Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାମସାର ତାଲିକାରେ ସାମିଲ ହେବ ଓଡ଼ିଶା ସମେତ ୪ ରାଜ୍ୟର ୫ଟି କୋଇଲା ଖଣି ପିଟ୍‌ ଲେକ୍‌
ଆଜିର ଖବର

ରାମସାର ତାଲିକାରେ ସାମିଲ ହେବ ଓଡ଼ିଶା ସମେତ ୪ ରାଜ୍ୟର ୫ଟି କୋଇଲା ଖଣି ପିଟ୍‌ ଲେକ୍‌

June 29, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
କୋଇଲା କ୍ଷେତ୍ରରେ ପ୍ରଗତି ଏବଂ ସଫଳତା: ୨୦୧୪ ମସିହାରୁ ଏମସିଏଲର ପରିବର୍ତ୍ତନଶୀଳ ଯାତ୍ରା
କୋଇଲା କ୍ଷେତ୍ରରେ ପ୍ରଗତି ଏବଂ ସଫଳତା: ୨୦୧୪ ମସିହାରୁ ଏମସିଏଲର ପରିବର୍ତ୍ତନଶୀଳ ଯାତ୍ରା

ନୂଆଦିଲ୍ଲୀ/ଭୁବନେଶ୍ବର: ଭାରତୀୟ କୋଇଲା କ୍ଷେତ୍ର ଅଧିକରୁ ଅଧିକ କୋଇଲା ଉତ୍ପାଦନ ମାଧ୍ୟମରେ ଦ୍ରୁତ ବର୍ଦ୍ଧିତ ଶକ୍ତି ଚାହିଦା ପୂରଣ କରିବା ନିମନ୍ତେ ନିରନ୍ତର ପ୍ରୟାସ କରି ଆସୁଛି। ଅନୁରୂପ ଭାବେ, ଦେଶର କୋଇଲା କ୍ଷେତ୍ର ପରିବେଶ ସୁରକ୍ଷା ଉପରେ ଜୋର ଦେବା ସହିତ ଜଙ୍ଗଲ ଓ ଜୈବ ବିବିଧତାର ସୁରକ୍ଷା ପାଇଁ ସଂଖ୍ୟାଧିକ ପଦକ୍ଷେପ ଗ୍ରହଣ କରୁଛି। ଦୀର୍ଘସ୍ଥାୟୀ ବିକାଶ ମାର୍ଗକୁ ଗ୍ରହଣ କରିବାର ଲକ୍ଷ୍ୟ ନେଇ ଏଭଳି ପଦକ୍ଷେପ ନିଆଯାଉଛି। ବିଭିନ୍ନ ଦୀର୍ଘସ୍ଥାୟୀ କାର୍ଯକ୍ରମ ଅଧୀନରେ, କୋଲ୍‌ ଇଣ୍ଡିଆ ଲିମିଟେଡ (ସିଆଇଏଲ) ପକ୍ଷରୁ ସମ୍ପୃକ୍ତ ରାଜ୍ୟ ସରକାର ଏବଂ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ (ଏମଓଇଏଫସିସି)ର ସହାୟତାରେ କେତେକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। ଏସବୁ ପଦକ୍ଷେପ ମଧ୍ୟରେ ରହିଛି କୋଇଲା ଖଣି ଗର୍ତ୍ତ ହ୍ରଦ ବା ପିଟ୍‌ ଲେକ୍‌ର ସଂରକ୍ଷଣ, ଆର୍ଦ୍ର ଭୂମିର ପ୍ରାକୃତିକ ସ୍ବରୂପକୁ ବଜାୟ ରଖିବା ଏବଂ ପିଟ୍‌ ଲେକ୍‌ଗୁଡ଼ିକୁ ସମ୍ମାନଜନକ ରାମସାର ତାଲିକାରେ ସାମିଲ କରିବା। ରାମସାର ତାଲିକାରେ ସ୍ଥାନିତ କରିବା ପାଇଁ ଆର୍ଦ୍ର ଭୂମିଗୁଡ଼ିକୁ ଚିହ୍ନଟ କରିବା ଲାଗି ପରିବେଶ ମନ୍ତ୍ରଣାଳୟ ନୋଡାଲ ମନ୍ତ୍ରଣାଳୟ ଭାବରେ କାମ କରୁଛି।

