Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଭାରତ ସରକାରଙ୍କ ଠାରୁ ଏନଏସଆଇଏଲ ନେବ ୧୦ଟି ଇନ୍‌-ଅର୍ବିଟ୍‌ ଉପଗ୍ରହ, ମିଳିଲା କ୍ୟାବିନେଟ ମଞ୍ଜୁରି
ଅନ୍ତରାଷ୍ଟ୍ରୀୟ

ଭାରତ ସରକାରଙ୍କ ଠାରୁ ଏନଏସଆଇଏଲ ନେବ ୧୦ଟି ଇନ୍‌-ଅର୍ବିଟ୍‌ ଉପଗ୍ରହ, ମିଳିଲା କ୍ୟାବିନେଟ ମଞ୍ଜୁରି

June 8, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭାରତ ସରକାରଙ୍କ ଠାରୁ ଏନଏସଆଇଏଲ ନେବ ୧୦ଟି ଇନ୍‌-ଅର୍ବିଟ୍‌ ଉପଗ୍ରହ, ମିଳିଲା କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ସରକାରଙ୍କ ଠାରୁ ୧୦ଟି ଇନ-ଅର୍ବିଟ୍‌ ସଞ୍ଚାର ଉପଗ୍ରହ ମେସର୍ସ ନ୍ୟୁ ସ୍ପେସ୍‌ ଇଣ୍ଡିଆ ଲିଃ (ଏନଏସଆଇଏଲ)କୁ ହସ୍ତାନ୍ତର କରିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏନଏଆଇଏଲ ହେଉଛି ଭାରତ ସରକାରଙ୍କ ମହାକାଶ ବିଭାଗର ପ୍ରଶାସନିକ ନିୟନ୍ତ୍ରଣ ଅଧୀନରେ ଥିବା ଏକ ସମ୍ପୂର୍ଣ୍ଣ ରାଷ୍ଟ୍ରାୟତ୍ତ କ୍ଷେତ୍ର ଉଦ୍ୟୋଗ।

ଏନଏସଆଇଏଲର ଅଧିକୃତ ଅଂଶଧନ ପୁଞ୍ଜିକୁ ୧୦୦୦ ଟଙ୍କାରୁ ୭୫୦୦ ଟଙ୍କାକୁ ବଢ଼ାଇବା ଲାଗି ମଧ୍ୟ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ମିଳିଛି ।

ଏସବୁ ସମ୍ପତ୍ତି ଏନଏସଆଇଏଲକୁ ହସ୍ତାନ୍ତର କରାଯିବା ଫଳରେ ସରକାରୀ ମାଲିକାନାରେ ଥିବା ଏହି କମ୍ପାନୀ ପୁଞ୍ଜି ଆଧାରିତ କାର୍ଯ୍ୟକ୍ରମ/ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଲାଗି ଆବଶ୍ୟକ ଆର୍ଥିକ କ୍ଷମତା ପାଇପାରିବ। ଏହାଦ୍ବାରା କମ୍ପାନୀରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହିତ ପ୍ରଯୁକ୍ତି ବିକାଶ ହୋଇପାରିବ। ଅନ୍ୟ କ୍ଷେତ୍ରରେ ମଧ୍ୟ କମ୍ପାନୀର ବିକାଶ ସମ୍ଭବ ହେବ। ଏହି ଅନୁମୋଦନ ଦ୍ବାରା ମହାକାଶ କ୍ଷେତ୍ରରେ ଘରୋଇ ଆର୍ଥିକ ଗତିବିଧି ବୃଦ୍ଧି ପାଇବ ଏବଂ ବିଶ୍ବ ମହାକାଶ ବଜାରରେ ଭାରତର ଅଂଶଧନ ବଢ଼ିବ।

ମହାକାଶ କ୍ଷେତ୍ରରେ ସଂସ୍କାର ଆସିବା ଫଳରେ ଏଣ୍ଡ ଟୁ ଏଣ୍ଡ ବାଣିଜ୍ୟିକ ମହାକାଶ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ଏବଂ ଏକ ସମ୍ପୂର୍ଣ୍ଣ ଉପଗ୍ରହ ପରିଚାଳକ ହେବାରେ ଏନଏସଆଇଏଲକୁ କ୍ଷମତା ମିଳିପାରିଛି। ସିଙ୍ଗଲ ୱିଣ୍ଡୋ ଅପରେଟର ଭାବେ କାମ କରିବାକୁ ଥିବା ଏନଏସଆଇଏଲ ମହାକାଶ କ୍ଷେତ୍ରରେ ବ୍ୟବସାୟିକ ସୁଗମତା ସୁବିଧା ମଧ୍ୟ ପ୍ରଦାନ କରିବ।

ଏନଏସଆଇଏଲ ବୋର୍ଡ ଏବେ ଉପଗ୍ରହ ସଞ୍ଚାର କ୍ଷେତ୍ରରେ ବଜାର ପରିଦୃଶ୍ୟ ଏବଂ ବିଶ୍ବସ୍ତରୀୟ ଧାରା ଅନୁରୂପ ଟ୍ରାନ୍ସପଣ୍ଡରଗୁଡ଼ିକର ମୂଲ୍ୟ ନିର୍ଦ୍ଧାରଣ କରିବାର ଅଧିକାର ପାଇବ। ଏନଏସଆଇଏଲକୁ ନିଜ ଅନ୍ତରୀଣ ନୀତି ଏବଂ ମାର୍ଗଦର୍ଶିକା ଅନୁରୂପ କ୍ଷମତା (କାପାସିଟି) ଉପସ୍ଥାପନ କରିବା ଏବଂ ଆବଣ୍ଟିତ କରିବା ଲାଗି ମଧ୍ୟ ଅଧିକୃତ କରାଯାଇଛି।

cabinet
Share. Facebook Twitter LinkedIn Email WhatsApp Copy Link

Related Posts

ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସମ୍ପର୍କରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବୟାନ

April 12, 2026

ପିଏମ ଶ୍ରୀ କୁଶଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲିରେ ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ

April 12, 2026

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ବଡ଼ ଆଶ୍ୱସ୍ତି: ଭାରତ ଆସୁଛି ଏଲପିଜି ଜାହାଜ ‘ଜଗ୍ ବିକ୍ରମ’

April 12, 2026

ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ କେନ୍ଦ୍ରର ବଡ଼ ପଦକ୍ଷେପ: ମୁମ୍ବାଇରୁ ହାଓଡ଼ାକୁ ଚାଲିବ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍

April 12, 2026
Latest News

ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସମ୍ପର୍କରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବୟାନ

April 12, 2026

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଅବସରରେ ପ୍ରମୁଖ ଜନ ସଂଗୋଷ୍ଠୀ

April 12, 2026

କରେଣ୍ଟ ଲାଗି ତିନି ଦଣ୍ଡୁଆ ମୃତ

April 12, 2026

କୂଅରୁ ମୃତଦେହ ଉଦ୍ଧାର: ୧୨ଜଣ ଗିରଫ

April 12, 2026

ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିୟନର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ: ପେନସନ ଓ ସାମାଜିକ ସୁରକ୍ଷା ଦାବୀ

April 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.