Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

କଂଗ୍ରେସ ପ୍ରାର୍ଥୀ ତାଲିକା ଚୁଡାନ୍ତ, ଦିଲ୍ଲୀରୁ ଫେରିଲେ କଂଗ୍ରେସ ସଭାପତି, କହିଲେ ଏହିଦିନ ହେବ ଘୋଷଣା

ଭୁବନେଶ୍ବର: କଂଗ୍ରେସର ପ୍ରାର୍ଥୀ ତାଲିକା ଚୁଡାନ୍ତ ହୋଇସାରିଛି। ଖୁବ ଶିଘ୍ର ଏହା ଘୋଷଣା କରାଯିବ ବୋଲି କହିଛନ୍ତି ଦଳର ସଭାପତି ଶରତ ପଟ୍ଟନାୟକ। ସେ କିଛିଦିନ ଧରି ଦିଲ୍ଲୀରେ ରହି ତାଲିକା ସଂପର୍କରେ ଆଲୋଚନା କରିବା ପରେ ଭୁବନେଶ୍ବର ଫେରିଛନ୍ତି। କେନ୍ଦ୍ରରେ କେନ୍ଦ୍ରୀୟ ନିର୍ବାଚନ କମିଟ ଦ୍ବାରା ଓଡିଶାର ପ୍ରାର୍ଥି ତାଲିକା ଉପରେ ବିସ୍ତୁତ ଆଲୋଚନା ପରେ ଏଆଇସିସି ଏହା ଘୋଷଣା କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ସୂଚନା ଅନୁସାରେ ଆଜି କିମ୍ବା ଆସନ୍ତାକାଲି ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ କଂଗ୍ରେସ।

ବର୍ତ୍ତମାନ ଓଡିଶାର ବିଜେଡି 72 ଟି ବିଧାନସଭା ଏବଂ 15ଟି ଲୋକସଭା ପ୍ରାର୍ଥୀ ଘୋଷଣା କରିସାରିଛି। ସେହିପରି ବିଜେପି କେବଳ 21 ଟି ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ବିଧାନସଭାର କିଛି ବି ଆସନ ଘୋଷଣା କରି ନାହିଁ। ଏହି ପରିପ୍ରେକ୍ଷୀରେ କଂଗ୍ରେସ ଏ ପର୍ଯ୍ୟନ୍ତ କୌଣସି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସର ଇସ୍ତାହାର କଂଗ୍ରେସର ପବିତ୍ର ପ୍ରତିଶୃତି: ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା

କେନ୍ଦ୍ରାପଡ଼ା: ଆଜି ଜିଲ୍ଲା କଂଗ୍ରେସ ତରଫରୁ ପ୍ରଦେଶ କଂଗ୍ରେସ ନିର୍ଦ୍ଦେଶରେ ଜିଲ୍ଲା କଂଗ୍ରେସ ସଭାପତି ଲୋକନାଥ ମହାରଥୀଙ୍କ ପୌରୋହିତ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ କେନ୍ଦ୍ରାପଡା ସହରର କଜଳାସ୍ଥିତ କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତିତ୍ୱରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କହିଥିଲେ ଯେ କଂଗ୍ରେସର ଇସ୍ତାହାର କଂଗ୍ରେସର ପବିତ୍ର ପ୍ରତିଶୃତି। ରାଜ୍ୟ ତଥା ରାଜ୍ୟବାସୀଙ୍କ ସେବାରେ ସମର୍ପିତ କଂଗ୍ରେସ ଦଳ ଏକ ସୁଖୀ ଓଡିଶା ଓ ସମୃଦ୍ଧ ଓଡିଶା ଗଠନ କରିବାକୁ ସଂକଳ୍ପ ନେଇ ଇସ୍ତାହାର ପ୍ରସ୍ତୁତ କରିଛି ଏବଂ ଗତ ମାର୍ଚ୍ଚ ୧୫ ତାରିଖରେ ଭୁବନେଶ୍ୱର କଂଗ୍ରେସ ବଭନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଇସ୍ତାହାର କମିଟିର ଅଧ୍ୟକ୍ଷ ପଂଚାନନ କାନୁନଗୋ ତତ୍କାଳୀନ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟାନାୟକ ଓ ପ୍ରଦେଶ କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାରଙ୍କ ଦ୍ୱାରା ପ୍ରକାଶ କରାଯାଇଛି। ୯ ଗ୍ୟାରେଂଟି ଓ ୯୦ ସଂକଳ୍ପ ବିଶିଷ୍ଟ ଇସ୍ତାହାର ସବୁ ଶ୍ରେଣୀ ଓ ସବୁ ବର୍ଗର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ନ୍ୟାୟ ଦେବା ପାଇଁ ଉଦ୍ଦିଷ୍ଟା

୯ ଗ୍ୟାରେଂଟି ଉପରେ ଆଲୋକପାତ କରି ଶ୍ରୀ ବେହେରା କହିଥିଲେ ଯେ ବୋନସ୍ ସହ ଧାନ ସହାୟକ ମୂଲ୍ୟ କୁଇଂଟାଲ ପ୍ରତି ୩୦୦୦ ଟଙ୍କା, କୃଷିଋଣ ଛାଡ, କୃଷକ ପାଇଁ ମାସିକ ପେନ୍‌ସନ୍ ୨୦୦୦ ଟଙ୍କା, ପ୍ରତ୍ୟେକ ଉପଭୋକ୍ତାଙ୍କ ପାଇଁ ୨୦୦ ୟୁନିଟ୍ ବିଦ୍ୟୁତ୍ ଦେୟ ଛାଡ, ୫ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା, ବେକାରୀ ଭତା ମାସିକ ୩୦୦୦ ଟଙ୍କା, ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କଋଣ ଛାଡ, ଗୃହଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ଘରର ମୁଖ୍ୟ(ମହିଳା)ଙ୍କୁ ଭତ୍ତା ୨୦୦୦ ଟଙ୍କା, ପ୍ରତି ପରିବାରକୁ ମାସକୁ ୫୦୦ ଟଙ୍କାରେ ସିଲିଣ୍ଡର, ସରକାରୀ କର୍ମଚାରୀଙ୍କ ସମେତ ସମସ୍ତଙ୍କ ପାଇଁ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ମାଗଣା ଚିକିତ୍ସା, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ମାସିକ ୨୦୦୦ ଟଙ୍କା,  କ୍ଷମତାକୁ ଆସିବାର ୧୦୦ ଦିନ ମଧ୍ୟରେ ରାଜ୍ୟରେ ଜାତିଭିତିକ-ସାମାଜିକ ଓ  ଆର୍ଥିକ ସର୍ଭେ ଆରମ୍ଭ ଏବଂ ଅନୁସୂଚିତ ଜାତି/ଜନଜାତିଙ୍କୁ ୩୫ କିଲୋ ଚାଉଳ ସହିତ ୧ କେଜି ଡାଲି, ୧ ଲିଟର ତେଲ, ୧ କେଜି ଲୁଣ, ୨୫୦ ଗ୍ରାମ୍ ହଳଦୀ ଦିଆଯିବା, ଚିଟ୍‌ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ଓ ପଛୁଆ ବର୍ଗ ପାଇଁ ଜାତି ଜନଗଣନା ସହ ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା କରିବାକୁ ନିଷ୍ପତି ନିଆଯାଇଛି।

ରାଜ୍ୟବାସୀଙ୍କ ଆଶୀର୍ବାଦରୁ କଂଗ୍ରେସ କ୍ଷମତାସୀନ ହେଲେ ଇସ୍ତାହାରରେ କୁହାଯାଇଥିବା ସମସ୍ତ ଗ୍ୟାରେଣ୍ଟି କୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ। ସେ ନିବେଦନ କରି କହିଥିଲେ ଯେ ରାଜ୍ୟବାସୀ କଂଗ୍ରେସର ଇସ୍ତାହାରକୁ ଗୁରୁତ୍ୱ ଦେବେ, କଂଗ୍ରେସକୁ ବିଶ୍ୱାସକୁ ନେବେ ଓ କଂଗ୍ରେସକୁ ସମର୍ଥନ ଦେଇ ରାଜ୍ୟରେ ପରିବର୍ତନ ଆଣିବେ।

ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ନବନିଯୁକ୍ତ ପିସିସି ଉପସଭାପତି ତଥା ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ବରିଷ୍ଠ କଂଗ୍ରେସ ନେତା ରତିକାନ୍ତ କାନୁନ୍‌ଗୋ, ଯୁବନେତା ସିଦ୍ଧାର୍ଥ ସ୍ୱରୂପ ଦାସ, ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ ଓ ଜିଲ୍ଲା ମୁଖ୍ୟ ମୁଖପାତ୍ର ପ୍ରଫୁଲ୍ଲ ଦାସ ଉପସ୍ଥିତ ଥିଲେ। ଜିଲ୍ଲା ଯୁବ କଂଗ୍ରେସ କମିଟି ତରଫରୁ ନବ ନିଯୁକ୍ତ ପିସିସି ଉପସଭାପତି ଚିନ୍ମୟ ପ୍ରସାଦ ବେଉରାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଏହି ଅବସରରେ ଏକ ମିଶ୍ରଣ ପର୍ବ କରାଯାଇ ବିଜେଡି ଦଳ ତ୍ୟାଗ କରି ଆସିଥିବା ମହାକାଳପଡା ବ୍ଲକ ଅନ୍ତର୍ଗତ ପରକୁଳା ପଂଚାୟତର ପୂର୍ବତନ ସମିତି ସଭ୍ୟ ଦିପ୍ତୀମୟ ମିଶ୍ର, ପୂର୍ଣ୍ଣଚନ୍ଦ୍ର ବେହେରା, ହିରଣ୍ୟ ମିଶ୍ର ଓ ବିଜୟନଗର ପଂଚାୟତର ଚନ୍ଦ୍ରକାନ୍ତ ସାମନ୍ତରାୟ, ପ୍ରତାପ ଦାସ, ସୁନୀଲ ଦାସ, ବଂଟି ଦାସ, କୁନୁ ଦାସ, ତୋଫା ଜେନା, କାଂଚନ ଦାସ, ସାନୁ ଦାସ, ବନପାଣି ଦାସ, ବୁଲୁ ଦାସ, ପିଂଟୁନା ଦାସ ଓ ଆଶିଷ ଦାସଙ୍କୁ କଂଗ୍ରେସ ଦଳରେ ସାମିଲ କରାଯାଇଥିଲା। କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମରେ ଓ ରତିକାନ୍ତ ସାମଲ, ଗଣେଶ ମେକାପ, ପ୍ରଶାନ୍ତ ରାଉତ, ଉମାଶଙ୍କର ଜେନା, ମୀର ମୁରସିଦ୍‌, ବସନ୍ତ କୁମାର ସେଠୀ ଓ ମନୋଜ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଲେ ସୁନ୍ଦରଗଡ଼ ହେମଗିରିର ପୂର୍ବତନ ବ୍ଲକ ଅଧ୍ୟକ୍ଷା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ବ୍ଲକ ର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ସୁଧାରାଣୀ ରାଉଡ଼ିଆ ତାଙ୍କ ଶତାଧିକ ସମର୍ଥକଙ୍କ ସହ ବିଜେଡି ଦଳ ଛାଡି କଂଗ୍ରେସ ଦଳରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି।

ଏହି ଅବସରରେ ଆଜି ସୁଦରଗଡ଼ ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରୀମତୀ ରାଉଡ଼ିଆ ଙ୍କୁ ସ୍ୱାଗତ କରି ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳରେ ଗ୍ରହଣ କରିନେଇଥିଲେ ।

ଶ୍ରୀ ପଟ୍ଟନାୟକ କହିଲେ ଯେ ଶ୍ରୀମତୀ ରାଉଡ଼ିଆଙ୍କ ଯୋଗଦାନ ଦଳର ବିଶେଷକରି ସୁଦରଗଡ଼ ଜିଲ୍ଲାର ସଂଗଠନକୁ ଆହୁରି ମଜବୁତ କରିବ। ଶ୍ରୀମତୀ ରାଉଡ଼ିଆ ନିଜ ବକ୍ତବ୍ୟରେ କହିଥିଲେ କି ମୁଁ ସର୍ବଦା କଂଗ୍ରେସର ନୀତି ଆଦର୍ଶକୁ ଭଲ ପାଏ। ବିଜେଡ଼ି ଦଳରେ ମୁଁ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଥିଲେ ମଧ୍ୟ କଂଗ୍ରେସ ଦଳ ପ୍ରତି ଥିବା ମୋର ଦୁର୍ବଳତା ଓ ଭଲପାଇବା ଯୋଗୁଁ ଏବଂ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଙ୍କ ନେତୃତ୍ୱକୁ ଆସ୍ଥା ପ୍ରକଟ କରି ମୁଁ ବିଜେଡ଼ି ଦଳ ତ୍ୟାଗକରି କଂଗ୍ରେସ ଦଳରେ ଯୋଗ ଦେଲି ବୋଲି ସେ କହିଥିଲେ ।

ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଜନାର୍ଦନ ଦେହୁରୀଙ୍କ ଅନୁଷ୍ଟିତ ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବାଚସ୍ପତି କିଶୋର ପଟେଲ,ବିଧାୟକ ସିଏସ ରାଜନ ଏକ୍କା,ରାଉଲକେଲା ଜିଲ୍ଲା ସଭାପତି ରଶ୍ମି ରଞ୍ଜନ ପାଢ଼ୀ,ରାଜୁ ଷଡଙ୍ଗୀ,ରଣଜିତ ଭିତିରିଆ,ବେଣୁଧର ତ୍ରିପାଠୀ,ଅମିତା ବିଶ୍ୱାଳ,କୈଳାଶ ସାହୁ,ରବି ରାୟ, ବିରେନ ସେନାପତି,ସବୀର ହୁସେନ,ନରୋତମ ନାୟକ ,ନିର୍ମଳ ନାୟକ ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ଉପସ୍ଥିତ ଥିଲେ

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଶ୍ରୀମନ୍ଦିରର ଚାରିଦ୍ବାର ଖୋଲିବା ପ୍ରତିବାଦରେ କଂଗ୍ରେସର ତୁଳସୀ ଯାତ୍ରା

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସାରା ରାଜ୍ୟର ପ୍ରତ୍ୟେକ ଜିଲ୍ଲା, ବ୍ଲକ ଓ ପଂଚାୟତରୁ ଶହ ଶହ କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ଶୁଭେଚ୍ଛୁମାନେ ଶ୍ରୀ ଜଗନ୍ନାଥ ମନ୍ଦିରର ସମସ୍ତ ନୀତି ନିୟମକୁ ପାଳନ କରି ତୁଳସୀ ଧରି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପହଂଚିଥିଲେ। ଓଡ଼ିଶା ପ୍ରଭାରୀ ତଥା ସାଂସଦ ଡଃ ଏ. ଚେଲ୍ଲା କୁମାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପହଂଚିଲା ପରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ତୁଳସୀ ଯାତ୍ରାର ଶୁଭାରମ୍ଭ ହୋଇଥିଲା।

ମହାପ୍ରଭୁ ଚତୁର୍ଦ୍ଧାମୁର୍ତିଙ୍କୁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ଏକ ସୁସଜ୍ଜିତ ରଥରେ ନିଆଯାଇ ଥିଲା। ଏହା ପରେ ପରେ କଂଗ୍ରେସ ନେତୃବର୍ଗ ଓ କର୍ମୀମାନଙ୍କ ଦ୍ୱାରା ଅଣାଯାଇଥିବା ବିଧିମୁତାବକ ସଜ୍ଜ ତୁଳସୀକୁ ବିଭିନ୍ନ ଟୋକେଇରେ କଦଳୀ ପାଟୁ ବାନ୍ଧି ଏକ ସୁସଜ୍ଜିତ ଗାଡ଼ିରେ ଭଜନ ଓ ସଂକୀର୍ତନ କରି ଶ୍ରୀକ୍ଷେତ୍ରକୁ ଶ୍ରୀ ଜଗନ୍ନାଥଙ୍କ ଚରଣ ଲାଗି ନିଆଯାଇଥିଲା। ସାରା ପରିବେଶର ଏକ ଭିନ୍ନ ଭାବାବେଗ ସୃଷ୍ଟି ହୋଇଥିଲା।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ଜଗନ୍ନାଥ ମନ୍ଦିରର ଚାରି ଦ୍ୱାରାକୁ ଭକ୍ତମାନଙ୍କ ଉଦ୍ୟେଶରେ ଖୋଲା ରଖିବା, ରତ୍ନ ଭଣ୍ଡାର ଗଣତି ମଣୋତି ଓ ମରାମତି ସହିତ ବେଦାନ୍ତ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ଶ୍ରୀ ଜଗନ୍ନାଥଙ୍କ ଅମୃତ ମଣୋହି ଜମି ଓ ହଜାର ହଜାର ଏକର ଚାଷୀଙ୍କ ଚାଷ ଜମିକୁ ତୁରନ୍ତ ଫେରାଇବା ଦାବି ସହିତ ୬ ଗୋଟି ମୁଖ୍ୟ ଦାବିକୁ ନେଇ ରାଜ୍ୟ କଂଗ୍ରେସ ପୁରୀରେ ପଦଯାତ୍ରା ତଥା ମହାମହିମ ରାଜ୍ୟପାଳଙ୍କ ଉଦ୍ୟେଶରେ ସ୍ମାରକ ପତ୍ର ପ୍ରଦାନ କରିବା ସହିତ ପରବର୍ତୀ ପର୍ଯ୍ୟାୟରେ ସଂକୀର୍ତନ ସତ୍ୟାଗ୍ରହ କରି ସରକାରଙ୍କ ଉପରେ ଚାପ ପ୍ରୟୋଗ କରିଥିଲେ।

 

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ତାଳ ଠିକ୍ ନ ପଡିଲେ ମଧ୍ୟ ଶରତ ଏବଂ ତାରା ବଜାଇଲେ ଝାଞ୍ଜ, ପ୍ରଦେଶ କଂଗ୍ରେସର ଅଭିନବ ପ୍ରତିବାଦ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଚତୁର୍ଦ୍ଧାମୁରତୀଙ୍କ ସମ୍ମୁଖରେ “ସଂକୀର୍ତନ ସତ୍ୟାଗ୍ରହ” ସକାଳ ୯ ଟାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜଳ୍ୱନ କରି ପ୍ରଭୁ ବଳଭଦ୍ର, ମା ଶୁଭଦ୍ରା, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ସୁଦର୍ଶନଙ୍କ ଚତୁର୍ଦ୍ଧା ମୂର୍ତୀରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ। ସଂକୀର୍ତନ ହୁଳହୁଳି ଓ ଜୟଜଗନ୍ନାଥ ଧ୍ୱନୀରେ ସାରା ଅଂଚଳ ପ୍ରକମ୍ପିତ ହେଉଥିଲା। ସମଗ୍ର ବାତାବରଣ ଏକ ଭକ୍ତି ଭାବପୂର୍ଣ୍ଣ ଆବେଗରେ ପରିଣତ ହୋଇଥିଲା।

ପ୍ରକାଶ ଥାଉକି ଅକ୍ଟୋବର ମାସ ୧୬ ତାରିଖ ଦିନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ହଜାର ହଜାର କଂଗ୍ରେସ ନେତୃବର୍ଗ ୬ଦଫା ଦାବି ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଦୀର୍ଘ ୩.୫ ବର୍ଷରୁ ଅଧିକ ସମୟ ଧରି ଶ୍ରୀମନ୍ଦିରର ମୁଖ୍ୟ ଦ୍ୱାରକୁ ଛାଡ଼ି ବାକି ତିନିଦ୍ୱାରକୁ ରାଜ୍ୟ ସରକାର ବିଭିନ୍ନ ସମୟରେ ବିଭିନ୍ନ ଆଳ ଦେଖାଇ ବନ୍ଦ କରିଦେଇଛନ୍ତି।

ଏପରିକି ଯେଉଁ ଶ୍ରୀ ମନ୍ଦିର ପ୍ରକଳ୍ପ କଥା ରାଜ୍ୟ ସରକାର କହୁଛନ୍ତି ତାହା ୨୦୨୧ ମସିହାରେ ସରିଯିବା ପାଇଁ ସମୟ ଧାର୍ଯ୍ୟ ହୋଇଥିଲା କିନ୍ତୁ ଆଜି ୨୦୨୩ ନଭେମ୍ବର ମାସ ଭିତରେ ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟ ସରିନାହିଁ ଏବଂ ଏହି କାର୍ଯ୍ୟର ଏକ ତୃତୀୟାଂଶ କାମ ଆରମ୍ଭ କରାଯାଇନାହିଁ।

ତେଣୁ କାହିଁକି ଏବଂ କାହାର ସ୍ୱାର୍ଥ ସାଧନ ପାଇଁ ଶ୍ରୀ ମନ୍ଦିରର ଚାରି ଦ୍ୱାରା କୁ ଦୀର୍ଘ ବର୍ଷ ବର୍ଷ ଧରି ବନ୍ଦ କରି ରଖାଯାଇଛି ବୋଲି ପ୍ରଶ୍ନ କରିଛନ୍ତି। ଶ୍ରୀକ୍ଷେତ୍ରକୁ କାର୍ତିକ ମାସରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମେତ ହବିଷ୍ୟାଳିଙ୍କ ସମାଗମ ହୁଏ। ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରତିଦିନ ଭକ୍ତମାନେ ବଡଦାଣ୍ଡରେ ଲମ୍ବା ଲାଇନ ଲଗାଇ ଛିଡ଼ାହେଉଛନ୍ତି। କିନ୍ତୁ ପ୍ରଭୁଙ୍କର ଦର୍ଶନ ମିଳୁନାହିଁ।

ଶ୍ରୀମନ୍ଦିର ୪ ଦ୍ୱାରା ଦୀର୍ଘଦିନ ଧରି ବନ୍ଦ କରିବାଯୋଗୁଁ ଏ ସରକାର ଭକ୍ତ ଓ ଭଗବାନ ଭିତରେ ବାଧକ ସାଜୁଛି। ଏଭଳି ପରିସ୍ଥିତିରେ ୪ ଦ୍ୱାରକୁ ତୁରନ୍ତ ଖୋଲିବା ପାଇଁ କଂଗ୍ରେସ ବାରମ୍ବାର ଦାବି କରିଆସୁଛି। ଦୀର୍ଘ ବର୍ଷ ଧରି ରତ୍ନଭଣ୍ଡାର ଖୋଲାଯାଉ ନାହିଁ, ଚାବି ହଜିଯିବାର ନାଟକ କରାଯାଉଛି, ପୁଣି ଚାବି ମିଳିଯାଉଛି କିନ୍ତୁ ରତ୍ନ ଭଣ୍ଡାରରକୁ ସରକାର କାହିଁକି ଖୋଲୁନାହାନ୍ତି। ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ସତ୍ୱେ ରତ୍ନଭଣ୍ଡାରର ଗଣତି, ମଣତି ଏବଂ ରତ୍ନ ଭଣ୍ଡାରର ମରାମତି କରିବାପାଇଁ ଏ ସରକାର ତିଳେମାତ୍ର ତତ୍ପରତା ଦେଖାଉନାହାନ୍ତି।

ମହାପ୍ରଭୁ ଶ୍ରୀ ଜଗଗନ୍ନାଥଙ୍କ ପରମ ଭକ୍ତ କହୁଥିବା ମୁଖ୍ୟମନ୍ତ୍ରୀ ଏଥିପାଇଁ ତତ୍ପରତା ନ ଦେଖାଇବାର କାରଣ କଣ? ରତ୍ନ ଭଣ୍ଡାରର ରତ୍ନ ସବୁ ଚୋରାଇ ନିଆଯାଇଛି କି ବୋଲି କଂଗ୍ରେସ ପ୍ରଶ୍ନ କରୁଛି। ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ଏ ସରକାର ଅହଂକାର ଓ ଗର୍ବରେ ଫାଟିପଡ଼ୁଛି। ଭକ୍ତଙ୍କର କଷ୍ଟ ଦୁର୍ଦ୍ଦଶା ଦେଖି ଏ ସରକାର ଜାଣିସୁଣି ନୀରବ ରହୁଛି।

