Categories
ଆଜିର ଖବର ରାଜ୍ୟ ଖବର

ଆଜି ଭୁବନେଶ୍ବରରେ ରାଜ୍ୟ କଂଗ୍ରେସ କରିବ ସତ୍ୟାଗ୍ରହ, ଜାଣନ୍ତୁ କାହିଁକି

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ନିଯୁକ୍ତି ପ୍ରତ୍ୟାହାର ଦାବି ରେ କଂଗ୍ରେସ ଦଳ ତରଫରୁ ଆଜି ସାରା ଭାରତ ବର୍ଷରେ ସତ୍ୟାଗ୍ରହ କରାଯାଉଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ତରଫରୁ ଆଜି ଦିନ ୧୦.୩୦ ମିନିଟ ସମୟରୁ ମଧ୍ୟାହ୍ନ ୧ ଟା ପର୍ଯ୍ୟନ୍ତ ପାୱାରହାଉସ ଛକ ଏହି ସତ୍ୟାଗ୍ରହ କରାଯିବ।

ଏ ନେଇ ପ୍ରଦେଶ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରାଯାଇଛି। ଏଥିରେ ଭାରତୀୟ ଜାତୀୟ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ସଚିନ ସାୱନ୍ତ, ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଓ ଗଣମାଧ୍ୟମ ବିଭାଗ ଆବାହକ ସତ୍ୟପ୍ରକାଶ ନାୟକ ଯୋଗଦେଇ ଏହି ଯୋଜନାକୁ କଠୋର ସମାଲୋଚନା କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଅଗ୍ନିପଥ ଯୋଜନାକୁ ମୋଦି ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ; କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ସାୱନ୍ତ

ଭୁବନେଶ୍ୱର: ଦେଶର ସେନାବାହିନିକୁ ଯୋଜନାବଦ୍ଧ ଭାବରେ ଦୁର୍ବଳ କରିବାର ମୋଦି ସରକାରଙ୍କ ପ୍ରଚେଷ୍ଟାକୁ କଦାପି ବରଦାସ୍ତ କରାଯିବ ନାହିଁ। ଦେଶର ସେନା ଓ ଯୁବବର୍ଗଙ୍କ ଭବିଷ୍ୟତକୁ ଅଗ୍ନିପଥ ଯୋଜନା ମାଧ୍ୟମରେ ଅନ୍ଧକାରଗର୍ଭକୁ ଠେଲି ଦେବାର ଅପଚେଷ୍ଟା ବିରୋଧରେ ଆଜି ପ୍ରଦେଶ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଜାତୀୟ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ସଚିନ ସାୱନ୍ତ, ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଓ ଗଣମାଧ୍ୟମ ବିଭାଗ ଆବାହକ ସତ୍ୟପ୍ରକାଶ ନାୟକଙ୍କ ଉପସ୍ଥିତିରେ କଠୋର ସମାଲୋଚନା କରିଥିଲେ।

ସେ କହିଥିଲେ ଯେ ଅଗ୍ନିପଥ ଯୋଜନା ଦେଶର ଯୁବବର୍ଗଙ୍କ ଭବିଷ୍ୟତ ପ୍ରତି ଧୋକା ଏବଂ ବିଶ୍ୱାସଘାତ ସଦୃଶ । ଭାରତଭଳି ଦେଶ ଆଜି ୫୦ ବର୍ଷର ରେକର୍ଡ ତୋଡ ଉତ୍କଟ ବେକାରୀ ସମସ୍ୟା ଦେଇ ଗତି କରୁଥିବା ବେଳେ, ସେନାବାହିନୀରେ ନିଯୁକ୍ତି ଅପେକ୍ଷାରେ ଥିବା ଏ ଦେଶର ଏକ କୋଟିରୁ ଉର୍ଦ୍ଧ୍ୱ ଯୁବକ ଆଜି ମୋଦି ସରକାରଙ୍କ ଅଗ୍ନିପଥ ଯୋଜନା ଯୋଗୁ ପ୍ରତାରିତ ଏବଂ ହତାଶ ହୋଇଛନ୍ତି।

ଅଗ୍ନିପଥ ଯୋଜନା ମାଧ୍ୟମରେ ୪ବର୍ଷିୟା ଠିକା ନିଯୁକ୍ତିରେ ଜଣେ ଯୁବକକୁ ତାର ଯୌବନ ଅବସ୍ଥାରେ ଚାକରିରୁ ଅବସର ନେଇ ପୂର୍ବତନ କର୍ମଚାରି ହେବାର ଅଦ୍‌ଭୁତ ପୂର୍ବ ଯୋଜନାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ । ଆଜି ଦେଶର ସେନା କର୍ମଚାରୀଙ୍କର ହାରାହାରି ବୟସ ୩୦ବର୍ଷ ହୋଇଥିବା ବେଳେ ୪ ବର୍ଷ କାର୍ଯ୍ୟପରେ ଅବସର ନେବା କାହା ସ୍ୱାର୍ଥରେ ।

ସେନାରେ ଜଣେ ସ୍ଥାୟୀ କର୍ମଚାରୀ ଜୀବନଯାକ ମେଡିକାଲ, କ୍ୟାଂଟିନ, ପେନସନ ଭଳି ସୁବିଧା ପାଉଥିବା ବେଳେ ୪ ବର୍ଷିଆ ଅଗ୍ନିବୀର ଏ ସୁଯୋଗରୁ ବଂଚିତ ହୋଇଛନ୍ତି । କଂଗ୍ରେସ ପାଇଁ ଦେଶର ସେନାବାହିନୀରେ କାର୍ଯ୍ୟକରୁଥିବା ସୈନିକ ମାନଙ୍କର ଦରମା ଓ ପେନସନ ଆଦୌ ଦେଶର ରାଜକୋଷ ଉପରେ ବୋଝ ନୁହେଁ । ମୋଦି ସରକାରଙ୍କର, ସେନାବାହିନୀରେ ଖର୍ଚ୍ଚକାଟ କରିବାକୁ ଯାଇ ସ୍ଥାୟୀ ନିଯୁକ୍ତିକୁ ବନ୍ଦ କରିବାର ପ୍ରକ୍ରିୟାକୁ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଘୋର ବିରୋଧ କରାଯାଇଛି ।

ଦେଶର ସେନାବାହିନୀର ବଜେଟ ୧୭-୧୮ ମସିହାରେ ୧୭.୮% ଥିଲା ବେଳେ ୨୦-୨୧ ବେଳକୁ ୧୩.୦୨ ପ୍ରତିଶତକୁ ଖସିଆସିବା ମୋଦି ସରକାରଙ୍କର ଅପରିଣାମିଦର୍ଶି ନିଷ୍ପତି ଓ ସେନାବାହିନୀକୁ ଦୁର୍ବଳ କରିବାର ମାନସିକତାକୁ ପ୍ରତିଫଳିତ କରୁଛି । ଆସନ୍ତା କାଲି ସତ୍ୟାଗ୍ରହ ମାଧ୍ୟମରେ ଦେଶର ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅଗ୍ନିପଥ ଯୋଜନା ବିରୋଧରେ କଂଗ୍ରେସ ପ୍ରଦର୍ଶନ କରିବ । ଅନ୍ୟମାନଙ୍କ ମଧ୍ୟରେ ସାମାଜିକ ଗଣମାଧ୍ୟମ ମୁଖ୍ୟ ଅଭିଷେକ ମହାନନ୍ଦ, ମୁଖପାତ୍ର ମନୋରଞ୍ଜନ ଦାଶ, ପ୍ରଶାନ୍ତ ଶତପଥି, ରଜନୀ ମହାନ୍ତି ଓ ସଂଯୋଜକ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

