Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଥର ରିଲାଏନ୍ସ କଂପାନୀ ଲାଭ କରିଛି ୧୯ ହଜାର ୪୪୩ କୋଟି ଟଙ୍କା
ଜାତୀୟ ଖବର

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଥର ରିଲାଏନ୍ସ କଂପାନୀ ଲାଭ କରିଛି ୧୯ ହଜାର ୪୪୩ କୋଟି ଟଙ୍କା

July 23, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜିଓ ପ୍ଲାଟଫର୍ମସ
ପାଖାପାଖି ୨୦୦୦୦ରେ ପହଞ୍ଚିଲା ରିଲାଏନ୍ସ ରିଟେଲ ଷ୍ଟୋର ସଂଖ୍ୟା, ୫୦ କୋଟିରୁ ଅଧିକ ସଂଖ୍ୟକ କାରବାର

ମୁମ୍ବାଇ/ ଭୁବନେଶ୍ୱର: ତୈଳ ଓ ଟେଲିକମ୍ ବ୍ୟବସାୟରୁ ଉତ୍ସାହଜନକ ଆୟ ହୋଇଥିବାରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ର ନିଟ୍ ଲାଭରେ ୪୦.୮% ବୃଦ୍ଧି ହୋଇଛି । ୨୦୨୨-୨୩ ଆର୍ଥିକ ବର୍ଷର ଏପ୍ରିଲ୍‌-ଜୁନ୍ ତ୍ରୈମାସିକରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ନିଟ୍ ଲାଭ ପୂର୍ବ ଆର୍ଥିକ ବର୍ଷର ଏହି ତ୍ରୈମାସିକ ତୁଳନାରେ ବୃଦ୍ଧି ପାଇ ୧୯,୪୪୩ କୋଟି ଟଙ୍କା ହୋଇଛି ।

ସେହିପରି, ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ରିଲାଏନ୍ସ ରିଟେଲ୍‌ର ନିଟ୍ ଲାଭ ୧୧୪.୨% ବୃଦ୍ଧି ପାଇ ୨,୦୬୧ କୋଟି ଟଙ୍କା ହୋଇଛି । ଆଲୋଚ୍ୟ ତ୍ରୈମାସିକରେ ରିଲାଏନ୍ସ ରିଟେଲ୍‌ର ମୋଟ ରାଜସ୍ୱ ୫୧.୯% ବୃଦ୍ଧି ପାଇ ୫୮,୫୫୪ କୋଟି ଟଙ୍କା ହୋଇଛି ।

ଏହି ତ୍ରୈମାସିକରେ ରିଲାଏନ୍ସ ରିଟେଲ୍ ୭୨୦ ଷ୍ଟୋର ଖୋଲିଛି, ଫଳରେ ମୋଟ ଷ୍ଟୋର ସଂଖ୍ୟା ୧୫,୯୧୬ରେ ପହଂଚିଛି ଯାହା ଦେଶର କୋଣ ଅନୁକୋଣରେ ୪୩.୨ ନିୟୁତ ବର୍ଗଫୁଟରେ ପରିବ୍ୟାପ୍ତ ରହିଛି । ରିଲାଏନ୍ସ ରିଟେଲ୍ ଏହି ତ୍ରୈମାସିକରେ ୧୭,୦୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି କରିଛି ।

ରିଲାଏନ୍ସର ଓ୨ସି ଶ୍ରେଷ୍ଠ ତ୍ରୈମାସିକ ପ୍ରଦର୍ଶନ କରି ସର୍ବକାଳୀନ ସର୍ବୋଚ୍ଚ ରାଜସ୍ୱ ଓ ଇବିଆଇଟିଡିଏ ହାସଲ କରିଛି । ଉଚ୍ଚ ଅଶୋଧିତ ତୈଳ ଓ ଉତ୍ପାଦ ମୂଲ୍ୟ ଯୋଗୁଁ ତ୍ରୈମାସିକରୁ ତ୍ରୈମାସିକ ଭିତିରେ କ୍ଷେତ୍ର ରାଜସ୍ୱ ୫୬.୭% ବୃଦ୍ଧି ପାଇ ୧,୬୧,୭୧୫ କୋଟି ଟଙ୍କା ହୋଇଛି ।