ବେଦାନ୍ତ କମ୍ପାନୀ ଦ୍ୱାରା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅମୃତମଣୋହି ଜମିକୁ ଫେରାଇବା ପାଇଁ ଏ ସରକାର ସାମାନ୍ୟତମ ତତ୍ପରତା ନ ଦେଖାଇବା ଅତି ଆଶ୍ଚର୍ଯ୍ୟାନ୍ୱିତ କଥା। ମହାପ୍ରଭୁ ଜଗନ୍ନାଥ କାହାରି ଗର୍ବ ସହି ନାହାନ୍ତି କି ସହିବେ ନାହିଁ। ଏ ଅହଂକାର ବେଶିଦିନ ରହିବନାହିଁ। ଆଜି କଂଗ୍ରେସ ଦଳ ସାରା ରାଜ୍ୟରେ ପ୍ରତ୍ୟେକ ବ୍ଲକ, ମ୍ୟୁନିସିପାଲିଟି ଓ ଏନଏସିରେ ସଂକୀର୍ତନ ସତ୍ୟାଗ୍ରହ କରାଯାଇଛି। ଯଦି ରାଜ୍ୟ ସରକାର ଆମର ଦାବିକୁ ତୁରନ୍ତ ଗ୍ରହଣନକରନ୍ତି ତାହାହେଲେ ଆସନ୍ତା ଦିନରେ କଂଗ୍ରେସ ରାଜ୍ୟର ଜଗନ୍ନାଥ ପ୍ରେମୀ, ଭକ୍ତ ଓ ଜନସାଧାରଣଙ୍କ ପାଇଁ କୋଠର ପଦକ୍ଷେପ ନେବ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ତାରା ପ୍ରସାଦ ବାହିନୀପତି ଏବଂ ଭୁବନେଶ୍ୱର ଜିଲ୍ଲା ପ୍ରଭାରୀ ଶ୍ରୀମତୀ ପ୍ରତିମା ମଲ୍ଲିକଙ୍କ ସମେତ ଜାନକୀ ବଲ୍ଲଭ ପଟ୍ଟନାୟକ, ମନୋରଞ୍ଜନ ଦାଶ, ରଜନୀ ମହାନ୍ତି, ସୁବ୍ରତ ମହାପାତ୍ର, ଅଶୋକ ଦାସ, ରଜତ ଚୌଧୁରୀ, ମୋହନ ଜେନା, ପ୍ରଶାନ୍ତ ଚମ୍ପତି, ଗିତାଞ୍ଜଳି ମହାନ୍ତି, ପ୍ରଣତି ମିଶ୍ର, ଶୁଭଦ୍ରା ମିଶ୍ର, ରଶ୍ମି ମହାପାତ୍ର, ଅକ୍ଷୟ କୁମାର ଦାସ, ତରୁଣ ମିଶ୍ର, ଶ୍ରୀନିବାସ ରାଉତରାୟ, ଯୋଗୀନାଥ ବାହୁବଳେନ୍ଦ୍ର,

ସେହିପରି ଦେଓ ପ୍ରସାଦ, ଆତ୍ମାରାମ ପତି, ରଣଜିତ ପାତ୍ର, ଦେବରାଜ ମିଶ୍ର, ଜୟକୃଷ୍ଣ ସୁବୁଦ୍ଧି, ପ୍ରଶନ୍ନ ନାୟକ, ମିହିର ଆଚାର୍ଯ୍ୟ, ଦୀପକ କୁମାର ମହାପାତ୍ର, ପ୍ରଭାତ ପ୍ରତାପ ସିଂ, ଜ୍ୟୋତିଷ ସାହୁ, ସୌମେନ୍ଦ୍ର ମହାନ୍ତି, କୃଷ୍ଣଚନ୍ଦ୍ର ପତି, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଅଜୟ ସାହୁ, ନକୁଳ ନାୟକ, ମନୋରଞ୍ଜନ ରାଉତରାୟ, ରାଜକିଶୋର ବାରିକ, ମଂଟୁ ମଲ୍ଲିକ, ଜୟଶ୍ରୀ ପାତ୍ର, ସିଲି ସେଠୀ, ମଧୁସ୍ମିତା ଅଚାର୍ଯ୍ୟ, ପ୍ରଭାବତି ପଟ୍ଟନାୟକ, ପୁଷ୍ପିତା ଦାସ, ଭାଗ୍ୟଶ୍ରୀ ଜେନା ଥିଲେ।

ଅନ୍ୟପକ୍ଷରେ ରିନା ସାହୁ, କୁସୁମ ପ୍ରଧାନ, ମନୋଜ ସାହୁ, ଜୟନ୍ତ ଦାସ, ନରୋତମ ନାୟକ, ପୂର୍ଣ୍ଣ ସାହୁ, ସଂକୁନା କହଁର, ସେକ ତାକ୍‌ୱିମ, ଦେବେନ୍ଦ୍ର ଦାସ, ମୁନାଚାନ୍ଦ ନାୟକ, ଏମଡି ଶାହାଦୁଲ୍ଲା, ଖଗେଶ୍ୱର ମଲ୍ଲିକ, ସ୍ପନ୍ଦନ କୁମାର ସ୍ୱାଇଁ ପ୍ରମୁଖ ବହୁ ଜିଲ୍ଲା କଂଗ୍ରେସର ନେତୃବୃନ୍ଦ ଓ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ସହ ବିଭିନ୍ନ ଦାବୀ ନେଇ ଓଡ଼ିଶା କଂଗ୍ରେସର ପୁରୀରେ ଜନ ସମାବେଶ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ପୁରୀଠାରେ ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିରର ଚାରିଦ୍ୱାର ଖୋଲିବା, ରତ୍ନ ଭଣ୍ଡାରରେ ଥିବା ଶ୍ରୀ ଜୀଉ ମାନଙ୍କର ମୂଲ୍ୟବାନ ରତ୍ନ ଅଳଙ୍କାରର ଗଣତି, ମଣତି ଓ ମରାମତି, ବେଦାନ୍ତ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ଜମି ଫେରାଇବା ଏବଂ ପୁରୀ ବାସିନ୍ଦାଙ୍କ ଜମିର ସ୍ଥାୟୀ ସମାଧାନ ଦାବିରେ ଏକ ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି।

ଏହି ଉପଲକ୍ଷେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ସମାବେଶରେ ହଜାର ହଜାର କଂଗ୍ରେସ ନେତୃବୃନ୍ଦ, କର୍ମୀ ପୁରୀ ଶରଧାବାଲିଠାରେ ଏକତ୍ରିତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଜନସମାବେଶକୁ ଉଦ୍‌ବୋଧନ ଦେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଲେ ଯେ ପ୍ରତିଦିନ ଜଗନ୍ନାଥ ମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ଓଡ଼ିଶା ଏବଂ ଓଡ଼ିଶା ବାହାରୁ ଜୀଉ ମାନଙ୍କର ଦର୍ଶନ ଉଦ୍ଦେଶ୍ୟରେ ଆସିଥାନ୍ତି।

ହେଲେ ମନ୍ଦିର ଭିତରକୁ ଗୋଟିଏ ଦ୍ୱାର ଦେଇ ଯିବାର ବ୍ୟବସ୍ଥା ଥିବାରୁ ଭକ୍ତମାନେ ଘଂଟା ଘଂଟା ଧରି ଅପେକ୍ଷା କରିବାକୁ ବାଧ୍ୟ ହୁଅନ୍ତି। ହଜାର ହଜାର ଶ୍ରଦ୍ଧାଳୁ, ଦର୍ଶନାର୍ôଥ ଦର୍ଶନ ନିମନ୍ତେ ଘଂଟା ଘଂଟା ଖରା ବର୍ଷାରେ ଧାଡ଼ିରେ ଛିଡ଼ା ହୋଇ ଯନ୍ତ୍ରଣା ଭୋଗ କରୁଛନ୍ତି। ଅନେକ ତୀର୍ଥଯାତ୍ରୀ, ଦର୍ଶନାର୍ଥିମାନେ ଦୀର୍ଘ ସମୟ ଧାଡ଼ିରେ ଛିଡ଼ା ହୋଇଥିôବା ବେଳେ ଚେତାଶୂନ୍ୟ ହୋଇପଡ଼ୁଛନ୍ତି। ମୃତ୍ୟୁବରଣ କରୁଥିବାର ନଜିର ମଧ୍ୟ ରହିଛି। ଶିଶୁ ଓ ବୃଦ୍ଧଙ୍କ କଥା କହିଲେ ନ ସରେ।

ଶ୍ରୀମନ୍ଦିର ପ୍ରକଳ୍ପର କାର୍ଯ୍ୟ ଚାଲୁଥିବା ଦର୍ଶାଇ ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ଏଥିନିମନ୍ତେ ଉଦାସିନ ରହୁଛନ୍ତି। ମାତ୍ର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏହି ଦ୍ୱାରଗୁଡିକ ନିକଟରେ ଚାଲୁନାହିଁ। ପବିତ୍ର କାର୍ତିକ ମାସ ଆସୁଥିବାରୁ ଭକ୍ତ ମାନଙ୍କର ସଂଖ୍ୟା ବୃଦ୍ଧି ପାଇବ। ଏଣୁ ରାଜ୍ୟ ସରକାର ଭକ୍ତମାନଙ୍କ ପାଇଁ ତୁରନ୍ତ ଶ୍ରୀ ମନ୍ଦିରର ଚାରି ଦ୍ୱାର ଖୋଲିବାକୁ ଶ୍ରୀ ପଟ୍ଟନାୟକ ଦାବି କରିଥିଲେ।

ସେହିଭଳି ଦୀର୍ଘଦିନ ଧରି ରତ୍ନଭଣ୍ଡାର ଚାବି ହଜିବା ବାହାନାରେ ଆଜିପର୍ଯ୍ୟନ୍ତ ଭିତର ରତ୍ନଭଣ୍ଡାର ଖୋଲାଯାଉ ନାହିଁ। ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶ ସତ୍ୱେ ଏବଂ ଭକ୍ତମାନଙ୍କର ଭାବାବେଗକୁ ବେଖାତିର କରି ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲୁନଥିବା ଘୋର ପରିତାପର ବିଷୟ। ଫଳରେ ସଙ୍କଟାପନ୍ନ ଅବସ୍ଥାରେ ଥିବା ରତ୍ନଭଣ୍ଡାରର ଗଣତି, ମଣତି ଓ ମରାମତି ହୋଇପାରୁନାହିଁ।

ଅନ୍ୟପକ୍ଷରେ ରତ୍ନ ଭଣ୍ଡାରର କାନ୍ଥ ଓ ଛାତରୁ ପାଣି ଝରୁଥିବାର କେବଳ ଅଭିଯୋଗ ହେଉନାହିଁ, ଭାରତୀୟ ପ୍ରତ୍ନତାତ୍ୱିକ ସର୍ବକ୍ଷେଣ ସଂସ୍ଥା ମଧ୍ୟ ମତ ଦେଇଛନ୍ତି। ତୁରନ୍ତ ରତ୍ନଭଣ୍ଡାର ଖୋଲିବା ସହିତ ଏହାର ଗଣତି, ମଣତି ଓ ମରାମତି କରାଯିବା ପାଇଁ ଶ୍ରୀ ପଟ୍ଟନାୟକ ଦାବି କରିଥିଲେ।

ପୁରୀରେ ବସବାସ କରୁଥିବା ପ୍ରାୟ ୮୦ ହଜାର ପରିବାରଙ୍କର ଭୂ ସମ୍ପତିର ମାଲିକାନା ସତ୍ୱ ଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଅଛି। ସେମାନେ ଏହି ସମ୍ପତିକୁ ବିଭିନ୍ନ ମଠମାନଙ୍କ ଠାରୁ ତତ୍‌କାଳୀନ ଆଇନ ଅନୁଯାୟୀ କିଣିଥିଲେ । ମାତ୍ର ଏବେବି ସେହି ସମ୍ପତି ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ମହାପ୍ରଭୁ ଜଗନ୍ନାଥଙ୍କ ନାମରେ ଅଛି। ସରକାର ପନୁଃରାୟ ଏହି ସତ୍ୱକୁ ସେହି ପରିବାରମାନଙ୍କୁ ଦେବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।