‘ଅଗ୍ନିବୀର’ଙ୍କ ପାଇଁ ବଡ଼ ଘୋଷଣା କଲେ ଆନନ୍ଦ ମହିନ୍ଦ୍ରା, ଜାଣନ୍ତୁ ଅଗ୍ନିପଥ ସଂପର୍କରେ କ’ଣ କହିଲେ

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ସଂପର୍କରେ ସାରା ଦେଶରେ ଏକ ବିରୋଧ ଜାରି ରହିଛି। ଏହା ଯୋଗୁଁ ଦେଶରେ ହିଂସାତ୍ମକ ଘଟଣା ସାମନାକୁ ଆସିଛି। ଯାହାଫଳରେ ଦେଶରେ କୋଟି କୋଟି ଟଙ୍କାର ଜାତୀୟ ସମ୍ପତ୍ତି ନଷ୍ଟ ହୋଇଯାଇଛି। ତେବେ ଅଗ୍ନିପଥ ଯୋଜନା ଉପରେ ହୋଇଥିବା ହିଂସା ଯୋଗୁଁ ଦୁଃଖିତ ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଆଜି ତାଲିମପ୍ରାପ୍ତ ଏବଂ ଯୋଗ୍ୟ ଅଗ୍ନିବୀରଙ୍କ ପାଇଁ ନିଯୁକ୍ତି ଘୋଷଣା କରିଛନ୍ତି। ସୋସିଆଲ ମିଡିଆ ଜରିଆରେ ଆନନ୍ଦ କହିଛନ୍ତି ଯେ, ‘ଅଗ୍ନିପଥ ଯୋଜନା ଉପରେ ହୋଇଥିବା ହିଂସା ଯୋଗୁଁ ମୁଁ ଦୁଃଖିତ। ଗତ ବର୍ଷ ଯେତେବେଳେ ଏହି ଯୋଜନା ଆରମ୍ଭ ହୋଇଥିଲା, ମୁଁ କହିଥିଲି ଏବଂ ମୁଁ ପୁନରାବୃତ୍ତି କରେ ଯେ, ଅଗ୍ନିବୀରଙ୍କ ଅନୁଶାସନ ଏବଂ ଦକ୍ଷତା ସେମାନଙ୍କୁ ନିଯୁକ୍ତି ଦେବ।

ଅଗ୍ନିପଥ ଯୋଜନା ଘୋଷଣା ପରେ ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାର, ହରିୟାଣା, ତେଲେଙ୍ଗାନା, ଓଡିଶା, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ପଞ୍ଜାବ, ଝାଡଖଣ୍ଡ ଏବଂ ଆସାମ ସମେତ ଅନେକ ରାଜ୍ୟରେ ବିରୋଧ ଆରମ୍ଭ ହୋଇଛି। କେତେକ ସ୍ଥାନରେ ଆନ୍ଦୋଳନ ଜୋରଦାର ହୋଇଥିଲା ଏବଂ ବିକ୍ଷୋଭକାରୀମାନେ ଅନେକ ଗାଡି ଜଳାଇଦେଇଥିଲେ। ଅନେକ ସ୍ଥାନରେ ଟ୍ରେନର କୋଚ୍ ପୋଡି ପାଉଁଶ ହୋଇଯାଇଥିଲା। ଏହା ଯୋଗୁଁ ଉଭୟ ବ୍ୟକ୍ତିଗତ ଏବଂ ସାର୍ବଜନୀନ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

‘ଅଗ୍ନିପଥ’ ବିରୋଧ: ଆଜି ମଧ୍ୟ ବାତିଲ୍ ହେବ ପ୍ରାୟ ୭୦୦ ଟ୍ରେନ୍, ତୁରନ୍ତ ଯାଞ୍ଚ କରନ୍ତୁ ତାଲିକା

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଦେଶର ସାଧାରଣ ଲୋକଙ୍କ ଲାଇଫ ଲାଇନ ବୋଲି ବିବେଚନା କରାଯାଏ। ରେଳବାଇ ଦ୍ୱାରା ପ୍ରତିଦିନ ହଜାର ହଜାର ଟ୍ରେନ୍ ଚଳାଚଳ କରେ। ଏପରି ପରିସ୍ଥିତିରେ, ଯଦି ଟ୍ରେନ୍ ଗୁଡିକ ବାତିଲ୍ ହୁଏ, ତେବେ ଲୋକଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଆଜି ରେଳବାଇ ବହୁ ସଂଖ୍ୟକ ଟ୍ରେନ୍ ବାତିଲ କରିଛି, ଟ୍ରେନ୍ ରୁଟ ବଦଳାଇ ଦେଇଛି ଏବଂ ପୁନଃ ନିର୍ଦ୍ଧାରିତ କରିଛି। ଏହାର ମୁଖ୍ୟ କାରଣ ହେଉଛି ଅଗ୍ନିପଥ ଯୋଜନାକୁ ନେଇ ବିରୋଧ। ଦେଶର ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟକ ଟ୍ରେନ୍ ବାତିଲ କରାଯାଇଛି।

ବିହାର, ଉତ୍ତରପ୍ରଦେଶ ଭଳି ଅନେକ ରାଜ୍ୟରେ ସେନାରେ ନିଯୁକ୍ତିର ନୂତନ ଯୋଜନା ଅର୍ଥାତ୍ ଅଗ୍ନିପଥ ଯୋଜନାରେ ବିରାଟ ବିରୋଧ ପ୍ରଦର୍ଶନ କରାଯାଇଛି। ବିରୋଧ ସ୍ଥାନରେ ଅନେକ ସ୍ଥାନରେ ଟ୍ରେନରେ ନିଆଁ ଲାଗିଯାଇଛି। ଏହି କାରଣରୁ ରେଳବାଇ ବହୁ କ୍ଷତି ସହିଛି। ଆଇନ ଶୃଙ୍ଖଳା ଏବଂ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଳବାଇ ବହୁ ସଂଖ୍ୟକ ଟ୍ରେନ୍ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ଏହା ବ୍ୟତୀତ, ବେଳେବେଳେ ଖରାପ ପାଗ କିମ୍ବା ବର୍ଷା, ଝଡ ଇତ୍ୟାଦି ହେତୁ ଟ୍ରେନ୍ ଗୁଡିକ ବାତିଲ୍ ହେବାକୁ ପଡେ କିମ୍ବା ଡାଇଭର୍ଟ ଏବଂ ପୁନଃ ନିର୍ଦ୍ଧାରଣ କରିବାକୁ ପଡେ

ଅନେକ ରାଜ୍ୟରେ ଅଗ୍ନିପଥ ଯୋଜନା ଯୋଗୁଁ ବିରୋଧ ପ୍ରଦର୍ଶନକାରୀଙ୍କ ଦ୍ଵାରା ଆଇନ ଶୃଙ୍ଖଳା ପ୍ରଦର୍ଶନକୁ ଦୃଷ୍ଟିରେ ରଖି ରେଳବାଇ ମୋଟ ୬୭୬ ଟ୍ରେନ୍ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ଏଥି ସହିତ ବହୁ ସଂଖ୍ୟକ ଟ୍ରେନର ପୁନଃ ନିର୍ଦ୍ଧାରଣ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଆଜି ସମୁଦାୟ ୧୮ ଟି ଟ୍ରେନର ପୁନଃ ନିର୍ଦ୍ଧାରଣ କରାଯାଇଛି। ଏଥିସହିତ ମୋଟ ୬ ଟି ଟ୍ରେନ୍ ଡାଇଭର୍ଟ ନିଷ୍ପତ୍ତି ନିଆଯାଇଛି। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ଆମ ଦ୍ୱାରା ଦିଆଯାଇଥିବା ପଦକ୍ଷେପଗୁଡ଼ିକୁ ଅନୁସରଣ କରନ୍ତୁ-

ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟ ଟ୍ରେନର ତାଲିକା କିପରି ଯାଞ୍ଚ କରିବେ-

– ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରିବାକୁ, ସର୍ବପ୍ରଥମେ enquiry.indianrail.gov.in/mntes/ ର ୱେବସାଇଟ୍ ପରିଦର୍ଶନ କରନ୍ତୁ।

– Exceptional Trains ବିକଳ୍ପ ଦେଖାଯିବ। ଏହି ବିକଳ୍ପ ଚୟନ କରନ୍ତୁ।

– ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟେଡ୍ ଟ୍ରେନ୍ ତାଲିକାରେ କ୍ଲିକ୍ କରନ୍ତୁ।

ଏହାକୁ ଯାଞ୍ଚ କରିବା ପରେ ଘରୁ ବାହାରକୁ ଯାଆନ୍ତୁ ନଚେତ୍ ଆପଣଙ୍କୁ ପରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ।

Categories
ଆଜିର ଖବର ଜାତୀୟ ଖବର

ଅଗ୍ନିପଥ: ଅଗ୍ନିବୀରଙ୍କ ପାଇଁ ସଂରକ୍ଷଣ ପ୍ରସ୍ତାବକୁ ମଞ୍ଜୁର କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ: ଆବଶ୍ୟକ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିବା ଅଗ୍ନିବୀରମାନଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟର ବିଭିନ୍ନ ଖାଲି ପଦବୀରେ ନିଯୁକ୍ତି ନିମନ୍ତେ ୧୦% ସଂରକ୍ଷଣ ସୁବିଧା ମିଳିବ। ଏ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ମଞ୍ଜୁର କରିଛନ୍ତି। ଭାରତୀୟ ତଟରକ୍ଷୀ ବାହିନୀ, ପ୍ରତିରକ୍ଷା ବେସାମରିକ ପଦବୀ ଏବଂ ସମସ୍ତ ୧୬ଟି ପ୍ରତିରକ୍ଷା ରାଷ୍ଟ୍ରାୟତ୍ତ କ୍ଷେତ୍ର ଉଦ୍ୟୋଗ (ଡିପିଏସୟୁ)ରେ ଅଗ୍ନିବୀରଙ୍କୁ ୧୦% ସଂରକ୍ଷଣ ସୁବିଧା ସହିତ ଚାକିରି ଦେବାକୁ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଯେଉଁ ୧୬ଟି ଡିପିଏସୟୁରେ ଅଗ୍ନିବୀରମାନଙ୍କୁ ନିଯୁକ୍ତି ଦିଆଯିବ ସେଗୁଡ଼ିକ ମଧ୍ୟରେ ରହିଛି – ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ଏଚଏଏଲ), ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (ବିଇଏଲ), ଭାରତ ଅର୍ଥ ମୁଭର୍ସ ଲିମିଟେଡ (ବିଇଏମଏଲ), ଭାରତ ଡାଇନାମିକ୍ସ ଲିମିଟେଡ (ବିଡିଏଲ), ଗାର୍ଡନ ରିଚ୍‌ ଶିପବିଲ୍ଡର୍ସ ଏଣ୍ଡ ଇଞ୍ଜିନିଅର୍ସ (ଜିଆରଏସଇ) ଲିମିଟେଡ, ଗୋଆ ଶିପୟାର୍ଡ ଲିମିଟେଡ (ଜିଏସଏଲ), ହିନ୍ଦୁସ୍ତାନ ଶିପୟାର୍ଡ ଲିମିଟେଡ (ଏଚଏସଏଲ), ମଝଗାଓଁ ଡକ୍‌ ଶିପବିଲ୍ଡର୍ସ (ଏମଡିଏଲ), ମିଶ୍ରା ଧାତୁ ନିଗମ (ମିଧାନି) ଲିମିଟେଡ, ଆର୍ମରର୍ଡ ବାହନ ନିଗମ ଲିମିଟେଡ (ଏଭିଏନଏଲ) ଆଡଭାନ୍ସ ୱେପନ୍ସ ଏଣ୍ଡ ଇକ୍ୟୁପମେଣ୍ଟ ଇଣ୍ଡିଆ ଲିମିଟେଡ (ଏଡବ୍ଲୁ ଏଣ୍ଡ ଇଆଇଏଲ), ମୁନିଶନ୍ସ ଇଣ୍ଡିଆ ଲିମିଟେଡ୍ (ଏସଆଇଏଲ), ୟନ୍ତ୍ର ଇଣ୍ଡିଆ ଲିମିଟେଡ୍ (ୱାଇଆଇଏଲ), ଗ୍ଲାଇଡର୍ସ ଇଣ୍ଡିଆ ଲିମିଟେଡ (ଜିଆଇଏଲ), ଇଣ୍ଡିଆ ଅପ୍ଟେଲ ଲିମିଟେଡ (ଆଇଓଏଲ) ଏବଂ ଟ୍ରୁପ୍‌ କମ୍ଫୋର୍ଟସ ଲିମିଟେଡ (ଟିସିଏଲ)। ଅବସରପ୍ରାପ୍ତ ସୈନିକମାନଙ୍କୁ ମିଳୁଥିବା ସଂରକ୍ଷଣ ଅତିରିକ୍ତ ଏହି ସଂରକ୍ଷଣ ସୁବିଧା ମିଳିବ।

ଏହି ବ୍ୟବସ୍ଥାକୁ ଲାଗୁ କରିବା ଲାଗି ପ୍ରାସଙ୍ଗିକ ନିଯୁକ୍ତି ନିୟମରେ ଆବଶ୍ୟକ ସଂଶୋଧନ ଲାଗୁ କରାଯିବ। ନିଜର ନିଯୁକ୍ତି ନିୟମରେ ସମାନ ସଂଶୋଧନ କରିବା ଲାଗି ଡିପିଏସୟୁମାନଙ୍କୁ ପରାମର୍ଶ ଦିଆଯିବ। ଉପରୋକ୍ତ ଚାକିରିରେ ଅଗ୍ନିବୀରମାନଙ୍କ ନିଯୁକ୍ତି ପାଇଁ ଆବଶ୍ୟକ ବୟସ ସୀମାକୁ କୋହଳ କରିବାର ବ୍ୟବସ୍ଥା ମଧ୍ୟ କରାଯିବ।

Categories
ବିଶେଷ ଖବର

“ଅଗ୍ନିପଥକୁ ମଧ୍ୟ ଫେରାଇବା ନେବାକୁ ପଡିବ”: ଏହି ଯୋଜନାକୁ ବିରୋଧ କଲେ ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ସରକାରଙ୍କ ବେକରେ ରଶି ପାଲଟିଛି। ସାରା ଦେଶରେ ସରକାରଙ୍କ ଏହି ଯୋଜନା ବିରୋଧରେ ହିଂସାତ୍ମକ ପ୍ରଦର୍ଶନ ଚାଲିଛି। ବର୍ତ୍ତମାନ ଏହି ପ୍ରସଙ୍ଗରେ ରାଜନୀତି ମଧ୍ୟ ତୀବ୍ର ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଯେପରି କୃଷି ଆଇନ ପ୍ରତ୍ୟାହାର କରିବାକୁ ପଡିଥିଲା, ସେହିପରି ଅଗ୍ନିପଥ ଯୋଜନାକୁ ମଧ୍ୟ ପ୍ରତ୍ୟାହାର କରିବାକୁ ପଡ଼ିବ। ରାହୁଲ ଗାନ୍ଧୀ ଟୁଇଟ୍ କରି କହିଛନ୍ତି ଯେ, “ଲଗାତାର ୮ ବର୍ଷ ଧରି ସରକାର ‘ଜୟ ଯବାନ, ଜୟ କିଷାନ’ର ମୂଲ୍ୟବୋଧକୁ ଅପମାନିତ କରିଛନ୍ତି। ମୁଁ ଏହା ପୂର୍ବରୁ ମଧ୍ୟ କହିଥିଲି ଯେ, ପ୍ରଧାନମନ୍ତ୍ରୀଙ୍କୁ କଳା କୃଷି ଆଇନ ପ୍ରତ୍ୟାହାର କରିବାକୁ ପଡିବ। ସେହିଭଳି ସେ ‘ମାଫିବୀର୍’ ଭାବେ ଦେଶର ଯୁବକଙ୍କ ଦାବି ମାନିବାକୁ ପଡିବ ଏବଂ’ ଅଗ୍ନିପଥ’କୁ ଫେରାଇ ନେବାକୁ ପଡିବ।

