Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶା ପୁଣି ହେଲା ଏକ ନମ୍ବର, ଏଥର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା ଦେଲେ ପୁରସ୍କାର
ଜାତୀୟ ଖବର

ଓଡିଶା ପୁଣି ହେଲା ଏକ ନମ୍ବର, ଏଥର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା ଦେଲେ ପୁରସ୍କାର

July 13, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଓଡିଶା ପୁଣି ହେଲା ଏକ ନମ୍ବର, ଏଥର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା ଦେଲେ ପୁରସ୍କାର

ଭୁବନେଶ୍ବର: ଖଣିଜ ପଦାର୍ଥ ଉତ୍ତୋଳନ, ନିଲାମ ଓ ପରିଚାଳନାରେ ସର୍ବୋତ୍ତମ ପ୍ରଦର୍ଶନ କରିଥିବା ଓଡ଼ିଶା ରାଜ୍ୟ ରାଷ୍ଟ୍ରୀୟ ଖଣିଜ ବିକାଶ ପୁରସ୍କାର ପ୍ରଦାନରେ ପ୍ରଥମ ପୁରସ୍କାର ଲାଭ କରିଛି। ଏ ବାବଦକୁ ରାଜ୍ୟ ୩ କୋଟି ଟଙ୍କାର ପ୍ରଥମ ପ୍ରାଇଜ ଗ୍ରହଣ କରିଛି।

ଓଡିଶା ରାଜ୍ୟ ମାଇନ୍ସ ଏବଂ ମିନେରାଲ ଡେଭେଲପମେଣ୍ଟ ଆଣ୍ଡ ରେଗୁଲେସନ ଅଧିନିୟମ-୨୦୧୫ ଲାଗୁ ପରେ ଖଣିଜ ଆବଶ୍ଚନ କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଆସିଛି। ଓଡିଶା ୨୦୧୫- ୧୬ ବର୍ଷ ଠାରୁ ଖଣିଜ ବ୍ଳକଗୁଡିକର ନିଲାମ ପ୍ରକ୍ରିୟା ସ୍ୱଚ୍ଛତା ଓ ସଫଳତାର ସହ ପରିଚାଳନା କରିଆସୁଛି। ରାଜ୍ୟ ସରକାରଙ୍କ ଉପରୋକ୍ତ ସଫଳତା ସହ ଅନ୍ୟାନ୍ୟ ଖଣିଜ ବ୍ଲକ ଗୁଡ଼ିକର ନିଲାମ ନିମନ୍ତେ ଦ୍ଵିତୀୟ ପୁରସ୍କାର ବାବଦକୁ ରାଜ୍ୟ ୨କୋଟି ଟଙ୍କାର ପୁରସ୍କାର ଲାଭ କରିଛି।

ଗତ ମଙ୍ଗଳବାର ନୂଆଦିଲ୍ଲୀଠାରେ ଆୟୋଜିତ ୬ଷ୍ଠ ଜାତୀୟ ମାଇନ୍ସ ଆଣ୍ଡ ମିନେରାଲ୍ସ କନକ୍ଲେଭ୍ ରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଓ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଉପସ୍ଥିତିରେ ଆୟୋଜିତ ଉତ୍ସବରେ ଓଡିଶାର ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏପରି ଗୌରବଜ୍ୱଳ ପୁରସ୍କାର ଗ୍ରହଣ କରିଥିଲେ।

ବିଧାନ ସଭାର ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାର ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ମଲ୍ଲିକ ଓଡ଼ିଶା ସରକାରଙ୍କ ଦ୍ଵାରା ଖଣିଜ କ୍ଷେତ୍ରରେ ୫ଟି ପ୍ରୟୋଗ ସହ ଗ୍ରହଣ କରାଯାଇଥିବା ବିଭିନ୍ନ ସଂସ୍କାର ମୂଳକ ପଦକ୍ଷେପ ଓ ଖଣିଜ କ୍ଷେତ୍ରରେ ଓଡ଼ିଶାର ସଫଳତା ସଂପର୍କରେ ସବିସ୍ତୃତ ସୂଚନା ଦେଇଥିଲେ।

ଏଥିରେ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ ଯେ, କୋଭିଡ ୧୯ ର ପ୍ରଭାବ ସତ୍ତ୍ୱେ ଓଡିଶା ଖଣିଜ ଉତ୍ପାଦନ, ପରିବହନ, ଖଣିଜ ରାଜସ୍ଵ ସଂଗ୍ରହ, ଖଣିଜ ବ୍ଲକଗୁଡ଼ିକର ଭୂତତ୍ତ୍ଵଭିତ୍ତିକ ଉତ୍ତୋଳନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିପାରିଛି ଏବଂ ଦେଶରେ ଲୁହା ପଥର ଆବଶ୍ୟକତାର ୫୦ ପ୍ରତିଶତ ଓଡିଶା ପୂରଣ କରୁଛି।

ଅମିତ ଶାହା ପ୍ରଫୁଲ୍ଲ କୁମାର ମଲ୍ଲିକ
Share. Facebook Twitter LinkedIn Email WhatsApp Copy Link

Related Posts

ରାଘବଙ୍କୁ କଟାକ୍ଷ କଲେ ଓମାର ଅବଦୁଲ୍ଲା

April 26, 2026

ବିଜେପିକୁ ଟାର୍ଗେଟ କଲେ କେଜ୍ରିୱାଲ

April 26, 2026

ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କର ବ୍ୟାଙ୍କିଂ ଲାଇସେନ୍ସ ବାତିଲ୍, ଏହା ଆପଣଙ୍କୁ କିପରି ପ୍ରଭାବିତ କରିବ?

April 25, 2026

ବିଜେପିରେ ମିଶିଲେ ରାଘବ, ହୋଇପାରନ୍ତି ପଞ୍ଜାବର ମୁଖ୍ୟ ଚେହେରା !

April 24, 2026
Latest News

ରାଶିଫଳ: ଆଜି ଏପ୍ରିଲ ୨୭ ତାରିଖ ସୋମବାରରେ ଏହି ରାଶିର ବ୍ୟକ୍ତମାନେ ରୁହନ୍ତୁ ସାବଧାନ

April 27, 2026

ବାହାଘର ବାଣ ପଡି ଜଳିଗଲା 6 ବଖରା

April 26, 2026

ରାଘବଙ୍କୁ କଟାକ୍ଷ କଲେ ଓମାର ଅବଦୁଲ୍ଲା

April 26, 2026

ବିଜେପିକୁ ଟାର୍ଗେଟ କଲେ କେଜ୍ରିୱାଲ

April 26, 2026

କାଲି ବାଚସ୍ପତିଙ୍କୁ ଭେଟିବ ବିଜେଡି

April 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.