ପୁରୀରେ ଭୂମିହିନ ଓ ବାସହିନ ସେବାୟତଙ୍କୁ ସରକାର ଆଜି ପର୍ଯ୍ୟନ୍ତ ଘର ଖଣ୍ଡେ ଯୋଗାଇ ଦେବାପାଇଁ ଘର ଖଣ୍ଡେ ଯୋଗାଇଦେଲେ ନାହିଁ। କିନ୍ତୁ ପୁରୀରେ ବିଭିନ୍ନ ବଡ଼ ବଡ଼ କମ୍ପାନୀଙ୍କୁ ଶହ ଶହ ଏକର ଯୋଗାଇଦେଲେ। ଏହି ଭୂମିହୀନ ସେବାୟତଙ୍କୁ ଘର କରିବା ପାଇଁ ଆବଶ୍ୟକ ଜମି ଓ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି । ସରକାରଙ୍କ ପକ୍ଷରୁ ଉଚ୍ଛେଦ କରାଯାଇଥିବା ମଠ ଆଉ ମନ୍ଦିର ଓ ଐତିହ୍ୟମାନଙ୍କର ଯଥାଶୀଘ୍ର ଯଥୋଚିତ ପୁନଃସ୍ଥାପନ କରାଯାଉ।

ସାରା ଭାରତ ବର୍ଷରେ ବେଦାନ୍ତ ଗୋଟିଏ ବି ବିଦ୍ୟାଳୟ ଖୋଲିନଥିବା ବେଳେ ରାଜ୍ୟ ବିଜେଡ଼ି ସରକାର ହଜର ହଜାର ଏକକରୁ ଅଧି ଜମି ଏପରିକି ଚାଷୀମାନଙ୍କର ଚାଷ ଜମିକୁ ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଅନିମିତ ଭାବେ ଅଧିଗ୍ରହଣ କରିଥିଲେ । ନଦୀନାଳ, ଜଙ୍ଗଲ ଏପରିକି ଗୋଚର ଓ ଶ୍ମସାନ ଜମିକୁ ଛାଡ଼ିନଥିଲେ। ସୁପ୍ରିମ୍‌କୋର୍ଟ ଏହି ଅଧିଗ୍ରହଣ ବେଆଇନ ବୋଲି ଦର୍ଶାଇଛନ୍ତି।

ରାଜ୍ୟ ସରକାର ୨୨ ମୌଜାର ନିରୀହ ଚାଷିମାନଙ୍କର ଚାଷ ଜମି ତୁରନ୍ତ ଫେରାଇ ଦିଅନ୍ତୁ। ସର୍ବୋଚ୍ଚ ନ୍ୟାୟାଳୟ ବିଜେପି ଓ ବିଜେଡ଼ି ସରକାରଙ୍କୁ ଏହି ରାୟରେ ତୀବ୍ର ଭର୍ତ୍ସନା କରିବା ସହ ଅନୀଲ ଅଗ୍ରୱାଲ ଫାଉଣ୍ଡେସନକୁ ଜୋରିମନା ରାଶି ପୈଠ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଜମିର ମାଲିକାନା ମୂଳସ୍ଥିତିବାନ ଚାଷୀମାନଙ୍କୁ ପ୍ରଦାନ କରିବା ପାଇଁ ସରକାର ଆର୍ଥିକ ଭାର ବହନ କରିବା ସହ ବିହିତ ବ୍ୟବସ୍ଥା କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ଦାବି କରୁଛି। ଏହି ଅବସରରେ ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି ସରକାର କାର୍ତିକ ମାସ ପୂର୍ବରୁ ଏହି ଉପରୋକ୍ତ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆନ୍ଦୋଳନ ତୀବ୍ରତର ଏବଂ ବ୍ୟାପକ ହେବ।

ହଜାର ହଜାର କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ସାଧାରଣ ଜନତା ଶରଧା ବାଲି ଠାରୁ ବିଶାଳ ଶୋଭାଯାତ୍ରାରେ ଶ୍ରୀ ମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ ଏବଂ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ୨୦ ଜଣିଆ କଂଗ୍ରେସ ପ୍ରତିନିଧି ଦଳ ଉପରୋକ୍ତ ଦାବିରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଅଧିକାରୀଙ୍କୁ ପ୍ରଦାନ କରିଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନିପତି, ଶରତ ରାଉତ, ବିଜୟ ପଟ୍ଟନାୟକ, ଶିବାନନ୍ଦ ରାୟ, ରାମଚନ୍ଦ୍ର ଖୁଂଟିଆ, ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ଜୟ ନାରାୟଣ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ପ୍ରମୁଖ ହଜାର ହଜାର କଂଗ୍ରେସ କର୍ମୀ ଏହି ସମାବେଶରେ ଅଂଶଗ୍ରହଣ କରିଥିଲ ।

Categories
ଆଞ୍ଚଳିକ

ରଣପୁର ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଘରେ ଘରେ ହାତ କାର୍ଯ୍ୟକ୍ରମ

ରଣପୁର: ରଣପୁର ବ୍ଲକ କଂଗ୍ରେସ ପକ୍ଷରୁ ପ୍ରଦେଶ କଂଗ୍ରେସ ଓଡିଶା ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଆଜି ପ୍ରଦେଶ କଂଗ୍ରେସ କମିଟି ସଭ୍ୟ ତଥା ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଜାତୀୟ ସଂଗଠନ ସମ୍ପାଦକ ସତ୍ୟବ୍ରତ ନାୟକ ନେତୃତ୍ୱରେ ପଦଯାତ୍ରା ଆରମ୍ଭ ହୋଇଥିଲା। ଏହି ପଦଯାତ୍ରାରେ ସତ୍ୟବ୍ରତ ନାୟକ ଓଡିଶାବିଜେଡି ଓ ବଜେପି ସରକାରଙ୍କର ପ୍ରତିଶୃତି ଓ ପ୍ରତାରଣର ଶିକାର ହୋଇଥିବା ମତ ଦେଇ ଥିଲେ। କୃଷକ, ବେକାରୀ ଯୁବକଯୁବତୀଙ୍କୁ ବର୍ଷକୁ ୨ ଲକ୍ଷ ନିଯୁକ୍ତି, ରାଜ୍ୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ବ୍ୟବସ୍ଥା, ବସ୍ତି ବାସିନ୍ଦା ଗରିବ ଭୂମିହୀନଙ୍କୁ ଦେଇଥିବା ପ୍ରତିଶ୍ରୁତି, ବିଜେଡ଼ି ସରକାରର ୨୩ ବର୍ଷର ଚିଠି ଫଣ୍ଡ, ଖଣି, ଡାଲି ଭଳି ମହାଦୁର୍ନୀତି କରିଛନ୍ତି ବୋଲି ମତଦେଇ ଛନ୍ତି।

କେନ୍ଦ୍ରର ବିଜେପି ସରକାରଙ୍କ ବର୍ଷକୁ ୨ କୋଟି ନିଯୁକ୍ତିର ପ୍ରତିଶୃତି, ସ୍ୱିଚ ବ୍ୟାଙ୍କରେ ଥିବା କଳାଧନ ଫେରସ୍ତ,ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ, ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲର ଆକାଶ ଛୁଆଁ ଦରଦାମ ସହିତ, ଖାଇଵା ତେଲ, ଡାଲି, ଚୁଡା ଗୁଡ ଉପରେ ଜି ଏସ ଟି ଲାଗୁ ଯୋଗୁଁ ଦରଦାମ ହୁ ହୁ ହୋଇ ବଢିବା ଦ୍ୱାରା ନିମ୍ନମଧ୍ୟବିତ୍ତ ଓ ମଧ୍ୟବିତ ପରିବାର ହନ୍ତସନ୍ତ ହଉଛନ୍ତି। ଜି ଏସ ଟି ଯୋଗୁଁ ଭାରତ ବର୍ଷର ବହୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବନ୍ଦ ହୋଇ ଯାଇଅଛି। ବରିଷ୍ଠ ନାଗରିକଙ୍କ ଟ୍ରେନ ଯାତ୍ରା କରିବା ନିମନ୍ତେ ସୁବିଧା ସୁଯୋଗକୁ ବନ୍ଦ କରିଦିଆ ଗଲା। ଏହି ସବୁ ସମସ୍ୟା ନେଇ କଂଗ୍ରେସ କର୍ମୀ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦସାହି ସାହି ଘର ଘର ବୁଲି ପ୍ରଚାରପତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରାଇଥିଲେ। ବିଜେଡି ଓ ବିଜେପିର ପ୍ରତିଶୃତି ଓଡ଼ିଶାର ଦୁର୍ନୀତି ସ୍ଲୋଗାନ ଏବଂ ପ୍ରଗତିର ସଂକଳ୍ପ ରାଜ୍ୟରେ କଂଗ୍ରେସ ହିଁ ବିକଳ୍ପ ସ୍ଲୋଗାନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବାଳକୃଷ୍ଣ ଷଡ଼ଙ୍ଗୀ, ମୀର ଅବୁବକର ସିଦ୍ଧିକ,ପ୍ରତିମାଜେନା, ପ୍ରକାଶ ଚନ୍ଦ୍ର ନାୟକ,ସୁଦର୍ଶନ ପ୍ରଧାନ ଶରତ ମହାପାତ୍ର, ନବ ସାଠୁଆ ସୁଧାକର ପାଇକରା, ଦିଲ୍ଲୀପ ସେନାପତି, ସୁରେଶ ମହାରଣା, ଶିଶିର ଭଞ୍ଜ, ମିଟୁ ପ୍ରଧାନ, ହୃଦାନନ୍ଦ କାଣ୍ଡି, ବୁଲୁ ନାୟକ, ଦିଲୀପ ମାଲିକ, ଜିତେନ୍ଦ୍ର ରଣସିଂହ, ଅଖିଳ ପ୍ରଧାନ, ପ୍ରମୁଖ ଶତାଧିକ କଂଗ୍ରେସକର୍ମୀ ବିଭିନ୍ନ ସ୍ଲୋଗାନ ଦେଇ ରଣପୁର ଘର ଘର ବୁଲିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ବଳବାନ ହେଉଛି କଂଗ୍ରେସ, ମାଲକାନାଗିରିରେ ମୂଳନିବାସୀ ଜନଜାଗରଣ ସମାବେଶ

ଭୁବନେଶ୍ୱର : ଗତକାଲି ପ୍ରଦେଶ କଂଗ୍ରେସ ତରଫରୁ ମାଲକାନାଗିରିର ଦଣ୍ଡକାରଣ୍ୟ ପଡ଼ିଆରେ କଂଗ୍ରେସ ମୂଳନିବାସୀ ଜନଜାଗରଣ ସମାବେଶ ଆୟୋଜିତ ହୋଇଯାଇଛି। ଏହି ଆୟୋଜନ କଂଗ୍ରେସର ପ୍ରଥମ ଏକ ବଡ ଆୟୋଜନ। କାରଣ ଶରତ ପଟ୍ଟନାୟକ ସଭାପତି ହେବାପରେ ତାଙ୍କ ନେତୃତ୍ବରେ କଂଗ୍ରେସ ପଦଯାତ୍ରା କରାଯାଇଥିଲା। ଏହାପରେ ମାଲକାନାଗିରିର ଏହି ସମାବେଶ ଏକ ବଡ ସମାବେଶ।

ଏହି ସମାବେଶ ପୂର୍ବରୁ ପ୍ରଥମେ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ବିଶାଳ ରାଲି ଜୟପୁର ସହର ପରିକ୍ରମ କରିଥିଲା। ମାଥିଲି ଥାନା ଠାରେ ଅବସ୍ଥିତ ସହୀସ ସ୍ମୃତି ସ୍ତମ୍ବରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ମାଲ୍ୟାର୍ପଣ କରାଯାଇଥିଲା। ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ମାଲକାନାଗିରି ସହର ପରିକ୍ରମା କରି ଦଣ୍ଡକାରଣ୍ୟ ପଡ଼ିଆଠାର ଆୟୋଜିତ “ମୁଳନିବାସୀ ଜାଗରଣ ସମାବେଶ”ରେ ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରି ଅଖିଳ ଭାରତ କଂଗ୍ରେସ କମିଟିର ଓଡ଼ିଶା ପ୍ରଭାରୀ ତଥା ସାଂସଦ ଡା. ଏ.ଚେଲ୍ଲା କୁମାର କହିଥିଲେ ଯେ ମାଲକାନଗିରି ଜିଲ୍ଲା ନୀତିଆୟୋଗଙ୍କ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ସବୁଠାରୁ ଗରିବ ଜିଲ୍ଲା। ଯେଉଁଠାରେ ଶିକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ଥା ଅତ୍ୟନ୍ତ ବିପର୍ଯ୍ୟସ୍ତ। ମାଲକାନଗିରି ଜିଲ୍ଲାରେ ମଞ୍ଜୁରୀ ପ୍ରାପ୍ତ ୧୯୭ ଟି ଡାକ୍ତର ପଦବୀରୁ ୮୮ ଟି ଖାଲି ପଡ଼ିଛି। ସ୍ୱାସ୍ଥ୍ୟସେବାରେ ଭିତିଭୂମିର ଘୋର ଅଭାବ।