ଏହି ଟୁଇଟ୍ ମାଧ୍ୟମରେ ରାହୁଲ ଅଭିଯୋଗ କରିଛନ୍ତି ଯେ, ସରକାର ସୈନିକ ଏବଂ ଚାଷୀଙ୍କୁ ଅପମାନିତ କରିଛନ୍ତି। କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ତାଙ୍କ ଟ୍ୱିଟରରେ ଏକ ଭିଡିଓ ସେୟାର କରି କହିଛନ୍ତି ଯେ, ଗ୍ରାମାଞ୍ଚଳର ଯୁବକମାନଙ୍କୁ ସେନା ନିଯୁକ୍ତି ପାଇଁ ପ୍ରସ୍ତୁତ ହେଉଥିବା ଯନ୍ତ୍ରଣା ବୁଝନ୍ତୁ। ୩ ବର୍ଷ ପାଇଁ ନିଯୁକ୍ତି ଆସିଲା ନାହିଁ, ଦୌଡି ଦୌଡି ଯୁବକମାନଙ୍କ ପାଦରେ ବିଣ୍ଡି ପଡିଗଲାଣି, ସେମାନେ ଏବେ ନିରାଶ ଏବଂ ହତାସ ହୋଇଯାଇଛନ୍ତି। ଯୁବକମାନେ ଏୟାରଫୋର୍ସ ନିଯୁକ୍ତି ଫଳାଫଳ ଏବଂ ନିଯୁକ୍ତିକୁ ଅପେକ୍ଷା କରିଥିଲେ। ସରକାର ତାଙ୍କର ସ୍ଥାୟୀ ନିଯୁକ୍ତି, ପଦବୀ, ପେନ୍ସନ୍, ନିଯୁକ୍ତି ବନ୍ଦ କରିଦେଲେ। କଂଗ୍ରେସ ପକ୍ଷରୁ କୁହାଯାଇଥିଲା ଯେ, ଦିଲ୍ଲୀର ଜନ୍ତର ମନ୍ତ୍ରରେ ଅଗ୍ନିପଥ ଯୋଜନା ବିରୋଧରେ ଦଳ ବିରୋଧ କରିବ। ସର୍ବଶେଷ ସୂଚନା ଅନୁଯାୟୀ, କଂଗ୍ରେସର ଏହି ପ୍ରଦର୍ଶନ ଏକ ବୃହତ ସ୍ତରରେ ହେବ, ଯେଉଁଥିରେ ବହୁ ବଡ ନେତା ଏବଂ ସାଂସଦ ଏଥିରେ ସାମିଲ ହୋଇପାରିବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

BREAKING: ଅଗ୍ନିପଥ ଯୋଜନାରେ ନିଯୁକ୍ତି ବୟସ ସୀମା ୨୩ ବର୍ଷକୁ ବୃଦ୍ଧି

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାରେ ନିଯୁକ୍ତି ବୟସ ସୀମାକୁ ୨୩ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ୨୦୨୨ ବର୍ଷ ପାଇଁ ବୟସସୀମା ସମ୍ପ୍ରସାରଣ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି ।

ପୂର୍ବରୁ ଅଗ୍ନିପଥ ଯୋଜନା ଅଧୀନରେ ସେନାବାହିନୀରେ ଯୁବକମାନଙ୍କ ନିଯୁକ୍ତି ନିମନ୍ତେ ନୂଆ ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ୧୭ ବର୍ଷ ୬ ମାସରୁ ୨୧ ବର୍ଷ ମଧ୍ୟରେ ନିର୍ଦ୍ଧାରଣ କରାଯାଇଥିଲା ।

ତେବେ ବିଗତ ଦୁଇ ବର୍ଷ ହେବ ସେନାବାହିନୀରେ ନିଯୁକ୍ତି ପ୍ରକ୍ରିୟା କାର୍ଯ୍ୟକାରୀ କରିବା ସମ୍ଭବପର ହୋଇପାରି ନଥିବାରୁ ସରକାର ଗୋଟିଏ ବର୍ଷ ପାଇଁ ବୟସସୀମା କୋହଳ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ତଦନୁଯାୟୀ, ଅଗ୍ନିପଥ ଯୋଜନାରେ ୨୦୨୨ ବର୍ଷ ପାଇଁ ପ୍ରସ୍ତାବିତ ଅଗ୍ନିବୀରଙ୍କ ନିଯୁକ୍ତି ନିମନ୍ତେ ବୟସସୀମା ୨୩ ବର୍ଷକୁ ବୃଦ୍ଧି କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ଅଗ୍ନିବୀରଙ୍କ ନିମନ୍ତେ ଶିକ୍ଷା ଓ ତାଲିମକୁ ସ୍ୱୀକୃତି: ସ୍ନାତକ ଡିଗ୍ରୀ ପାଇଁ ବିଚାରକୁ ନେବ ଶିକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ଜୁନ ୧୪, ୨୦୨୨ ଦିନ ଭାରତୀୟ ଯୁବକ ଯୁବତୀମାନଙ୍କ ନିମନ୍ତେ ଏକ ଆକର୍ଷଣୀୟ ନିଯୁକ୍ତି ଯୋଜନାକୁ ଅନୁମୋଦନ କରିଛି। ଏହାଫଳରେ ଭାରତୀୟ ଯୁବକ ଯୁବତୀମାନେ ସଶକ୍ତ ସେନା ଅଗ୍ନିପଥରେ ଯୋଗଦେବେ ଓ ଏଥିରେ ବଛା ଯାଉଥିବା ପ୍ରାର୍ଥୀମାନେ ଅଗ୍ନିବୀର ଭାବେ ବିବେଚିତ ହେବେ। ଅଗ୍ନିପଥ ଉତ୍ସାହୀ ଓ ଦେଶପ୍ରେମୀ ଯୁବକ ଯୁବତୀଙ୍କୁ ସଶକ୍ତ ସେନାରେ କାର୍ଯ୍ୟ କରିବାକୁ ଚାରିବର୍ଷ ନିମନ୍ତେ ଅନୁମତି ଦେବ। ଅଗ୍ନିପଥ ଯୋଜନା ସଶକ୍ତ ସେନାରେ ଏକ ଯୁବ ସୁଲଭ ଦୃଶ୍ୟପଟ ସୃଷ୍ଟି ପାଇଁ କରାଯାଇଛି।

