Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପିଏମ୍ କିଷାନ ସମ୍ମାନ ନିଧିର ୧୧ତମ କିସ୍ତି ଜାରି କରିବେ ପ୍ରଧାନମନ୍ତ୍ରୀ
ବିଶେଷ ଖବର

ପିଏମ୍ କିଷାନ ସମ୍ମାନ ନିଧିର ୧୧ତମ କିସ୍ତି ଜାରି କରିବେ ପ୍ରଧାନମନ୍ତ୍ରୀ

May 29, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
କିଷାନ ସମ୍ମାନ ନିଧି ଯୋଜନା
୨୦୩୦-୩୧ ପର୍ଯ୍ୟନ୍ତ ବଢ଼ିଲା ପିଏମ୍‌ କିଷାନ୍‌ ଯୋଜନାର ଅବଧି

ଦିଲ୍ଲୀ: ଦେଶରେ ବର୍ଷବ୍ୟାପୀ ସ୍ୱାଧୀନତାର ଅମୃତ ମହୋତ୍ସବ ଚାଲିଥିବା ସମୟରେ ଏହା ଅନ୍ତର୍ଗତ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ ଗୁଡିକର ଏକ ବୃହତ ସଂଯୁକ୍ତ ଆୟୋଜନ ୩୧ ମେ’ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମୁଖ୍ୟ ଆତିଥ୍ୟତାରେ ଅନୁଷ୍ଠିତ ହେବ। ଶ୍ରୀ ମୋଦୀ ଶିମଲା (ହିମାଚଳ ପ୍ରଦେଶ) ରେ “ଗରିବ କଲ୍ୟାଣ ସମ୍ମିଳନୀ” ନାମକ ଏହି ଜାତୀୟ ସ୍ତରର କାର୍ଯ୍ୟକ୍ରମରେ, ୯ ଟି କେନ୍ଦ୍ରୀୟ ମନ୍ତ୍ରଣାଳୟର ବିଭାଗ ଗୁଡିକ ଦ୍ୱାରା ସଂଚାଳିତ ୧୬ଟି  ଯୋଜନା ଗୁଡିକର/ କାର୍ଯ୍ୟକ୍ରମ ଗୁଡିକର ହିତାଧିକାରୀ  ମାନଙ୍କ ସହିତ ଭିଡିଓ କନ୍‌ଫରେନସିଂ ଦ୍ୱାରା ବାର୍ତ୍ତାଳାପ କରିବେ ଏବଂ ସେ ୧୦ କୋଟିରୁ ଅଧିକ କୃଷକ ମାନଙ୍କୁ ୨୧ ହଜାର କୋଟି ଟଙ୍କାରୁ ଅଧିକ ପିଏମ୍ କିଷାନ ସମ୍ମାନ ନିଧିର ୧୧ତମ କିସ୍ତି ମଧ୍ୟ ଜାରି କରିବେ।

ଏହା ସହିତ ବିଭିନ୍ନ ରାଜ୍ୟ ଗୁଡିକର ରାଜଧାନୀ ସମୂହ, ଜିଲ୍ଲା ମୁଖ୍ୟାଳୟ ଗୁଡିକ ଏବଂ କୃଷି ବିଜ୍ଞାନ କେନ୍ଦ୍ର ଗୁଡିକ (କେଭିକେ)ରେ ମଧ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ । କାର୍ଯ୍ୟକ୍ରମ ଗୁଡିକର ଏହି ଶୃଙ୍ଖଳା ଅନ୍ତର୍ଗତ କେନ୍ଦ୍ରୀୟ କୃଷି ବିଜ୍ଞାନ କେନ୍ଦ୍ର ସମୂହ (କେଭିକେ) ରେ ମଧ୍ୟ କାର୍ଯ୍ୟକ୍ରମ ଆୟୋଜିତ କରାଯିବ। କାର୍ଯ୍ୟକ୍ରମ ଗୁଡିକର ଏହି ଶୃଙ୍ଖଳାର ଅଂଶ ଭାବେ କେନ୍ଦ୍ରୀୟ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ପୁସା (ଦିଲ୍ଲୀ) ରେ କୃଷକ ମାନଙ୍କ ସହିତ ସାମିଲ୍ ହେବେ।

ଏହି ସମ୍ମିଳନୀ ଦେଶରେ ଏବେ ପର୍ଯ୍ୟନ୍ତ ସବୁଠାରୁ ବୃହତ୍ ଏକକ କାର୍ଯ୍ୟକ୍ରମ ହେବ, ଯାହା ଅନ୍ତର୍ଗତ ସମସ୍ତ ଜିଲ୍ଲା ଗୁଡିକରେ ରାଷ୍ଟ୍ର ବ୍ୟାପୀ ବାର୍ତ୍ତାଳାପ ଅନୁଷ୍ଠିତ ହେବ ଏବଂ ଯେଉଁଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, ପୋଷଣ ଅଭିଯାନ, ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା, ସ୍ୱଚ୍ଛ ଭାରତ ମିଶନ (ଉଭୟ ଗ୍ରାମୀଣ ଏବଂ ସହରୀ), ଜଳ ଜୀବନ ମିଶନ ଏବଂ ଅମୃତ, ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା, ୱାନ୍ ନେସନ୍ – ୱାନ୍ ରାସନ କାର୍ଡ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା, ଆୟୁଷ୍ମାନ ଭାରତ ପିଏମ୍ ଜନ ଆରୋଗ୍ୟ ଯୋଜନା,  ଆୟୁଷ୍ମାନ ଭାରତ ହେଲ୍‌ଥ ଆଣ୍ଡ ୱେଲନେସ୍ ସେଂଟର, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ହିତାଧିକାରୀ  ମାନଙ୍କ ସହିତ ଯୋଜନା ଗୁଡିକ/ କାର୍ଯ୍ୟକ୍ରମ ଗୁଡିକର ସେମାନଙ୍କର ଜୀବନ ଉପରେ ଯେଉଁ ପ୍ରଭାବ ପଡିବ ସେଗୁଡିକ ସମ୍ପର୍କରେ ଆଲୋଚନା କରିବେ।