ଏହି ସମାବେଶରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଥିଲେ ଯେ, ୨୦୨୪ ବର୍ଷ ଓଡ଼ିଶାର କଂଗ୍ରେସର ବର୍ଷ ହେବ। ଉଭୟ ନବୀନ ଓ ମୋଦୀ ସରକାର ଫମ୍ପା ପ୍ରତିଶ୍ରୁତିକୁ ଲୋକେ ବୁଝିସାରିଲେଣି। ମାଲ୍‌କାନାଗିରି ଜିଲ୍ଲାରେ ଯାହାବି ବିକାଶ ହୋଇଛି ତାହା କଂଗ୍ରେସ ଅମଳରେ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ କଂଗ୍ରେସ କମିଟିର ଅନସୂୁଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ ବିଭାଗର କୋଅଡ଼ିନେଟର ଶ୍ରୀ କେ. ରାଜୁ ଯୋଗ ଦେଇ କହିଥିଲେ ଯେ, ଓଡ଼ିଶାରେ ଓବିସି କମିଶନଙ୍କ ରିପୋର୍ଟ ସନ୍ତୋଷ ଜନକ ନୁହେଁ, ଏହା ତରବରିଆ କରାଯାଇଛି। ଘର ଘର ବୁଲି ଏହି ରିପୋର୍ଟ ପ୍ରସ୍ତୁତ କରିବା ଉଚିତ୍ ଥିଲା। ବିଭିନ୍ନ ରାଜ୍ୟରେ ସରକାରୀ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଉଥିଲାବେଳେ ଓଡ଼ିଶାରେ ତାହାକୁ ୧୧.୫ ପ୍ରତିଶ୍ରୁୂତି ସଂରକ୍ଷଣ ଦେବା ଦୁର୍ଭାଗ୍ୟଜନକ।

ଏହି କାର୍ଯ୍ୟକ୍ରମରେ ଛତିଶଗଡ଼ ମନ୍ତ୍ରୀ କାବାଶି ଲଛମା, ଏ.ଆଇ.ସି.ସି ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ରାଜେଶ୍ ଲିଲୁଟିଆ ଓ ଜନଜାତି ବିଭାଗ ଅଧ୍ୟକ୍ଷ ଶିବାଜୀ ରାଓ ମୁଘେ,ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ।, ବିଧାୟକ ତାରା ପ୍ରସାଦ ବାହିନପତି, ଡଃ ଦେବାଶିଷ ପଟ୍ଟନାୟକ, ରମେଶ ଜେନା, ମୀନାକ୍ଷି ବାହିନପତି, ଦାସରଥି ଗମାଙ୍ଗୋ ଯୋଗ ଦେଇଥିଲେ।

ସେହିପରି ଭୂଜବଳ ମାଝୀ, ବାଙ୍କନିଧି ବେହେରା, ନିମେଇ ସରକାର, ପ୍ରକାଶ ମିଶ୍ର, ତରୁଣ ମିଶ୍ର, ଟୁନା ମହାପାତ୍ର, ମାନସ ମଲ୍ଲୀକ, ପ୍ରଦୀପ ମହାପାତ୍ର, ମିହିର ଆଚାର୍ଯ୍ୟ, ରତ୍ନମଣି ଉଲ୍ଲାକା, ବିଜୟାନନ୍ଦ ଚାଉଳୀଆ, ମାଲ୍ଲାମାଡ଼ି, ପର୍ଶୁରାମ ଭକ୍ତ, ଜି. ଶ୍ରୀନିବାସ ରାଓ, ଇସା ଖୋସଲା, ସନ୍ତୋଷ ପଟ୍ଟନାୟକ ଓ ମନୋଜ ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଗୋବିନ୍ଦ ପାତ୍ର ସଭାପତିତ୍ୱ କରିବା ସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

୯ ଦଫା ଦାବି ନେଇ ଚିଲିକା ଓ ବାଣପୁର ବ୍ଲକ ଘେରାଉ କଲା କଂଗ୍ରେସ

ସୀତାରାମ ଅଗ୍ରୱାଲ

ଚିଲିକା: ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ସାରା ରାଜ୍ୟରେ ୯ ଦଫା ଦାବି ନେଇ ୩୧୪ ଟି ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି।ଉକ୍ତ ଦାବିପତ୍ରକୁ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି।

ଏହିପରିପ୍ରେକ୍ଷୀରେ ଚିଲିକା ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ତଥା ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ପ୍ରଦୀପ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଆଜି ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ ଷଡଙ୍ଗୀ, ଜିଲ୍ଲା ସମ୍ପାଦକ ଉଗ୍ରସେନ ବିଶ୍ୱାଳ, ଚିଲିକା ବ୍ଲକ ସଭାପତି ବିଜୟ ରଥ, ବାଣପୁର ବ୍ଲକ ସଭାପତି ଅକ୍ଷୟ ମହାପାତ୍ରଙ୍କ ସମେତ ଶତାଧିକ କର୍ମୀ ଚିଲିକା ଓ ବାଣପୁର ବ୍ଲକ ଘେରାଉ କରିବାସହ ୯ ଦଫା ଦାବି ସମ୍ବଳିତ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉଭୟ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା।

ଉକ୍ତ ଦାବୀଗୁଡିକ ମଧ୍ୟରେ ପିସି କାରବାର, ନାରୀ ନିର୍ଯ୍ୟାତନା, ଚାଷୀ ମାନଙ୍କୁ କଟନୀ ଛଟନୀ, ଟାଟା କମ୍ପାନୀର ବିଦ୍ୟୁତ ବିତରଣରେ ଖାଉଟି ମାରଣା ନୀତି ବନ୍ଦ କରିବା ସହ ଖାଲି ପଡିଥିବା ସରକାରୀ ପଦବୀ ପୂରଣ, ପେଟ୍ରୋଲ, ଡିଜେଲ, ଗ୍ୟାସ ଦର ବୃଦ୍ଧି ହ୍ରାସ, ସରକାରୀ ଯୋଜନାରେ ଯୋଗ୍ୟ ବିବେଚିତ ଚୟନ ଆଦି ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏ ଲଢେଇ ଜାରି ରହିବା ନେଇ ଶ୍ରୀ ସ୍ୱାଇଁ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଗଣତନ୍ତ୍ରକୁ ବିଜେଡ଼ି ଅପହରଣ କରିଛି: ପ୍ରଦେଶ କଂଗ୍ରେସ ସଭାପତି

ଭୁବନେଶ୍ୱର: ହୋଟେଲ ମେଫେୟାର କନଭେନସନ ହଲରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଲେ ଯେ ରାଜ୍ୟରେ ବିଜୁ ଜନତା ଦଳ ଗଣତନ୍ତ୍ରକୁ ଅପହରଣ କରିଦେଇଛି। ଏହି ଅପହରଣକାରୀଙ୍କୁ ବିଜେପି ପ୍ରଚ୍ଛନ ସହାୟତା ପ୍ରଦାନ କରିଚାଲିଛି।

ଶ୍ରୀ ପଟ୍ଟନାୟକ ଅତି କ୍ଷୋଭର ସହ କହିଛନ୍ତି ରାଜ୍ୟବାସୀ ଗଣତନ୍ତ୍ରକୁ ସମ୍ମାନ ଜଣାଇ ଲୋକପ୍ରତିନିଧି ବାଛିଥିଲେ କିନ୍ତୁ ଜନତା ଜନାର୍ଦ୍ଦନଙ୍କର ଅଧିକାରକୁ ସମ୍ମାନ ଦେବା ପରିବର୍ତେ ଗଣତନ୍ତ୍ରର ମୁଖା ପିନ୍ଧି ବିଜୁ ଜନତା ଦଳ ସରକାର ମୁଖ୍ୟମନ୍ତ୍ରୀଙ୍କର ଜଣେ ବ୍ୟକ୍ତିଗତ ସଚିବକୁ ରାଜ୍ୟର ସମସ୍ତ ଶାସନଭାର ଟେକିଦେଇଛନ୍ତି। ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀମାନଙ୍କର ଗଣତାନ୍ତ୍ରିକ ଅଧିକାର ଏବଂ ଦାୟୀତ୍ୱ ରାଜ୍ୟର ଜନସାଧାରଣଙ୍କୁ ଲୋଟିବା ଏବା ତାଙ୍କର ଅଭାବ ଅସୁବିଧାକୁ ଦୂର କରିବାକୁ ଶାସନ ବ୍ୟବସ୍ଥାର ନିଷ୍ପତି ନେବା, କିନ୍ତୁ ଦୁର୍ଭଗ୍ୟର ବିଡ଼ମ୍ବନା ଏ ରାଜ୍ୟର ଜଣେ ବେତନଭୋଗୀ ସରକାରୀ ଅଧିକାରୀ ଏ ସରକାରର ଅପାରଗତା ଯୋଗୁଁ ସର୍ବମୟ କର୍ତା ବୋଲି ଓଡ଼ିଶାର ଜନସାଧାରଣଙ୍କ ଆଗରେ ପ୍ରତିପାଦିତ କରିଛି। କଂଗ୍ରେସ ଦଳ ଏକଛତ୍ରବାଦୀ ଓ ଗଣତନ୍ତ୍ରକୁ ଅସମ୍ମାନ କରୁଥିବା ସରକାର ବିରୁଦ୍ଧରେ ଜନସାଧାରଣଙ୍କୁ ସଚେତନ କରାଇବା ସହିତ ସାରା ରାଜ୍ୟରେ ଜନ ଆନ୍ଦୋଳନ ସୃଷ୍ଟି କରାଯିବ।

ଦୀର୍ଘ ୨୩ ବର୍ଷର ସରକାର ରାଜ୍ୟର କୃଷକ, ଶ୍ରମିକ, ଛାତ୍ର, ଯୁବ ଓ ମହିଳା ମାନଙ୍କ ମୌଳିକ ଆବଶ୍ୟକତାକୁ ପୁରଣ କରିପାରିନାହାନ୍ତି। ରାଜ୍ୟ ହୁ ହୁ ବେକାରୀ ବୃଦ୍ଧି, କୃଷକ ଆତ୍ମହତ୍ୟା, ଉତ୍ପାଦିତ ଦ୍ରବ୍ୟର ଅଭାବି ବିକ୍ରି, ମହିଳା ଉତପିଡ଼ନ ଓ ଅତ୍ୟାଚାର ବୃଦ୍ଧି ସହିତ ଧର୍ତବ୍ୟ ଅପରାଧର ବହୁ ବୃଦ୍ଧି ଘଟିଛି । କିନ୍ତୁ ଏ ସରକାର ନଂ୧ ସରକାରର ଡିମଡିମ ପିଟୁଛି।

ଡା. ଏ. ଚେଲ୍ଲା କୁମାର, ସାଂସଦ, ଓଡ଼ିଶା କଂଗ୍ରେସ ପ୍ରଭାରୀ ସାମ୍ବାଦିକ ମାନଙ୍କୁ ସମ୍ବୋଧନ କରି କହିଲେ ଯେ, ସାରା ଭାରତବର୍ଷରେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ନିର୍ବାଚିତ ସରକାର ଗୋଟେ ପ୍ରଶାସନିକ ଅଧିକାରୀ ହାତରେ ସମସ୍ତ କ୍ଷମତା ହସ୍ତାନ୍ତର କରିଦେଇଛନ୍ତି। ଯେଉଁ କାର୍ଯ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମଣ୍ଡଳର ବରିଷ୍ଠ ମନ୍ତ୍ରୀମାନେ କରିବାକଥା ତାହା ଏହି ପ୍ରଶାସନିକ ଅଧିକାରୀ ଜଣଙ୍କ କରୁଛନ୍ତି। ଏହା ଗଣତନ୍ତ୍ର ପ୍ରତି ଘୋର ଅପମାନ।