ଭବିଷ୍ୟତରେ ବୃତ୍ତିଗତ ଅଭିଳାଷ ରଖିଥିବା ଆମର ଅଗ୍ନିବୀରମାନଙ୍କୁ ବିଭିନ୍ନ ବେସାମରିକ କାର୍ଯ୍ୟରେ ନିୟୋଜିତ କରିବାକୁ ଦୃଷ୍ଟିରେ ରଖି ଶିକ୍ଷା ମନ୍ତ୍ରାଳୟ ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଛି। ଏହି ତିନିବର୍ଷିଆ କୌଶଳ ବିକାଶ ଭିତ୍ତିକ ସ୍ନାତକ ଉପାଧି କାର୍ଯ୍ୟକ୍ରମରେ ସେମାନଙ୍କ ସେନାରେ ନେଇଥିବା କୌଶଳଗତ ତାଲିମକୁ ବେସାମରିକ କ୍ଷେତ୍ରରେ ନିଯୁକ୍ତି କାଳରେ ବିଚାରକୁ ନିଆଯିବ।

ଇଗନୋ ପକ୍ଷରୁ ପ୍ରସ୍ତୁତ ଏହି କାର୍ଯ୍ୟକ୍ରମକୁ ଇଗନୋ ହିଁ କାର୍ଯ୍ୟକାରୀ କରୁଥିବା ବେଳେ ସ୍ନାତ୍ତକ ଉପାଧି ନିମନ୍ତେ ଆବଶ୍ୟକ ଶତକଡ଼ା ୫୦ ଭାଗ ଗୁରୁତ୍ୱ ଅଗ୍ନିବୀରମାନେ ଚାକିରି କ୍ଷେତ୍ରରେ ହାସଲ କରିଥିବା ତାଲିମରୁ ହିଁ ଦିଆଯିବ। ଅଗ୍ନିବୀର ପାଇଥିବା ବୈଷୟିକ ବା ଅଣ ବୈଷୟିକ ତାଲିମରୁ ଶତକଡ଼ା ୫୦ ଭାଗ ବିଚାରକୁ ନିଆଯାଉଥିବା ବେଳେ ଅବଶିଷ୍ଟ ୫୦ ଭାଗ ସେମାନେ ପଢୁଥିବା ବିଭିନ୍ନ ପାଠ୍ୟକ୍ରମ ଉପରେ ନିର୍ଭର କରିବ। ଏ ବିଷୟଗୁଡ଼ିକ ହେଲା ଭାଷାତତ୍ତ୍ୱ, ଅର୍ଥନୀତି, ଇତିହାସ, ରାଜନୀତି ବିଜ୍ଞାନ, ସାଧାରଣ ପ୍ରଶାସନ, ସମାଜତତ୍ତ୍ୱ, ଗଣିତ, ଶିକ୍ଷା, ବାଣିଜ୍ୟ, ପର୍ଯ୍ୟଟନ, ବୃତ୍ତିଗତ ଶିକ୍ଷା, କୃଷି ଓ ଜ୍ୟୋତି ଓ ପରିବେଶ ଶିକ୍ଷା ଓ ଇଂରାଜୀରେ ଯୋଗାଯୋଗ କୌଶଳ ଭଳି ଦକ୍ଷତା ବୃଦ୍ଧି ପାଠ୍ୟକ୍ରମ ମାନ ଅନ୍ତର୍ଭୁକ୍ତ। ଏହି କାର୍ଯ୍ୟକ୍ରମଗୁଡ଼ିକ ୟୁଜିସି ନିୟମ ଅଧିନ ଓ ଜାତୀୟ ଶିକ୍ଷାନୀତି ୨୦୨୨ର ଜାତୀୟ କ୍ରେଡିଟ ଫ୍ରେମୱାର୍କ/ ଜାତୀୟ କୌଶଳ ଯୋଗ୍ୟତା ଫ୍ରେମୱାର୍କ (ଏନଏସକିଉଏଫ) ସହ ଯୋଡ଼ା ଯାଇଛି। ଏହାର ବହୁମୁଖୀ ପ୍ରସ୍ଥାନ ଦିଗ ମଧ୍ୟ ରହିଛି। ପ୍ରଥମ ବର୍ଷ ପାଠ୍ୟକ୍ରମ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ ନିମ୍ନ ସ୍ନାତ୍ତକ ପ୍ରମାଣପତ୍ର, ପ୍ରଥମ ଓ ଦ୍ୱିତୀୟ ବର୍ଷ ନିମ୍ନ ସ୍ନାତ୍ତକ ଡିପ୍ଲୋମାର ସଫଳତାର ସହ ଉତ୍ତୀର୍ଣ୍ଣ ଓ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ତିନି ବର୍ଷର ସମ୍ପୂର୍ଣ୍ଣ ପାଠ୍ୟକ୍ରମ ସମାପନ।

ଏହି କାର୍ଯ୍ୟକ୍ରମର ଢାଞ୍ଚାକୁ ବିଭିନ୍ନ ନିୟାମକ ସଂସ୍ଥା ସ୍ୱୀକୃତି ପ୍ରଦାନ କରିଛନ୍ତି- ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଓ ଜାତୀୟ ବୃତ୍ତିଗତ ଶିକ୍ଷା ଓ ତାଲିମ ପରିଷଦ (ଏନସିଭିଇଟି) ଏବଂ ୟୁଜିସି। ୟୁଜିସିର ବିଭିନ୍ନ ନାମ ପଦ୍ଧତି ଅନୁସାରେ ସ୍ନାତ୍ତକ ଉପାଧି ପ୍ରଦାନ ଇଗନୋ ଦ୍ୱାରା କରାଯିବ (ବିଏ, ବି କମ, ବିଏ(ବୃତ୍ତିଗତ) ବିଏ (ପର୍ଯ୍ୟଟନ ପରିଚାଳନା) ଓ ଏହି ଉପାଧି ଓ ଭାରତ ବାହାରେ ଶିକ୍ଷା ଓ କର୍ମ ସଂସ୍ଥାନ ପାଇଁ ଅଧିସ୍ୱୀକୃତି ହେବ।

ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ ସ୍ଥଳ ସେନା, ନୌସେନା ଓ ବାୟୁସେନା ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗନୁ) ସହ ବୁଝାମଣାପତ୍ର ସ୍ୱାକ୍ଷର କରିବେ।

Categories
ବିଶେଷ ଖବର

ଯୁଗାନ୍ତକାରୀ ସଂସ୍କାର: ଚାରି ବର୍ଷ ଲାଗି ନିର୍ଦ୍ଦିଷ୍ଟ ସେନାବାହିନୀରେ ସେବା କରିବା ପାଇଁ ଅଗ୍ନିବୀରଙ୍କୁ ମିଳିବ ନିଯୁକ୍ତି

ନୂଆଦିଲ୍ଲୀ: ସେନାବାହିନୀରେ ନିୟୋଜିତ ହୋଇ ଦେଶ ସେବା କରିବା ଲାଗି ଭାରତୀୟ ଯୁବବର୍ଗଙ୍କୁ ସୁଯୋଗ ମିଳିବ। ଏଥିପାଇଁ ଏକ ଆକର୍ଷଣୀୟ ନିଯୁକ୍ତି ଯୋଜନାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହି ଯୋଜନାର ନାମ ରଖାଯାଇଛି ‘ଅଗ୍ନିପଥ’ ଏବଂ ଏଥିରେ ନିଯୁକ୍ତି ପାଇବାକୁ ଥିବା ଯୁବକଯୁବତୀମାନଙ୍କୁ ‘ଅଗ୍ନିବୀର’ କୁହାଯିବ। ଅଗ୍ନିପଥ ଯୋଜନା ମାଧ୍ୟମରେ ଦେଶପ୍ରେମୀ ଏବଂ ଅନୁପ୍ରାଣିତ ଯୁବକଯୁବତୀମାନଙ୍କୁ ଚାରି ବର୍ଷର ଅବଧି ଲାଗି ସେନାବାହିନୀରେ ସାମିଲ ହୋଇ ଦେଶସେବା କରିବା ଲାଗି ସୁଯୋଗ ମିଳିବ।

