Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଅଗ୍ନିପଥ ଯୋଜନାକୁ ମୋଦି ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ; କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ସାୱନ୍ତ
ଜାତୀୟ ଖବର

ଅଗ୍ନିପଥ ଯୋଜନାକୁ ମୋଦି ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ; କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ସାୱନ୍ତ

June 26, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅଗ୍ନିପଥ ଯୋଜନାକୁ ମୋଦି ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ; କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ସାୱନ୍ତ

ଭୁବନେଶ୍ୱର: ଦେଶର ସେନାବାହିନିକୁ ଯୋଜନାବଦ୍ଧ ଭାବରେ ଦୁର୍ବଳ କରିବାର ମୋଦି ସରକାରଙ୍କ ପ୍ରଚେଷ୍ଟାକୁ କଦାପି ବରଦାସ୍ତ କରାଯିବ ନାହିଁ। ଦେଶର ସେନା ଓ ଯୁବବର୍ଗଙ୍କ ଭବିଷ୍ୟତକୁ ଅଗ୍ନିପଥ ଯୋଜନା ମାଧ୍ୟମରେ ଅନ୍ଧକାରଗର୍ଭକୁ ଠେଲି ଦେବାର ଅପଚେଷ୍ଟା ବିରୋଧରେ ଆଜି ପ୍ରଦେଶ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଜାତୀୟ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ସଚିନ ସାୱନ୍ତ, ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଓ ଗଣମାଧ୍ୟମ ବିଭାଗ ଆବାହକ ସତ୍ୟପ୍ରକାଶ ନାୟକଙ୍କ ଉପସ୍ଥିତିରେ କଠୋର ସମାଲୋଚନା କରିଥିଲେ।

ସେ କହିଥିଲେ ଯେ ଅଗ୍ନିପଥ ଯୋଜନା ଦେଶର ଯୁବବର୍ଗଙ୍କ ଭବିଷ୍ୟତ ପ୍ରତି ଧୋକା ଏବଂ ବିଶ୍ୱାସଘାତ ସଦୃଶ । ଭାରତଭଳି ଦେଶ ଆଜି ୫୦ ବର୍ଷର ରେକର୍ଡ ତୋଡ ଉତ୍କଟ ବେକାରୀ ସମସ୍ୟା ଦେଇ ଗତି କରୁଥିବା ବେଳେ, ସେନାବାହିନୀରେ ନିଯୁକ୍ତି ଅପେକ୍ଷାରେ ଥିବା ଏ ଦେଶର ଏକ କୋଟିରୁ ଉର୍ଦ୍ଧ୍ୱ ଯୁବକ ଆଜି ମୋଦି ସରକାରଙ୍କ ଅଗ୍ନିପଥ ଯୋଜନା ଯୋଗୁ ପ୍ରତାରିତ ଏବଂ ହତାଶ ହୋଇଛନ୍ତି।

ଅଗ୍ନିପଥ ଯୋଜନା ମାଧ୍ୟମରେ ୪ବର୍ଷିୟା ଠିକା ନିଯୁକ୍ତିରେ ଜଣେ ଯୁବକକୁ ତାର ଯୌବନ ଅବସ୍ଥାରେ ଚାକରିରୁ ଅବସର ନେଇ ପୂର୍ବତନ କର୍ମଚାରି ହେବାର ଅଦ୍‌ଭୁତ ପୂର୍ବ ଯୋଜନାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ । ଆଜି ଦେଶର ସେନା କର୍ମଚାରୀଙ୍କର ହାରାହାରି ବୟସ ୩୦ବର୍ଷ ହୋଇଥିବା ବେଳେ ୪ ବର୍ଷ କାର୍ଯ୍ୟପରେ ଅବସର ନେବା କାହା ସ୍ୱାର୍ଥରେ ।