ଲୋକମାନଙ୍କ ଦ୍ୱାରା ନିର୍ବାଚିତ ବିଧାୟକ ସାଂସଦ ଏବଂ ମନ୍ତ୍ରୀମାନେ ତିନି ମାଙ୍କଡ଼ ଭଳି ଆଚଦ ପ୍ରଦର୍ଶନ କରୁଛନ୍ତି। ଏମାନେ କେହି କିଛି ଦେଖୁନାହାନ୍ତି, ଶୁଣୁନାହାନ୍ତି କି କହୁନାହାନ୍ତି। ରାଜ୍ୟ କଂଗ୍ରେସ ଖୋଦ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ପତ୍ର ପଠାଇଛନ୍ତି। ଯେଉଁଥିରେ ନିର୍ବାଚିତ ପ୍ରତିନିଧିଙ୍କର ଦାୟିତ୍ୱ, ଗଣତନ୍ତ୍ରକୁ ରକ୍ଷା କରିବା ଓ ସାମ୍ବାଦିକ ବିଧିବ୍ୟବସ୍ଥାକୁ ସମ୍ମାନ ଜଣାଇବାକୁ ଉଲ୍ଲେଖ ଅଛି। ପ୍ରକାଶ ଥାଉକି ଏହି ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟକଳାପକୁ ଏବଂ ଗଣତନ୍ତ୍ରକୁ ହତ୍ୟା କରାଯାଉଥିବା ନେଇ ବହୁ ଚିଠି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସ୍ପିଡିପୋଷ୍ଟ ପଠାଇବାର ସମସ୍ତ ରସିଦ ଉପସ୍ଥାପନ କଲେ।

ଆଶା କରାଯାଉଛି ୨୦୨୪ ରେ ଓଡ଼ିଶାର ଜନସାଧାରଣଙ୍କୁ ବିଜୁ ଜନତା ଦଳ ଓ ବିଜେପିକୁ ଉପଯୁକ୍ତ ଶିକ୍ଷା ଦେବେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ଗଣମାଧ୍ୟମର ଅଧ୍ୟକ୍ଷ ଗଣେଶ୍ୱର ବେହେରା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଦ୍ୟୁତ କାଟ ବିରୋଧରେ ଗ୍ରୀଡକୋ ଅଫିସ ଘେରାଉ କରିବ କଂଗ୍ରେସ

ଭୁବନେଶ୍ୱର: ବାରମ୍ବାର ବାରମ୍ବାର ବିଦ୍ୟୁତ କାଟ ଏବଂ ଅହେତୁକ ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୧୯ ଜୁନରେ ପ୍ରଦେଶ କଂଗ୍ରେସର ରାଜ୍ୟ ଗ୍ରିଡ଼କୋ ଅଫିସ ସମ୍ମୁଖରେ ବିକ୍ଷୋଭ କରିବ। ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ପ୍ରଦେଶ ସଭାପତି ଶରତ ପଟ୍ଟନାୟକ।

ଦଳ କହିଛି ଯେ, ସାମାନ୍ୟ ଟିକେ ଖରାଦିନିଆ ମେଘ ପବନ ହେଲେ ରାଜଧାନୀରେ ୬ ଘଣ୍ଟାରୁ ୮ ଘଂଟା ଅନ୍ଧାରରେ ରହୁଛି । ରାଜ୍ୟ ସରକାର ବିଦ୍ୟୁତ ଭିତ୍ତିଭୂମି ପାଇଁ ୨୦୦୦ କୋଟି ଟଙ୍କା ଦେଇଥିଲେ। ତାହା କେଉଁଥିରେ ଖର୍ଚ୍ଚ କରାଗଲା ନା ହାତ ଚିକ୍କଣ କରାଗଲା ବୋଲି ସେ କଟୁ ସମାଲୋଚନା କରିଛନ୍ତି ସଭାପତି।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି ଓ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସ ନେତା ଅଶୋକ ସାମଲଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ

ଭୁବନେଶ୍ୱର: ବରିଷ୍ଠ ରାଜନେତା ତଥା ସମାଜସେବୀ ଅଶୋକ ସାମଲଙ୍କ ଅକାଳ ବିୟୋଗରେ ଓପିସିସି ସଭାପତି ଶରତ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶ୍ରୀ ପଟ୍ଟନାୟକ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ସ୍ୱର୍ଗତ ସାମଲ କଂଗ୍ରେସ ଦଳରେ ଥିବାବେଳେ ତାଙ୍କ ସହିତ ଘନିଷ୍ଠ ସମ୍ପର୍କ ଥିଲା।ତାଙ୍କ ବିୟୋଗ ମୋତେ ଗଭୀର ଦୁଃଖ ଦେବା ସହ ମର୍ମାହତ କରିଛି।

ସ୍ବର୍ଗତ ସାମଲ ଜଣେ ବନ୍ଧୁବତ୍ସଳ,ଅମାୟିକ,ଭଦ୍ର,ପରୋପକାରି ସମାଜସେବୀ ଥିଲେ।ଏହିପରି ଦୁଃଖଦ ସମୟରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି ଓପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ।

Categories
ଆଜିର ଖବର ରାଜ୍ୟ ଖବର

ମୋଦି ଆଦାନୀ ସଂପର୍କ ନେଇ ପ୍ରତ୍ୟେକ ଜିଲ୍ଲାରେ ଆନ୍ଦୋଳନ କରିବ ଅଣ ବିଜେପି ଦଳ

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏବଂ ପ୍ରସାଦ ହରିଚନ୍ଦନଙ୍କ ଆବାହକତ୍ୱରେ ଅଣବିଜେପି ଦଳମାନଙ୍କର ଭୁବନେଶ୍ୱରରେ ଏକ ବୈଠକ ବସିଥିଲା ।

ଏହି ବୈଠକରେ ସମସ୍ତ ଦଳର ନେତୃବୃନ୍ଦମାନେ ସ୍ଥିର କଲେ ଯେ ନରେନ୍ଦ୍ର ମୋଦି ଓ ଆଦାନୀଙ୍କ ସଂପର୍କ ଏବଂ ୨୦ ହଜାର କୋଟି ଟଙ୍କା କାହାର ଏବଂ ବିଦେଶରେ ପରିଚାଳିତ ସେଲ କମ୍ପାନୀ ମାନଙ୍କର କାହିଁକି ଇଡି ଦ୍ୱାରା ତଦନ୍ତ କରାଯାଉ ନାହିଁ ଏ ସମସ୍ତ ପ୍ରସଙ୍ଗକୁ ନେଇ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ କଂଗ୍ରେସ ନେତୃତ୍ୱରେ ଆସନ୍ତା ଅପ୍ରେଲ ୧୫ ତାରିଖରୁ ୨୦ ତାରିଖ ମଧ୍ୟରେ ଜୟ ଭାରତ ସତ୍ୟାଗ୍ରହ କାର‌୍ୟ୍ୟକ୍ରମ ଏବଂ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ଘେରାଉ କରାଯିବ।

ଏହି କାର‌୍ୟ୍ୟକ୍ରମରେ ସମସ୍ତ ସମଭାବାପନ୍ନ ଅଣବିଜେପି ଦଳର ନେତାମାନେ ଯୋଗଦାନ କରିବେ ବୋଲି ସମ୍ମତି ପ୍ରଦାନ କରିଛନ୍ତି । ଆଜିର ଏହି ବୈଠକରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ସମେତ ସିପିଆଇ,ସିପିଆଇ (ଏମ), ଅଲଇଣ୍ଡିଆ ଫରୱାର୍ଡ ବ୍ଲକ, ସିପିଆଇ ଏମଏଲ (ଲିବରେସନ), ସିପିଆଇଏମଏଲ (ରେର୍ଡଷ୍ଟାର), ଏନସିପି, ସମାଜବାଦିପାର୍ଟି ଯୋଗଦେଇଥିଲେ।

ସେହିପରି ଆରଜେଡି, ଆମଆଦିମପାର୍ଟି, ସମୃଦ୍ଧ ଓଡ଼ିଶା, ଆରପିଆଇ,ଯେଏମଏମ ର ଶିର୍ଷ ନେତୃବୃନ୍ଦ ଓ କର୍ମକର୍ତା ସର୍ବଶ୍ରୀ ଅଭୟ ସାହୁ, ଆଶିଶ କାନୁନଗୋ, ଅଳିକିଶୋର ପଟ୍ଟନାୟକ, ସୁର ଜେନା, ଜ୍ୟୋତି ରଞ୍ଜନ ମହାପାତ୍ର, ଯୁଧିଷ୍ଠୀର ମହାପାତ୍ର, ପ୍ରମିଳା ବେହେରା, ରବି ବେହେରା, ସୁଦର୍ଶନ ପ୍ରଧାନ, ହେମନ୍ତ କୁମାର, ରଙ୍ଗା ଚରଣ ପ୍ରଧାନ, ଯତୀଶ ମହାନ୍ତି, ସେକ୍ ଅବଦୁଲ ୱାଲି,ଶିବାଜୀ ମୌଲିକ ପ୍ରମୁଖ ବୈଠକରେ ସୁଚିନ୍ତିତ ମତାମତ ଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ରାହୁଳ ଗାନ୍ଧୀ ସହିତ ଆମେ ରହିଛୁ, ଓଡିଶା କଂଗ୍ରେସ ତରଫରୁ ହେଲା ସମର୍ଥନ ସଭା

ଭୁବନେଶ୍ୱର:ଆଜି ରାହୁଳ ଗାନ୍ଧୀଙ୍କୁ ଗୁଜୁରାଟ କୋର୍ଟ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ଓ ବେଲ ମିଳିଛି। ଏହି ଘଟଣାକୁ ନେଇ ସାରା ଭାରତରେ କଂଗ୍ରେସ ତରଫରୁ ପ୍ରତିବାଦ ସଭା କରାଯାଇଛି। କେନ୍ଦ୍ର ସରକାର ଜାଣିଶୁଣି ରାହୁଳ ଗାନ୍ଧୀ ହଇରାଣ କରୁଛନ୍ତି ବୋଲି କଂଗ୍ରେସ ଏହାର ପ୍ରତିବାଦ କରିଛି। ଏଥିସହିତ ରାହୁଳଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇଛି କଂଗ୍ରେସ।

ଆଜି ଭୁବନେଶ୍ବରର ମାଷ୍ଟର କ୍ୟାଣ୍ଟିନ ଠାରେ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଏହି ପ୍ରତିବାଦ ସଭା କରାଯାଇଛି। ଏଥିରେ କୁହାଯାଇଛି ଯେ, କୌଣସି ପରିସ୍ଥିତିରେ ବି ରାହୁଲ ଗାନ୍ଧୀ ଦେଶ ବିରୋଧି ଶକ୍ତିଙ୍କ ସାମନାରେ ମୁଣ୍ଡ ନୁଆଁଇବେ ନାହିଁ।

ଏହି ପ୍ରତିବାଦ ସଭାରେ ପୂର୍ବତନ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ, ସୁରେଶ କୁମାର ରାଉତରାୟ, ଦାସରଥି ଗମାଙ୍ଗ, ଜଗନ୍ନାଥ ପଟ୍ଟନାୟକ, ଶିବାନନ୍ଦ ରାୟ, ଗଣେଶ୍ୱର ବେହେରା, ଶୁଭେନ୍ଦୁ ମହାନ୍ତି, ଲଲାଟେନ୍ଦୁ ମହାପାତ୍ର, ଯୁଧିଷ୍ଠିର ଜେନା, ମନୋରଞ୍ଜନ ଦାଶ, ସୁରେଶ ମହାପାତ୍ର, ଚିନ୍ମୟ ପ୍ରସାଦ ବେଉରା, କିଶୋର ଜେନା, ମାନସ ଆଚାର୍ଯ୍ୟ, ଜିଆଉଲ ହକ୍‌, ପ୍ରକାଶ ଜେନା, ୟାସିର ନୱାଜ, ରାଜୀବ ପଟ୍ଟନାୟକ, ମନୋଜ ସାହୁ, ରଣଜିତ ପାତ୍ର, କୃଷ୍ଣ ମହାନ୍ତି, ବାଙ୍କନିଧି ବେହେରା, ରଜନୀ ମହାନ୍ତି, ନିଶିକାନ୍ତ ମିଶ୍ର ଯୋଗ ଦେଇଥିଲେ।