ଏକ ଯୁବ ସୈନ୍ୟବଳ ସହ ସେନାବାହିନୀକୁ ସଶକ୍ତ କରିବା ଲାଗି ଅଗ୍ନିପଥ ଯୋଜନାର ପରିକଳ୍ପନା ଏବଂ ପ୍ରସ୍ତୁତି କରାଯାଇଛି। ସେନା ପୋଷାକ ପିନ୍ଧି ଦେଶ ସେବା କରିବାକୁ ଚାହୁଁଥିବା ଯୁବବର୍ଗଙ୍କୁ ଏହି ଯୋଜନା ଏକ ଭଲ ସୁଯୋଗ ଦେବ। ବର୍ତ୍ତମାନର ପ୍ରଯୁକ୍ତି ଧାରା ସହ ପରିଚିତ ଯୁବ ପ୍ରତିଭାମାନଙ୍କୁ ଏହି ଯୋଜନା ମାଧ୍ୟମରେ ସେନାବାହିନୀରେ ସାମିଲ କରିବା ଲାଗି ଆମନ୍ତ୍ରଣ କରାଯାଉଛି। ଅନ୍ୟପଟେ ନିଯୁକ୍ତି ଅବଧି ଶେଷ ହେବା ପରେ ଅଗ୍ନିବୀରଙ୍କ ରୂପରେ ସମାଜକୁ ଏକ କୁଶଳ, ଶୃଙ୍ଖଳିତ ଏବଂ ଅନୁପ୍ରାଣିତ ଜନଶକ୍ତି ମିଳିପାରିବ।

ଏହି ଯୋଜନା ମାଧ୍ୟମରେ ସେନାବାହିନୀକୁ ଅନେକଗୁଡ଼ିଏ ଲାଭ ମିଳିପାରିବ। ସୈନ୍ୟବାହିନୀରେ ଅଧିକ ଯୁବ ଉତ୍ସାହୀ ସୈନ୍ୟବଳ ନିଯୁକ୍ତ ହୋଇପାରିବେ ଯେଉଁମାନଙ୍କ ମଧ୍ୟରେ ‘ଜୋଶ’ (ଉତ୍ସାହ) ଏବଂ ‘ଜଜ୍‌ବା’ (ଦୃଢ଼ ମନୋବଳ) ରହିଥିବ। ଏଥିସହିତ ସମୟର ଆବଶ୍ୟକତା ଅନୁଯାୟୀ, ସେନାବାହିନୀରେ ଅଧିକ ପ୍ରଯୁକ୍ତି ସକ୍ଷମ ଯୁବପିଢ଼ିଙ୍କୁ ନିଯୁକ୍ତି ଦେବା ଦିଗରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଅଣାଯାଇ ପାରିବ। ଏହି ଯୋଜନା କାର୍ଯ୍ୟକାରୀ ହେବା ଫଳରେ ଭାରତୀୟ ସୈନ୍ୟବାହିନୀର ହାରାହାରୀ ବୟସ ରୂପରେଖ ବା ପ୍ରୋଫାଇଲ୍‌ ୪-୫ ବର୍ଷ ପର୍ଯ୍ୟନ୍ତ କମିଯିବ।

ଆତ୍ମ-ଅନୁଶାସନ, ପରିଶ୍ରମ ଓ ଏକାଗ୍ରତାର ଗଭୀର ଜ୍ଞାନରେ ଅତ୍ୟଧିକ ଭାବେ ଅନୁପ୍ରାଣିତ ଯୁବବର୍ଗଙ୍କୁ ପ୍ରସ୍ତୁତ ଏବଂ ପ୍ରଶିକ୍ଷିତ କରାଯିବା ଫଳରେ ଦେଶକୁ ଅତ୍ୟଧିକ ଲାଭ ହେବ। ଏପରି ଯୁବକଯୁବତୀମାନେ ଯଥେଷ୍ଟ କୁଶଳୀ ହେବେ ଏବଂ ଅନ୍ୟ କ୍ଷେତ୍ରରେ ଯୋଗଦାନ କରିବା ଲାଗି ସକ୍ଷମ ହୋଇପାରିବେ। ଦେଶ, ସମାଜ ଏବଂ ଦେଶର ଯୁବପିଢ଼ିଙ୍କ ପାଇଁ ଏକ ସ୍ବଳ୍ପକାଳୀନ ସାମରିକ ସେବାର ଖୁବ୍‌ ଅଧିକ ଲାଭ ମିଳିବ। ଦେଶଭକ୍ତି ଭାବନା, ଦଳଗତ କାର୍ଯ୍ୟ, ଶାରୀରିକ ଫିଟନେସ ବୃଦ୍ଧି ସହିତ ଦେଶ ପ୍ରତି ନିଷ୍ଠା ବୃଦ୍ଧି ପାଇବ। ବାହ୍ୟ ବିପଦ, ଆଭ୍ୟନ୍ତରୀଣ ବିପଦ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜାତୀୟ ସୁରକ୍ଷା ବଢ଼ାଇବା ପାଇଁ ପ୍ରଶିକ୍ଷିତ କର୍ମୀମାନଙ୍କ ଉପଲବ୍ଧତା ବଢ଼ିବ।

ଅଗ୍ନିବୀରଙ୍କୁ ମିଳିବାକୁ ଥିବା ଲାଭ 

ଅଗ୍ନିବୀରମାନଙ୍କୁ ଆକର୍ଷଣୀୟ ମାସିକ ବେତନ ପ୍ୟାକେଜ୍‌ ଦିଆଯିବ। ଏଥିରେ ତିନି ସେନାବାହିନୀ ପାଇଁ ପ୍ରଯୁଜ୍ୟ ବିପଦ ଓ ପରିଶ୍ରମ ଭତ୍ତା ସାମିଲ ରହିବ। ଚାରି ବର୍ଷର କାର୍ଯ୍ୟକାଳ ଶେଷ ହେବା ପରେ ଅଗ୍ନିବୀରମାନଙ୍କୁ  ଏକକାଳୀନ ‘ସେବା ନିଧି’ ପ୍ୟାକେଜ୍‌ ଦିଆଯିବ। ଏଥିରେ କର୍ତ୍ତବ୍ୟରତ ଥିବା ସମୟରେ ସେମାନଙ୍କର ଆର୍ଥିକ ଯୋଗଦାନ ସହିତ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସମାନ ପରିମାଣର ଯୋଗଦାନ ଉପରେ ଲାଗୁ ସୁଧ ମିଶିବ। ଯାହାର ବିବରଣୀ ନିମ୍ନରେ ଦିଆଗଲା

ବର୍ଷ ଅନୁକୂଳ ପ୍ୟାକେଜ୍‌ (ମାସିକ) ହାତକୁ ଆସିବ (୭୦%) ଅଗ୍ନିବୀର କର୍ପସ ପାଣ୍ଠିରେ ଯୋଗଦାନ (୩୦%) କର୍ପସ ପାଣ୍ଠିରେ ସରକାରଙ୍କ ଯୋଗଦାନ
ସମ୍ପୂର୍ଣ୍ଣ ପରିମାଣ ଟଙ୍କାରେ (ମାସିକ ଯୋଗଦାନ)
ପ୍ରଥମ ବର୍ଷ ୩୦୦୦୦ ୨୧୦୦୦ ୯୦୦୦ ୯୦୦୦
ଦ୍ବିତୀୟ ବର୍ଷ ୩୩୦୦୦ ୨୩୧୦୦ ୯୯୦୦ ୯୯୦୦
ତୃତୀୟ ବର୍ଷ ୩୬୫୦୦ ୨୫୫୮୦ ୧୦୯୫୦ ୧୦୯୫୦
ଚତୁର୍ଥ ବର୍ଷ ୪୦୦୦୦ ୨୮୦୦୦ ୧୨୦୦୦ ୧୨୦୦୦
ଚାରି ବର୍ଷ ପରେ ଅଗ୍ନିବୀର କର୍ପସ ପାଣ୍ଠିରେ ମୋଟ ଯୋଗଦାନ ୫.୦୨ ଲକ୍ଷ ଟଙ୍କା ୫.୦୨ ଲକ୍ଷ ଟଙ୍କା
ଚାରି ବର୍ଷ ପରେ ଶେଷ ୧୧.୭୧ ଲକ୍ଷ ଟଙ୍କାର ସେବା ନିଧି ପ୍ୟାକେଜ

