Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଛଅଟି ପ୍ରକଳ୍ପକୁ ଅନୁମୋଦନ ଦେଲେ ରାଜ୍ୟ ସରକାର, ବିନିଯୋଗ ହେବ ୪୯୩ କୋଟି ଟଙ୍କା
ବିଶେଷ ଖବର

ଛଅଟି ପ୍ରକଳ୍ପକୁ ଅନୁମୋଦନ ଦେଲେ ରାଜ୍ୟ ସରକାର, ବିନିଯୋଗ ହେବ ୪୯୩ କୋଟି ଟଙ୍କା

May 6, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଛଅଟି ପ୍ରକଳ୍ପକୁ ଅନୁମୋଦନ ଦେଲେ ରାଜ୍ୟ ସରକାର, ବିନିଯୋଗ ହେବ ୪୯୩ କୋଟି ଟଙ୍କା

ଭୁବନେଶ୍ୱର: ଶିଳ୍ପାୟନ ମାଧ୍ୟମରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ ଆଉ ଏକ ପଦକ୍ଷେପ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ୪୯୩.୬୨ କୋଟି ଟଙ୍କାର ପୁଞ୍ଜି ବିନିଯୋଗର ୬ଟି ନୂତନ ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପରେ ୧,୩୧୭ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ସମ୍ଭାବନା ରହିଛି।

ଆଜି ଲୋକସେବା ଭବନରୁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଡିଜିଟାଲ ମୋଡରେ ଆୟୋଜିତ ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବା SLSWCA ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।

ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ଓଡିଶା ପାଇଁ ପ୍ରକଳ୍ପର ଯଥାର୍ଥତା ଦର୍ଶାଇଛନ୍ତି। ଏହି ପ୍ରକଳ୍ପଗୁଡିକୁ ନୀତିଗତ ଅନୁମୋଦନ ପ୍ରଦାନ କରି ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ସଂପୃକ୍ତ ବିଭାଗଗୁଡିକୁ ଅନୁମୋଦିତ ପ୍ରକଳ୍ପଗୁଡିକ ପାଇଁ ଆବଶ୍ୟକ ଜମି ଏବଂ ଜଳର ବାସ୍ତବ ମୂଲ୍ୟାଙ୍କନ କରିବାକୁ ଏବଂ ସେମାନଙ୍କର ପ୍ରାଥମିକ ଭିତ୍ତିଭୂମିକୁ ସହଜ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୋଲୋମୋ ଭଳି ସମ୍ଭାବ୍ୟ ଦ୍ୱୀପ ସମେତ ଚିଲିକା ହ୍ରଦରେ ପର‌୍ୟ୍ୟଟନ ବିକାଶ ପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ଶ୍ରୀ ମହାପାତ୍ର ପର‌୍ୟ୍ୟଟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ବୈଠକରେ ଉପସ୍ଥାପିତ ହୋଇଥିବା ପ୍ରକଳ୍ପଗୁଡ଼ିକ ମୁଖ୍ୟତଃ ଇସ୍ପାତ ଡାଉନଷ୍ଟ୍ରିମ, ଖାଦ୍ୟ ପ୍ରକ୍ରିୟାକରଣ, ପର‌୍ୟ୍ୟଟନ ଏବଂ ପ୍ଲାଷ୍ଟିକ୍ ଡାଉନଷ୍ଟ୍ରିମରୁ ଆସିଥିଲା।

ଏହି ପ୍ରସ୍ତାବଗୁଡିକ ଉପସ୍ଥାପନ କରି ପ୍ରମୁଖ ଶାସନ ସଚିବ ଶ୍ରୀ ଶର୍ମା କହିଛନ୍ତି ଯେ ଏହି ଶିଳ୍ପଗୁଡିକ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅର୍ଥନୈତିକ କାର‌୍ୟ୍ୟକଳାପକୁ ବୃଦ୍ଧି କରିବ।