ଏହିଭଳି, ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର ସର୍ବବୃହତ ଟେଲିକମ୍ ଅପରେଟର ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ର ନିଟ୍ ଲାଭ ପ୍ରାୟ ୨୪ ପ୍ରତିଶତ ବୃଦ୍ଧି ପାଇ ୪,୩୩୫ କୋଟି ଟଙ୍କା ହୋଇଛି । ୨୦୨୨ ଏପ୍ରିଲ୍‌-ଜୁନ୍ ତ୍ରୈମାସିକରେ କଂପାନିର ନିଟ୍ ଲାଭ ୨୩.୮ ପ୍ରତିଶତ ବୃଦ୍ଧି ପାଇ ୪,୩୩୫ କୋଟି ଟଙ୍କା ରହିଛି ଯାହା ପୂର୍ବ ଆର୍ଥିକ ବର୍ଷର ଏହି ତ୍ରୈମାସିକରେ ୩,୫୦୧ କୋଟି ଟଙ୍କା ଥିଲା ।

୨୦୨୨ ଜୁନ୍ ୩୦ ସୁଦ୍ଧା ଶେଷ ହୋଇଥିବା ପ୍ରଥମ ତ୍ରୈମାସିକରେ ପରିଚାଳନାରୁ ରିଲାଏନ୍ସ ଜିଓର ରାଜସ୍ୱ ୨୧,୮୭୩ କୋଟି ଟଙ୍କା ହୋଇଛି ଯାହା ପୂର୍ବ ଆର୍ଥିକ ବର୍ଷର ଏହି ତ୍ରୈମାସିକ ରାଜସ୍ୱ ତୁଳନାରେ ୨୧.୫ ପ୍ରତିଶତ ଅଧିକ ।

reliance ril ରିଲାଏନ୍ସ ଇଣ୍ଡଷ୍ଟ୍ରିଜ
Share. Facebook Twitter LinkedIn Email WhatsApp Copy Link

Related Posts

ଚମକିଲେ ସଞ୍ଜୁ: ୱେଷ୍ଟଇଣ୍ଡିଜକୁ ହରାଇ ଷଷ୍ଠ ଥର ପାଇଁ ବିଶ୍ଵକପ ସେମିଫାଇନାଲରେ ପହଞ୍ଚିଲା ଭାରତ

March 1, 2026

ମଦୁରାଇରେ ୪,୪୦୦ କୋଟିରୁ ଅଧିକ ମୂଲ୍ୟର ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 1, 2026

ପୁଡୁଚେରୀରେ ୨,୭୦୦ କୋଟିରୁ ଅଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 1, 2026

ପାକିସ୍ତାନ ସୀମାରୁ ୫ କୋଟିର ହେରୋଇନ୍ ଜବତ

March 1, 2026
Latest News

ଚମକିଲେ ସଞ୍ଜୁ: ୱେଷ୍ଟଇଣ୍ଡିଜକୁ ହରାଇ ଷଷ୍ଠ ଥର ପାଇଁ ବିଶ୍ଵକପ ସେମିଫାଇନାଲରେ ପହଞ୍ଚିଲା ଭାରତ

March 1, 2026

ଚ଼ିଲିକା ସାହିତ୍ୟ ସମାଜର ବାର୍ଷିକୋତ୍ସବ: ଶତାଧିକ କବିଙ୍କ ସ୍ଵରଚିତ କବିତା ଆବୃତ୍ତି

March 1, 2026

ମଦୁରାଇରେ ୪,୪୦୦ କୋଟିରୁ ଅଧିକ ମୂଲ୍ୟର ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 1, 2026

୫୪ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦ୍‌ଯାପିତ

March 1, 2026

ପୁରୀରେ ଏଚପିଭି ଟିକାକରଣର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

March 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.