୍ରୀର ବିଶ୍ୱସନୀୟ ଯୋଗାଣକାରୀ ଭାବେ ଉଭା ହୋଇଛି। ସାମ୍ପ୍ରତିକ ରୁଷ-ୟୁକ୍ରେନ ଯୁଦ୍ଧ ସଙ୍କଟ ସତ୍ତ୍ୱେ ଗହମ ଏବଂ ଅନ୍ୟ ଶସ୍ୟ ଯୋଗାଣ ପାଇଁ ସାରା ବିଶ୍ୱ ଭାରତ ଆଡ଼କୁ ଆଶାପୂର୍ଣ୍ଣ ଦୃଷ୍ଟିରେ ଚାହିଁଛି।

ବାଣିଜ୍ୟ ବିଭାଗ କୃଷି ରପ୍ତାନି ବଢ଼ାଇବା ଲାଗି ପ୍ରୟାସ ଜାରି ରଖିଛି ଏବଂ ବିଗତ ଦୁଇ ବର୍ଷର ରେକର୍ଡ ବଜାୟ ରଖାଯାଇ ପାରିଛି। ଏଥିସହିତ ଆସନ୍ତା ବର୍ଷଗୁଡ଼ିକରେ କୃଷି ରପ୍ତାନି ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ନନ୍ଦନକାନନକୁ ଗୁଜରାଟ ବନ୍ତାରାରୁ ଆସିଲେ ୭ ପ୍ରଜାତିର ନୂଆ ଅତିଥି

September 12, 2026

ବ୍ରିକ୍ସ ପ୍ଲାଟଫର୍ମରୁ ମହିନ୍ଦ୍ରାଙ୍କୁ ପ୍ରଶଂସା କଲେ ପୁଟିନ୍: ଜାଣନ୍ତୁ କାହିଁକି?

September 12, 2026

୭ ବର୍ଷ ପରେ ଭାରତ ଆସୁଛନ୍ତି ସି ଜିନପିଙ୍ଗ: ମୋଦିଙ୍କ ସହ ହେବ ବଡ଼ ବୈଠକ

September 12, 2026

ମହମ୍ମଦ ସିରାଜ ଅଧିନାୟକ ନିଯୁକ୍ତ: ଘୋଷଣା କଲା HCA 

September 12, 2026
Latest News

ନନ୍ଦନକାନନକୁ ଗୁଜରାଟ ବନ୍ତାରାରୁ ଆସିଲେ ୭ ପ୍ରଜାତିର ନୂଆ ଅତିଥି

September 12, 2026

ବ୍ରିକ୍ସ ପ୍ଲାଟଫର୍ମରୁ ମହିନ୍ଦ୍ରାଙ୍କୁ ପ୍ରଶଂସା କଲେ ପୁଟିନ୍: ଜାଣନ୍ତୁ କାହିଁକି?

September 12, 2026

କ୍ଷତିକାରକ ନୁହେଁ ଉପବାସ, ଜାଣନ୍ତୁ କ’ଣ ମିଳିଥାଏ ଲାଭ

September 12, 2026

୭ ବର୍ଷ ପରେ ଭାରତ ଆସୁଛନ୍ତି ସି ଜିନପିଙ୍ଗ: ମୋଦିଙ୍କ ସହ ହେବ ବଡ଼ ବୈଠକ

September 12, 2026

ମହମ୍ମଦ ସିରାଜ ଅଧିନାୟକ ନିଯୁକ୍ତ: ଘୋଷଣା କଲା HCA 

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.