ସେହିପରି ତ୍ରିଲୋଚନ ମହାନ୍ତି, ଚିନ୍ମୟ ସୁନ୍ଦର ଦାସ, ଦୀପକ ସାହୁ, ଶ୍ରୀନିବାସ ରାଉତରାୟ, ପ୍ରଣତି ମିଶ୍ର, ମିହିର ଆଚାର୍ଯ୍ୟ, ପ୍ରକାଶ ମିଶ୍ର, ତରୁଣ ମିଶ୍ର, ଜୟକୃଷ୍ଣ ସୁବୁଦ୍ଧି, କୁସୁମ ପ୍ରଧାନ, ସୁନିତା ଦାସ, ଅଶୋକ ଦାସ, ସାରଦା ପ୍ରଧାନ, ଅଶୋକ ସ୍ୱାଇଁ, ଜାନକୀ ବଲ୍ଲଭ ପଟ୍ଟନାୟକ, ଜୟନ୍ତ କୁମାର ସାହୁ, ସୁଶାନ୍ତ ତ୍ରିପାଠୀ, ଦିଗମ୍ବର ଗଡ଼ନାୟକ, ପ୍ରବୋଧ ସ୍ୱାଇଁ, ଧର୍ମେନ୍ଦ୍ର ମିଶ୍ର, କୁଳମଣି ସାହୁ, ସାଗର ପରିଡ଼ା, ଦେବୀ ପ୍ରସାଦ ବାହାଲିଆ, ତାପସ ସେଠୀ, ପ୍ରଭାତ ପ୍ରତାପ ସିଂ, ଲିଙ୍ଗରାଜ ସାହୁ, ନାସିର ପ୍ରମୁଖ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ହାତ ଧରିଲେ ପ୍ୟାରୀମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଓଡ଼ିଶା ପ୍ରଭାରୀ ଡା ଏ ଚେଲ୍ଲା କୁମାର ଏବଂ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଧ ଭାବେ ପୂର୍ବତନ ସାଂସଦ ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ କନ୍ୟା ଡ.ସିକ୍ତା ପତି, ଭାରତୀୟ ରେଳ ସେବାର ପୂର୍ବତନ ଅଧିକାରୀ ହେମନ୍ତ କୁମାର ଦତ, ରାଧାକାନ୍ତ ନାୟକ ଓ ବରିଷ୍ଠ ଆଇନଜୀବି ପ୍ରବୀର କୁମାର ପ୍ରଧାନ କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି।

ରାହୁଲ ଗାନ୍ଧୀଙ୍କ ଆଦର୍ଶ, କଂଗ୍ରେସର ବିଚାରଧାରା ଏବଂ ଗାନ୍ଧୀବାଦ ପ୍ରତି ସମ୍ମାନ ଜଣାଇ ସେମାନେ କଂଗ୍ରେସ ଦଳରେ ଯୋଗଦେଇଛନ୍ତି ବୋଲି କହିଥିଲେ। ବିଶେଷ କରି ରାହୁଲ ଗାନ୍ଧୀଙ୍କର ଭାରତଯୋଡ଼ ଯାତ୍ରା ସେମାନଙ୍କୁ କଂଗ୍ରେସ ଦଳରେ ଯୋଗଦେବା ପାଇଁ ସେମାନେ ମତବ୍ୟକ୍ତ କରିଥିଲେ। ଡା ଚେଲ୍ଲା କୁମାର ଏବଂ ଶ୍ରୀ ପଟ୍ଟନାୟକ ସେମାନଙ୍କୁ ପୁଷ୍ପଗୁଛ ଏବଂ ଉତରୀୟ ପ୍ରଦାନ ପୂର୍ବକ କଂଗ୍ରେସ ଦଳରେ ଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ନିରଞ୍ଜନ ପଟ୍ଟନାୟକ, ରାମଚନ୍ଦ୍ର ଖୁଂଟିଆ,ବିଜୟ ପଟ୍ଟନାୟକ, ବିଭୁତି ମିଶ୍ର, ମାନସ ଚୌଧୁରୀ, ବନ୍ଦିତା ପରିଡ଼ା, ବିଶ୍ୱଜିତ ଦାଶ, ୟାସିର ନୱାଜ, ରଶ୍ମି ମହାପାତ୍ର, ଅମୀୟ ପଟ୍ଟନାୟକ, ରଜନୀ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କଂଗ୍ରେସ ଭବନରେ ବିଜୟ ପଟ୍ଟନାୟକ, ୨୦୨୪ ନିର୍ବାଚନ ନେଇ କଲେ ଭବିଷ୍ୟବାଣୀ

ଭୁବନେଶ୍ବର: ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ କଂଗ୍ରେସରେ ସାମିଲ ହେବା ପରେ ଆଜି ଭୁବନେଶ୍ବର ଫେରିଛନ୍ତି ପୂର୍ବତନ ଶାସନ ସଚିବ ବିଜୟ ପଟ୍ଟନାୟକ। ସେ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ କଂଗ୍ରେସ ଭବନ ନିଆଯାଇଥିଲା।  ସେଠାରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ଏଥିରେ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଜୟଦେବ ଜେନା, ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ, ପଞ୍ଚାନନ କାନୁନଗୋ, ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରମୁଖ ବହୁ ନେତା ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ବିଜୟ ପଟ୍ଟନାୟକ ସମ୍ବୋଧିତ କରିଥିଲେ।

ସେ କହିଥିଲେ ଯେ, ଓଡିଶାର ସରକାର ଲୋକଙ୍କୁ ପାଖକୁ ପହଞ୍ଚିପାରୁ ନାହିଁ। ଯେଉଁମାନଙ୍କୁ ଲୋକେ ଭୋଟ ଦେଇ ନିର୍ବାଚିତ କରିଛନ୍ତି ସେମାନେ ବର୍ତ୍ତମାନ କିଛି କରିପାରୁ ନାହାଁନ୍ତି। ତାଙ୍କ ପାଖକୁ ଗୁହାରୀ କଲେ ସେମାନଙ୍କ ହାତରେ କିଛି ନାହିଁ ବୋଲି କହୁଛନ୍ତି। ତେଣୁ ଏପରି କ୍ଷେତ୍ରରେ ରାଜ୍ୟ ସରକାର ଲୋକଙ୍କୁ ଶାସନ ଦେବାରେ ବିଫଳ ହୋଇଛି।

ସେହିପରି ବିଜୟ କହିଥିଲେ ଯେ, ଓଡିଶାରେ ବର୍ତ୍ତମାନ ଓଡିଶା ଲୋକେ ନିର୍ଯ୍ୟାତିତ। ବଡ ବଡ କାମ କଥା ଛାଡନ୍ତୁ ଛୋଟଛୋଟ କାମ ମଧ୍ୟ ଅଣ ଓଡିଆ କଣ୍ଟ୍ରାକ୍ଟର କରୁଛନ୍ତି। ତେବେ ଓଡିଆ କଣ୍ଟ୍ରାଟର ଯିବେ କୁଆଡେ। ବର୍ତ୍ତମାନ ତୃତୀୟ ମହଲାରୁ ସବୁକିଛି ନିୟନ୍ତ୍ରଣ ହେଉଛି ବୋଲି ବିଜୟ ପଟ୍ଟନାୟକ କହିଥିଲେ।

ସେହିପରି ନବ ଦାସ ହତ୍ୟାକାଣ୍ଡ ନେଇ ସେ କହିଛନ୍ତି ଯେ, ଏହି ହତ୍ୟାକାଣ୍ଡ ଗୋପାଳ କରି ନାହିଁ, ଏହା ପଛରେ ଆଉ ଜଣେ କିଏ ଅଛି। ତାହାକୁ କ୍ରାଇମ ବ୍ରାଞ୍ଚ ଖୋଲି ବାହାର କରୁ। ଯଦି ସେ ନ ପାରିପାରୁଛି ତେବେ ଏହାର ତଦନ୍ତ ସିବିଆଇକୁ ଦିଆଯାଉ ବୋଲି ବିଜୟ ଦାବୀ କରିଛନ୍ତି। ତେବେ ୨୦୨୪ ନିର୍ବାଚନରେ କଂଗ୍ରେସ ଓଡିଶାରେ ସରକାର କରିବ ବୋଲି ଦୃଢତାର ସହ ବିଜୟ କହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ସୁନ୍ଦରଗଡ଼ରରେ ଭାରତ ଯୋଡ଼ ଯାତ୍ରା, ମୋଦୀ ନବୀନଙ୍କୁ କଂଗ୍ରେସର ଟାର୍ଗେଟ

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଭାରତ ଯୋଡ଼ ଯାତ୍ରା-ଓଡ଼ିଶା ସୁନ୍ଦରଗଡ଼ ଜିଲ୍ଲାର ତଳସରା ନିର୍ବାଚନ ମଣ୍ଡଳୀର ଏତମା ଠାରୁ ଆରମ୍ଭ ହୋଇ କରମଡିହି ଠାରେ ପଂହଚିଛି। ଏହି ଯାତ୍ରା ବେଳେ ଶରତ ପଟ୍ଟନାୟକ ସିଧା ନବୀନ ଏବଂ ମୋଦୀ ସରକାରଙ୍କ ସମାଲୋଚନା କରିଛନ୍ତି।

ସେ କହିଛନ୍ତି ଯେ,  ସୁନ୍ଦରଗଡ ବାସିନ୍ଦାଙ୍କର ପ୍ରତିବାଦର ସ୍ୱର କ୍ଷୀଣ, ସେଥିପାଇଁ ନବୀନ ଶାସନ ସୁନ୍ଦରଗଡ଼ ବାସୀଙ୍କ ସ୍ୱାର୍ଥକୁ ଅଣଦେଖା କରିଛନ୍ତି। ଏ ଜିଲ୍ଳାରେ ସରକାରୀ ଯୋଜନାର ଦୁର୍ନୀତି ଚରମସୀମାରେ ପଂହଚିଛି। ଭତା ଓ ଆୱାସ ଯୋଜନା ବିକ୍ରୀ ହେଉଛି। ବ୍ଲକ, ତହସିଲ, ଥାନା ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବିଜୁଜନତା ଦଳର ଦଳୀୟ କାର୍ଯ୍ୟାଳୟ ଭାବେ କାର୍ଯ୍ୟକରୁଛି। ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି ପ୍ରଭୃତି କ୍ଷେତ୍ରରେ ସୁନ୍ଦରଗଡ଼ ଜିଲ୍ଲା ଅନ୍ଧକାରରେ ରହିଛି।

ଅନ୍ୟପକ୍ଷରେ ଏଠିକାର ସାଂସଦ ବିଜେପି ଦଳର। ଏଣୁ ମୋଦିଙ୍କର ଆଛା ଦିନର ସ୍ୱପ୍ନ ଓ ବିକାଶର ପ୍ରତିଶ୍ରୁତି ଏଠାରେ ପ୍ରତାରଣାରେ ପରିଣତ ହୋଇଛି। ଉଭୟ ମୋଦି ଓ ନବୀନ ଶାସନ ଆଦିବାସୀ ଓ କୃଷକ ବିରୋଧି। ପିଡିଏସ ଚାଉଳ ଯୋଜନାକୁ ନେଇ ମୋଦି ଓ ନବୀନ ସରକାର ଯେପରି ଆତ୍ମ ପ୍ରଚାର କରୁଛନ୍ତି ଏବଂ କାଦୁଅ ଫୋପାଡ଼ାରେ ବ୍ୟସ୍ତ ରହିଛନ୍ତି ଏହା ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିନ୍ଦାଜନକ କଥା।

ସୋନିଆ ଗାନ୍ଧୀ ଏବଂ ଡ. ମନମୋହନ ସିଂଙ୍କ କ୍ଷୁଧାମୁକ୍ତ ଭାରତ ସ୍ୱପ୍ନର ପ୍ରତିଫଳନ ହେଉଛି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ଯାହାବଳରେ ଅଧିକରୁ ଅଧିକ ସାଧାରଣ ଜନତାଙ୍କ ପାଖରେ ପିଡିଏସ ଚାଉଳ ପଂହଚି ପାରୁଛି। ଏଥିରେ ମୋଦି ଶାସନ ବା ନବୀନ ଶାସନର କୌଣସି ବାହାଦୁରୀ ନାହିଁ।

ଓଡ଼ିଶାର ଯୁବ ସମାଜ ଆଜି ବେକାରୀ ତାଡ଼ନାରେ ହନ୍ତସନ୍ତ। ଶ୍ରୀ ପଟ୍ଟନାୟକ ଉଭୟ ମୋଦି ଓ ନବୀନ ସରକାରର ପତନରେ ଯୁବ ସମାଜର ପ୍ରଗତି ରହିଛି ବୋଲି କହିଥିଲେ। ଭାରତ ଯୋଡ଼ ଯାତ୍ରା ଓଡ଼ିଶାର ଲକ୍ଷ୍ୟ ହେଉଛି ଓଡ଼ିଶାରେ ରାଜନୈତିକ ଓ ଅଥନୈତିକ ସ୍ଥିତିର ପରିବର୍ତନ।