କୋଇଲା ଖଣିର ପିଟ୍‌ ଲେକ୍‌କୁ ଏହି ରାମସାର ତାଲିକାରେ ସାମିଲ କରିବା ନିମନ୍ତେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ପରିବେଶ ମନ୍ତ୍ରଣାଳୟ ସହିତ ଆଲୋଚନା କରାଯାଇଛି। ପରିବେଶ ମନ୍ତ୍ରଣାଳୟର ମାର୍ଗଦର୍ଶିକା ଅନୁଯାୟୀ, ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ମଧ୍ୟପ୍ରଦେଶର ପାଞ୍ଚଟି କୋଇଲା ଖଣି ପିଟ୍‌ ଲେକ୍‌କୁ ରାମସାର ତାଲିକାରେ ସାମିଲ କରିବା ନିମନ୍ତେ କୋଲ୍‌ ଇଣ୍ଡିଆ ଲିମିଟେଡ ଚିହ୍ନଟ କରିଛି। କୋଲ୍‌ ଇଣ୍ଡିଆ ରାମସାର ସୂଚନା ପତ୍ର (ଆରଇଏସ) ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିଛି। ଖଣି ଖନନ ଯୋଗୁ ସୃଷ୍ଟି ହୋଇଥିବା ଗର୍ତ୍ତ ଏବେ ଜଳ ଭର୍ତ୍ତି ହୋଇଥିବା ବେଳେ ଏହାକୁ ଭିନ୍ନ ଭିନ୍ନ ପ୍ରଜାତିର ପକ୍ଷୀମାନେ ନିୟମିତ ଆସୁଛନ୍ତି ଏବଂ ଏହି ସ୍ଥାନ କେତେକ ପକ୍ଷୀମାନଙ୍କର ବାସସ୍ଥଳୀ ପାଲଟିଛି। କୋଲ ଇଣ୍ଡିଆ ଦ୍ବାରା ବ୍ୟାପକ ବନୀକରଣ ଏବଂ ଅନ୍ୟ ମୃର୍ତ୍ତିକା ଆର୍ଦ୍ରତା ସଂରକ୍ଷଣ ପଦକ୍ଷେପ କାରଣରୁ ଏସବୁ ଜଳାଶୟ ଚାରି ପାଖରେ ଥିବା ପରିବେଶ ଏବେ ଉନ୍ନତ ହୋଇପାରିଛି।

