Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୁନ୍ ୨୦୨୨ରେ କୋଇଲା ଉତ୍ପାଦନରେ ୩୨.୫୭ ପ୍ରତିଶତ ବୃଦ୍ଧି
ଆଜିର ଖବର

ଜୁନ୍ ୨୦୨୨ରେ କୋଇଲା ଉତ୍ପାଦନରେ ୩୨.୫୭ ପ୍ରତିଶତ ବୃଦ୍ଧି

July 6, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: ଭାରତର କୋଇଲା ଉତ୍ପାଦନ ଜୁନ୍ ୨୦୨୧ରେ ୫୦.୯୮ ମିଲିୟନ୍ ଟନ୍ (ଏମ୍‌ଟି) ଥିବା ବେଳେ ଜୁନ୍ ୨୦୨୨ରେ ତାହା ୩୨. ୫୭ ପ୍ରତିଶତ ବୃଦ୍ଧି ପାଇ ୬୭.୫୯ ଏମ୍‌ଟି ହୋଇ ଯାଇଛି। କୋଇଲା ମନ୍ତ୍ରଣାଳୟର ଅସ୍ଥାୟୀ ପରିସଂଖ୍ୟାନ ଅନୁସାରେ, ଏହି ବର୍ଷ ଜୁନ୍ ମାସରେ, କୋଲ୍ ଇଣ୍ଡିଆ ଲିମିଟେଡ୍ (ସିଆଇଏଲ୍‌), ସିଙ୍ଗାରେନୀ କୋଲିଆରିଜ୍ କମ୍ପାନୀ ଲିମିଟେଡ୍ (ଏସ୍‌ସିସିଏଲ୍‌) ଏବଂ କାପଟିଭ କୋଇଲା ଖଣି ଗୁଡିକ ୫୧.୫୬ ଏମ୍‌ଟି, ୫.୫୬ ଏମ୍‌ଟି ଏବଂ ୧୦.୪୭ ଏମ୍‌ଟି ଉତ୍ପାଦନ କରି ଯଥାକ୍ରମେ ୨୮.୮୭ ପ୍ରତିଶତ, ୫.୫୦ ପ୍ରତିଶତ ଏବଂ ୮୩.୫୩ ପ୍ରତିଶତର ଅଭିବୃଦ୍ଧି ଉଲ୍ଲେଖ କରିଛନ୍ତି। ଶୀର୍ଷ ୩୭ଟି କୋଇଲା ଖଣି ଗୁଡିକ ମଧ୍ୟରୁ ୨୨ଟି ଖଣିରୁ ୧୦୦ ପ୍ରତିଶତରୁ ଅଧିକ ଉତ୍ପାଦନ କରାଯାଇଥିବା ବେଳେ ଅନ୍ୟ ନଅଟି ଖଣି ଗୁଡିକର ଉତ୍ପାଦନର ପରିମାଣ ୮୦ରୁ ୧୦୦ ପ୍ରତିଶତ ମଧ୍ୟରେ ରହିଛି।

ସମାନ ସମୟରେ , ଅର୍ଥାତ୍ ଜୁନ୍ ୨୦୨୨ରେ କୋଇଲା ଯୋଗାଣରେ ୨୦.୬୯ ପ୍ରତିଶତ ବୃଦ୍ଧି ଘଟି ୭୫.୪୬ ଏମ୍‌ଟି ହୋଇ ଯାଇଛି, ଅପରପକ୍ଷରେ ଜୁନ୍ ୨୦୨୧ରେ ଏହି ଯୋଗାଣର ପରିମାଣ ୬୨.୫୩ ଏମ୍‌ଟି ରହିଥିଲା। ଜୁନ୍ ୨୦୨୨ ସମୟରେ ସିଆଇଏଲ୍ ଏବଂ ଆବଦ୍ଧ କୋଇଲା ଖଣି / ଅନ୍ୟାନ୍ୟ କ୍ରମଶଃ ୫୮.୯୮ ଏବଂ ୧୧.୦୫ ଏମ୍‌ଟି କୋଇଲା ପଠାଇ ଏହି କ୍ଷେତ୍ରରେ ୧୫.୨୦ ପ୍ରତିଶତ ଏବଂ ୮୮.୨୩ ପ୍ରତିଶତ ଅଭିବୃଦ୍ଧି ଉଲ୍ଲେଖ କରିଛନ୍ତି। ଏସ୍‌ସିସିଏଲ୍ ଏହି ମାସରେ ୦.୪୬ ପ୍ରତିଶତର ନକାରାତ୍ମକ ବୃଦ୍ଧି କରିଛି।

ବିଦ୍ୟୁତ୍‌ର ଚାହିଦା କ୍ଷେତ୍ରରେ ଅଭିବୃଦ୍ଧି କାରଣରୁ ଜୁନ୍ ୨୦୨୧ରେ ୪୯.୬୨ ଏମ୍‌ଟି ତୁଳନାରେ ଏହି ବର୍ଷ ଜୁନ୍ ମାସରେ ବିଦ୍ୟୁତ୍ ଉପଯୋଗୀତା ଯୋଗାଣ କ୍ଷେତ୍ରରେ  ୩୦.୭୭ ବୃଦ୍ଧି ଘଟି ୬୪.୮୯ ଏମ୍‌ଟି ହୋଇ ଯାଇଛି।

ଜୁନ୍ ୨୦୨୧ ତୁଳନାରେ ଜୁନ୍ ୨୦୨୨ରେ କୋଇଲା ଆଧାରିତ ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ୨୬.୫୮ ପ୍ରତିଶତର ଅଭିବୃଦ୍ଧି ଘଟିଛି। ଜୁନ୍ ୨୦୨୨ରେ ମୋଟ୍ ବିଦ୍ୟୁତ୍ ଉତ୍ପାଦନ ୨୦୨୧ ତୁଳନାରେ ୧୭.୭୩ ପ୍ରତିଶତ ଅଧିକ ରହିଛି। ତଥାପି, କୋଇଲା ଆଧାରିତ ବିଦ୍ୟୁତ୍ ଉତ୍ପାଦନ ମେ ୨୦୨୨ରେ ୯୮୬୦୯ ଏମ୍‌ୟୁ ତୁଳନାରେ ଜୁନ୍ ୨୦୨୨ରେ ୯୫୮୮୦ ଏମ୍‌ୟୁ ରହିଛି ଏବଂ ଏହି କ୍ଷେତ୍ରରେ ୨.୭୭ ପ୍ରତିଶତ ନକାରାତ୍ମକ ବୃଦ୍ଧି ହୋଇଛି। ମୋଟ୍ ବିଦ୍ୟୁତ୍ ଉତ୍ପାଦନ ମଧ୍ୟ ଜୁନ୍ ୨୦୨୨ରେ ହ୍ରାସ ପାଇ ୧୩୮୯୯୫ ଏମ୍‌ୟୁ ହୋଇ ଯାଇଛି, ଯାହା ମେ’ ୨୦୨୨ରେ ୧୪୦୦୫୯ ଏମ୍‌ୟୁ ଥିଲା ଏବଂ ଏଥିରେ ୦.୭୬ ପ୍ରତିଶତ ନକାରାତ୍ମକ ବୃଦ୍ଧି ଘଟିଛି।

କୋଇଲା ଉତ୍ପାଦନ କୋଇଲା ମନ୍ତ୍ରଣାଳୟ ଜୁନ୍ ୨୦୨୨ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Latest News

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.