Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ କ୍ୟାପଟିଭ୍ ଓ ବାଣିଜ୍ୟିକ କୋଇଲା ବ୍ଲକର ଉତ୍ପାଦନ 79 ପ୍ରତିଶତ ବୃଦ୍ଧି
ବିଶେଷ ଖବର

ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ କ୍ୟାପଟିଭ୍ ଓ ବାଣିଜ୍ୟିକ କୋଇଲା ବ୍ଲକର ଉତ୍ପାଦନ 79 ପ୍ରତିଶତ ବୃଦ୍ଧି

July 7, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଏବଂ ମନୋନୀତ କର୍ତ୍ତୃପକ୍ଷ 6 ଜୁଲାଇ 2022 ରେ ପ୍ରକଳ୍ପ  ପ୍ରସ୍ତାବକଙ୍କ ଉପସ୍ଥିତିରେ ଆର୍ଥିକ ବର୍ଷ 2022-23 ର ପ୍ରଥମ ତିନିମାସ ମଧ୍ୟରେ କୋଇଲା ବ୍ଲକ୍‌ ଗୁଡ଼ିକର ଉତ୍ପାଦନ ସମୀକ୍ଷା କରିଛନ୍ତି। ପ୍ରଥମ ତିନିମାସ ସମୟରେ ସମୁଦାୟ 27.7 ମିଲିୟନ ଟନ୍ କୋଇଲା ଉତ୍ପାଦନ ହୋଇଛି। ଏହା ଆର୍ଥିକ ବର୍ଷ 2021-22 ର ସମାନ ଅବଧିରେ ଉତ୍ପାଦିତ 15.5 ମିଲିୟନ ଟନ କୋଇଲାରୁ 79 ପ୍ରତିଶତ ଅଧିକ ଅଟେ।

ମନ୍ତ୍ରଣାଳୟ କୋଇଲା ଉତ୍ପାଦନରେ ଏତେ ଅଧିକ ବୃଦ୍ଧି କରିଥିବାରୁ କୋଇଲା ବ୍ଲକ୍ ଆବଣ୍ଟକମାନଙ୍କର ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ। ଏହା ସହିତ, ଏହା ଆଶା କରିଛନ୍ତି ଯେ ଆର୍ଥିକ ବର୍ଷ 2022-23 ର ଦ୍ବିତୀୟ ତ୍ରୟମାସରେ କୋଇଲା ବ୍ଲକ୍ ରୁ 32 ମିଲିୟନ ଟନ୍ ଉତ୍ପାଦନର ଲକ୍ଷ ପ୍ରାପ୍ତ କରାଯିବ। ଏହା ବ୍ୟତୀତ ଏହାର ପ୍ରଶଂସା କରାଯିବା ସହିତ ଏହା ମଧ୍ୟ ଉଲ୍ଲେଖ କରାଯାଇଥିଲା ଯେ ବାଣିଜ୍ୟିକ ନିଲାମୀ ସଂସ୍କାର ଅନ୍ତର୍ଗତ 2021 ରେ ନିଲାମ କରାଯାଇଥିବା ଦୁଇଟି ଖଣି କାର୍ଯ୍ୟ ଆରମ୍ଭ ହୋଇଯାଇଛି ଏବଂ ଏଥିରୁ ପ୍ରଥମ ତ୍ରୟମାସରେ 1.57 ନିୟୁତ ଟନ୍ ର ଉତ୍ପାଦନ କରାଯାଇଛି।

ବର୍ତ୍ତମାନ ସମୁଦାୟ 36 କ୍ୟାପଟିଭ୍ ଏବଂ ବାଣିଜ୍ୟିକ ଖଣିରୁ କୋଇଲା ଉତ୍ପାଦନ ହେଉଛି। ସେହିପରି ଆଶା କରାଯାଉଛି ଯେ ଚଳିତ ବର୍ଷ ଅତି କମରେ ଆଉ 12 ଟି ନୂଆ ଖଣିରେ ଉତ୍ପାଦନ ଆରମ୍ଭ ହୋଇଯିବ। ଏହା ଦେଶରେ କୋଇଲାର ଚାହିଦାକୁ ପୂରଣ କରିବାରେ ନିଜର ମହତ୍ତ୍ବପୂର୍ଣ୍ଣ ଯୋଗଦାନ ପ୍ରଦାନ କରିବ।

ଏହା ବ୍ୟତୀତ ପ୍ରକଳ୍ପ ପ୍ରସ୍ତାବକ ନିଜର ପ୍ରଚେଷ୍ଟା ଏବଂ ସମ୍ମୁଖୀନ ହେଉଥିବା ଆହ୍ବାନ ବିଷୟରେ ମଧ୍ୟ ସୂଚନା ପ୍ରଦାନ କଲେ। ସେହିପରି କୋଇଲା ମନ୍ତ୍ରଣାଳୟ ଏହି ବିଷୟର ସମାଧାନରେ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବା ପାଇଁ ଆଶ୍ବାସନା ପ୍ରଦାନ କରିଛନ୍ତି।

କୋଇଲା ମନ୍ତ୍ରଣାଳୟ ଚଳିତ ଆର୍ଥିକ ବର୍ଷ
Share. Facebook Twitter LinkedIn Email WhatsApp Copy Link

Related Posts

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026

ଜନଗଣନା-୨୦୨୭: ଦୁଇ ପର୍ଯ୍ୟାୟରେ ହେବ ଭାରତର ବୃହତ୍ତମ ଜନଗଣନା, ଏପ୍ରିଲ ୧ ରୁ ପ୍ରଥମ ପର୍ଯ୍ୟାୟ

March 31, 2026

ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଉପରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

March 30, 2026
Latest News

ପୂର୍ବ ବର୍ଷ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶାର ଅର୍ଥନୀତି କ୍ଷେତ୍ରରେ ମଧ୍ୟମ ଧରଣର ଅଭିବୃଦ୍ଧି

April 1, 2026

ଆଜିଠାରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା 

April 1, 2026

ଆଜି ଏପ୍ରିଲ ୧ ତାରିଖ ବୁଧବାର ଦିନ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଅସୁବିଧା, କରନ୍ତୁ ପ୍ରତିକାର

April 1, 2026

ସଂସଦରେ ଉଠିଲା ପିତୃତ୍ୱ ଛୁଟି ପ୍ରସଙ୍ଗ: ଆଉ ଏକ ସାମାଜିକ ଅଧିକାର ଦାବି କଲେ ରାଘବ ଚଢା

March 31, 2026

ବାଲୁଗାଁ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରକୃତି ଶିବିର

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.