ଓଡିଶା ପୁଣି ହେଲା ଏକ ନମ୍ବର, ଏଥର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା ଦେଲେ ପୁରସ୍କାର

Published: Jul 13, 2022, 10:28 pm IST

ଭୁବନେଶ୍ବର: ଖଣିଜ ପଦାର୍ଥ ଉତ୍ତୋଳନ, ନିଲାମ ଓ ପରିଚାଳନାରେ ସର୍ବୋତ୍ତମ ପ୍ରଦର୍ଶନ କରିଥିବା ଓଡ଼ିଶା ରାଜ୍ୟ ରାଷ୍ଟ୍ରୀୟ ଖଣିଜ ବିକାଶ ପୁରସ୍କାର ପ୍ରଦାନରେ ପ୍ରଥମ ପୁରସ୍କାର ଲାଭ କରିଛି। ଏ ବାବଦକୁ ରାଜ୍ୟ ୩ କୋଟି ଟଙ୍କାର ପ୍ରଥମ ପ୍ରାଇଜ ଗ୍ରହଣ କରିଛି।

ଓଡିଶା ରାଜ୍ୟ ମାଇନ୍ସ ଏବଂ ମିନେରାଲ ଡେଭେଲପମେଣ୍ଟ ଆଣ୍ଡ ରେଗୁଲେସନ ଅଧିନିୟମ-୨୦୧୫ ଲାଗୁ ପରେ ଖଣିଜ ଆବଶ୍ଚନ କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଆସିଛି। ଓଡିଶା ୨୦୧୫- ୧୬ ବର୍ଷ ଠାରୁ ଖଣିଜ ବ୍ଳକଗୁଡିକର ନିଲାମ ପ୍ରକ୍ରିୟା ସ୍ୱଚ୍ଛତା ଓ ସଫଳତାର ସହ ପରିଚାଳନା କରିଆସୁଛି। ରାଜ୍ୟ ସରକାରଙ୍କ ଉପରୋକ୍ତ ସଫଳତା ସହ ଅନ୍ୟାନ୍ୟ ଖଣିଜ ବ୍ଲକ ଗୁଡ଼ିକର ନିଲାମ ନିମନ୍ତେ ଦ୍ଵିତୀୟ ପୁରସ୍କାର ବାବଦକୁ ରାଜ୍ୟ ୨କୋଟି ଟଙ୍କାର ପୁରସ୍କାର ଲାଭ କରିଛି।

ଗତ ମଙ୍ଗଳବାର ନୂଆଦିଲ୍ଲୀଠାରେ ଆୟୋଜିତ ୬ଷ୍ଠ ଜାତୀୟ ମାଇନ୍ସ ଆଣ୍ଡ ମିନେରାଲ୍ସ କନକ୍ଲେଭ୍ ରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଓ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଉପସ୍ଥିତିରେ ଆୟୋଜିତ ଉତ୍ସବରେ ଓଡିଶାର ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏପରି ଗୌରବଜ୍ୱଳ ପୁରସ୍କାର ଗ୍ରହଣ କରିଥିଲେ।

ବିଧାନ ସଭାର ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାର ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ମଲ୍ଲିକ ଓଡ଼ିଶା ସରକାରଙ୍କ ଦ୍ଵାରା ଖଣିଜ କ୍ଷେତ୍ରରେ ୫ଟି ପ୍ରୟୋଗ ସହ ଗ୍ରହଣ କରାଯାଇଥିବା ବିଭିନ୍ନ ସଂସ୍କାର ମୂଳକ ପଦକ୍ଷେପ ଓ ଖଣିଜ କ୍ଷେତ୍ରରେ ଓଡ଼ିଶାର ସଫଳତା ସଂପର୍କରେ ସବିସ୍ତୃତ ସୂଚନା ଦେଇଥିଲେ।

ଏଥିରେ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ ଯେ, କୋଭିଡ ୧୯ ର ପ୍ରଭାବ ସତ୍ତ୍ୱେ ଓଡିଶା ଖଣିଜ ଉତ୍ପାଦନ, ପରିବହନ, ଖଣିଜ ରାଜସ୍ଵ ସଂଗ୍ରହ, ଖଣିଜ ବ୍ଲକଗୁଡ଼ିକର ଭୂତତ୍ତ୍ଵଭିତ୍ତିକ ଉତ୍ତୋଳନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିପାରିଛି ଏବଂ ଦେଶରେ ଲୁହା ପଥର ଆବଶ୍ୟକତାର ୫୦ ପ୍ରତିଶତ ଓଡିଶା ପୂରଣ କରୁଛି।

Related posts