(ପ୍ରଯୁଜ୍ୟ ସୁଧ ହାର ଅନୁଯାୟୀ ଉପରୋକ୍ତ ରାଶି ଉପରେ ଜମା ହୋଇଥିବା ସୁଧ ମଧ୍ୟ ପ୍ରଦାନ କରାଯିବ)

 

‘ସେବା ନିଧି’ ପ୍ୟାକେଜ୍‌କୁ ଆୟ କର ମୁକ୍ତ କରାଯିବ। କୌଣସି ପ୍ରକାର ଗ୍ରାଚ୍ୟୁଇଟି କିମ୍ବା ପେନସନ ଲାଭ ମିଳିବ ନାହିଁ। ଭାରତୀୟ ସେନାବାହିନୀରେ କର୍ତ୍ତବ୍ୟରତ ଥିବା ସମୟରେ ଅଗ୍ନିବୀର ମାନଙ୍କୁ ୪୮ ଲକ୍ଷ ଟଙ୍କାର ଅଣ-ଯୋଗଦାନକାରୀ ଜୀବନ ବୀମା ସୁରକ୍ଷା ପ୍ରଦାନ କରାଯିବ।

ଦେଶ ସେବାର ଏହି ଅବଧି ସମୟରେ, ଅଗ୍ନିବୀର  ମାନଙ୍କୁ ବିଭିନ୍ନ କୌଶଳ ଏବଂ ଅଭିଜ୍ଞତା, ଶୃଙ୍ଖଳା, ଶାରୀରିକ ଫିଟନେସ, ନେତୃତ୍ବ ଗୁଣ, ସାହସ ଏବଂ ଦେଶଭକ୍ତି ଆଦିର ପ୍ରଶିକ୍ଷଣ ଦିଆଯିବ। ଚାରି ବର୍ଷର ଏହି କାର୍ଯ୍ୟକାଳ ପରେ, ଅଗ୍ନିବୀରମାନେ ନାଗରିକ ସମାଜରେ ସାମିଲ ହେବେ ଏବଂ ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଇପାରିବେ। ପ୍ରତ୍ୟେକ ଅଗ୍ନିବୀର ହାସଲ କରିଥିବା କୌଶଳକୁ ସେମାନଙ୍କର ବାୟୋଡେଟାରେ ସାମିଲ କରିବା ଲାଗି ଏକ ପ୍ରମାଣପତ୍ର ମଧ୍ୟ ଦିଆଯିବ, ଯାହାକି ଏକ ମାନ୍ୟତା ଭଳି କାର୍ଯ୍ୟ କରିବ। ନିଜ ଯୁବାବସ୍ଥାରେ ଚାରି ବର୍ଷର କାର୍ଯ୍ୟକାଳ ଶେଷ ହେବା ପରେ, ଅଗ୍ନିବୀର ମାନେ ପରିପକ୍ବ ଏବଂ ଆତ୍ମ-ଅନୁଶାସିତ ହୋଇପାରିବେ। ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନରେ ସେମାନଙ୍କର ବ୍ୟକ୍ତିତ୍ବ ବିକାଶ କ୍ଷେତ୍ରରେ ଏହା ସହାୟକ ହୋଇପାରିବ।

ଅଗ୍ନିବୀର କାର୍ଯ୍ୟକାଳ ଶେଷ ହେବା ପରେ ନାଗରିକ ସମାଜରେ ସେମାନଙ୍କ ପାଇଁ ପ୍ରଗତିର ନୂଆ ମାର୍ଗ ଓ ସୁଯୋଗ ଖୋଲିବ। ଏହା ନିଶ୍ଚିତ ଭାବେ ରାଷ୍ଟ୍ର ନିର୍ମାଣରେ ଯୋଗଦାନ କରିବ। ଏହାଛଡ଼ା ସେବା ନିଧି ଆକାରରେ ସେମାନଙ୍କୁ ମିଳିବାକୁ ଥିବା ୧୧.୭୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ବଳରେ ସେମାନେ ବିନା କୌଣସି ଆର୍ଥିକ ଚାପରେ ନିଜ ଭବିଷ୍ୟତର ସ୍ବପ୍ନକୁ ପୂରଣ କରିପାରିବେ। ସମାଜର ବଞ୍ଚିତ ବର୍ଗର ଯୁବକମାନେ ସାଧାରଣତଃ ଏପରି ଆର୍ଥିକ ଅଭାବର ସମ୍ମୁଖିନ ହୋଇଥାନ୍ତି। ସେନାବାହିନୀର ନିୟମିତ ସେବାରେ ସାମିଲ ହେବା ଲାଗି ଚୟନ କରାଯାଉଥିବା ବ୍ୟକ୍ତିବିଶେଷଙ୍କୁ ଅତିରିକ୍ତ ୧୫ ବର୍ଷ ପାଇଁ ସେବା କରିବା ନିମନ୍ତେ ସୁଯୋଗ ମିଳିବ। ସେମାନେ ଭାରତୀୟ ସେନା, ନୌସେନା, ଏବଂ ବାୟୁ ସେନାର ଜୁନିଅର କମିଶନ୍‌ଡ୍‌ ଅଧିକାରୀ/ଅନ୍ୟ ପଦବୀରେ ସେବା କରିବା ପାଇଁ ବର୍ତ୍ତମାନର ନିୟମ ଓ ସର୍ତ୍ତାବଳୀ ଅନୁଯାୟୀ ପରିଚାଳିତ ହେବେ। ଏଥିସହିତ ବିଭିନ୍ନ ସମୟରେ ହେଉଥିବା ସଂଶୋଧନ ଅନୁଯାୟୀ ବାୟୁ ସେନାର ଅଣଯୋଦ୍ଧା ପଦବୀରେ ମଧ୍ୟ ସେମାନଙ୍କୁ ନିଯୁକ୍ତି ଦିଆଯିବ ।

ଏହି ଯୋଜନା ସେନାବାହିନୀରେ ଯୁବ ଏବଂ ଅନୁଭବୀ କର୍ମୀଙ୍କୁ ନେଇ ଏକ ଉନ୍ନତ ସନ୍ତୁଳନ ସୁନିଶ୍ଚିତ କରିବ ଏବଂ ଅଧିକ ଯୁବ ତଥା ବୈଷୟିକ ଦୃଷ୍ଟିରୁ ସକ୍ଷମ ସୈନ୍ୟବଳକୁ ନେଇ ସୈନ୍ୟବାହିନୀ ଅଧିକ ସଶକ୍ତ ହେବ।