ଦୁଇ ପର୍ଯ୍ୟାୟ ସମ୍ପନ୍ନ କାର୍ଯ୍ୟକ୍ରମ ଅନୁସାରେ, ରାଜ୍ୟ/ ଜିଲ୍ଲା/ କେଭିକେ ସ୍ତରର ସମାରୋହ ସକାଳ ୯.୪୫ ସମୟରେ ଆରମ୍ଭ ହେବ ଏବଂ ପ୍ରାୟ ୧୧ଟା ବେଳକୁ ଜାତୀୟ ସ୍ତରର କାର୍ଯ୍ୟକ୍ରମ ସହିତ ଜୋଡି ହୋଇଯିବ। ଜାତୀୟ କାର୍ଯ୍ୟକ୍ରମକୁ ଦୂରଦର୍ଶନର ଜାତୀୟ ଏବଂ ଆଂଚଳିକ ଚ୍ୟାନେଲ୍ ଗୁଡିକରେ ସିଧା ପ୍ରସାରଣ କରାଯିବ। ମାଇଁ ଗଭ୍ (MyGov) ମାଧ୍ୟମରେ ଜାତୀୟ କାର୍ଯ୍ୟକ୍ରମକୁ ୱେବ୍‌କାଷ୍ଟ ମଧ୍ୟ କରାଯିବ, ଯେଉଁଥିରେ ଲୋକ ମାନେ ପଞ୍ଜୀକୃତ  କରି ପାରିବେ। ଏହା ଅନ୍ୟ ସାମାଜିକ ଗଣ ମାଧ୍ୟମ ଚ୍ୟାନେଲ୍ ଗୁଡିକରେ, ଯଥା-: ୟୁଟ୍ୟୁବ୍‌, ଫେସବୁକ୍‌, ଟ୍ୱିଟର, ଇନ୍‌ଷ୍ଟାଗ୍ରାମ୍ ଆଦି ମାଧ୍ୟମରେ ମଧ୍ୟ ଦେଖା ଯାଇ ପାରିବ।

ଗରିବ କଲ୍ୟାଣ ସମ୍ମିଳନୀ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଧୀନତାର ଅମୃତ ମହୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ଗଞ୍ଜେଇ ମାଫିଆଙ୍କ ସହ ସମ୍ପୃକ୍ତି ଅଭିଯୋଗ, ବଦଳିଲେ ପୂର୍ବତନ ଥାନା ଅଧିକାରୀ

September 11, 2026

ଭୁଶୁଡ଼ିଲା କଂକ୍ରିଟ୍ ସ୍ଲାବ୍: ୩ ଶ୍ରମିକଙ୍କ ମୃତ୍ୟୁ

September 11, 2026

ଭୁବନେଶ୍ୱର ଓ ବାରିପଦାରେ ଭିଜିଲାନ୍ସ ଚଢ଼ଉ: ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ, ୨ ଅଡିଟର ଅଟକ

September 11, 2026

ଭାରତର GDP ଅଭିବୃଦ୍ଧିରେ IMF ଆଶ୍ଚର୍ଯ୍ୟ: ଜାଣନ୍ତୁ କ’ଣ କହିଲେ ମୁଖପାତ୍ର?

September 11, 2026
Latest News

ବିନେଶ ଫୋଗାଟଙ୍କୁ ବଡ଼ ଝଟକା: ବିଶ୍ୱ ଚାମ୍ପିଅନସିପ୍ ଟ୍ରାଏଲ ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ମନା

September 11, 2026

ୟୁନିଟ୍-୧ ହାଟରେ ବାରମ୍ବାର ଅଗ୍ନିକାଣ୍ଡ ପରେ ବିଏମ୍‌ସି ଓ ବିଡିଏର ମିଳିତ ଉଚ୍ଛେଦ ଅଭିଯାନ

September 11, 2026

ଗଞ୍ଜେଇ ମାଫିଆଙ୍କ ସହ ସମ୍ପୃକ୍ତି ଅଭିଯୋଗ, ବଦଳିଲେ ପୂର୍ବତନ ଥାନା ଅଧିକାରୀ

September 11, 2026

କୁଲଦୀପ ଯାଦବଙ୍କ ଶ୍ରେଷ୍ଠ ପ୍ରଦର୍ଶନ: ଗୋଟିଏ ମ୍ୟାଚ୍‌ରେ ୧୦ ୱିକେଟ୍ ନେଇ ରଚିଲେ ଇତିହାସ

September 11, 2026

ଭୁଶୁଡ଼ିଲା କଂକ୍ରିଟ୍ ସ୍ଲାବ୍: ୩ ଶ୍ରମିକଙ୍କ ମୃତ୍ୟୁ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.