ଅନୁମୋଦିତ ପ୍ରକଳ୍ପଗୁଡିକ ହେଲା

୧- ଯାଜପୁର ଜିଲ୍ଲାର କଳିଙ୍ଗନଗରରେ ୨,୫୦,୦୦୦ ଟିଏମଟି ରେବର ଏବଂ ୨,୫୦,୦୦୦ ମେଟ୍ରିକ ଟନ ୱାୟାର ରୋଡ ମିଲ ସ୍ଥାପନ ପାଇଁ ଜଟିଆ ଷ୍ଟିଲ ଲିମିଟେଡ ୧୨୫ କୋଟି ଟଙ୍କା ବିନିଯୋଗ କରିବ। ଏଥିରେ ୧୫୦ ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସମ୍ଭାବନା ରହିଛି।

୨-ସାରଙ୍ଗୀ ମେଟାଲ ୱାର୍କସ ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡ ୬୫.୩୭ କୋଟି ଟଙ୍କା ବିନିଯୋଗ ଏବଂ ୫୬୮ ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସମ୍ଭାବନା ସହିତ ଡ୍ରାଇଭଲାଇନ୍ ଏବଂ ଟର୍କ ଟ୍ୟୁବ୍ ଉତ୍ପାଦନ ପାଇଁ ଯାଜପୁର ଜିଲ୍ଲାର କଳିଙ୍ଗନଗରରେ ଏକ ଷ୍ଟିଲ୍ ଡାଉନଷ୍ଟ୍ରିମ ୟୁନିଟ୍ ସ୍ଥାପନ କରିବ।

୩- ୧୨୧ କୋଟି ଟଙ୍କା ବିନିଯୋଗରେ ସୋନପୁରରେ ୨.୫ ମେଗାୱାଟ ପାୱାର ପ୍ଲାଣ୍ଟ ସହିତ ଗୋଟିଏ ୧୦୦ KLPD ଇଥାନଲ ପ୍ଲାଣ୍ଟ ସ୍ଥାପନ ପାଇଁ JRS Ventures Pvt Ltd ପ୍ରସ୍ତାବ ପାରିତ ହୋଇଛି। ଏଥିରେ ୧୧୪ ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି।

୪- ୮୦.୨୫ କୋଟି ଟଙ୍କା ବିନିଯୋଗରେ ଗଞ୍ଜାମ ଜିଲ୍ଲାର ସୋମୋଲୋ ଦ୍ୱୀପରେ ଏକ ହୋଟେଲ ଏବଂ ରିସର୍ଟ ସ୍ଥାପନ କରିବ ଏସଏନଏମ ହୋଟେଲ ଏବଂ ରିସର୍ଟ ପ୍ରାଇଭେଟ ଲିମିଟେଡ୍। ଏଥିରେ ୧୮୫ ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି।

୫- ଖୋର୍ଧା ଜିଲ୍ଲାରେ ବାର୍ଷିକ ୧୫୦୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଏକ କାର୍ବନ / ଗ୍ରାଫାଇଟ୍ ବ୍ଲକ୍ କଟିଙ୍ଗ ଏବଂ ମେସିନିଂ ସୁବିଧା ପ୍ରତିଷ୍ଠା କରିବାକୁ ଡାନିଏଲି କୋରସ୍ ରେଫ୍ରାକ୍ଟୋରୀ ସଲ୍ୟୁସନ୍ସ ଲିମିଟେଡ୍ ୫୧ କୋଟି ଟଙ୍କା ବିନିଯୋଗ କରିବ। ଏଥିରେ ୧୫୦ ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି।

୬- ୫୧ କୋଟି ଟଙ୍କା ବିନିଯୋଗରେ କଟକ ଜିଲ୍ଲାର ଟାଙ୍ଗୀରେ ୧୮,୦୦୦ MTPA କ୍ଷମତା HDPE ଏବଂ PVC ପାଇପ୍ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ ଆର୍ଶିବାଦ ପାଇପ୍ ପ୍ରାଇଭେଟ ଲିମିଟେଡ୍।ଏଥିରେ ୧୫୦ ଲୋକଙ୍କ ପାଇଁ ରୋଜଗାର ସମ୍ଭାବନା ରହିଛି।