ବନ୍ଦ ପଡ଼ିଥିବା ଏସବୁ କୋଇଲା ଖଣିକୁ ନିରାପଦ, ପରିବେଶ ଦୃଷ୍ଟିରୁ ଦୀର୍ଘସ୍ଥାୟୀ ଏବଂ ଉପଯୁକ୍ତ ବାଣିଜ୍ୟିକ ବ୍ୟବହାର ନିମନ୍ତେ ଉପଯୋଗ କରିବା ନିମନ୍ତେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ପ୍ରୟାସ କରାଯାଉଛି। ଏସବୁ କୋଇଲା ଖଣିକୁ ଭିନ୍ନ ଉଦ୍ଦେଶ୍ୟରେ ବ୍ୟବହାର କରିବା ଲାଗି କୋଇଲା ମନ୍ତ୍ରଣାଳୟ ପକ୍ଷରୁ ବିଶ୍ବ ବ୍ୟାଙ୍କ, ଜିଆଇଜେଡ୍‌ ଏବଂ ଅନ୍ୟ ବିଶ୍ବ ସଂସ୍ଥାର ସହାୟତା ଲୋଡ଼ାଯାଇଛି। ପୁନରୁଦ୍ଧାର ହୋଇଥିବା କୋଇଲା ଖଣି ଭୂମିକୁ ଭିନ୍ନ ଆର୍ଥିକ ଉଦ୍ଦେଶ୍ୟରେ ବ୍ୟବହାର କରିବା ଲାଗି ପ୍ରସ୍ତାବ ରହିଛି। ସୌର ପାର୍କ, ପର୍ଯ୍ୟଟନ, କ୍ରୀଡ଼ା, ବନୀକରଣ, କୃଷି, ଉଦ୍ୟାନକୃଷି, ସହରୀବିକାଶ ଆଦି ଉଦ୍ଦେଶ୍ୟରେ ଏହି ଭୂମି ବ୍ୟବହାର କରାଯିବ। ଏସବୁ ସଂସ୍ଥାର ବିଭିନ୍ନ ଦେଶରେ ଖଣି ବନ୍ଦ ମାମଲା ପରିଚାଳନା କ୍ଷେତ୍ରରେ ଯଥେଷ୍ଟ ଅଭିଜ୍ଞତା ରହିଛି। ଶ୍ରେଷ୍ଠ ବିଶ୍ବସ୍ତରୀୟ ପଦ୍ଧତିକୁ ଗ୍ରହଣ କରିବା ଏବଂ ଭାରତୀୟ କୋଇଲା ଖଣି କ୍ଷେତ୍ରକୁ ଭିନ୍ନ ଉଦ୍ଦେଶ୍ୟରେ ବ୍ୟବହାର କରିବା ଲାଗି ଏହି ଅଭିଜ୍ଞତା ବିଶେଷ ଉପଯୋଗୀ ହେବ।

ଓଡିଶା କୋଇଲା ଖଣି
Share. Facebook Twitter LinkedIn Email WhatsApp Copy Link

Related Posts

ଫୋନ୍ ଯୋଗେ ପାଇଲଟ୍ ସ୍ମିତଙ୍କ ବାହାଦୂରୀକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

October 2, 2026

୨୯ ଟି ଜରୁରୀ ଗ୍ରାମୀଣ ରାସ୍ତା ଓ ପୋଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବ୍ରହ୍ମପୁର ସାଂସଦଙ୍କ ଚିଠି

October 2, 2026

ବିଧାନସଭାରେ ପାଳିତ ହେଲା ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ

October 2, 2026

୭୫ ବର୍ଷରେ ପ୍ରଥମ ଥର: ତୀରନ୍ଦାଜୀର ‘ରାଜା’ ଦକ୍ଷିଣ କୋରିଆକୁ ପରାସ୍ତ କରି ସ୍ଵର୍ଣ୍ଣ ଜିତିଲା ଭାରତ

October 2, 2026
Latest News

ଫୋନ୍ ଯୋଗେ ପାଇଲଟ୍ ସ୍ମିତଙ୍କ ବାହାଦୂରୀକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

October 2, 2026

୨୯ ଟି ଜରୁରୀ ଗ୍ରାମୀଣ ରାସ୍ତା ଓ ପୋଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବ୍ରହ୍ମପୁର ସାଂସଦଙ୍କ ଚିଠି

October 2, 2026

ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେଲା ୪୪ ଦିନିଆ ‘ଶିଶୁ ଶ୍ରମ ମୁକ୍ତ ଗ୍ରାମ ପଞ୍ଚାୟତ’ ସଚେତନତା ଅଭିଯାନ

October 2, 2026

ବିଧାନସଭାରେ ପାଳିତ ହେଲା ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ

October 2, 2026

୭୫ ବର୍ଷରେ ପ୍ରଥମ ଥର: ତୀରନ୍ଦାଜୀର ‘ରାଜା’ ଦକ୍ଷିଣ କୋରିଆକୁ ପରାସ୍ତ କରି ସ୍ଵର୍ଣ୍ଣ ଜିତିଲା ଭାରତ

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.