Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»“ଅଗ୍ନିପଥକୁ ମଧ୍ୟ ଫେରାଇବା ନେବାକୁ ପଡିବ”: ଏହି ଯୋଜନାକୁ ବିରୋଧ କଲେ ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧୀ
ବିଶେଷ ଖବର

“ଅଗ୍ନିପଥକୁ ମଧ୍ୟ ଫେରାଇବା ନେବାକୁ ପଡିବ”: ଏହି ଯୋଜନାକୁ ବିରୋଧ କଲେ ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧୀ

June 18, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ସରକାରଙ୍କ ବେକରେ ରଶି ପାଲଟିଛି। ସାରା ଦେଶରେ ସରକାରଙ୍କ ଏହି ଯୋଜନା ବିରୋଧରେ ହିଂସାତ୍ମକ ପ୍ରଦର୍ଶନ ଚାଲିଛି। ବର୍ତ୍ତମାନ ଏହି ପ୍ରସଙ୍ଗରେ ରାଜନୀତି ମଧ୍ୟ ତୀବ୍ର ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଯେପରି କୃଷି ଆଇନ ପ୍ରତ୍ୟାହାର କରିବାକୁ ପଡିଥିଲା, ସେହିପରି ଅଗ୍ନିପଥ ଯୋଜନାକୁ ମଧ୍ୟ ପ୍ରତ୍ୟାହାର କରିବାକୁ ପଡ଼ିବ। ରାହୁଲ ଗାନ୍ଧୀ ଟୁଇଟ୍ କରି କହିଛନ୍ତି ଯେ, “ଲଗାତାର ୮ ବର୍ଷ ଧରି ସରକାର ‘ଜୟ ଯବାନ, ଜୟ କିଷାନ’ର ମୂଲ୍ୟବୋଧକୁ ଅପମାନିତ କରିଛନ୍ତି। ମୁଁ ଏହା ପୂର୍ବରୁ ମଧ୍ୟ କହିଥିଲି ଯେ, ପ୍ରଧାନମନ୍ତ୍ରୀଙ୍କୁ କଳା କୃଷି ଆଇନ ପ୍ରତ୍ୟାହାର କରିବାକୁ ପଡିବ। ସେହିଭଳି ସେ ‘ମାଫିବୀର୍’ ଭାବେ ଦେଶର ଯୁବକଙ୍କ ଦାବି ମାନିବାକୁ ପଡିବ ଏବଂ’ ଅଗ୍ନିପଥ’କୁ ଫେରାଇ ନେବାକୁ ପଡିବ।

ଏହି ଟୁଇଟ୍ ମାଧ୍ୟମରେ ରାହୁଲ ଅଭିଯୋଗ କରିଛନ୍ତି ଯେ, ସରକାର ସୈନିକ ଏବଂ ଚାଷୀଙ୍କୁ ଅପମାନିତ କରିଛନ୍ତି। କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ତାଙ୍କ ଟ୍ୱିଟରରେ ଏକ ଭିଡିଓ ସେୟାର କରି କହିଛନ୍ତି ଯେ, ଗ୍ରାମାଞ୍ଚଳର ଯୁବକମାନଙ୍କୁ ସେନା ନିଯୁକ୍ତି ପାଇଁ ପ୍ରସ୍ତୁତ ହେଉଥିବା ଯନ୍ତ୍ରଣା ବୁଝନ୍ତୁ। ୩ ବର୍ଷ ପାଇଁ ନିଯୁକ୍ତି ଆସିଲା ନାହିଁ, ଦୌଡି ଦୌଡି ଯୁବକମାନଙ୍କ ପାଦରେ ବିଣ୍ଡି ପଡିଗଲାଣି, ସେମାନେ ଏବେ ନିରାଶ ଏବଂ ହତାସ ହୋଇଯାଇଛନ୍ତି। ଯୁବକମାନେ ଏୟାରଫୋର୍ସ ନିଯୁକ୍ତି ଫଳାଫଳ ଏବଂ ନିଯୁକ୍ତିକୁ ଅପେକ୍ଷା କରିଥିଲେ। ସରକାର ତାଙ୍କର ସ୍ଥାୟୀ ନିଯୁକ୍ତି, ପଦବୀ, ପେନ୍ସନ୍, ନିଯୁକ୍ତି ବନ୍ଦ କରିଦେଲେ। କଂଗ୍ରେସ ପକ୍ଷରୁ କୁହାଯାଇଥିଲା ଯେ, ଦିଲ୍ଲୀର ଜନ୍ତର ମନ୍ତ୍ରରେ ଅଗ୍ନିପଥ ଯୋଜନା ବିରୋଧରେ ଦଳ ବିରୋଧ କରିବ। ସର୍ବଶେଷ ସୂଚନା ଅନୁଯାୟୀ, କଂଗ୍ରେସର ଏହି ପ୍ରଦର୍ଶନ ଏକ ବୃହତ ସ୍ତରରେ ହେବ, ଯେଉଁଥିରେ ବହୁ ବଡ ନେତା ଏବଂ ସାଂସଦ ଏଥିରେ ସାମିଲ ହୋଇପାରିବେ।

ଅଗ୍ନିପଥ କଂଗ୍ରେସ ପ୍ରିୟଙ୍କା ଗାନ୍ଧୀ ରାହୁଲ ଗାନ୍ଧୀ
Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026
Latest News

ପେଟିଏମ ପେମେଣ୍ଟସ ବ୍ୟାଙ୍କ ଲାଇସେନ୍ସ ରଦ୍ଦ

April 24, 2026

ଭାଇ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

April 24, 2026

ଗଛକୁ ପିଟିଲା ସ୍କୁଟି: ଜଣେ ମୃତ

April 24, 2026

ବନବିଭାଗ କର୍ମଚାରୀଙ୍କୁ ନିର୍ଧୂମ ପିଟିଲେ

April 24, 2026

ବଢିଲା ଇସ୍ରାଏଲ – ଲେବାନନ ଅସ୍ତ୍ରବିରତି ଅବଧି

April 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.