ସେନାରେ ଜଣେ ସ୍ଥାୟୀ କର୍ମଚାରୀ ଜୀବନଯାକ ମେଡିକାଲ, କ୍ୟାଂଟିନ, ପେନସନ ଭଳି ସୁବିଧା ପାଉଥିବା ବେଳେ ୪ ବର୍ଷିଆ ଅଗ୍ନିବୀର ଏ ସୁଯୋଗରୁ ବଂଚିତ ହୋଇଛନ୍ତି । କଂଗ୍ରେସ ପାଇଁ ଦେଶର ସେନାବାହିନୀରେ କାର୍ଯ୍ୟକରୁଥିବା ସୈନିକ ମାନଙ୍କର ଦରମା ଓ ପେନସନ ଆଦୌ ଦେଶର ରାଜକୋଷ ଉପରେ ବୋଝ ନୁହେଁ । ମୋଦି ସରକାରଙ୍କର, ସେନାବାହିନୀରେ ଖର୍ଚ୍ଚକାଟ କରିବାକୁ ଯାଇ ସ୍ଥାୟୀ ନିଯୁକ୍ତିକୁ ବନ୍ଦ କରିବାର ପ୍ରକ୍ରିୟାକୁ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଘୋର ବିରୋଧ କରାଯାଇଛି ।

ଦେଶର ସେନାବାହିନୀର ବଜେଟ ୧୭-୧୮ ମସିହାରେ ୧୭.୮% ଥିଲା ବେଳେ ୨୦-୨୧ ବେଳକୁ ୧୩.୦୨ ପ୍ରତିଶତକୁ ଖସିଆସିବା ମୋଦି ସରକାରଙ୍କର ଅପରିଣାମିଦର୍ଶି ନିଷ୍ପତି ଓ ସେନାବାହିନୀକୁ ଦୁର୍ବଳ କରିବାର ମାନସିକତାକୁ ପ୍ରତିଫଳିତ କରୁଛି । ଆସନ୍ତା କାଲି ସତ୍ୟାଗ୍ରହ ମାଧ୍ୟମରେ ଦେଶର ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅଗ୍ନିପଥ ଯୋଜନା ବିରୋଧରେ କଂଗ୍ରେସ ପ୍ରଦର୍ଶନ କରିବ । ଅନ୍ୟମାନଙ୍କ ମଧ୍ୟରେ ସାମାଜିକ ଗଣମାଧ୍ୟମ ମୁଖ୍ୟ ଅଭିଷେକ ମହାନନ୍ଦ, ମୁଖପାତ୍ର ମନୋରଞ୍ଜନ ଦାଶ, ପ୍ରଶାନ୍ତ ଶତପଥି, ରଜନୀ ମହାନ୍ତି ଓ ସଂଯୋଜକ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।

ଅଗ୍ନିପଥ ଶରତ ପଟ୍ଟନାୟକ ସତ୍ୟପ୍ରକାଶ ନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଦେଶବ୍ୟାପୀ ଏଆଇ ଏବଂ କ୍ଲାଉଡ୍ ତାଲିମ ଅଭିଯାନ ଆରମ୍ଭ

August 24, 2026

ମହାକାଶ ଷ୍ଟାର୍ଟଅପ୍‌ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

August 24, 2026

ରାଜରାସ୍ତାରେ ନ୍ୟାୟ ମାଗୁଛି ଶିକ୍ଷକ ସମାଜ, ନିରବଦ୍ରଷ୍ଟା ସାଜିଛି ସରକାର: ସମନ୍ୱୟ ସମିତି

August 24, 2026

ଅଗଷ୍ଟ ୨୪ ତାରିଖ ରାଶିଫଳ: ସାତୋଟି ରାଶିର ବ୍ୟକ୍ତିଙ୍କ ଖୋଲିଲା ଭାଗ୍ୟ

August 24, 2026
Latest News

ଦେଶବ୍ୟାପୀ ଏଆଇ ଏବଂ କ୍ଲାଉଡ୍ ତାଲିମ ଅଭିଯାନ ଆରମ୍ଭ

August 24, 2026

ମହାକାଶ ଷ୍ଟାର୍ଟଅପ୍‌ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

August 24, 2026

ରାଜରାସ୍ତାରେ ନ୍ୟାୟ ମାଗୁଛି ଶିକ୍ଷକ ସମାଜ, ନିରବଦ୍ରଷ୍ଟା ସାଜିଛି ସରକାର: ସମନ୍ୱୟ ସମିତି

August 24, 2026

ଅଗଷ୍ଟ ୨୪ ତାରିଖ ରାଶିଫଳ: ସାତୋଟି ରାଶିର ବ୍ୟକ୍ତିଙ୍କ ଖୋଲିଲା ଭାଗ୍ୟ

August 24, 2026

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ହାତାହାତି

August 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.