‘ଅଗ୍ନିବୀର’ଙ୍କ ପାଇଁ ବଡ଼ ଘୋଷଣା କଲେ ଆନନ୍ଦ ମହିନ୍ଦ୍ରା, ଜାଣନ୍ତୁ ଅଗ୍ନିପଥ ସଂପର୍କରେ କ’ଣ କହିଲେ

Published: Jun 20, 2022, 10:49 am IST

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ସଂପର୍କରେ ସାରା ଦେଶରେ ଏକ ବିରୋଧ ଜାରି ରହିଛି। ଏହା ଯୋଗୁଁ ଦେଶରେ ହିଂସାତ୍ମକ ଘଟଣା ସାମନାକୁ ଆସିଛି। ଯାହାଫଳରେ ଦେଶରେ କୋଟି କୋଟି ଟଙ୍କାର ଜାତୀୟ ସମ୍ପତ୍ତି ନଷ୍ଟ ହୋଇଯାଇଛି। ତେବେ ଅଗ୍ନିପଥ ଯୋଜନା ଉପରେ ହୋଇଥିବା ହିଂସା ଯୋଗୁଁ ଦୁଃଖିତ ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଆଜି ତାଲିମପ୍ରାପ୍ତ ଏବଂ ଯୋଗ୍ୟ ଅଗ୍ନିବୀରଙ୍କ ପାଇଁ ନିଯୁକ୍ତି ଘୋଷଣା କରିଛନ୍ତି। ସୋସିଆଲ ମିଡିଆ ଜରିଆରେ ଆନନ୍ଦ କହିଛନ୍ତି ଯେ, ‘ଅଗ୍ନିପଥ ଯୋଜନା ଉପରେ ହୋଇଥିବା ହିଂସା ଯୋଗୁଁ ମୁଁ ଦୁଃଖିତ। ଗତ ବର୍ଷ ଯେତେବେଳେ ଏହି ଯୋଜନା ଆରମ୍ଭ ହୋଇଥିଲା, ମୁଁ କହିଥିଲି ଏବଂ ମୁଁ ପୁନରାବୃତ୍ତି କରେ ଯେ, ଅଗ୍ନିବୀରଙ୍କ ଅନୁଶାସନ ଏବଂ ଦକ୍ଷତା ସେମାନଙ୍କୁ ନିଯୁକ୍ତି ଦେବ।

ଅଗ୍ନିପଥ ଯୋଜନା ଘୋଷଣା ପରେ ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାର, ହରିୟାଣା, ତେଲେଙ୍ଗାନା, ଓଡିଶା, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ପଞ୍ଜାବ, ଝାଡଖଣ୍ଡ ଏବଂ ଆସାମ ସମେତ ଅନେକ ରାଜ୍ୟରେ ବିରୋଧ ଆରମ୍ଭ ହୋଇଛି। କେତେକ ସ୍ଥାନରେ ଆନ୍ଦୋଳନ ଜୋରଦାର ହୋଇଥିଲା ଏବଂ ବିକ୍ଷୋଭକାରୀମାନେ ଅନେକ ଗାଡି ଜଳାଇଦେଇଥିଲେ। ଅନେକ ସ୍ଥାନରେ ଟ୍ରେନର କୋଚ୍ ପୋଡି ପାଉଁଶ ହୋଇଯାଇଥିଲା। ଏହା ଯୋଗୁଁ ଉଭୟ ବ୍ୟକ୍ତିଗତ ଏବଂ ସାର୍ବଜନୀନ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି।

Related posts