ଏଣୁ ଯୁବ ସମାଜ, କୃଷକ, ମହିଳା ନିଜର ଅଧିକାରୀ ଓ ସୁରକ୍ଷା ପାଇଁ ଏଥିରେ ଯୋଗଦେବାକୁ ଏବଂ ସ୍ୱରକୁ ଶାଣିତ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଥିଲେ। ଓଡ଼ିଶାର ବିକାଶ ଏବଂ ସୁଶାସନ ଆଣିବା ପାଇଁ ଭାରତ ଯୋଡ଼ ଯାତ୍ରା-ଓଡ଼ିଶା ଅଭିପ୍ରେତ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସନ୍ତୋଷ ସିଂ ସାଲୁଜା, ମାନସ ଚୌଧୁରୀ, ବିଧୁଭୂଷଣ ତ୍ରିପାଠୀ, ସଂଜୟ ତ୍ରିପାଠୀ, ରବି ରାୟ, ବାଙ୍କନିଧି ବେହେରା, ଜ୍ଞାନ ପଟ୍ଟନାୟକ, ମନୋଜ ସାହୁ, ଦୀପକ ମହାପାତ୍ର, ରାଜକିଶୋର ଷଢ଼ଙ୍ଗୀ, ମାନସ ମଲ୍ଲିକ, ଆନ୍ଥୋନୀ କୁଲୁ, ନାଜିଆ ହୁସେନ, ପୁରୋଷତମ ବାରିକ, ଗୋରେତି ଖେସ, ସାବିର ହୁସେନ ପ୍ରମୁଖ ଅଂଶଗ୍ରହଣ କରିଥିଲେ ବୋଲି ଭାରତ ଯୋଡ଼ ଯାତ୍ରା-ଓଡ଼ିଶାର ମିଡିଆ ଇନଚାର୍ଜ ପ୍ରକାଶ ମିଶ୍ର ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପଦ୍ମପୁର ଉପନିର୍ବାଚନ ନିମନ୍ତେ କମିଟି ଗଠନ କଲା କଂଗ୍ରେସ

ଭୁବନେଶ୍ୱର: ଆଗାମୀ ପଦ୍ମପୁର ଉପନିର୍ବାଚନ ନିମନ୍ତେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏକ କମିଟି ଗଠନ କରିଛନ୍ତି । ଏହି କମିଟିରେ ପୂର୍ବତନ ମନ୍ତ୍ରୀ ଶ୍ରୀ କିଶୋର ଚନ୍ଦ୍ର ପଟେଲ ଅଧ୍ୟକ୍ଷ ରହିଥିଲା ବେଳେ ବିଧାୟକ ଶ୍ରୀ ସନ୍ତୋଷ ସିଂ ସାଲୁଜା ଆବାହକ ଭାବରେ ଓ ବିଧାୟକ ଶ୍ରୀ ଅଧିରାଜ ମୋହନ ପାଣିଗ୍ରାହୀ ଏବଂ ବିଧାୟକ ଡ. ସି. ଏସ ରାଜନ ଏକା ସଭ୍ୟ ଭାବରେ ରହିଛନ୍ତି ।

ଉକ୍ତ କମିଟି ଖୁବଶୀଘ୍ର ପଦ୍ମପୁର ଅଂଚଳ ଗ୍ରସ୍ତକରି ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ନିହାର ରଞ୍ଜନ ମହାନନ୍ଦ, ଜିଲ୍ଲା କଂଗ୍ରେସ ସାମ୍ମୁଖ୍ୟ, ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟ ଏବଂ ଅନ୍ୟାନ୍ୟ କର୍ମକର୍ତାଙ୍କୁ ଭେଟି ସମ୍ଭାବ୍ୟ ବିଜୟୀ ପ୍ରାର୍ଥୀ ମାନଙ୍କ ନାମ ପ୍ରସ୍ତାବ ପ୍ରଦେଶ କଂଗ୍ରେସ କମିଟିକୁ ପ୍ରଦାନ କରିବାପାଇଁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି ବୋଲି ପିସିସି କାର୍ଯ୍ୟାଳୟ ସୂତ୍ରରୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅର୍ଚ୍ଚନା ନାଗ ଘଟଣା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ସଭାପତି

ଭୁବନେଶ୍ୱର:  ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଓଡ଼ିଶାରେ ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଘଟଣାର ରାଜ୍ୟ ସରକାରଙ୍କ ନିରବତାକୁ ପ୍ରଶ୍ନ ଉଠାଇଛନ୍ତି।

ଶ୍ରୀଯୁକ୍ତ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ କହିଲେ ଯେ ଅର୍ଚ୍ଚନା ନାଗ ଗିରଫ ହେବାର ଦୀର୍ଘଦିନ ପରେ ମଧ୍ୟ ଏହି ଘଟଣାରେ ଯେଉଁ ସବୁ ବ୍ୟକ୍ତିମାନେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଏ ପର୍ଯ୍ୟନ୍ତ କାହିଁକି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଓଡ଼ିଶାର ପୋଲିସ ବିଭାଗର ବରିଷ୍ଠ ପଦାଧିକାରୀ ତଥା ଭୁବନେଶ୍ୱର ପୋଲିସ କମିଶନର ଏବଂ ଡିସିପି ଏଭଳି ଏକ ଘୃଣ୍ୟ ଏବଂ ଷଡ଼ଯନ୍ତ୍ରପୂର୍ଣ୍ଣ ଘଟଣାକୁ କାହିଁକି ନିଷ୍ଠା ଓ ନିରପେକ୍ଷ ଭାବେ ତଦନ୍ତ କରି ନାହାନ୍ତି?

ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଏହି ଘଟଣାର ହାଇକୋର୍ଟଙ୍କ ତତ୍ୱବଧାନରେ ଏସଆଇଟି ତଦନ୍ତ ଦାବି କରିଛନ୍ତି। ଯଦି ଏ ସ୍ପର୍ଷକାତର ଘଟଣାକୁ ସରକାର ଚପାଇ ଦିଅନ୍ତି ତାହେଲେ ଆସନ୍ତା ଦିନରେ କଂଗ୍ରେସ ଏହା ବିରୁଦ୍ଧରେ ଉପଯୁକ୍ତ ଲଢ଼େଇ ଲଢ଼ିବ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ ଓ ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀ କୁମାର ମହାନ୍ତି ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କଂଗ୍ରେସ ସଭାପତି ପଦବୀ ପାଇଁ ଓଡିଶାରେ ସରିଲା ମତଦାନ, ଜାଣନ୍ତୁ କେତେ ଜଣ ଦେଲେ ଭୋଟ

ଭୁବନେଶ୍ୱର: ଅଖିଳ ଭାରତ ଜାତୀୟ କଂଗ୍ରେସର ସଭାପତି ନିର୍ବାଚନ ପାଇଁ ଆଜି ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ଦିବା ୧୦ ଘଟିକା ଠାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଭୋଟ ଦିଆଯାଇଥିଲା।  ପ୍ରଦେଶ କଂଗ୍ରେସର ୪୨୭ ପିସିସି ମେମ୍ବରଙ୍କ ମଧ୍ୟରୁ ୪୧୨ ଜଣ ଭୋଟ ଦେଇଥିଲେ । ଏହା ସହିତ ଓଡ଼ିଶା ପାଇଁ ନିଯୁକ୍ତ ପିଆରଓ ଏବଂ ଏପିଆରଓ ମଧ୍ୟ ତାଙ୍କର ଭୋଟ ଏଠି ଦେଇଥିଲେ । ଭୋଟଗ୍ରହଣ ସଂପୂର୍ଣ୍ଣ ଶାନ୍ତପୂର୍ଣ୍ଣ ଓ ସୁରୁଖରରେ ହୋଇଥିଲା ।

ପିଆରଓ ଶ୍ରୀଯୁକ୍ତ ନିରୋଜ ଡାଙ୍ଗି ସେଥିପାଇଁ ରାଜ୍ୟ କଂଗ୍ରେସ ସଭାପତିଙ୍କୁ ଓ ନିର୍ବାଚନରେ ସହଯୋଗ କରିଥିବା ସମସ୍ତ ନେତୃବର୍ଗଙ୍କୁ ଧନ୍ୟବାଦ ଦେଇଥିଲେ ।  ଭୋଟଗ୍ରହଣ ସମୟ ସରିବା ପରେ ପିଆରଓ, ଏପିଆରଓ ଉଭୟ ପ୍ରତିଦ୍ୱନ୍ଦିଙ୍କର ନିର୍ବାଚନ ପ୍ରତିନିଧିଙ୍କ ଉପସ୍ଥିତିରେ ଭୋଟବାକ୍ସକୁ ସିଲ କରାଗଲା ଏବଂ ଏହା  କେନ୍ଦ୍ରୀୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ପଠାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

Dhamnagar Byelection: କଂଗ୍ରେସ ଘୋଷଣା କଲା ତାରକା ପ୍ରଚାରକ ତାଲିକା

ଭୁବନେଶ୍ୱର: କଂଗ୍ରେସ ଘୋଷଣା କରିଛି ତାରକା ପ୍ରଚାରକ ତାଲିକା। ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଙ୍କ ପରାମର୍ଶ କ୍ରମେ ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ଏଜ ୩୦ ଜଣିଆ ତାରକା ପ୍ରଚାରକ ତାଲିକା ଏଆଇସିସି ଅନୁମୋଦନ କରି ଘୋଷଣା କରିଛି ବୋଲି ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

ପ୍ରକାଶିତ ତାଲିକାରେ ଓଡିଶା ପ୍ରଭାରୀ,ସାଂସଦ ଡ଼ ଏ ଚେଲ୍କା କୁମାର ଙ୍କ ସମେତ ସହ ପ୍ରଭାରୀ ତଥା ଏଆଇସିସି ସମ୍ପାଦକ ,ଜି ରୁଦ୍ରରାଜୁ ଏବଂ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ରହିଛନ୍ତି। ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଥିବାବେଳେ ୩ ଜଣ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ,ପ୍ରସାଦ ହରିଚନ୍ଦନ ଏବଂ ପିସିସି କାଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ ରହିଛନ୍ତି। ଅନୁରୂପ ଭାବେ ଉକ୍ତ ତାଲିକାରେ ପୂର୍ବତନ ସାଂସଦ ତଥା ଏଆଇସିସି ପ୍ରଭାରୀ ଭକ୍ତ ଚରଣ ଦାଶ,ଏଆଇସିସି ସମ୍ପାଦକ ଶରତ ରାଉତ ଏଆଇସିସି ସମ୍ପାଦକ ତଥା ସାଂସଦ ସପ୍ତଗିରି ଉଲ୍ଲାକା ରହିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁରେଶ କୁମାର ରାଉତରାୟ,ସନ୍ତୋଷ ସିଂ ସାଲୁଜା,ତାରା ପ୍ରସାଦ ବାହିନୀପତି,ରମେଶ ଜେନା, ଅଧିରାଜ ମୋହନ ପାଣିଗ୍ରାହୀ,ଦାଶରଥି ଗମାଙ୍ଗୋ,ସି ଏସ ରାଜନ ଏକ୍କା ରହିଥିବା ବେଳେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ଜଗନ୍ନାଥ ପଟ୍ଟନାୟକ, ବିଜୟଲଷ୍ମୀ ସାହୁ,ଓପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା,ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ,ସୁଶୀଳା ତିରିଆ,ଅନନ୍ତ ସେଠି,ଅଖିଳ ମହିଳା କଂଗ୍ରେସ ସମ୍ପାଦିକା ସସ୍ମିତା ବେହେରା,ଓଡିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା,ଓଡିଶା ସେବାଦଳ ଅଧ୍ୟକ୍ଷ ଆର‌୍ୟ୍ୟ କୁମାର ଜ୍ଞାନେନ୍ଦ୍ର, ଯୁବ କଂଗ୍ରେସ ସଭାପତି ଶ୍ରୁତି ରଞ୍ଜନ ଲେଙ୍କା ଓ ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜ ରହିଛନ୍ତି।