ଏହି ବୈଠକରେ ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ଡ. ମୋନା ଶର୍ମା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ଶ୍ରୀ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ସଚିବ ଜଳ ସମ୍ପଦ ଅନୁ ଗର୍ଗ, ପ୍ରମୁଖ ସଚିବ ଶିଳ୍ପ ଶ୍ରୀ ହେମନ୍ତ କୁମାର ଶର୍ମା, ପ୍ରମୁଖ ସଚିବ ପର୍ଯ୍ୟଟନ ଶ୍ରୀ ସୁରେନ୍ଦ୍ର କୁମାର, ପ୍ରମୁଖ ସଚିବ ଶକ୍ତି ଶ୍ରୀ ନିକୁଞ୍ଜାବିହାରୀ ଧଳ, ପ୍ରମୁଖ ସଚିବ ଇସ୍ପାତ ଏବଂ ଖଣି ଶ୍ରୀ ଦେଓ ରଂଜନ କୁମାର ସିଂ, ପ୍ରମୁଖ ଶାସନ ସଚିବ ପଞ୍ଚାୟତ ରାଜ ଏବଂ ପାନୀୟ ଜଳ ଶ୍ରୀ ଅଶୋକ କୁମାର ମୀନା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

SLSWCA ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ହେମନ୍ତ କୁମାର ଶର୍ମା
Share. Facebook Twitter LinkedIn Email WhatsApp Copy Link

Related Posts

SHVR ୨୦୨୫-୨୬ ରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ମାନ୍ୟତା

June 23, 2026

ଏଲ୍-ନିନୋ ଚ୍ୟାଲେଞ୍ଜ ମଧ୍ୟରେ ସତର୍କ ଓଡ଼ିଶା: ବିପର୍ଯ୍ୟୟ ପରିଚାଳନାରେ ବଡ଼ ଯୋଜନା

June 22, 2026

ହ୍ୱାଟ୍ସଆପ୍‌ରେ ଭାରତୀୟ ନେତୃତ୍ୱ! କୁନାଲ ଶାହଙ୍କ ହାତରେ ବିଶ୍ୱର ସବୁଠାରୁ ବଡ଼ ମେସେଜିଂ ପ୍ଲାଟଫର୍ମର ଦାୟିତ୍ୱ

June 22, 2026

ଟିଏମସି ବିଦ୍ରୋହୀ ଗୋଷ୍ଠୀର ବଡ଼ ନିଷ୍ପତ୍ତି: ଅଧ୍ୟକ୍ଷ ପଦରୁ ହଟିଲେ ମମତା, ଅଭିଷେକ ବାନାର୍ଜୀ ନିଲମ୍ବିତ

June 22, 2026
Latest News

ଗେମିଂ ଜୋନ୍: ମନୋରଞ୍ଜନର କେନ୍ଦ୍ର ନା ଅଗ୍ନିର ଫାନ୍ଦ?

June 23, 2026

ହର୍ମୁଜ୍‌ ପ୍ରଣାଳୀ ପାର୍‌ ହେଲା ୪ଟି ସାର ବୋଝେଇ ଜାହାଜ

June 23, 2026

ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଶ୍ରୁତି ନାଟକ ଉତ୍ସବ ଆୟୋଜିତ

June 23, 2026

କବିସୂର୍ଯ୍ୟନଗର ଥାନା ପୋଲିସର ବଡ଼ ସଫଳତା: ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ, ୭ ଗିରଫ

June 23, 2026

ଷଷ୍ଠ ସାଂସଦ ଚିକିତ୍ସା ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ସାଂସଦ ଅପରାଜିତା ଷଡଙ୍ଗୀ

June 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.