ଲାଭ 

  • ସେନାବାହିନୀର ନିଯୁକ୍ତି ନୀତିରେ ଏକ ଯୁଗାନ୍ତକାରୀ ସଂସ୍କାର।
  • ଦେଶସେବା କରିବା ଏବଂ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ପାଇଁ ଯୁବ ପିଢ଼ିଙ୍କ ନିମନ୍ତେ ଏକ ଅଭିନବ ସୁଯୋଗ।
  • ସେନାବାହିନୀରେ ଅଧିକ ଯୁବ ଏବଂ ଉତ୍ସାହୀ ସୈନ୍ୟବଳଙ୍କୁ ନିଯୁକ୍ତି।
  • ଅଗ୍ନିବୀରଙ୍କ ପାଇଁ ଆକର୍ଷଣୀୟ ଆର୍ଥିକ ପ୍ୟାକେଜ।
  • ଶ୍ରେଷ୍ଠ ପ୍ରତିଷ୍ଠାନରେ ପ୍ରଶିକ୍ଷଣ ନେବା ଏବଂ ସେମାନଙ୍କୁ କୌଶଳ ଓ ଯୋଗ୍ୟତା ବଢ଼ାଇବା ଲାଗି ଅଗ୍ନିବୀରଙ୍କ ପାଇଁ ଏକ ସୁଯୋଗ।
  • ନାଗରିକ ସମାଜରେ ସାମରିକ ଆଦର୍ଶ ସହିତ ଏକ ଶୃଙ୍ଖଳିତ ଏବଂ କୁଶଳୀ ଯୁବବର୍ଗଙ୍କ ଉପଲବ୍ଧତା ସୁନିଶ୍ଚିତ ହେବ।
  • ସମାଜକୁ ଫେରୁଥିବା ପ୍ରାର୍ଥୀମାନଙ୍କୁ ପର୍ଯ୍ୟାପ୍ତ ଆତ୍ମନିଯୁକ୍ତି ସୁଯୋଗ ମିଳିବ ଏବଂ ଏମାନେ ଯୁବବର୍ଗଙ୍କ ପାଇଁ ଆଦର୍ଶ ଭାବେ ଉଭା ହୋଇପାରିବେ।

ନିୟମ ସର୍ତ୍ତାବଳୀ

ଅଗ୍ନିପଥ ଯୋଜନା ଅଧୀନରେ, ଅଗ୍ନିବୀର ମାନଙ୍କୁ ନିର୍ଦ୍ଦିଷ୍ଟ ସେନାବାହିନୀରେ ଚାରି ବର୍ଷର କାର୍ଯ୍ୟକାଳ ପାଇଁ ନିଯୁକ୍ତି ଦିଆଯିବ । ସେନାବାହିନୀରେ ସେମାନଙ୍କ ପାଇଁ ଏକ ସ୍ବତନ୍ତ୍ର ପଦବୀ ବା ରେଙ୍କ ରହିବ । ଅନ୍ୟ ରେଙ୍କ ଠାରୁ ଏହା ଭିନ୍ନ ହେବ। ଚାରି ବର୍ଷର କାର୍ଯ୍ୟକାଳ ଶେଷ ହେବା ପରେ ସଂଗଠନର ଆବଶ୍ୟକତାକୁ ଆଧାର କରି ଏବଂ ବିଭିନ୍ନ ସମୟରେ  ସଂଶୋଧିତ ହେଉଥିବା ସେନାବାହିନୀର ନୀତି ଅନୁଯାୟୀ, ଅଗ୍ନିବୀର ମାନଙ୍କୁ ସେନାବାହିନୀରେ ସ୍ଥାୟୀ ନିଯୁକ୍ତି ନିମନ୍ତେ ଆବେଦନ କରିବା ଲାଗି ସୁଯୋଗ ଦିଆଯିବ। ଚାରି ବର୍ଷର କାର୍ଯ୍ୟକାଳ ମଧ୍ୟରେ ପ୍ରଦର୍ଶନକୁ ଆଧାର କରି ନିର୍ଦ୍ଧାରିତ ସର୍ତ୍ତ ଅନୁଯାୟୀ, କେନ୍ଦ୍ରୀକୃତ ଢଙ୍ଗରେ ଏସବୁ ଆବେଦନକୁ ବିଚାର କରାଯିବ। ଅଗ୍ନିବୀରଙ୍କ  ପ୍ରତ୍ୟେକ ବ୍ୟାଚ୍‌ରୁ ୨୫% ପ୍ରାର୍ଥୀଙ୍କୁ ନିୟମିତ କ୍ୟାଡର ଭାବେ ସେନାବାହିନୀରେ ନିଯୁକ୍ତି ମିଳିବ। ଏଥିପାଇଁ ଏକ ବିସ୍ତୃତ ମାର୍ଗଦର୍ଶିକା ପୃଥକ ଭାବେ ଜାରି ହେବ। ସେନାବାହିନୀର  ବିଶେଷ ଅଧିକାର କ୍ଷେତ୍ରରେ ଏହି ଚୟନ କରାଯିବ। ଚଳିତ ବର୍ଷ ୪୬,୦୦୦ ଅଗ୍ନିବୀରଙ୍କୁ  ନିଯୁକ୍ତି ଦିଆଯିବ।

ସମସ୍ତ ତିନୋଟି ସେନାରେ ଅନଲାଇନ କେନ୍ଦ୍ରୀକୃତ ପ୍ରଣାଳୀ ମାଧ୍ୟମରେ ନିଯୁକ୍ତି ଦିଆଯିବ। ଶିଳ୍ପ ତାଲିମ ପ୍ରତିଷ୍ଠାନ ଏବଂ ଜାତୀୟ କୌଶଳ ଯୋଗ୍ୟତା ଫ୍ରେମୱର୍କ ଆଦି ଭଳି ମାନ୍ୟତାପ୍ରାପ୍ତ ବୈଷୟିକ ପ୍ରତିଷ୍ଠାନରୁ କ୍ୟାମ୍ପସ ସାକ୍ଷାତକାର ଏବଂ ସ୍ବତନ୍ତ୍ର ନିଯୁକ୍ତି ରାଲି ଜରିଆରେ ଅଗ୍ନିବୀର ମାନଙ୍କୁ ନିଯୁକ୍ତି ଦିଆଯିବ। ‘ସର୍ବଭାରତୀୟ ସର୍ବ ଶ୍ରେଣୀ’ ଆଧାରରେ  ନିଯୁକ୍ତି ଦିଆଯିବ ଏବଂ ନିଯୁକ୍ତି ପାଇଁ ଯୋଗ୍ୟ ବୟସ ସୀମା ସାଢ଼େ ୧୭ ବର୍ଷରୁ ୨୧ ବର୍ଷ ମଧ୍ୟରେ ହେବ। ସୈନ୍ୟବାହିନୀର ନିର୍ଦ୍ଦିଷ୍ଟ ବର୍ଗ/ଟ୍ରେଡ ପାଇଁ ପ୍ରଯୁଜ୍ୟ ହେଉଥିବା ସ୍ବାସ୍ଥ୍ୟ ତଥା ଶାରୀରିକ ଯୋଗ୍ୟତା ଆଧାରରେ ଅଗ୍ନିବୀର ମାନଙ୍କୁ ନିଯୁକ୍ତି ଦିଆଯିବ। ବିଭିନ୍ନ ବର୍ଗରେ ନିଯୁକ୍ତି ପାଇଁ ଆବଶ୍ୟକ ହେଉଥିବା ଶିକ୍ଷାଗତ ଯୋଗ୍ୟତା ଅଗ୍ନିବୀରମାନଙ୍କ ପାଇଁ ମଧ୍ୟ ଲାଗୁ ହେବ। ଉଦାହରଣ ସ୍ବରୂପ : ଜେନେରାଲ ଡ୍ୟୁଟି ସୈନିକ ଭାବେ ପ୍ରବେଶ ପାଇଁ, ଶିକ୍ଷାଗତ ଯୋଗ୍ୟତା ହେଉଛି ଦଶମ ପାସ।